ଉଇକିପିଡ଼ିଆ:ମାସର ବଛା ଲେଖା ଅନୁରୋଧ‌‌‌/୨୦୧୨

ଉଇକିପିଡ଼ିଆ‌ରୁ

ମାସର ବଛା ଲେଖା ଅନୁରୋଧ[ସମ୍ପାଦନା]

ଏପ୍ରିଲ ୨୦୧୨ ପାଇଁ ମନୋନୟନ[ସମ୍ପାଦନା]

ଜଗନ୍ନାଥ[ସମ୍ପାଦନା]

ଶ୍ରୀ ଜଗନ୍ନାଥ


ଶ୍ରୀ ଜଗନ୍ନାଥ ଭାରତର ଓଡ଼ିଶାର ପୁରୀରେ ଜଣେ ହିନ୍ଦୁ ଦେବତା ଓ ବୁଦ୍ଧ ରୂପରେ ପୂଜା ପାଇଥାନ୍ତି । ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ଶ୍ରୀଜଗନ୍ନାଥ ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ ।
ପୁରୀରେ ପ୍ରତିବର୍ଷ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ ଯାହାକୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ହିନ୍ଦୁମାନେ ପୁରୀକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ।


ପୁରା ପଢନ୍ତୁ...

  1. --Srikant Kedia ୦୫:୩୮, ୧୭ ଏପ୍ରିଲ ୨୦୧୨ (UTC)
  2. --Kamalakanta777 (ମୋ ଆଲୋଚନା) ୦୮:୦୪, ୧୭ ଏପ୍ରିଲ ୨୦୧୨ (UTC)
  3. --କୃପାସିନ୍ଧୁ ମୁଦୁଲି (ମୋ ଆଲୋଚନା)
  4. --ସୁଭାସିସପାଣିଗାହିମୋତେ କହିବେ କିଛି? ୧୪:୩୯, ୧୭ ଏପ୍ରିଲ ୨୦୧୨ (UTC)
  5. --Jnanaranjan sahu (ମୋ ଆଲୋଚନା) ୧୫:୦୯, ୧୭ ଏପ୍ରିଲ ୨୦୧୨ (UTC)
  6. -- ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୫:୩୫, ୧୭ ଏପ୍ରିଲ ୨୦୧୨ (UTC)

 Done

ମଇ ୨୦୧୨ ପାଇଁ ମନୋନୟନ[ସମ୍ପାଦନା]

ଭାରତ[ସମ୍ପାଦନା]

ଓଡ଼ିଆରେ ଭାରତ ମାନଚିତ୍ର


ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏଁ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଅଛି । ତା ସହିତ ୭ଟି କେନ୍ଦ୍ର-ଶାସିତ ଅଂଚଳ ମଧ୍ୟ ରହିଛି । ଭାରତର ପଡୋଶୀ ଦେଶ ମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବାଂଲାଦେଶବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

ପୁରା ପଢନ୍ତୁ...

  1. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୧୬, ୨୮ ଏପ୍ରିଲ ୨୦୧୨ (UTC)
  2. ସହମତି ବ୍ୟକ୍ତ କରୁଛି। ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୭:୪୪, ୨୮ ଏପ୍ରିଲ ୨୦୧୨ (UTC)
ଟିପ୍ପଣୀ

ଏମିତି ଅଧାଗଢା ଲେଖା ପ୍ରଧାନ ପୃଷ୍ଠାକୁ ନେବା କଣ ଦରକାର । ଲେଖା ଭଲ ହୋଇଥିବା ଦରକାର, ବିଷୟ ଯାହାବି ହଉ । ଲେଖା ଯେଉଁଟା ଟିକେ ବଡ ଥିବ ଦେଖି ନେଲେ ଭଲ ହେବ ମୋ ମତରେ ।

