କୃଷ୍ଣ ବେଉରା
କୃଷ୍ଣ ବେଉରା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ବୃତ୍ତି | ପ୍ରଚ୍ଛଦପଟ୍ଟ ଗାୟକ |
ସକ୍ରିୟ ବର୍ଷ | ୨୦୦୪-ଏବେଯାଏଁ |
ପ୍ରସିଦ୍ଧି | ସଙ୍ଗୀତ |
ବୈବାହିକ-ସାଥୀ | ସୁନିତା ସିଙ୍ଘା ବେଉରା |
ଜୀବନସାଥୀ | ସୁନିତା ସିଙ୍ଘା ବେଉରା |
ସନ୍ତାନ | ଅସ୍ମି ବେଉରା |
ପିତାମାତା | ଦିବଙ୍ଗତ ଇନ୍ଦ୍ରମଣି ବେଉରା,ସୁଷମା ବେଉରା |
ୱେବସାଇଟ | କୃଷ୍ଣ ବେଉରା.କମ୍ |
କୃଷ୍ଣ ବେଉରା ହେଉଛନ୍ତି ବଲିଉଡ ଚଳଚ୍ଚିତ୍ର ଓ ଓଡ଼ିଆ କଥାଚିତ୍ର ଜଗତର ସୁପରିଚିତ ପ୍ରଚ୍ଛଦପଟ୍ଟ ଗାୟକ । [୧] ସେ "ମୌଲା ମେରେ ଲେଲେ ମେରି ଜାନ" (ଚକ୍ ଦେ ଇଣ୍ଡିଆ), "ରବ୍ୱା" (ମୁସାଫିର୍), ଏବଂ "ସୋଣିଓ" (ରାଜ୍-୨) ଗୀତ ପାଇଁ ସାରା ଭାରତରେ ପରିଚିତ । ୨୨ ଗୋଟି ଭାଷା ସହିତ ନିଜ ମାତୃଭାଷା ଓଡ଼ିଆରେ ସେ ଗୀତ ଗାଇଛନ୍ତି । [୨]
କର୍ମଜୀବନ
[ସମ୍ପାଦନା]କୃଷ୍ଣ ବେଉରାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଜଗତ (ବଲିଉଡ଼)ରେ ଗାଇବାକୁ ପ୍ରଥମେ ସୁଯୋଗ ଦେଇଥିଲେ ପ୍ରଖ୍ୟାତ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ । ସେ କେବଳ କୃଷ୍ଣ ବେଉରାଙ୍କ ଗାଇବା ଶୈଳିକୁ ପସନ୍ଦ କରିନଥିଲେ, ତାଙ୍କୁ ଚାରୋଟି ହିନ୍ଦୀ କଥାଚିତ୍ରରେ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ । ସେଗୁଡିକ ହେଲା "ରୁଦ୍ରାକ୍ଷ"(ଇସ୍କ ଖୁଦାଇ),"ମୁସାଫିର୍"(ରବ୍ୱା), "ରକ୍ତ"(ସଚ୍ ହେ ସଚ୍ ହେ ୟେ), "ଦିବାର"(ଅଲି ଅଲି) । [୩] ତା' ପରେ କୃଷ୍ଣା ବେଉରା ପ୍ରଛଦପଟ୍ଟ ଗାୟକ ଭାବରେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଭିନ୍ନ ଭିନ୍ନ ପ୍ରକାରର ଲୋକପ୍ରିୟ ଗୀତ ଗାଇ ଚାଲିଛନ୍ତି ।
୨୦୦୮ ମସିହାରେ ସେ ନିଜର ପ୍ରଥମ ଆଲ୍ବମ୍ "ଇସ୍କ୍ ଗଲି ନା ଯଇଓ" ଆଠଟି ଗୀତ ସହିତ ମୁକ୍ତିଲାଭ କରିଥିଲେ । [୪].
