ସୂର୍ଯ୍ୟ ଦେଓ

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟ ଦେଓ
Surya Deo is an Indian journalist and stage host from the state of Odisha
ଜନ୍ମ ଓ ଜନ୍ମସ୍ଥାନଜୁଲାଇ ୧୦
ଲୁତୁରପଙ୍କ, ସୁବର୍ଣ୍ଣପୁର
ବୃତ୍ତିକବି
ଲେଖକ
ସାମ୍ବାଦିକ
ସିନେ ସମୀକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିକାଲିପାଇଁ କାଲିର ସିନେମା
ପୁରସ୍କାରଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୨୦୨୦

ସୂର୍ଯ୍ୟ ଦେଓ ଜଣେ ଓଡ଼ିଆ ସିନେ ସମୀକ୍ଷକ, ସାମ୍ବାଦିକ ଓ ଗବେଷକ । ସେ ଓଡ଼ିଆ କଥାଚିତ୍ର ଜଗତ ଉପରେ ଐତିହାସିକ ଗବେଷଣା କରିଛନ୍ତି । ୨୦୨୦ ମସିହାରେ ପ୍ରକାଶିତ ତାଙ୍କ ରଚିତ ପୁସ୍ତକ କାଲିପାଇଁ କାଲିର ସିନେମା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସିନେମା ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ଭାବେ ବିବେଚିତ ହୋଇଛି ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୂର୍ଯ୍ୟ ଦେଓ ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କଠାରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ସେ ସଙ୍ଗୀତ ଓ କଳା ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କ ଜେଜେମା ଜଣେ ଛାନ୍ଦ ଗାୟିକା ଥିଲେ, ତେଣୁ ସେ କଥାଚିତ୍ରର ସଙ୍ଗୀତ ଓ ଏହାର ଇତିହାସକୁ କାଗଜରେ ଲିପିବଦ୍ଧ କରି ରଖିବାକୁ ମନ ବଳାଇଥିଲେ ।[୨]

କଥାଚିତ୍ର ଗବେଷଣା[ସମ୍ପାଦନା]

ସୂର୍ଯ୍ୟ ଦେଓ ଓଡ଼ିଆ କଥାଚିତ୍ର ଜଗତ ଉପରେ ଗବେଷଣା କରିବା ସହିତ ଅତୀତର ଚଳଚ୍ଚିତ୍ରଗୁଡ଼ିକ ନିର୍ମାଣ ପଛର କାହାଣୀ ସଂଗ୍ରହ କରନ୍ତି । ପୁରୁଣା ଖବର କାଗଜ, ନଷ୍ଟ ହେବାକୁ ବସିଥିବା ନଥିପତ୍ର ଓ ଚଳଚ୍ଚିତ୍ର ସମ୍ବନ୍ଧୀୟ ଯାବତୀୟ ଜିନିଷର ସଂରକ୍ଷଣ ଉପରେ ମଧ୍ୟ କାର୍ଯ୍ୟ କରନ୍ତି ।

୨୦୧୦ ମସିହାରେ ତାଙ୍କ ଗବେଷଣା ଭିତ୍ତିକ ପ୍ରଥମ ପୁସ୍ତକ "ଓଡ଼ିଆ ସିନେମା: ରୂପ ରୂପାନ୍ତର" ପକ୍ଷୀଘର ପ୍ରକାଶନୀଦ୍ୱାରା ପ୍ରକାଶ ପାଇଥିଲା । ପରେ ୨୦୧୩ ମସିହାରେ ତାଙ୍କର ୨ୟ ପୁସ୍ତକ "ଝୁରାମନ ଝରାଗୀତି" ମଧ୍ୟ ପକ୍ଷୀଘରଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ବହିଟିରେ ପ୍ରାୟ ୫୦ ବର୍ଷର ଓଡ଼ିଆ କଥାଚିତ୍ର ଗୀତର ତର୍ଜମା ପ୍ରକାଶ ପାଇଥିଲା । ସେତେବେଳେ ଲେଖା ଯାଇଥିବା ଗୀତ ପଛର କାହାଣୀ, ଗୀତିକାର, ସଙ୍ଗୀତାକର ଓ ଗାୟକ/ଗାୟିକାଙ୍କର ଅନୁଭୂତିକୁ ଏଥିରେ ସ୍ଥାନୀତ କରାଯାଇଥିଲା ।

