ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) | |
---|---|
ଲେଖକ | ସୂର୍ଯ୍ୟ ଦେଓ |
ଚିତ୍ରକର | ସୁଶୀଳ ପୁହାଣ |
ମଲାଟ ଚିତ୍ରକର | ସୁଶୀଳ ପୁହାଣ |
ଭାଷା | ଓଡ଼ିଆ |
ବିଷୟ | ସିନେମା ସଂଗୀତ |
ବିଭାଗ | ସିନେମା |
ପ୍ରକାଶକ | ସୃଜନ, ଭୁବନେଶ୍ୱର, ଓଡ଼ିଶା |
ପ୍ରକାଶ ତାରିଖ | ୨୦୧୪ |
ଓଡ଼ିଆ ସଂସ୍କରଣର ପ୍ରକାଶ ତାରିଖ | ୨୦୧୫ ମସିହାରେ ମେ ୨୩ ତାରିଖ |
ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯) ୨୦୧୫ରେ ପ୍ରକାଶିତ ଏକ ଓଡ଼ିଆ ବହି । ଏଥିରେ ୧୯୩୬ରୁ ୧୯୬୯ ଭିତରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସଂଗୀତ ସଂକଳିତ । ଏହା ସାମ୍ବାଦିକ ଓ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓଙ୍କଦ୍ୱାରା ସଂକଳିତ । ଏଥିରେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ସଙ୍ଗୀତ ସହ ସେସବୁର ବିବରଣୀ, ସଂଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ରହିଛି ।[୧]ଏହା ଓଡ଼ିଶାର ଭୁବନେଶ୍ୱରସ୍ଥିତ ସୃଜନଦ୍ୱାରା ୨୦୧୫ ମସିହାରେ ମେ ୨୩ ତାରିଖରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ମନୋଜ ଦାସ, ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, କୃଷ୍ଣପ୍ରସାଦ ବସୁ ଆଦି ଓଡ଼ିଆ ଲେଖକଙ୍କ ରଚନା ସ୍ଥାନୀତ ହୋଇଥିବା ଗୀତ ରହିଛି ।
ସଂକଳନ
[ସମ୍ପାଦନା]ଏହି ବହିର ସଂକଳନ ପାଇଁ ଗ୍ରାମୋଫୋନ ରେକର୍ଡ଼ରେ ୭୮ ଆରପିଏମ (78 RPM shellac)ରେ ଥିବା ଗୀତ, ସିନେମାର ଫିଲ୍ମ ଓ କେତେକ ବ୍ୟକ୍ତିଗତ ସଂରକ୍ଷଣରୁ ଗୀତସବୁ ଉଦ୍ଧାର କରାଯାଇଛି । ସପ୍ତଶଯ୍ୟା କଥାଚିତ୍ରର କୌଣସି ରେକର୍ଡ଼ ଉପଲବ୍ଧ ହେଉନଥିବାରୁ ଏହାର ସଂଗୀତକାର ଉଦୟନାଥ ସାହୁଙ୍କଦ୍ୱାରା ଗୀତସବୁ ଆଉଥରେ ବୋଲାଯାଇ ତାହା ଲେଖାଯାଇଥିଲା ।
ଆଧାର
[ସମ୍ପାଦନା]ଅଧିକ ପଠନ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |