ଉଇକିପିଡ଼ିଆ:ମାସର ବଛା ଲେଖା/ସେପ୍ଟେମ୍ବର ୨୦୨୧

ଉଇକିପିଡ଼ିଆ‌ରୁ

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ, ଭାରତର ଉଚ୍ଚତମ ନ୍ୟାୟିକ ଅନୁଷ୍ଠାନ ଅଟେ ଏବଂ ଭାରତୀୟ ସମ୍ବିଧାନ ଅଧୀନସ୍ଥ ସର୍ବୋଚ୍ଚ ନ୍ୟାୟାଳୟ ଅଟେ । ଏହା ସର୍ବ ବରିଷ୍ଠ ସାମ୍ବିଧାନିକ ନ୍ୟାୟାଳୟ ଅଟେ ଏବଂ ଏହି ନ୍ୟାୟିକ ପୁନରାବଲୋକନର କ୍ଷମତା ରହିଛି । ଭାରତର ମୁଖ୍ୟ ବିଚାରପତି ଏହାର ମୁଖ୍ୟ ଅଟନ୍ତି । ତତ୍ସହିତ ଏଥିରେ ସର୍ବାଧିକ ୩୪ ଜଣ ବିଚାରପତି ଅଛନ୍ତି । ମୁଖ୍ୟ, ଅପିଲୀୟ ତଥା ପରାମର୍ଶିକ ଆଦି ଅଧିକାରକ୍ଷେତ୍ର ମାଧ୍ୟମରେ ଏହାର ବିସ୍ତୃତ କ୍ଷମତା ରହିଛି । ଏହା ଭାରତରେ ସବୁଠାରୁ ଶକ୍ତିଶାଳୀ ଲୋକାନୁଷ୍ଠାନ ବୋଲି ଧରାଯାଇଅଛି ।

ଦେଶର ସାମ୍ବିଧାନିକ ନ୍ୟାୟାଳୟ ହୋଇଥିବାରୁ, ଏହା ମୁଖ୍ୟତଃ ସଙ୍ଘର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ତଥା ଅନ୍ୟାନ୍ୟ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲମାନଙ୍କର ରାୟ ବିରୁଦ୍ଧରେ ଅପିଲ୍ ନିଏ । ଏହା ନାଗରିକମାନଙ୍କର ମୌଳିକ ଅଧିକାରର ରକ୍ଷାକରେ ଏବଂ ବିଭିନ୍ନ ସରକାରୀ ଅଧିକାରୀ ତଥା ଦେଶରେ କେନ୍ଦ୍ର ସରକାର ବନାମ ରାଜ୍ୟ ସରକାର କିମ୍ବା ଗୋଟିଏ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟ ସରକାର ମଧ୍ୟରେ ବିବାଦର ସମାଧାନ କରେ । ଏକ ପରାମର୍ଶଦାତା ହିସାବରେ, ଏହା ଭାରତୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚୀତ ବିଭିନ୍ନ ବିଷୟବସ୍ତୁ ଉପରେ ଶୁଣାଣି କରିଥାଏ । ସର୍ବୋଚ୍ଚ ନ୍ୟାଯାଳୟ ଦ୍ୱାରା ଘୋଷିତ ବିଧି


ପୁରା ପଢନ୍ତୁ...