୨୦୧୪ ମସିହାରେ ଭୁବନେଶ୍ୱରର ସୃଜନ ପ୍ରକାଶନଦ୍ୱାରା ତାଙ୍କ ରଚିତ ତୃତୀୟ ପୁସ୍ତକ "ଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)" ପ୍ରକାଶ ପାଇଥିଲା, ଯେଉଁଥିରେ ଆରମ୍ଭରୁ ୧୯୬୯ ମସିହା ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା କଥାଚିତ୍ର ଗୁଡ଼ିକର ସମ୍ପୂର୍ଣ୍ଣ ଗୀତ ସହିତ ସେସବୁର ବିବରଣୀ, ସଙ୍ଗୀତକାର ଓ ଗୀତିକାରଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତର ପରଦା ପଛର କାହାଣୀ ସବୁ ସ୍ଥାନିତ ହୋଇଥିଲା ।[୩] ଏହି ପୁସ୍ତକଟି ୨୦୧୫ ମସିହା ମଇ ୨୩ ତାରିଖରେ ଲୋକାର୍ପିତ ହୋଇଥିଲା ।

୨୦୨୧ ମସିହାରେ ପୁଣିଥରେ ପକ୍ଷୀଘର ପ୍ରକାଶନୀଦ୍ୱାରା ତାଙ୍କର ଚତୁର୍ଥ ପୁସ୍ତକ "କାଲିପାଇଁ କାଲିର ସିନେମା" ପ୍ରକାଶ ପାଇଥିଲା । ଏହି ପୁସ୍ତକରେ ପୁରୁଣା ଦିନର ୨୧ଟି କଥାଚିତ୍ର ବିଷୟରେ ବର୍ଣ୍ଣନା କରାଯାଇଛି ।[୪] ଏଥି ସହିତ ସେତେବେଳେର ଚଳଚ୍ଚିତ୍ରଗୁଡ଼ିକ କେମିତି ନିର୍ମାଣ ହେଉଥିଲା ଏବଂ ଏହାର କାହାଣୀ ଓ ଅଭିନେତା ଚୟନ ବିଷୟରେ ଉଲ୍ଲେଖ କରାଯାଇଥିଲା ।[୨] ଏହି ପୁସ୍ତକଟି ୨୦୨୦ ମସିହା ପାଇଁ ପ୍ରଦାନ କରଯାଇଥିବା ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସିନେମା ପୁସ୍ତକ ଭାବରେ ବିଶେଷ ଉଲ୍ଲେଖିତ ହୋଇଥିଲା ।[୫]

ରଚନାବଳୀ[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ସୂର୍ଯ୍ୟ ଦେଓ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର". Odisha Reporter. ଭୁବନେଶ୍ୱର. 22 July 2022. Archived from the original on 22 July 2022. Retrieved 22 July 2022.
  2. ୨.୦ ୨.୧ "ଜାତୀୟ ଫିଲ୍ମ ପୁରସ୍କାର ୨୦୨୦: ସୂର୍ଯ୍ୟ ଦେଓଙ୍କ ପୁସ୍ତକ 'କାଲି ପାଇଁ କାଲିର ସିନେମା'କୁ ମିଳିଲା ବେଷ୍ଟ ବୁକ୍‌ ଅନ୍ ସିନେମା ଆୱାର୍ଡ". Prameyanews7. ଭୁବନେଶ୍ୱର. 22 July 2022. Archived from the original on 22 July 2022. Retrieved 22 July 2022.
  3. Chakra, Shyamhari (2016-05-26). "Surya Deo, custodian of Odia cinema". The Hindu (in Indian English). ISSN 0971-751X. Retrieved 2022-07-22.
  4. "'Kali Paain Kalira Cinema' an attempt to preserve heritage of Odia movies: 68th National Film Awards winner Surya Deo". O TV (in English). 22 July 2022. Archived from the original on 22 July 2022. Retrieved 22 July 2022.{{cite news}}: CS1 maint: unrecognized language (link)
  5. MISHRA, SATYENDU SHEKHER (22 July 2022). "ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଅଜୟ-ସୁରିୟାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ". ଓ ଟିଭି. ଓ ଟିଭି ଖବର. Archived from the original on 22 July 2022. Retrieved 22 July 2022.
  6. "ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା-ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ". ସମାଜ. ନୂଆ ଦିଲ୍ଲୀ: Samaja Live. 22 July 2022. Archived from the original on 22 July 2022. Retrieved 22 July 2022.
  7. Mishra, Suranjan (22 July 2022). "Eminent cine critic Surya Deo bags 'Best Book on Cinema' award". Sambad English (in English). Bhubaneswar: sambadenglish.com. Archived from the original on 22 July 2022. Retrieved 22 July 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]