୨୦୧୦ ମସିହାରେ ଲୋକପ୍ରିୟ ଭାରତୀୟ ରକ୍ ବ୍ୟାଣ୍ଡ "ବନ୍ଦିସ"ର ମିଳିତ ସହଯୋଗରେ ଦ୍ୱିତୀୟ ଆଲ୍ବମ୍ ମୁକ୍ତିଲାଭ କରିଥିଲେ । [୫]
ମୁମ୍ବାଇ ଆସିବା ପୂର୍ବରୁ ସେ ସଂଯୁକ୍ତ ଆରବ ପ୍ରଦେଶ(UAE)ସ୍ଥିତ ଏକ ଘରୋଇ ରେଡିଓରେ ରେଡିଓ ଜକି ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।
ବ୍ୟକ୍ତିଗତ ଜୀବନ ଓ ବାସସ୍ଥାନ
[ସମ୍ପାଦନା]କୃଷ୍ଣ ବେଉରାଙ୍କ ନିଜଘର ହେଉଛି କୁସୁପାଙ୍ଗି, ବାଙ୍କି, କଟକରେ କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି । ପିତା ଇନ୍ଦ୍ରମଣି ବେଉରା ଭାରତୀୟ ବାୟୁସେନାରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସହର ପରିଭ୍ରମଣ କରିଛନ୍ତି । ସେ ୧୧ ବର୍ଷ ଚଣ୍ଡୀଗଡ଼ରେ ରହିଥିଲେ । ସେ "ଜି ଜି ଡି ଏସ୍ ଡି" କଲେଜ, ସେକ୍ଟର ୩୨, ଚଣ୍ଡୀଗଡ଼ରୁ ସ୍ନାତକ ଏବଂ ଡିପାର୍ଟମେଣ୍ଟ ଅଫ୍ ଇଣ୍ଡିଆନ୍ ଥିଏଟର, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମା' ସୁଷମା ବେଉରା ଚାହୁଁଥିଲେ କୃଷ୍ଣ ବେଉରା ଜଣେ ବୈମାନିକ (ପାଇଲଟ), ଯନ୍ତ୍ରୀ (ଇଞ୍ଜିନିୟର) କିମ୍ବା ଡାକ୍ତର ହେବା ପାଇଁ ।
ଗାଇବା ଶୈଳି
[ସମ୍ପାଦନା]କୃଷ୍ଣ ବେଉରା ସୁଫି ଘରାନାରେ ଗାୟନ କରନ୍ତି ।
ଚଳଚ୍ଚିତ୍ର ଜଗତକୁ ଅବଦାନ
[ସମ୍ପାଦନା]ବଲିଉଡ୍
[ସମ୍ପାଦନା]- "ଦିଲ୍ କାଞ୍ଚ୍ ସା" (ହେଟ୍ ଷ୍ଟୋରି) (୨୦୧୨)
- "ସାହ୍ କା ରୁତ୍ବା" (ଅଗ୍ନିପଥ) (୨୦୧୨)
- "ମେରେ ବ୍ରଦର୍ କି ଦୁଲ୍ହନ୍" (ମେରେ ବ୍ରଦର୍ କି ଦୁଲ୍ହନ୍) (୨୦୧୧)
- "ଚସକା" (ବଦ୍ମାସ୍ କମ୍ପାନି)
- "ମୌଲା ମେରେ ଲେଲେ ମେରି ଜାନ୍" (ଚକ୍ ଦେ ଇଣ୍ଡିଆ)
- "ରବ୍ୱା" (ମୁସାଫିର)
- "ମେଁ ଜାଁହା ରହୁଁ" (ମେରେ ବ୍ରଦର୍ କି ଦୁଲ୍ହନ୍)
- "ସୋଣିଓ" (ରାଜ୍ ୨)
- "ହର୍ ସାଂସ୍" (ଜିନ୍ଦା)
- "ଇନ୍ସାଃ ଆଲାଃ" (ବେଲ୍କମ୍)
- "ସଚ୍ ହେ ସଚ୍ ହେ ୟେ" (ରକ୍ତ)
- "ଜନତ୍ ହେୟେ ଜମିନ୍" (ରକ୍ତ)
- "ମେରେ ସାଥ୍ ଚଲ୍ତେ ଚଲ୍ତେ" (ହମ୍ କୋ ଦିବ୍ୱାନା କର୍ ଗୟେ)
- "ଫର୍ ୟୋର୍ ଆୟେଜ୍ ଓନ୍ଲି" (ହମ୍ କୋ ଦିବ୍ୱାନା କର୍ ଗୟେ)
- "ଜୟ ହେ ଜୟ ହେ " (ଜୁମ୍ବୋ)
- "ଲାଖୋ କରୋଡୋ ମେଁ କୋଇ ଲେତା ହେଁ ରିସ୍କ୍" (ରିସ୍କ)
- "ଖତା ନହିଁ" (ଆଇ ପ୍ରାଉଡ୍ ଟୁ ବି ଆନ୍ ଇଣ୍ଡିଆନ୍)
- "ରବ୍ୱି" (ଜିନ୍ଦେଗି ରକ୍ସ୍)
- "ଜାନେ କେ ଜାନେ ନା" (ଜାନ୍ ଏ ମନ୍)
- "ଇସ୍କ୍ ଖୁଦାଇ" (ରୁଦ୍ରାକ୍ଷ)
- "କୋସିସ୍ କୋସିସ୍" (ଲେଟ୍ସ୍ ଡ୍ୟାନ୍ସ)
- "ତୁ ହେ ରବ୍ ମେରା" (ଯୁଗାଡ)
