କୁମ୍ଭେଶ୍ୱର ମନ୍ଦିର

Coordinates: 27°40′36″N 85°19′33″E / 27.67667°N 85.32583°E / 27.67667; 85.32583
ଉଇକିପିଡ଼ିଆ‌ରୁ
କୁମ୍ଭେଶ୍ୱର ମନ୍ଦିର
कुम्भेश्वर मन्दिर
କୁମ୍ଭେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictLalitpur
ଦେବାଦେବୀShiva
FestivalsJanai Purnima, Shivaratri, Teej, Bala Chaturdashi etc.
Location
ସ୍ଥାନKathmandu
StateBagmati
CountryNepal
କୁମ୍ଭେଶ୍ୱର ମନ୍ଦିର is located in Kathmandu Valley
କୁମ୍ଭେଶ୍ୱର ମନ୍ଦିର
Location in Kathmandu
ଭୌଗଳିକ ଅବସ୍ଥିତି27°40′36″N 85°19′33″E / 27.67667°N 85.32583°E / 27.67667; 85.32583
Architecture
TypePagoda
King Jayasthiti Malla
Completed1392
Specifications
Temple(s)3
Monument(s)5

An article related to
ହିନ୍ଦୁ ଧର୍ମ

Hinduism

Hinduଇତିହାସ

Portal:Hinduism

Hinduism Portal
Hindu Mythology Portal

କୁମ୍ଭେଶ୍ୱର ମନ୍ଦିର (ନେପାଳୀ: कुम्भेश्वर मन्दिर) ପଟନ ଦରବାର ଛକର (Patan Durbar Square) ୨୦୦ ମିଟର ଉତ୍ତରକୁ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଚଉଦ’ଶ ଶତାବ୍ଦୀରେ (ପ୍ରାୟ ୧୩୯୨) ରାଜା ଜୟସ୍ଥିତି ମଲ୍ଲ ନିର୍ମାଣ କରେଇଥିବା ଏହି ମନ୍ଦିର ପଟନର (Patan|) ସବୁଠାରୁ ପୁରୁଣା ମନ୍ଦିର । ଏହା ଦୁଇଟି ୫ ମହଲା ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ, ଅନ୍ୟଟି ଭକ୍ତପୁରର ନ୍ୟାଟାପୋଲା ମନ୍ଦିର । ସୁନ୍ଦର ଅନୁପାତ ଓ କାଷ୍ଠକଳା ସମ୍ପନ୍ନ ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଯେହେତୁ ନନ୍ଦୀ ପ୍ରତିମୂର୍ତ୍ତି ମନ୍ଦିରକୁ ମୁଖ କରି ରହିଛି ।[୧]

ମନ୍ଦିର ପରିସର[ସମ୍ପାଦନା]

କୁମ୍ଭେଶ୍ୱର ମନ୍ଦିର ପରିସରରେ ଥିବା ଏକାଧିକ ମନ୍ଦିରମାନଙ୍କ ନାମ ଯଥାକ୍ରମେ ବଗଲାମୁଖୀ ମନ୍ଦିର ଓ ଉଲମାନ୍ତ ଭୈରବ ମନ୍ଦିର ସହିତ ଦୁଇଟି ଛୋଟ ପୁଷ୍କରିଣୀ ଅଛି । ଏକ ଲୋକପ୍ରିୟ ମତ ଅନୁସାରେ ଏହି ପୋଖରୀକୁ କାଠମାଣ୍ଡୁଠାରୁ ୪୩ କିମି ଦୂରରେ ଥିବା ଗୋସେଇଁ କୁଣ୍ଡରୁ ଜଳ ଆସୁଛି । ତେଣୁ ଜନୈ ପୂର୍ଣିମା ଭଳି ଶୁଭ ଦିନରେ ଏଠାରେ ସ୍ନାନ କଲେ ଗୋସେଇଁ କୁଣ୍ଡରେ (Gosainkunda) ସ୍ନାନ କରିବା ସହ ସମାନ ମାନ୍ୟତା ଦିଆଯାଏ ।[୨]

