ମୃଣାଳ ଚାଟାର୍ଜୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମୃଣାଳ ଚାଟାର୍ଜୀ
ଜନ୍ମ ଓ ଜନ୍ମସ୍ଥାନ ୨୯ ଜାନୁଆରି ୧୯୬୧ (1961-01-29) (୫୪ ବର୍ଷ)
କଟ୍ଵା, ବର୍ଦ୍ଧମାନ ଜିଲ୍ଲା, ପଶ୍ଚିମବଙ୍ଗ
ଶିକ୍ଷା ଏମ. ଏ., ଏମ. ଏମ. ସି., ପିଏଚଡି,
ସ୍କୁଲ/କଲେଜ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
ଉତ୍କଳ ବିଶ୍ଵବିଦ୍ୟାଳୟ
ଗୁରୁ ଜମ୍ଭେଶ୍ଵର ବିଶ୍ଵବିଦ୍ୟାଳୟ
ଜୀବିକା ସାମ୍ବାଦିକ, ସ୍ତମ୍ଭକାର

ଡ. ମୃଣାଳ ଚାଟାର୍ଜୀ ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ଶିକ୍ଷାବିତ । ସେ ୨୯ ଜାନୁଆରୀ ୧୯୬୧ ମସିହା,[୧] ରବିବାର ଦିନ ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ କଟ୍ଵାଠରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଜନ ସଞ୍ଚାର ସଂସ୍ଥାନର ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କର ଅନେକ ବହି ସାମ୍ବାଦିକତା ସମ୍ବନ୍ଧୀୟ, ବ୍ୟଙ୍ଗାତ୍ମକ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ ସଂକଳନ ଆଦି ପ୍ରଶଂସିତ ହୋଇଛି । ସେ ମଧ୍ୟ ଅଗ୍ରଣୀ ସମ୍ବାଦପତ୍ର ମାନଙ୍କରେ ନିୟମିତ ସ୍ଥମ୍ଭକାର । ସମାଜ ସାପ୍ତାହିକରେ ତାଙ୍କର ନିୟମିତ ସ୍ତମ୍ଭ ଭାବେ 'ଜଗତେ ଥିବା ଯେତେ ଦିନ' ପ୍ରକାଶିତ ହେଉଛି ।

ରଚନାବଳୀ[ସମ୍ପାଦନା]

  • ସେକ୍ରେଟାରିୟେଟ୍‌ରେ ବାଘ (ରାଜନୈତିକ ବ୍ୟଙ୍ଗ, ୧୯୯୫)
  • ଭରତପୁରରେ ବାଘ (ସାମାଜିକ ବ୍ୟଙ୍ଗ, ୧୯୯୫)
  • ଶକ୍ତି (ଉପନ୍ୟାସ, ୨୦୦୦)
  • କଣ୍ଢେଇ (୨୦୧୩)[୨]
  • ନିଆଁ (୧୯୯୭)
  • ଓଡ଼ିଶା ଓ ଅନ୍ୟାନ୍ୟ ଗଳ୍ପ (କ୍ଷୁଦ୍ରଗଳ୍ପ ସଙ୍କଳନ,୧୯୯୧)
  • ବୃତ୍ତ ଓ ଅନ୍ୟାନ୍ୟ ଗଳ୍ପ (କ୍ଷୁଦ୍ରଗଳ୍ପ ସଙ୍କଳନ,୨୦୦୦)
  • ରଙ୍ଗଢଙ୍ଗ (୨୦୦୨)
  • ଭଲ ଅଛ ନବଘନ? (୨୦୦୩)
  • ନବଘନ ଭଲ ଅଛି (୨୦୦୫)
  • ବିଧୁମୁଖୀ (୨୦୦୫)
  • ଶନି ମନ୍ଦିର ସାମ୍ନାରେ ସାତ ଭିକାରୀ (ଉପନ୍ୟାସ, ୨୦୦୮)
  • ଶରଣାଗତ (ସମରେନ୍ଦ୍ର ମଜୁମଦାରଙ୍କ ମୂଳ ବଙ୍ଗଳା ଉପନ୍ୟାସର ଅନୁବାଦ,୧୯୯୫ )
  • ନାଗରାଜର ଦୁନିଆ (ଆର. କେ. ନାରାୟଣଙ୍କ ମୂଳ ଇଂରାଜୀ ଉପନ୍ୟାସର ଅନୁବାଦ, ୧୯୯୮)
  • ସମକାଳୀନ ଗୁଜରାଟୀ କହାନୀୟା (ଅନୁବାଦ, ୨୦୦୫)
  • ଆମର ଗଛପତ୍ର ଦେହରେ ଏବେବି ବଢୁଛି (ରସ୍କିନ ବଣ୍ଡଙ୍କ ମୂଳ ଇଂରାଜୀ କାହାଣୀର ଅନୁବାଦ, ୨୦୦୫)
  • ମହାଶ୍ଵେତା ଦେବୀଙ୍କ ଶ୍ରେଷ୍ଠ ଗଳ୍ପ (ମୂଳ ବଙ୍ଗଳା କ୍ଷୁଦ୍ରଗଳ୍ପର ଅନୁବାଦ, ୨୦୦୬)
  • ଓଡ଼ିଶାରେ ସାମ୍ବାଦିକତାର ଇତିହାସ (୨୦୧୫)[୩]
  • ଜଗତେ ଥିବା ଯେତେ ଦିନ (୨୦୧୪) [୪]
  • ଗଣମାଧ୍ୟମ ଓ ସାମ୍ବାଦିକତା
  • ପରିବେଶ ଓ ଜନସଚେତନତା
  • Ekti Meye Lata. Original Bengali Children's Fiction. National Book Trust. 1997.
  • ଯମରାଜ ଛୁଟିରେ (ବେତାର ନାଟକ, ୨୦୦୮)
  • ଘାତକ (ବେତାର ନାଟକ, ୧୯୯୨)
  • ରବିବାରରେ ଦିନେ (ବେତାର ନାଟକ, ୧୯୯୨)
  • ନବଘନର ସଂସାର (ବେତାର ନାଟକ, ୨୦୦୧)
  • କେମିତି ଚାଲିଛି (ବେତାର ନାଟକ, ୨୦୦୪)
  • ଏ ଦୁନିଆ କଲା କିମିଆ (ବେତାର ନାଟକ, ୨୦୦୬)
  • ମେଡ଼ ଇନ ଓଡ଼ିଶା (ଇଟିଭି ଧାରାବାହିକ, ୨୦୦୨)
  • କହିଲେ କହିବ କହୁଛି (ଇଟିଭି ଧାରାବାହିକ, ୨୦୦୪)

ସମ୍ମାନ[ସମ୍ପାଦନା]

  • ଲିଭିଂ ଲିଜେଣ୍ଡ ସମ୍ମାନ, ଓଡ଼ିଶା ଡାଏରୀ, ନଭେମ୍ବର୨୦୧୩
  • ସହକାର ଗଳ୍ପ ସମ୍ମାନ, ଜାନୁଆରୀ୨୦୦୮
  • ଡ. ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, କଟକ, ଜୁଲାଇ୨୦୦୭
  • ମୟୁରଭଞ୍ଜ ସମ୍ମାନ, ବାରିପଦା, ଡିସେମ୍ବର୨୦୦୬

ଆଧାର[ସମ୍ପାଦନା]