ଉଇକିପିଡ଼ିଆ:ମାସର ବଛା ଲେଖା/୨୦୨୧

ଉଇକିପିଡ଼ିଆ‌ରୁ

ଜାନୁଆରୀ ୨୦୨୧

ବାର୍ସେଲୋନା ଫୁଟବଲ କ୍ଲବ୍

ବାର୍ସେଲୋନା ଫୁଟବଲ କ୍ଲବ ବା ଫୁଟବଲ କ୍ଲବ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍‍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।

୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍‍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ - "କେବଳ କ୍ଲବଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବର ସମର୍ଥକମାନେ ଏହି କ୍ଲବ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବମାନଙ୍କରେ ଦେଖିବାକୁ ମିଳେ ନାହିଁ ।


ପୁରା ପଢନ୍ତୁ...


ଫେବୃଆରୀ ୨୦୨୧

ଆର୍ଯ୍ୟଭଟ୍ଟଙ୍କ ପ୍ରତିମୁର୍ତ୍ତୀ

ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।

ଯଦିଓ ତାଙ୍କ ନାମ ଅନେକ ସ୍ଥଳେ ଭୁଲବଶତଃ ଆର୍ଯ୍ୟଭଟ୍ଟ ଲେଖାଯାଏ, କିନ୍ତୁ ସମସ୍ତ ଖଗୋଳବିଜ୍ଞାନ ସାହିତ୍ୟରେ ସେ ଆର୍ଯ୍ୟଭଟ ବୋଲି ସମ୍ବୋଧିତ । [୬] ଆର୍ଯ୍ୟଭଟୀୟରେ ଆର୍ଯ୍ୟଭଟ କଳିଯୁଗର ଅବଧି ୩୬୩୦ ବର୍ଷ ବୋଲି କହିଛନ୍ତି, ସେତେବେଳେ ସେ ୨୩ ବର୍ଷର ହୋଇଥିଲେ । ଏହା ଖ୍ରୀଷ୍ଟାବ୍ଦ ୪୯୯ର କଥା, ଅର୍ଥାତ୍ ସେ ୪୭୬ରେ ଜନ୍ମଗ୍ରହଣ କରିଥିଲେ । ଆର୍ଯ୍ୟଭଟ ବିହାରର ପାଟନା (ତତ୍କାଳୀନ ପାଟଳୀପୁତ୍ର) ଠାରୁ ୩୦ କିମି (୧୯ ମାଇଲ) ଦୂର ତାରେଗ୍ନାରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ତାଙ୍କର ଜନ୍ମର ପ୍ରମାଣ ମିଳେ । ଆର୍ଯ୍ୟଭଟ ୬ଷ୍ଠ ଶତାବ୍ଦୀରେ ତାରେଗ୍ନାରେ ଏକ ମାନମନ୍ଦିର(ଖଗୋଳବିଜ୍ଞାନପର୍ଯ୍ୟବେକ୍ଷଣ କେନ୍ଦ୍ର) ପ୍ରତିଷ୍ଠା କରିଥିଲେ ।


ପୁରା ପଢନ୍ତୁ...


ମାର୍ଚ୍ଚ ୨୦୨୧

କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେ ସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍‍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍‍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍‍ଙ୍କ ଉତ୍ତରାଧିକାରୀ ଟାଇଟସ୍‍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍‍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍‍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ ।


ପୁରା ପଢନ୍ତୁ...


ଅପ୍ରେଲ ୨୦୨୧

ଧ୍ରୁବୀୟ ଜ୍ୟୋତି

ଧ୍ରୁବୀୟ ଜ୍ୟୋତି (ଈଂରାଜୀରେ Aurora ବା Polar Lights ବା Northern Lights ବା Southern Lights) ଆକାଶରେ ଦୃଶ୍ୟମାନ ହେଉଥିବା ଏକ ପ୍ରକାରର ପ୍ରାକୃତିକ ଜ୍ୟୋତି । ଏହା ମୁଖ୍ୟତଃ କୁମେରୁ ବୃତ୍ତ/କୁମେରୁ ଓ ସୁମେରୁ ବୃତ୍ତ/ସୁମେରୁ ପରି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଦେଖାଯାଇଥାଏ । ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ ଈଂରାଜୀରେ "ଔରୋରା ବୋରିଆଲିସ୍" (Aurora Borealis) ଓ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ “ଔରୋରା ଅଷ୍ଟ୍ରାଲିସ୍” ‍‍(Aurora Australis) ବୋଲି କୁହାଯାଏ ।