କୁମ୍ଭେଶ୍ୱର ମନ୍ଦିର ସମ୍ମୁଖରେ ଶିବଙ୍କ ବାହନ ନନ୍ଦୀ ଆଣ୍ଠେଇ ରହିଛି । ସୁଉଚ୍ଚ ଛାତ ସ୍ତର ପାଞ୍ଚ ମହଲା ଉପରେ ପଡ଼ିବା ଭଳି ମନେହୁଏ ।

କୁମ୍ଭେଶ୍ୱରରୁ ଲଲିତପୁର ନାମକରଣ ରହସ୍ୟ[ସମ୍ପାଦନା]

ପତନ ନାମକରଣ ବିଷୟରେ ଦୁଇଟି କାହାଣୀ ଅଛି । କାଠମାଣ୍ଡୁରୁ କୁଷ୍ଠ ରୋଗଗ୍ରସ୍ତ ଜଣେ କୃଷକ ଏହି ସ୍ଥାନକୁ ଆସିଥିଲେ ତାଙ୍କର ଗାଈମାନଙ୍କୁ ଭଲ ଘାସ ଦେବାକୁ ଯାହା ଏଠାରେ ପ୍ରଚୁର ମିଳୁଥିଲା । ଦିନେ ଠେଙ୍ଗକୁ ଭୂମିରେ ପିଟିଲା ବେଳେ ଗୋଟିଏ ଜଳ ଉତ୍ସ ଦେଖିଲେ । ସେହି ସନ୍ଧ୍ୟାରେ ସେ ଯାଉ ଯାଉ ରାଜା ଆସୁଥିବା ଦେଖିଲେ । କୁଷ୍ଠ ରୋଗୀଙ୍କ ପାଇଁ ସେତେବେଳର ପ୍ରଥା ଅନୁସାରେ ନିଜେ ରାସ୍ତାରୁ ଦୂରକୁ ଯାଇ ରାଜାକୁ ବାଟ ଛାଡ଼ିଦେଲେ । ରାଜା କିନ୍ତୁ ତାଙ୍କ ଦେହରେ ରୋଗର କୌଣସି ଲକ୍ଷଣ ନ ଥିବା ଦେଖି ତାଙ୍କୁ ଲଲିତ ନାମ ଦେଲେ, କାରଣ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କୃଷକଠାରୁ ସମସ୍ତ ବୃତ୍ତାନ୍ତ ଶ୍ରବଣ କରି ସେ ଉକ୍ତ ସ୍ଥାନକୁ ଲଲିତପୁର ନାମକରଣ କରିଥିଲେ । ଅନ୍ୟ ଏକ କାହାଣୀ ଅନୁସାର ଜଣେ ବ୍ୟକ୍ତି ତାର ଏକ କୁମ୍ଭ ହଜେଇ ଦେଇଥିଲା ଓ ପରେ କୁମ୍ଭେଶ୍ୱରରେ ତାହାକୁ ପାଇଲା ।[୩]

କାହାଣୀର ସତ୍ୟତା ଅଜଣା ଥିଲେ ମଧ୍ୟ ତାହା ଆଲୋଚନା ସାପେକ୍ଷ । ହିମାଳୟରୁ ଏକ ଜଳ ଉତ୍ସ ଏଠାକୁ ଆସି ଗୋସେଇଁକୁଣ୍ଡ ହୋଇଛି । ସେଥିଯୋଗୁ ମଧ୍ୟ ଏହାର ନାମକରଣ ହୋଇଥାଇପାରେ ।

ଗ୍ୟାଲେରି[ସମ୍ପାଦନା]

ବଗଳାମୁଖୀ ମନ୍ଦିର ପ୍ରାଙ୍ଗଣରେ ଥିବା ଚିତ୍ର ସମୂହ

ଆଧାର[ସମ୍ପାଦନା]

  1. "Kumbheshwor Temple, Kathmandu - Patan". Radha.name. Retrieved 2016-12-31.
  2. Water Conduits in the Kathmandu Valley (2 vols.) by Raimund O.A. Becker-Ritterspach, ISBN 9788121506908, Published by Munshiram Manoharlal Publishers Pvt. Ltd., New Delhi, India, 1995
  3. "Kumbeshwar Temple Complex in Patan City". Thelongestwayhome.com. 2016-06-20. Retrieved 2016-12-31.