- "ସୋନ୍ ତିତରିୟା" (ଅମଲା ପଗଲା ଦିବାନା)
- "ଆପକି କସିସ୍" (ଆଶିକ୍ ବନାୟା ଆପନେ)
ଆଞ୍ଚଳିକ କଥାଚିତ୍ର
[ସମ୍ପାଦନା]- "ମା ଖୋଜେ ମମତା" ମା ଖୋଜେ ମମତା (୨୦୧୧)
- "ପ୍ରେମ ଆସେ ଥରେ ଜୀବନ ରେ"/"ସମୟର ଖେଳ" ମୁଁ ପ୍ରେମି ମୁଁ ପାଗଳ (୨୦୧୧)
- "ମୁଁ ଓଡ଼ିଆ ପୁଅ" କିଏସେ ଡାକୁଛି କୋଉଠି ମତେ (୨୦୧୧)
- "ବେଳର ଦରଦ" ତତେ ଭଲ ପାଉଛି ବୋଲି (୨୦୧୧)
- "ବେଳେ ବେଳେ ଜୀବନ ବି" ମୋଷ୍ଟ ୱାଣ୍ଟେଡ଼ (୨୦୧୧)
- "ତୋର ମୋର ଦେଖା ହବ ଆର ଜନମରେ" ଦିୱାନା(୨୦୧୦)
- "ମତେ ପ୍ରେମର ଯାହାର ପିଆଇ ଦେ"ପ୍ରେମରୋଗୀ(୨୦୦୯)
- "ଲାଗେ ଏକା ଏକା" ଅଭିମନ୍ୟୁ (୨୦୦୯)
- "ମୋ କଥା ଶୁଣି ଯା" ଡ୍ରିମ୍ ଗାର୍ଲ (୨୦୦୯)
- "କୁଛ୍ କୁଛ୍ ଅଣ୍ଡୀଦେ" ରାଜ୍ ଦି ସୋ ମ୍ୟାନ୍ (କନ୍ନଡ ଚଳଚ୍ଚିତ୍ର)
- "ରୁମୁ ବ୍ରାଣ୍ଡି ହୁଇସ୍କି ଗିନୁ" ହାଉସ୍ ଫୁଲ୍ (କନ୍ନଡ ଚଳଚ୍ଚିତ୍ର)
- "ସାରିୟେନୋ" ମନ୍ଦହାସ (କନ୍ନଡ ଚଳଚ୍ଚିତ୍ର)
- "କତ୍ରା ମିଲା ସମନ୍ଦର୍ ମେଁ" ରାଜ୍ ଦି ସୋ ମ୍ୟାନ୍ (ପଞ୍ଜାବୀ ଚଳଚ୍ଚିତ୍ର)
- "ରାଉଁକନ୍ ସାଉଁକନ୍" ସତ୍ ଶ୍ରୀ ଆ କାଲ୍ (ପଞ୍ଜାବୀ ଚଳଚ୍ଚିତ୍ର)
ଆଲ୍ବମ୍
[ସମ୍ପାଦନା]ଆଲ୍ବମ୍ | ଲେବୁଲ୍ |
---|---|
ଇସ୍କ୍ ଗଲି ନା ଜୈଓ | ଟିପ୍ସ |
ନୀଳ ନୟନା | ଦାରୁବ୍ରହ୍ମ ପ୍ରଡକସନ୍ |
ତମ କଥା ମନେ ପଡେ | ସନ୍ ମ୍ୟୁଜିକ୍ |
ମାନସମ୍ମାନ, ପୁରସ୍କାର ଓ ମନୋନୟନ
[ସମ୍ପାଦନା]- ୨୦୧୧ : ଷ୍ଟାରଡଷ୍ଟ ପୁରସ୍କାର - ମୌଲା ମେରେ ମୌଲା (ଚକ୍ ଦେ ଇଣ୍ଡିଆ) । [୬]
ସାକ୍ଷାତକାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Orissa boy rocks Mumbai music industry Archived 2012-04-05 at the Wayback Machine.. Times of India. Mar 29, 2009
- ↑ "Krishnography". Archived from the original on 2015-12-19. Retrieved 2011-12-29.
- ↑ "articles.timesofindia.indiatimes.com/2009-03-29/bhubaneswar/28040135_1_orissa-music-industry-sufi-songs".
{{cite web}}
: Missing or empty|url=
(help) - ↑ "Ishq Gali Na Jaiyo".
- ↑ "Bandish collaborates with Pete Lockett for second album".
- ↑ "Krishna Beura to Rock Bay Area".
- ↑ ""Singing for Mr. Rahman is just like a pilgrimage…"".
ବାହାର ଲିଙ୍କ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Krishna Beura