କୋଲେଷ୍ଟାସିସ

ଉଇକିପିଡ଼ିଆ‌ରୁ
Cholestasis
Cholestatic liver disease, cholestatic jaundice
Micrograph showing bile (yellow) stasis, i.e. cholestasis. H&E stain.
ବିଭାଗGastroenterology
ଲକ୍ଷଣItchiness, fatty stool, tiredness, fatty deposits in the skin, yellowish skin and eyes[୧]
କାରଣExtrahepatic: Common bile duct stones, bile duct strictures, sclerosing cholangitis, bile duct cancer, pancreatic cancer[୧]
Intrahepatic: Viral hepatitis, alcoholic hepatitis, certain medications, pregnancy, sepsis, cystic fibrosis, primary biliary cholangitis[୧]
ରୋଗ ନିର୍ଣ୍ଣୟ ପଦ୍ଧତିHigh direct bilirubin and high serum alkaline phosphatase[୧]
ଔଷଧCholestyramine, ursodeoxycholic acid, antihistamines, naloxone[୨]
ଚିକିତ୍ସାSurgery, medication[୧]
ପୁନଃପୌନିକCommons[୩]

କୋଲେଷ୍ଟାସିସ ରୋଗରେ ପିତ୍ତ ଉତ୍ପାଦନ ହ୍ରାସ ହୋଇଥାଏ ବା ଯକୃତରୁ ଅନ୍ତନଳୀକୁ କମ୍ ପିତ୍ତ ପ୍ରବାହ ହୋଇଥାଏ । [୧] ଏହାର ଲକ୍ଷଣ ମଧ୍ୟରେ ଗଲୁ, ଚର୍ବିଳ ମଳ, ଥକ୍କାଣ, ଚର୍ମରେ ଚର୍ବିଳ ପଦାର୍ଥ ଜମିବା ଏବଂ ଚର୍ମ ଓ ଆଖି ହଳଦିଆ ରଙ୍ଗ ଧାରଣ କରେ (ଜଣ୍ଡିସ୍) ହୋଇପାରେ | [୧] ରୋଗ ଜଟିଳ ହେଲେ ଚର୍ବଦ୍ରବଣୀୟ ଜୀବସାରମାନଙ୍କର ଅଭାବ ହୋଇପାରେ | [୧]

ଏହାର କାରଣ ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଏ ଯଥା:- ଯକୃତ ବାହାରେ ଏବଂ ଯକୃତ ଭିତରେ | [୧] ଯକୃତ ବାହାରେ ଥିବା କାରଣଗୁଡ଼ିକରେ ସାମୁହିକ ପିତ୍ତନଳୀ ପଥର ରୋଗ, ସଙ୍କୁଚିତ ପିତ୍ତନଳୀ, ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ୍, ପିତ୍ତ ନଳୀ କର୍କଟ ଏବଂ ଅଗ୍ନାଶୟ କର୍କଟ ଅନ୍ତର୍ଭୁକ୍ତ ହୋଇଥାଏ । [୧] ଯକୃତ ଜନିତ କାରଣ: ଭୂତାଣୁ ଜନିତ ଯକୃତ ପ୍ରଦାହ, ମଦ୍ୟପାନ ଜନିତ ଯକୃତ ପ୍ରଦାହ, କିଛି ଔଷଧ, ଗର୍ଭ, ସେପ୍ସିସ, ସିସ୍ଟକ ଫାଇବ୍ରୋସିସ, ଏବଂ ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ[୧] ରକ୍ତ ପରୀକ୍ଷଣରେ ଏକ ଉଚ୍ଚ ଆଲକାଲାଇନ ଫସଫାଟେଜ ଓ ଅନୁକ୍ରମ ବିଲିରୁବିନ ଦେଖାଯାଇପାରେ | [୧]

ଏହାର ମୂଳ କାରଣ ଏବଂ ଲକ୍ଷଣ ଉପରେ ଚିକିତ୍ସା ନିର୍ଭର କରେ | [୧] ଅସ୍ତ୍ରୋପଚାର କରି ପିତ୍ତନଳୀ ଅବରୋଧ ଦୂର କରାଯାଇପାରେ । [୧] ଗଲୁ ଉପଶମ ନିମନ୍ତେ କୋଲେଷ୍ଟିରାମିନ, ଅର୍ସୋଡିଅକ୍ସିକୋଲିକ ଏସିଡ, ଆଣ୍ଟିହିଷ୍ଟାମିନ ଓ ନାଲୋକ୍ସୋନ ଦିଆଯାଏ ।[୧]ଗଲୁ ଚିକିତ୍ସାର ଅନ୍ୟ ବିକଳ୍ପଗୁଡ଼ିକରେ ଲାଇଟ ଥେରାପି ଓ ପ୍ଲାଜମାଫେରେସିସ ଦିଆଯାଇପାର ।[୧] ପିତ୍ତନଳୀରେ ଅବରୋଧ ଫଳରେ ସାଧାରଣତଃ କୋଲେଷ୍ଟାସିସ ହୋଇଥାଏ | [୪] [୩]"କୋଲେଷ୍ଟାସିସ୍" ଶବ୍ଦଟି ଗ୍ରୀକ୍ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ପିତ୍ତର ସ୍ଥିରତା" । [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Shah, R; John, S (January 2020). "Cholestatic Jaundice". PMID 29489239. {{cite journal}}: Cite journal requires |journal= (help)
  3. ୩.୦ ୩.୧ Samant, H; Manatsathit, W; Dies, D; Shokouh-Amiri, H; Zibari, G; Boktor, M; Alexander, JS (6 July 2019). "Cholestatic liver diseases: An era of emerging therapies". World journal of clinical cases. 7 (13): 1571–1581. doi:10.12998/wjcc.v7.i13.1571. PMID 31367616.{{cite journal}}: CS1 maint: unflagged free DOI (link)
  4. Burtis, Carl A.; Ashwood, Edward R.; Bruns, David E. (2012). Tietz Textbook of Clinical Chemistry and Molecular Diagnostics - E-Book (in ଇଂରାଜୀ). Elsevier Health Sciences. p. 1676. ISBN 978-1-4557-5942-2.
  5. Clinic, Cleveland (2010). Current Clinical Medicine E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 552. ISBN 978-1-4377-3571-0.