ଭୂତାଣୁ ଜନିତ ଯକୃତ ପ୍ରଦାହ

ଉଇକିପିଡ଼ିଆ‌ରୁ
Viral hepatitis
Micrograph showing ground glass hepatocytes, which are seen in chronic hepatitis B infections (a type of viral hepatitis), and represent accumulations of viral antigen in the endoplasmic reticulum. H&E stain.
ବିଭାଗGastroenterology
ଲକ୍ଷଣNone, fever, tiredness, abdominal pain, vomiting, dark urine, yellowish skin[୧]
ଅବଧିShort or long-term[୨]
କାରଣHepatitis A, B, C, D, E, X[୨]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests[୩]
ପ୍ରତିକାରVaccination, sanitation[୧][୪]
ଚିକିତ୍ସାSupportive, medications, liver transplant[୧]
ପୁନଃପୌନିକShort-term: >10 million[୫][୬]
Long-term: 325 million[୭]

ଭୂତାଣୁ ଜନିତ ଯକୃତ ପ୍ରଦାହ ବା ଭାଇରାଲ୍ ହେପାଟାଇଟିସ୍ (ଇଂରାଜୀ ଭାଷାରେ Viral hepatitis) ଏକ ଯକୃତ ପ୍ରଦାହ ଯାହା ଭୂତାଣୁ ଯୋଗୁ ହୁଏ | [୨] ଏହା ସ୍ୱଳ୍ପ କାଳୀନ (ତୀବ୍ର) କିମ୍ବା ଦୀର୍ଘକାଳୀନ (କ୍ରନିକ୍) ସଂକ୍ରମଣ ଭାବରେ ଉପସ୍ଥାପିତ ହୋଇପାରେ | [୨] [୧] ଏହାର ସ୍ୱଳ୍ପ କାଳୀନ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାପଣ, ଉଦର ଯନ୍ତ୍ରଣା, ବାନ୍ତି, ଗାଢ଼ ପରିସ୍ରା ଏବଂ ହଳଦିଆ ଚର୍ମ ହୋଇପାରେ | [୧] ଦୀର୍ଘକାଳୀନ ଲକ୍ଷଣରେ ସିରୋସିସ୍, ଯକୃତ ବିଫଳତା କିମ୍ବା ଯକୃତ କର୍କଟ ହୋଇପାରେ[୨]

ସାଧାରଣତ ଏହା ପାଞ୍ଚଟି ଅଣସମ୍ବନ୍ଧୀୟ ଭୂତାଣୁ ହେପାଟାଇଟିସ୍ ଏ, ବି, ସି, ଡି, କିମ୍ବା କାରଣରୁ ଘଟିଥାଏ | [୨] ହେପାଟାଇଟିସ ଏ ଏବଂ ଇ ଦ୍ୱୟ ସାଧାରଣତଃ ଖାଦ୍ୟ ଏବଂ ଜଳ ମାଧ୍ୟମରେ ମଳଦ୍ୱାରା ପ୍ରଦୂଷିତ ହୋଇ ବିସ୍ତାର ଲାଭ କରେ । [୨] ହେପାଟାଇଟିସ B, C, ଏବଂ ଡି ତ୍ରୟ ସଂକ୍ରମିତ ରକ୍ତ ମାଧ୍ୟମରେ ବିସ୍ତାର କରୁଛନ୍ତି । [୨] କାରଣ ସ୍ପଷ୍ଟ ହେଉନଥିବା କ୍ଷେତ୍ରରେ ଏହାକୁ ଅଣ-ଏ-ଇ କିମ୍ବା ହେପାଟାଇଟିସ ଏକ୍ସ (X) କୁହାଯାଏ । [୨] ହର୍ପିସ୍ ସିମ୍ପ୍ଲେକ୍‌ସ୍ ଭଳି ଅନ୍ୟ କେତେକ ଭୂତାଣୁମାନଙ୍କୁ ମଧ୍ୟ କାରଣରୂପେ ନିର୍ଣ୍ଣୟ କରାଯାଇଛି। [୮] ରକ୍ତ ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ | [୩]

ଟୀକାକରଣଦ୍ୱାରା ହେପାଟାଇଟିସ୍ ଏ ଏବଂ ବି ରୋକାଯାଇପାରିବ, ଉନ୍ନତ ପରିମଳ ବ୍ୟବସ୍ଥାଦ୍ୱାରା ହେପାଟାଇଟିସ୍ ଏ ଏବଂ ଇ ରୋକାଯାଇପାରିବ | [୧] [୪] ହେପାଟାଇଟିସ୍ ଏ ଏବଂ ଇ ପ୍ରାୟ ନିଜେ ଉପଶମ ହୋଇଯାଆନ୍ତି | [୨] [୧] ଦୀର୍ଘକାଳୀନ ହେପାଟାଇଟିସ୍ ସି ପାଇଁ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ କିନ୍ତୁ ମହଙ୍ଗା ହୁଏ | ଦୀର୍ଘକାଳୀନ ହେପାଟାଇଟିସ୍ ବି ପାଇଁ ଔଷଧ ମଧ୍ୟ ବ୍ୟବହୃତ ହୋଇପାରେ ଜଟିଳ ରୋଗ ଦୂର କରିବା ପାଇଁ ଯକୃତ ପ୍ରତିରୋପଣ କରାଯାଇପାରେ ।[୧]