ପୃଥିବୀର ଚୁମ୍ବକୀୟ ଗୋଲକ ଯୋଗୁଁ ପୃଥିବୀ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଚୁମ୍ବକୀୟ ଗୋଲକର ଦୁଇ ମେରୁ ପୃଥିବୀର ଦୁଇ ମେରୁ ନିକଟରେ ରହିଥାଏ । ଏହି ଚୁମ୍ବକୀୟ ଗୋଲକ ଦୁଇ ମେରୁ ନିକଟରେ ସୀମିତ ଓ ଦୁର୍ବଳ । କିନ୍ତୁ ସୁମେରୁ ବୃତ୍ତରୁ କୁମେରୁ ବୃତ୍ତ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ର ବିସ୍ତୃତ । ସୌର ପ୍ରବାହ ସମୟରେ ସୂର୍ଯ୍ୟରୁ ପୃଥିବୀ ଆଡକୁ ଆସୁଥିବା ଆୟନ୍, ଇଲେକ୍ଟ୍ରନ୍ ଓ ପ୍ରୋଟୋନ୍ ରୂପୀ ଚାର୍ଜ୍ କଣିକାମାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ପୁରା ପଢନ୍ତୁ...


ମଇ ୨୦୨୧

ନିମୋନିଆ

ନିମୋନିଆ ରୋଗ ଫୁସଫୁସରେ ଥିବା ଅଣୁବୀକ୍ଷଣୀୟ ବାୟୁ ଥଳିର Alveolus) ପ୍ରଦାହକୁ କୁହାଯାଏ । ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ କାଶ ସ‌ହିତ ଖଙ୍କାର, ଛାତି ଯନ୍ତ୍ରଣା, ଜ୍ୱର, ଓ ଶ୍ୱାସକଷ୍ଟ. ଲକ୍ଷଣ ଗୁଡ଼ିକ ସାଧାରଣରୁ ସାଂଘାତିକ ହୋଇପାରେ । ବୃଦ୍ଧ ଓ ଅଳ୍ପ ଯୁବାବୟସରେ ଏହାର ସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ । ଚିକିତ୍ସା ଆରମ୍ଭର ତିନି ଦେନ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ କିନ୍ତୁ ଏହା ପରେ ଏକ ମାସ ପର୍ଯ୍ୟନ୍ତ ରୋଗୀକୁ ଥକ୍କା ଲାଗେ ।   ସାଧାରଣତଃ ଏହି ରୋଗ ଭୁତାଣୁ ବା ଜୀବାଣୁ ଦ୍ୱାରା ଏବଂ ଅଳ୍ପ କେତେକ କ୍ଷେତ୍ରରେ କେତେକ ଅଣୁଜୀବ, ଔଷଧ ଓ ଅଟୋଇମ୍ମ୍ୟୁନିଟିଦ୍ୱାରା ସଂଘଟିତ ହୁଏ । ଏହି ରୋଗର ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଅନ୍ୟ ଫୁସଫୁସ ରୋଗ ଯଥା: ସିସ୍ଟିକ୍ ଫାଇବ୍ରୋସିସ୍, ସିଓପିଡି, ଆଜ୍‌ମା, ଡାଏବେଟିସ ମେଲିଟସ, ହୃଦ୍‌ରୋଧ, ଧୁମ୍ରପାନ ଇତିହାସ, କାଶିବାର ଅକ୍ଷମତା ରୋଗ, ସ୍ଟ୍ରୋକ୍ ବା ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ସିସ୍ଟମ ଦାୟୀ । ଲକ୍ଷଣ ଓ ଶାରୀରିକ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।   ଛାତି ଏକ୍ସ‌ରେ, ରକ୍ତ ପରୀକ୍ଷା, ଓ ଖଙ୍କାର ବୀଜାଣୁ କୃଷି (କଲ୍‌ଚର) କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗର ଉତ୍ସ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ।

ପୁରା ପଢନ୍ତୁ...


