ପିତ୍ତ ନଳୀ କର୍କଟ
ପିତ୍ତ ନଳୀ କର୍କଟ ବା କୋଲାଞ୍ଜିଓସାର୍କୋମା (Cholangiocarcinoma) | |
---|---|
ପିତ୍ତ ନଳୀ କର୍କଟ (Bile duct cancer) | |
![]() Micrograph of an intrahepatic cholangiocarcinoma (right of image) adjacent to benign hepatocytes (left of image). H&E stain. | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | କର୍କଟ ରୋଗ ବିଜ୍ଞାନ (Oncology) |
ଆଇସିଡ଼ି-୧୦ | C22.1 |
ଆଇସିଡ଼ି-୯-ସିଏମ୍ | 155.1, 156.1 |
ଆଇସିଡ଼ି-ଓ | ଛାଞ୍ଚ:ICDO |
ଓଏମ୍ଆଇଏମ୍ | 615619 |
ରୋଗ ଡାଟାବେସ | 2505 |
ମେଡ଼ିସିନ-ପ୍ଲସ | 000291 |
ଇ-ମେଡ଼ିସିନ | med/343 radio/153 |
Patient UK | ପିତ୍ତ ନଳୀ କର୍କଟ |
MeSH | D018281 |
ପିତ୍ତ ନଳୀ କର୍କଟ (ଇଂରାଜୀ ଭାଷାରେ Cholangiocarcinoma, also known as bile duct cancer) ଏକ କର୍କଟ ରୋଗ ଯାହା ଯକୃତରୁ ପିତ୍ତ (bile) ନିଷ୍କାସନ କରି ଅନ୍ତନଳୀରେ (small intestine) ପହଞ୍ଚାଉଥିବା ପିତ୍ତ ନଳୀର (bile duct) ଏପିଥେଲିଆଲ (epithelial) ଜୀବକୋଷରୁ ସୃଷ୍ଟି ହୁଏ । ଅନ୍ୟାନ୍ୟ ସ୍ଥାନୀୟ କର୍କଟ ରୋଗମାନଙ୍କ ମଧ୍ୟରେ ପିତ୍ତାଶୟ କର୍କଟ (gallbladder cancer) ଓ ଅମ୍ପୁଲା ଅଫ ଭାଟର (ampulla of Vater) କର୍କଟ ନାମ ଉଲ୍ଲେଖଯୋଗ୍ୟ ।
ପିତ୍ତ ନଳୀ କର୍କଟ ଏକ ଅପେକ୍ଷାକୃତ ବିରଳ ଅର୍ବୁଦ (neoplasm) ଯାହାକୁ ଆଡେନୋକାର୍ସିନୋମା (adenocarcinoma) ଶ୍ରେଣୀଭୁକ୍ତ କରାଯାଏ । ପଶ୍ଚିମ ପୃଥିବୀରେ ଏହି ରୋଗରେ ବର୍ଷକୁ ପ୍ରତି ୧୦୦,୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ,[୧] କିନ୍ତୁ ଗତ କିଛି ଦଶନ୍ଧିରେ ଏହି ରୋଗ ହାର ବୃଦ୍ଧି ପାଉଛି । [୨]
ଏହି ରୋଗରେ ଉଦର ଯନ୍ତ୍ରଣା (abdominal pain), କାମଳ, ଓଜନ ହ୍ରାସ (weight loss) ଓ ଯକୃତ କାର୍ଯ୍ୟ (liver function) ପରୀକ୍ଷାରେ ଅସାଧାରଣ ଫଳ ମିଳେ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଗଲୁ , ଜ୍ୱର ଓ ମଳ (stool) ମୂତ୍ରର (urine) ରଙ୍ଗ ପରିବର୍ତ୍ତିତ ହୋଇଯାଏ । ରକ୍ତ ପରୀକ୍ଷା (blood test), ଇମେଜିଙ୍ଗ, ଏଣ୍ଡୋସ୍କୋପି (endoscopy) ପରେ ନିର୍ଣ୍ଣୟ ନହେଲେ ଅପରେଶନ କରି ସ୍ଥାନୀୟ ତନ୍ତୁ ଆଣି ପାଥୋଲୋଜିଷ୍ଟଙ୍କ (pathologist)ଦ୍ୱାରା ଅଣୁବୀକ୍ଷଣ ଯନ୍ତ୍ରରେ (microscope) ପରୀକ୍ଷା କରି ସିଦ୍ଧାନ୍ତରେ ପହଞ୍ଚିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । ଏହାର