ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୧
- ଜାନୁଆରୀ ୨୦୨୧
ବାର୍ସେଲୋନା ଫୁଟବଲ କ୍ଲବ ବା ଫୁଟବଲ କ୍ଲବ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।
୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ - "କେବଳ କ୍ଲବଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବର ସମର୍ଥକମାନେ ଏହି କ୍ଲବ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବମାନଙ୍କରେ ଦେଖିବାକୁ ମିଳେ ନାହିଁ ।
- ଫେବୃଆରୀ ୨୦୨୧
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଯଦିଓ ତାଙ୍କ ନାମ ଅନେକ ସ୍ଥଳେ ଭୁଲବଶତଃ ଆର୍ଯ୍ୟଭଟ୍ଟ ଲେଖାଯାଏ, କିନ୍ତୁ ସମସ୍ତ ଖଗୋଳବିଜ୍ଞାନ ସାହିତ୍ୟରେ ସେ ଆର୍ଯ୍ୟଭଟ ବୋଲି ସମ୍ବୋଧିତ । [୬] ଆର୍ଯ୍ୟଭଟୀୟରେ ଆର୍ଯ୍ୟଭଟ କଳିଯୁଗର ଅବଧି ୩୬୩୦ ବର୍ଷ ବୋଲି କହିଛନ୍ତି, ସେତେବେଳେ ସେ ୨୩ ବର୍ଷର ହୋଇଥିଲେ । ଏହା ଖ୍ରୀଷ୍ଟାବ୍ଦ ୪୯୯ର କଥା, ଅର୍ଥାତ୍ ସେ ୪୭୬ରେ ଜନ୍ମଗ୍ରହଣ କରିଥିଲେ । ଆର୍ଯ୍ୟଭଟ ବିହାରର ପାଟନା (ତତ୍କାଳୀନ ପାଟଳୀପୁତ୍ର) ଠାରୁ ୩୦ କିମି (୧୯ ମାଇଲ) ଦୂର ତାରେଗ୍ନାରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ତାଙ୍କର ଜନ୍ମର ପ୍ରମାଣ ମିଳେ । ଆର୍ଯ୍ୟଭଟ ୬ଷ୍ଠ ଶତାବ୍ଦୀରେ ତାରେଗ୍ନାରେ ଏକ ମାନମନ୍ଦିର(ଖଗୋଳବିଜ୍ଞାନପର୍ଯ୍ୟବେକ୍ଷଣ କେନ୍ଦ୍ର) ପ୍ରତିଷ୍ଠା କରିଥିଲେ ।
- ମାର୍ଚ୍ଚ ୨୦୨୧
କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେ ସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍ଙ୍କ ଉତ୍ତରାଧିକାରୀ ଟାଇଟସ୍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ ।
- ଅପ୍ରେଲ ୨୦୨୧
- The featured article for this month has not yet been chosen.
- You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.
- ମଇ ୨୦୨୧

- ଜୁନ ୨୦୨୧

- ଜୁଲାଇ ୨୦୨୧

- ଅଗଷ୍ଟ ୨୦୨୧

- ସେପ୍ଟେମ୍ବର ୨୦୨୧

- ଅକ୍ଟୋବର ୨୦୨୧

- ନଭେମ୍ବର ୨୦୨୧

- ଡିସେମ୍ବର ୨୦୨୧