କୃଷ୍ଣପ୍ରସାଦ ବସୁ

ଉଇକିପିଡ଼ିଆ‌ରୁ
କୃଷ୍ଣପ୍ରସାଦ ବସୁ‌
Born(1894-10-21)୨୧ ଅକ୍ଟୋବର ୧୮୯୪
କୁଆଁସପୁର, ଯାଜପୁର ଜିଲ୍ଲା
Died୧୮ ଅଗଷ୍ଟ ୧୯୬୮(1968-08-18) (ବୟସ ୭୩)

କୃଷ୍ଣପ୍ରସାଦ ବସୁ‌ (୨୧ ଅକ୍ଟୋବର ୧୮୯୪ - ୧୮ ଅଗଷ୍ଟ ୧୯୬୮) ଜଣେ ଲେଖକ, ଗାୟକ ଓ ସଙ୍ଗୀତଜ୍ଞ ଥିଲେ ।[୧] ତାଙ୍କର ଜନ୍ମସ୍ଥାନ କୁଆଁସରପୁର, ଯାଜପୁର । ସେ କବିମଞ୍ଜୁଳ ଉପାଧିରେ ଭୂଷିତ ହୋଇଥିଲେ ।

ଅବଦାନ[ସମ୍ପାଦନା]

ଯାତ୍ରା ନାଟକ, ଗୀତ, ପାଲା, ଉପଯୋଗୀ ଖଣ୍ଡକାବ୍ୟ,ଉପନ୍ୟାସ, ଗଳ୍ପ ଓ ଅନ୍ୟାନ୍ୟ ଗଦ୍ୟ ରଚନାରେ କବିମଞ୍ଜୁଳଙ୍କ ପାରଦର୍ଶିତା ରହିଥିଲା । ସେ ଥିଲେ ସଂଗୀତ ଶିଳ୍ପୀ, ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ମଧ୍ୟ । ଯାଜପୁରରେ 'ବିରଜା ଅପେରା’, ଭଦ୍ରକରେ ‘ ଶ୍ୟମସୁନ୍ଦର ଥିଏଟର', ବ୍ରହ୍ମପୁରରେ ' ନାଟ୍ୟମନ୍ଦିର’ ଓ ବସ୍ତାରେ ‘ ବାସନ୍ତୀ ଥିଏଟର’ର ପ୍ରତିଷ୍ଠାତା ଅଟନ୍ତି। ‘ସଂଗୀତ ଫୁଲହାର’, ‘ପ୍ରସାଦ ଗୀତାବଳୀ', 'ଅଳକାନନ୍ଦା’, ‘ପ୍ରସାଦ ପଦ୍ୟାବଳୀ’ ଓ ‘ପରିକଳ୍ପନା’ ଆଦି ଗୀତିଗ୍ରନୁର ରଚୟିତା । ସେ ପାଲା ଉପଯୋଗୀ ୩୭ଟି ପୁସ୍ତକ ଲେଖିଛନ୍ତି । ନାଟକ ପାଇଁ ଗୀତ ରଚନା ସହିତ ଗ୍ରାମୋଫୋନ କମ୍ପାନି ପାଇଁ ମଧ୍ୟ ଗୀତରଚନା କରିଛନ୍ତି । ଗୀତିକବିତା ସଂଖ୍ୟା ପନ୍ଦରଶହରୁ ଉର୍ଦ୍ଧ । କବିମଞ୍ଜୁଳ ଏଚଏମଭି କମ୍ପାନିର ଓଡ଼ିଆ ବିଭାଗର ତାଲିମଦାତା ଥିଲେ । ଗୀତିକବିତା ରଚନା କ୍ଷେତ୍ରରେ କୃଷ୍ଣପ୍ରସାଦ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ‘କଲି’ ଶୈଳୀରେ ଓଡ଼ିଆ ଗୀତ ରଚନା କରିବାରେ ସେ ପ୍ରଥମ । ନିମାଇଁ ଚରଣ ହରିଚନ୍ଦନଙ୍କ ଗୀତ ରେକର୍ଡରେ ‘ଓଡ଼ିଶୀ’ ଲେଖି ପ୍ରଥମେ 'ଓଡ଼ିଶୀ’ ନାମର ପ୍ରବର୍ତ୍ତନ କରିଥିଲେ । ସେ କେବଳ ଶ୍ରୀ ଜଗନ୍ନାଥ (୧୯୫୦) ପାଇଁ ଚଳଚ୍ଚିତ୍ର ଗୀତ ରଚନା କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "ଆଜି ଜନ୍ମଦିନ". www.sambadepaper.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 18 Aug 2020. Retrieved 20 August 2020.
  2. Encyclopedia of Indian Cinema.

ଅଧିକ ତଥ୍ୟ[ସମ୍ପାଦନା]