Jump to content

ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍

ଉଇକିପିଡ଼ିଆ‌ରୁ
Primary biliary cholangitis
Primary biliary cirrhosis
Micrograph of PBC showing bile duct inflammation and injury.
ବିଭାଗGastroenterology
ଲକ୍ଷଣTiredness, itching, yellowish skin and eyes[]
ଆକ୍ରାନ୍ତ ସମୟMiddle-aged women[]
ଅବଧିLong term[]
କାରଣAutoimmune disease[]
ବିପଦ କାରକFamily history, other autoimmune diseases[]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, liver biopsy[]
ସଠିକ ରୋଗ ନିର୍ଣ୍ଣୟAutoimmune hepatitis, primary sclerosing cholangitis, non-alcoholic steatohepatitis[]
ଚିକିତ୍ସାUrsodeoxycholic acid, obeticholic acid, liver transplant[]
ପୁନଃପୌନିକ1 in 2,500–52,000 people[]
Patient UKPrimary biliary cholangitis

ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍ ( ପିବିସି ), (ଇଂରାଜୀ ଭାଷା)ରେ Primary biliary cholangitis/ PBC ଯାହା ପୂର୍ବରୁ ପ୍ରାଥମିକ ବିଲିଆରି ସିରୋସିସ୍ ଭାବରେ ଜଣାଶୁଣା ଥିଲା) ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଏକ ଅଟୋମ୍ୟୁମ୍ୟୁନ ରୋଗ ଅଟେ | [] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କା, ଗଲୁ, ଏବଂ ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା | [] ଏହି ରୋଗ ଦଶନ୍ଧି ଧରି ଖରାପ ଦିଗକୁ ଗତି କରିପାରେ ।[] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଉଚ୍ଚ ରକ୍ତ କୋଲେସ୍ଟେରଲ, ଏବଂ ମେଦ ଦ୍ରବଣୀୟ ଭିଟାମିନ ଅଭାବ ଦେଖାଯାଏ ।[]

ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | [] ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ।[] ରୋଗ ନିର୍ଣ୍ଣୟ ପ୍ରାୟତଃ ରକ୍ତ ପରୀକ୍ଷା ଉପରେ ଆଧାରିତ ହୁଏ, ଯେପରିକି ଆଣ୍ଟି-ମାଇଟୋକଣ୍ଡ୍ରିଆଲ୍ ଆଣ୍ଟିବଡି ଏବଂ ଆଲାକାଲାଇନ ଫସଫାଟେଜ ବା କ୍ଷାରୀୟ ଫସଫାଟେଜ୍ କିମ୍ବା ଆବଶ୍ୟକ ସ୍ଥଳେ ଯକୃତ ବାୟୋପ୍ସି କରାଯାଏ ।[]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଉର୍ସୋଡିଅକ୍ସିକୋଲିକ ଏସିଡ (ursodeoxycholic acid (UDCA) ଦିଆଯାଏ ଯାହା ରୋଗର ପ୍ରଗତିକୁ ମନ୍ଥର କରିଥାଏ | [] ଓବେଟିକୋଲିକ୍ ଏସିଡ୍ (OCA) ମଧ୍ୟ ବ୍ୟବହୃତ ହୋଇପାରେ | []ଜଟିଳତା ଥିଲେ ତାହାର ପରିଚାଳନା ନିମନ୍ତେ ପ୍ରୟାସ କରାଯାଏ | [] ଯକୃତ ବିଫଳତା ସୃଷ୍ଟି ହୋଇଥିଲେ ଯକୃତ ପ୍ରତିରୋପଣ କରାଯାଇପାରେ | []

ପିବିସି ପ୍ରାୟ ୨୫୦୦ରୁ ୫୨୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ | [] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୯ ଗୁଣ ଅଧିକ ହୋଇଥାଏ।[] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଲୋକମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [] ଏହାକୁ ଅତି କମରେ ୧୮୫୧ ମସିହାରୁ ବର୍ଣ୍ଣନା କରାଯାଇଛି ଏବଂ ୧୯୪୯ ମସିହାରେ ଏହାର ନାମ "ପ୍ରାଥମିକ ବିଲିୟାରି ସିରୋସିସ୍" ରଖାଯାଇଥିଲା।[] [୧୦] ଯେହେତୁ ଏହି ରୋଗରେ ସିରୋସିସ୍ ଦେଖାଯାଏ ତେଣୁ ଏହାର ନୂତନ ନାମକରଣ ସନ ୧୯୧୪ରେ "ପ୍ରାଥମିକ ବିଲିୟାରି କୋଲାଙ୍ଗାଇଟିସ୍"କୁ ପରିବର୍ତ୍ତନ କରାଯାଇଥିଲା। [୧୧]  

  1. "Primary Biliary Cholangitis". NORD (National Organization for Rare Disorders). Retrieved 11 February 2021.
  2. 1 2 3 4 Pandit, S; Samant, H (January 2020). "Primary Biliary Cholangitis". PMID 29083627. {{cite journal}}: Cite journal requires |journal= (help)
  3. 1 2 3 4 5 6 7 8 "Definition & Facts of Primary Biliary Cholangitis (Primary Biliary Cirrhosis) | NIDDK". National Institute of Diabetes and Digestive and Kidney Diseases. Retrieved 12 February 2021.
  4. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. "Primary Biliary Cholangitis". NORD (National Organization for Rare Disorders). Retrieved 12 February 2021.
  6. 1 2 3 4 5 "Primary biliary cholangitis". rarediseases.info.nih.gov. Retrieved 12 February 2021.
  7. 1 2 Boonstra K, Beuers U, Ponsioen CY (2012). "Epidemiology of Primary Sclerosing Cholangitis and Primary Biliary Cirrhosis: A Systematic Review". Journal of Hepatology. 56 (5): 1181–1188. doi:10.1016/j.jhep.2011.10.025. PMID 22245904.
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. Dauphinee, James A.; Sinclair, Jonathan C. (July 1949). "Primary Biliary Cirrhosis". Canadian Medical Association Journal. 61 (1): 1–6. PMC 1591584. PMID 18153470.
  10. Saeian, Kia; Shaker, Reza (2016). Liver Disorders: A Point of Care Clinical Guide (in ଇଂରାଜୀ). Springer. p. 253. ISBN 978-3-319-30103-7.
  11. Tazuma, Susumu; Takikawa, Hajime (2016). Bile Acids in Gastroenterology: Basic and Clinical (in ଇଂରାଜୀ). Springer. p. 110. ISBN 978-4-431-56062-3.