ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍
Primary biliary cholangitis | |
---|---|
Primary biliary cirrhosis | |
ବିଭାଗ | Gastroenterology |
ଲକ୍ଷଣ | Tiredness, itching, yellowish skin and eyes[୧] |
ଆକ୍ରାନ୍ତ ସମୟ | Middle-aged women[୨] |
ଅବଧି | Long term[୩] |
କାରଣ | Autoimmune disease[୩] |
ବିପଦ କାରକ | Family history, other autoimmune diseases[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, liver biopsy[୪] |
ସଠିକ ରୋଗ ନିର୍ଣ୍ଣୟ | Autoimmune hepatitis, primary sclerosing cholangitis, non-alcoholic steatohepatitis[୫] |
ଚିକିତ୍ସା | Ursodeoxycholic acid, obeticholic acid, liver transplant[୬] |
ପୁନଃପୌନିକ | 1 in 2,500–52,000 people[୭] |
Patient UK | Primary biliary cholangitis |
ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍ ( ପିବିସି ), (ଇଂରାଜୀ ଭାଷା)ରେ Primary biliary cholangitis/ PBC ଯାହା ପୂର୍ବରୁ ପ୍ରାଥମିକ ବିଲିଆରି ସିରୋସିସ୍ ଭାବରେ ଜଣାଶୁଣା ଥିଲା) ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଏକ ଅଟୋମ୍ୟୁମ୍ୟୁନ ରୋଗ ଅଟେ | [୩] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କା, ଗଲୁ, ଏବଂ ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା | [୮] ଏହି ରୋଗ ଦଶନ୍ଧି ଧରି ଖରାପ ଦିଗକୁ ଗତି କରିପାରେ ।[୬] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଉଚ୍ଚ ରକ୍ତ କୋଲେସ୍ଟେରଲ, ଏବଂ ମେଦ ଦ୍ରବଣୀୟ ଭିଟାମିନ ଅଭାବ ଦେଖାଯାଏ ।[୩]
ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | [୩] ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | [୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ।[୩] ରୋଗ ନିର୍ଣ୍ଣୟ ପ୍ରାୟତଃ ରକ୍ତ ପରୀକ୍ଷା ଉପରେ ଆଧାରିତ ହୁଏ, ଯେପରିକି ଆଣ୍ଟି-ମାଇଟୋକଣ୍ଡ୍ରିଆଲ୍ ଆଣ୍ଟିବଡି ଏବଂ ଆଲାକାଲାଇନ ଫସଫାଟେଜ ବା କ୍ଷାରୀୟ ଫସଫାଟେଜ୍ କିମ୍ବା ଆବଶ୍ୟକ ସ୍ଥଳେ ଯକୃତ ବାୟୋପ୍ସି କରାଯାଏ ।[୪]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଉର୍ସୋଡିଅକ୍ସିକୋଲିକ ଏସିଡ (ursodeoxycholic acid (UDCA) ଦିଆଯାଏ ଯାହା ରୋଗର ପ୍ରଗତିକୁ ମନ୍ଥର କରିଥାଏ | [୬] ଓବେଟିକୋଲିକ୍ ଏସିଡ୍ (OCA) ମଧ୍ୟ ବ୍ୟବହୃତ ହୋଇପାରେ | [୬]ଜଟିଳତା ଥିଲେ ତାହାର ପରିଚାଳନା ନିମନ୍ତେ ପ୍ରୟାସ କରାଯାଏ | [୨] ଯକୃତ ବିଫଳତା ସୃଷ୍ଟି ହୋଇଥିଲେ ଯକୃତ ପ୍ରତିରୋପଣ କରାଯାଇପାରେ | [୬]
ପିବିସି ପ୍ରାୟ ୨୫୦୦ରୁ ୫୨୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ | [୭] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୯ ଗୁଣ ଅଧିକ ହୋଇଥାଏ।[୨] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଲୋକମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [୨] ଏହାକୁ ଅତି କମରେ ୧୮୫୧ ମସିହାରୁ ବର୍ଣ୍ଣନା କରାଯାଇଛି ଏବଂ ୧୯୪୯ ମସିହାରେ ଏହାର ନାମ "ପ୍ରାଥମିକ ବିଲିୟାରି ସିରୋସିସ୍" ରଖାଯାଇଥିଲା।[୯] [୧୦] ଯେହେତୁ ଏହି ରୋଗରେ ସିରୋସିସ୍ ଦେଖାଯାଏ ତେଣୁ ଏହାର ନୂତନ ନାମକରଣ ସନ ୧୯୧୪ରେ "ପ୍ରାଥମିକ ବିଲିୟାରି କୋଲାଙ୍ଗାଇଟିସ୍"କୁ ପରିବର୍ତ୍ତନ କରାଯାଇଥିଲା। [୧୧]
ଆଧାର
[ସମ୍ପାଦନା]- ↑ "Primary Biliary Cholangitis". NORD (National Organization for Rare Disorders). Retrieved 11 February 2021.
- ↑ ୨.୦ ୨.୧ ୨.୨ ୨.୩ Pandit, S; Samant, H (January 2020). "Primary Biliary Cholangitis". PMID 29083627.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Definition & Facts of Primary Biliary Cholangitis (Primary Biliary Cirrhosis) | NIDDK". National Institute of Diabetes and Digestive and Kidney Diseases. Retrieved 12 February 2021.
- ↑ ୪.୦ ୪.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NORD2021
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Primary Biliary Cholangitis". NORD (National Organization for Rare Disorders). Retrieved 12 February 2021.
- ↑ ୬.୦ ୬.୧ ୬.୨ ୬.୩ ୬.୪ "Primary biliary cholangitis". rarediseases.info.nih.gov. Retrieved 12 February 2021.
- ↑ ୭.୦ ୭.୧ Boonstra K, Beuers U, Ponsioen CY (2012). "Epidemiology of Primary Sclerosing Cholangitis and Primary Biliary Cirrhosis: A Systematic Review". Journal of Hepatology. 56 (5): 1181–1188. doi:10.1016/j.jhep.2011.10.025. PMID 22245904.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NORD2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Dauphinee, James A.; Sinclair, Jonathan C. (July 1949). "Primary Biliary Cirrhosis". Canadian Medical Association Journal. 61 (1): 1–6. PMC 1591584. PMID 18153470.
- ↑ Saeian, Kia; Shaker, Reza (2016). Liver Disorders: A Point of Care Clinical Guide (in ଇଂରାଜୀ). Springer. p. 253. ISBN 978-3-319-30103-7.
- ↑ Tazuma, Susumu; Takikawa, Hajime (2016). Bile Acids in Gastroenterology: Basic and Clinical (in ଇଂରାଜୀ). Springer. p. 110. ISBN 978-4-431-56062-3.