ଜୁନ ୨୦୨୧

ସମୁଦ୍ର ବେଳାଭୁମି ପ୍ରଦୁଷଣ

ପ୍ରଦୂଷଣ ହେଉଛି ପ୍ରାକୃତିକ ପରିବେଶରେ ପ୍ରଦୂଷକ ପଦାର୍ଥର ପରିଚୟ, ଯାହା ସ୍ୱାଭାବିକ ପ୍ରକୃତିରେ ପ୍ରତିକୂଳ ପରିବର୍ତ୍ତନ ଆଣିଥାଏ । ପ୍ରଦୂଷଣ ରାସାୟନିକ ପଦାର୍ଥ ବା ଶକ୍ତିର ରୂପ ନେଇପାରେ, ଯେପରିକି ଶବ୍ଦ, ଉତ୍ତାପ କିମ୍ବା ଆଲୋକ । ପ୍ରଦୂଷଣ, ପ୍ରଦୂଷଣର ଉପାଦାନ, ବିଦେଶୀ ପଦାର୍ଥ/ଶକ୍ତି କିମ୍ବା ପ୍ରାକୃତିକ ଭାବରେ ଘଟୁଥିବା ପ୍ରଦୂଷକ ହୋଇପାରେ । ପ୍ରଦୂଷଣ ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ଉତ୍ସ କିମ୍ବା ବହୁ ଉତ୍ସଜନିତ ପ୍ରଦୂଷଣ ଭାବରେ ଶ୍ରେଣୀଭୁକ୍ତ ହୋଇଥାଏ । ୨୦୧୫ରେ, ପ୍ରଦୂଷଣରେ ବିଶ୍ୱରେ 9 ନିୟୁତ ଲୋକ ପ୍ରାଣ ହରାଇଥିଲେ।

ପ୍ରଦୂଷଣର ମୁଖ୍ୟ ରୂପଗୁଡ଼ିକ ହେଲା: ବାୟୁ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଆବର୍ଜନାର ଦୁରୁପବ୍ୟବହାର, ଶବ୍ଦ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ରେଡିଓଆକ୍ଟିଭ୍ ପ୍ରଦୂଷଣ, ତାପଜ ପ୍ରଦୂଷଣ, ଦୃଷ୍ଟି ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ।


ପୁରା ପଢନ୍ତୁ...


ଜୁଲାଇ ୨୦୨୧
The featured article for this month has not yet been chosen.
You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.

ଅଗଷ୍ଟ ୨୦୨୧

ଅର୍ଥଶାସ୍ତ୍ର

ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି। ଅର୍ଥଶାସ୍ତ୍ର ରଚନା ଖ୍ରୀଷ୍ଟପୂର୍ବ ଦ୍ୱିତୀୟରୁ ତୃତୀୟ ଶତାବ୍ଦୀ ମଧ୍ୟରେ ହୋଇଥିଲା ଓ ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବହୁଳ ଭାବେ ଆଦୃତ ଥିଲା । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପରେ ଏହାର ପ୍ରଭାବ ହ୍ରାସ ପାଇବାକୁ ଲାଗିଲା । ୧୯୦୫ ମସିହାରେ ମହୀଶୂରର ସଂସ୍କୃତ ବିଷାରଦ ରୁଦ୍ରପଟ୍ଟଣ ଶାମାଶାସ୍ତ୍ରୀ ଏହି ଗ୍ରନ୍ଥର ପୁନରାବିଷ୍କାର କରି ୧୯୦୯ ମସିହାରେ ଏହାର ମୁଦ୍ରଣ କରାଇଥିଲେ । ଅର୍ଥଶାସ୍ତ୍ରର ପ୍ରଥମ ଈଂରାଜୀ ଅନୁବାଦ ୧୯୧୫ ମସିହାରେ ପ୍ରକାଶ ପାଇଥିଲା । ଅର୍ଥଶାସ୍ତ୍ର ନାମଟିକୁ ଲୋକେ ମୁଖ୍ୟତଃ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ବୋଲି ବିଚାର କରିଥାନ୍ତି; କିନ୍ତୁ ଅର୍ଥଶାସ୍ତ୍ରରେ ଆହୁରି ଅନେକ ବିଷୟର ମଧ୍ୟ ଉଲ୍ଲେଖ ମିଳେ । ଏହି ଗ୍ରନ୍ଥରୁ ବିଭିନ୍ନ ପ୍ରକାରର ସରକାର, ଆଇନ, ଦେବାନୀ ଓ ଫୌଜଦାରୀ ନ୍ୟାୟାଳୟ ବ୍ୟବସ୍ଥା, ନୈତିକ ବ୍ୟବସ୍ଥା, ଅର୍ଥନୀତି, ବଜାର ଓ ବ୍ୟବସାୟ, ମନ୍ତ୍ରୀ ଚୟନ ପ୍ରକ୍ରିୟା, କୂଟନୀତି, ଯୁଦ୍ଧନୀତି, ଶାନ୍ତି ଓ ମୈତ୍ରୀ ସମ୍ବନ୍ଧୀୟ ନୀତି, ରାଜାର କର୍ତ୍ତବ୍ୟ ଓ ଦାୟିତ୍ତ୍ୱ ସମ୍ପର୍କରେ ଜାଣିବାକୁ ମିଳେ । ତା’ ଛଡ଼ା ଅର୍ଥଶାସ୍ତ୍ରରୁ ହିନ୍ଦୁ ଦର୍ଶନ ଶାସ୍ତ୍ର, ପ୍ରାଚୀନ ସମୟର କୃଷି ବିଜ୍ଞାନ, ଧାତୁ ଓ ଖଣି ବିଜ୍ଞାନ, ପଶୁ ପାଳନ, ଔଷଧ, ବଣ ଓ ବନ୍ୟଜନ୍ତୁ ଇତ୍ୟାଦି ସମ୍ବନ୍ଧରେ ମଧ୍ୟ ଅନେକ ଜ୍ଞାନ ଓ ତଥ୍ୟ ମିଳେ ।