ଦୀର୍ଘକାଳୀନ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗ ବିଶ୍ୱରେ ପ୍ରାୟ ୩୨୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ (୨୫୭ ନିୟୁତ ହେପାଟାଇଟିସ୍ ବି ଏବଂ ୭୧ ନିୟୁତ ହେପାଟାଇଟିସ୍ ସି)। [୭] [୪] ହେପାଟାଇଟିସ୍ ଏ ଏବଂ ଇ ରୋଗ ସାରା ବିଶ୍ୱରେ ସଂକ୍ରମଣ କରିଥାଏ, ଯାହା ବିକାଶଶୀଳ ଦେଶମାନଙ୍କରେ ବର୍ଷକୁ ଅତି କମରେ ୧୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ, । [୪] [୫] [୬] ଯକୃତ ପ୍ରଦାହର ଏହା ସବୁଠାରୁ ସାଧାରଣ କାରଣ | [୧] ୨୦୧୩ରେ ପ୍ରାୟ ୧.୫ ନିୟୁତ ଲୋକ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗରେ ମୃତ୍ୟୁ ବରଣ କରିଥିଲେ, ସାଧାରଣତଃ ହେପାଟାଇଟିସ୍ ବି ଏବଂ ସି କାରଣରୁ [୯] ପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆ ସର୍ବାଧିକ ପ୍ରଭାବିତ ଅଞ୍ଚଳ ଅଟେ । [୧୦] ସଂକ୍ରମଣୀୟ ହେପାଟାଇଟିସ ପ୍ରଥମେ ୧୯୪୦ରେ ନିର୍ଦ୍ଧାରିତ ହୋଇଥିଲା । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Hepatitis". medlineplus.gov. Retrieved 8 March 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "What Is Viral Hepatitis?". National Institute of Diabetes and Digestive and Kidney Diseases. NIDDK. Retrieved 8 March 2021.
  3. ୩.୦ ୩.୧ "Hepatitis Testing". medlineplus.gov. Retrieved 8 March 2021.
  4. ୪.୦ ୪.୧ ୪.୨ ୪.୩ "Global Viral Hepatitis: Millions of People are Affected | CDC". www.cdc.gov (in ଆମେରିକୀୟ ଇଂରାଜୀ). 10 February 2021. Retrieved 8 March 2021.
  5. ୫.୦ ୫.୧ ୫.୨ "Viral Hepatitis: Acute Hepatitis". 2019: 1–13. doi:10.1007/978-3-030-03535-8. {{cite journal}}: |access-date= requires |url= (help); Cite journal requires |journal= (help)
  6. ୬.୦ ୬.୧ "WHO-recommended surveillance standard of acute viral hepatitis". WHO. Retrieved 8 March 2021.
  7. ୭.୦ ୭.୧ "Hepatitis". www.who.int (in ଇଂରାଜୀ). Retrieved 8 March 2021.
  8. Kaufman, B; Gandhi, SA; Louie, E; Rizzi, R; Illei, P (March 1997). "Herpes simplex virus hepatitis: case report and review". Clinical infectious diseases : an official publication of the Infectious Diseases Society of America. 24 (3): 334–8. doi:10.1093/clinids/24.3.334. PMID 9114181.
  9. Stanaway, Jeffrey D; Flaxman, Abraham D; Naghavi, Mohsen; Fitzmaurice, Christina; Vos, Theo; Abubakar, Ibrahim; Abu-Raddad, Laith J; Assadi, Reza; Bhala, Neeraj (July 2016). "The global burden of viral hepatitis from 1990 to 2013: findings from the Global Burden of Disease Study 2013". The Lancet. 388 (10049): 1081–8. doi:10.1016/S0140-6736(16)30579-7. PMC 5100695. PMID 27394647.
  10. Stanaway, Jeffrey D; Flaxman, Abraham D; Naghavi, Mohsen; Fitzmaurice, Christina; Vos, Theo; Abubakar, Ibrahim; Abu-Raddad, Laith J; Assadi, Reza; Bhala, Neeraj; Cowie, Benjamin; Forouzanfour, Mohammad H; Groeger, Justina; Hanafiah, Khayriyyah Mohd; Jacobsen, Kathryn H; James, Spencer L; MacLachlan, Jennifer; Malekzadeh, Reza; Martin, Natasha K; Mokdad, Ali A; Mokdad, Ali H; Murray, Christopher J L; Plass, Dietrich; Rana, Saleem; Rein, David B; Richardus, Jan Hendrik; Sanabria, Juan; Saylan, Mete; Shahraz, Saeid; So, Samuel; Vlassov, Vasiliy V; Weiderpass, Elisabete; Wiersma, Steven T; Younis, Mustafa; Yu, Chuanhua; El Sayed Zaki, Maysaa; Cooke, Graham S (July 2016). "The global burden of viral hepatitis from 1990 to 2013: findings from the Global Burden of Disease Study 2013". The Lancet. 388 (10049): 1081–8. doi:10.1016/S0140-6736(16)30579-7. PMC 5100695. PMID 27394647.