ଉମାକାନ୍ତ ସାମନ୍ତରାୟ
ଦେଖଣା
ଉମାକାନ୍ତ ସାମନ୍ତରାୟ | |
---|---|
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୨୪ | |
ପୂର୍ବ ଅଧିକାରୀ | ପ୍ରସାଦ କୁମାର ହରିଚନ୍ଦନ |
ପର ଅଧିକାରୀ | ଓମ ପ୍ରକାଶ ମିଶ୍ର |
ନିର୍ବାଚନ ମଣ୍ଡଳୀ | ସତ୍ୟବାଦୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୭ ମଇ ୧୯୬୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୁଭ୍ରାନ୍ତି ସାମନ୍ତରାୟ |
ବାପା/ବୋଉ | ସୁରଥ ସାମନ୍ତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଉମାକାନ୍ତ ସାମନ୍ତରାୟ (ଜନ୍ମ: ୧୭ ମଇ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଉମାକାନ୍ତ ସାମନ୍ତରାୟ ୧୯୬୯ ମସିହାର ମଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରଥ ସାମନ୍ତରାୟ ଓ ପତ୍ନୀଙ୍କ ନାମ ସୁଭ୍ରାନ୍ତି ସାମନ୍ତରାୟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଉମାକାନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Umakanta Samantray". odishaassembly.nic.in. Odisha Assembly. Retrieved 26 March 2021.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Umakanta Samantray-ସମ୍ପର୍କିତ ମିଡ଼ିଆ