ପୁରା ପଢନ୍ତୁ...


ସେପ୍ଟେମ୍ବର ୨୦୨୧

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ ଭାରତୀୟ ସମ୍ବିଧାନ ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ମୁଖ୍ୟ ବିଚାରପତି ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । ମୁଖ୍ୟ, ଅପିଲୀୟ ତଥା ପରାମର୍ଶିକ ଆଦି ଅଧିକାରକ୍ଷେତ୍ର ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି । ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।

ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚୀତ ବିଭିନ୍ନ ବିଷୟବସ୍ତୁ ଉପରେ ଶୁଣାଣି କରିଥାଏ । ସର୍ବୋଚ୍ଚ ନ୍ୟାଯାଳୟ ଦ୍ୱାରା ଘୋଷିତ ବିଧି


ପୁରା ପଢନ୍ତୁ...


ଅକ୍ଟୋବର ୨୦୨୧

ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ୱାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ । ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା । ଏହାର କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ତିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବ୍ରୁହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି ।

ପୁରା ପଢନ୍ତୁ...


ନଭେମ୍ବର ୨୦୨୧
The featured article for this month has not yet been chosen.
You can make new requests or comment on current requests at ଉଇକିପିଡ଼ିଆ:ମାସର ବଛା ଲେଖା/ଅନୁରୋଧ. See ଉଇକିପିଡ଼ିଆ:ମାସର ବଛା ଲେଖା for full guidelines.

ଡିସେମ୍ବର ୨୦୨୧

ଓଧ

ଓଧ (ଇଂରାଜୀ ଭାଷାରେ Otter) ଏକ ମାଂସଭୋଜୀ ସ୍ତନ୍ୟପାୟୀ ପ୍ରାଣୀ ଓ ଲୁଟ୍ରିନାଏ ପରିବାରର ଅଂଶବିଶେଷ । ଜଳଚର, ଉଭୟଚର ଓ ସାମୁଦ୍ରିକ ସବୁ ପ୍ରକାରର ମିଶାଇଲେ ପ୍ରାୟ ୧୩ଟି ଉପପ୍ରଜାତିର ଓଧ ଦେଖିବାକୁ ମିଳନ୍ତି । ମାଛ ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଏମାନଙ୍କ ମୁଖ୍ୟ ଆହାର । ଲୁଟ୍ରିନାଏ ପ୍ରକୃତରେ ୱିଜେଲ୍ ମଷ୍ଟେଲିଡାଏ ପରିବାରର (ମିଂକ୍, ମାର୍ଟେନ୍, ଗାଡ଼ଭାଲୁ ପ୍ରଭୃତିଙ୍କ ପରିବାର) ଏକ ଶାଖା ।


ଅଧିକା ଜାଣନ୍ତୁ...