ଜଣାଶୁଣା ସଙ୍କଟ କାରକ ମଧ୍ୟରେ ପ୍ରାଇମେରୀ ସ୍କ୍ଲେରୋଜିଙ୍ଗ କୋଲାଞ୍ଜାଇଟିସ (primary sclerosing cholangitis),[୩] ଯକୃତ ଫ୍ଲୁକ (liver fluke) ସଂକ୍ରମଣ ଜନିତ ଓପିସ୍ଥୋରକିସ ଭିଭେରିନି (Opisthorchis viverrini) ବା କ୍ଲୋନୋର୍କିସ ସାଇନେନସିସ (Clonorchis sinensis), କେତେକ ଜନ୍ମଗତ ଯକୃତ କୁରଚନା ଓ ମେଡିକାଲ ଇମେଜିଙ୍ଗରେ (medical imaging) ବ୍ୟବହୃତ ରାସାୟନିକ ଦ୍ରବ୍ୟ ଥୋରୋଟ୍ରାସ୍ଟ (Thorotrast) ସଂସ୍ପର୍ଶ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ସେ ଯାହାହେଉ ଅଧିକାଂଶ କେଶ୍ରେ କୌଣସି ସଙ୍କଟ କାରକ ଚିହ୍ନଟ ହୋଇପାରେ ନାହିଁ ।
ପିତ୍ତ ନଳୀ କର୍କଟ ଏକ ଘାତକ (lethal) ରୋଗ ଯାହା ଆରୋଗ୍ୟସାଧ୍ୟ ନୁହେଁ; ତେଣୁ ଏହା ପ୍ରଥମିକ ଅବସ୍ଥାରେ ବା ବିସ୍ତାରପ୍ରାପ୍ତ (metastases) ହେବା ପରେ ସମୂଳେ ବା ଆଂଶିକ (removed by surgery) ଅପରେଶନ କରି ବାହାର କରିବାକୁ ପଡ଼େ । ଅପରେଶନ ବ୍ୟତୀତ ଏହାର ଅନ୍ୟ କୌଣସି ଚିକିତ୍ସା ଉପଲବ୍ଧ ନାହିଁ; କିନ୍ତୁ ରୋଗୀ ସାକ୍ଷାତ କରିବାକୁ ଆସିବା ବେଳକୁ ରୋଗ ଉଚ୍ଚ ସ୍ତରକୁ (advanced stage) ଚାଲିଯାଇଥାଏ ଓ ଅପରେଶନ କରିବା ଅବସ୍ଥାରେ ମଧ୍ୟ ନଥାଏ । ତେଣୁ ଏହି ରୋଗ କେମୋଥେରାପି (chemotherapy), ରାଡିଏସନ ଥେରାପି (radiation therapy) ଓ ଅନ୍ୟାନ୍ୟ ସାହାଯ୍ୟକାରୀ ଯତ୍ନ (palliative care) ସହାୟତାରେ ଚିକିତ୍ସା କରାଯାଏ । ଅପରେଶନ ପରେ ମଧ୍ୟ ଏହି ଅଧିକ ଚିକିତ୍ସାର (additional) ସାହାଯ୍ୟ ନିଆଯାଏ ।
ଚିହ୍ନ ଓ ଲକ୍ଷଣ[ସମ୍ପାଦନା]
ଆରମ୍ଭରେ ସାଧାରଣତଃ ଯକୃତ କାର୍ଯ୍ୟ ପରୀକ୍ଷା (liver function tests) କଲେ ସଠିକ ଫଳ ମିଳେନାହିଁ । ପିତ୍ତନଳୀ ଅବରୋଧ ଯୋଗୁ ହଳଦିଆ ରର୍ମ, ଗଲୁ (generalized itching) (୬୬%), ଓଜନ ହ୍ରାସ (weight loss) (୩୦%-୫୦%), ଉଦର ଯନ୍ତ୍ରଣା (abdominal pain ) (୩୦%ରୁ ୫୦%), ଜ୍ୱର (୨୦% ପର୍ଯ୍ୟନ୍ତ) ଓ ମଳ ମୂତ୍ରର ରଙ୍ଗ ପରିବର୍ତ୍ତନ ହୋଇଯାଏ ।[୪][୫] ଲକ୍ଷଣ ଗୁଡ଼ିକ କର୍କଟର ସ୍ଥାନ ଉପରେ ନିର୍ଭର କରେ; ଯକୃତ ବାହାରେ ଥିବା ପିତ୍ତନଳୀର କର୍କଟରେ କାମଳ ସମ୍ଭାବନ ରହେ, ଯକୃତ ଭିତରେ ଥିଲେ କାମଳ ବିହୀନ ଯନ୍ତ୍ରଣା ହୁଏ ।[୬]
ଆଧାର[ସମ୍ପାଦନା]
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Bile duct cancer: cause and treatment
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.