  • ପ୍ରସ୍ତାବ: ପ୍ରତି ମାସ ବଛା ଲେଖା ପାଇଁ କେହି ଯଦି ଆଗରୁ ଥିବା ଲେଖାକୁ ସଜାଡି ପାରିବେ ତାହେଲେ ବହୁତ ଭଲ ହେବ । ଜାଣିଛି ବହୁତ କମ ସଚଳ ସଭ୍ୟ ଏବେ । ଯଦି କେହି ଏଥିପାଇଁ ଆଗଭର ହୁଅନ୍ତି, ତାହେଲେ ଆରମ୍ଭ କରିବା । ମୁଁ ବି ହାତ ବଢେଇବି, ମାସଟିଏ ଆଗରୁ ଗୋଟେ ଲେଖା ବାଛି ତାକୁ ଉନ୍ନତ କରି, ସଜାଡି ତାପରେ ନେବା । କଣ କହୁଛନ୍ତି ଆପଣମାନେ ? -- ଅηsuмaη Talk ୧୮:୨୭, ୨୮ ଏପ୍ରିଲ ୨୦୧୨ (UTC)
ଏହା କେବଳ ଏକ ମନୋନୟନ । ମଇ ମାସରେ ଅନ୍ୟ ବଡ଼ ଲେଖା ରଖାଯାଇପାରିବ । ଭାରତ ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗଟି ବହୁତ ଦିନ ଧରି ମୁଣ୍ଡିଆ ଅବସ୍ଥାରେ ଥିବାରୁ ପ୍ରସଙ୍ଗଟି ଓକିଆଳିଙ୍କ ସମ୍ମୁଖକୁ ଆଣିବା ନିମନ୍ତେ ମୁଁ ପ୍ରସ୍ତାବ ଦେଇଥିଲି । ମାସେ ପୂର୍ବରୁ ଗୋଟେ ପ୍ରସଙ୍ଗ ବାଛି ତାକୁ ଏକ ଉତ୍ତମ ମାନର ପ୍ରସଙ୍ଗ କରିବା ନିମନ୍ତେ ଉଦ୍ୟମ କରିବା ଏକ ଭଲ ପ୍ରସ୍ତାବ, ଏଥିରେ ମୁଁ ଏକମତ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୫, ୨୮ ଏପ୍ରିଲ ୨୦୧୨ (UTC)

ଅଗଷ୍ଟ ୨୦୧୨ ପାଇଁ ମନୋନୟନ[ସମ୍ପାଦନା]

ଏହି ମାସ ପାଇଁ ଏକ suggestion ....... ପାଲା କିମ୍ବା ଚକୁଳିଆ ପଣ୍ଡା ପ୍ରସଙ୍ଗଟିକୁ ରଖିପାରିବେ । ଚକୁଳିଆ ପଣ୍ଡା ପ୍ରସଙ୍ଗଟି ଅବଶ୍ୟ ଲେଖାଯାଇନାହିଁ , ଓଡିଆ ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ଭଲ ଧାରଣା ଥିବା ବ୍ୟକ୍ତି ଏହାକୁ ଲେଖିଲେ ଭଲ ହୁଆନ୍ତା ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୧:୧୦, ୨୯ ଜୁଲାଇ ୨୦୧୨ (UTC)

ଆପଣଙ୍କ ପ୍ରସ୍ତାବ ନିମନ୍ତେ ଧନ୍ୟବାଦ । ସାଧାରଣତଃ ଗୋଟିଏ ବଛା ଲେଖା କହିଲେ, ପ୍ରସଙ୍ଗଟି କେବଳ ଲୋକପ୍ରିୟ/ ଗୁରୁତ୍ଵପୂର୍ଣ୍ଣ ହୋଇଥିବା ଯଥେଷ୍ଟ ନୁହେଁ, ଏହା ଯଥେଷ୍ଟ ପ୍ରମାଣଯୋଗ୍ୟ ଆଧାର ଭିତ୍ତିରେ ଲେଖାଯାଇଥିବା ଏକ ବଡ଼ ଲେଖା ହୋଇଥିବା ଦରକାର । ଆପଣଙ୍କ ପ୍ରସ୍ତାବିତ ପାଲା ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ ଓ ସେଥିରେ କେବଳ ୧୦ ଧାଡ଼ି ଲେଖାଯାଇଛି । ପାଲା ପ୍ରସଙ୍ଗଟିରେ ଅଧିକ ତଥ୍ୟ ଓ ଆଧାର ଯୋଡ଼ିବା ପରେ ସେପ୍ଟେମ୍ବର ମାସ ନିମନ୍ତେ ଏହାକୁ ବଛା ଲେଖା ଭାବେ ନେଇପାରିବା । ପୂର୍ବରୁ ମୁଁ ଭାରତ ପ୍ରସଙ୍ଗଟିକୁ ମନୋନୀତ କରିଥିବା ବେଳେ ସେଇ ଏକା ସମସ୍ୟା ଦେଖାଦେଇଥିଲା । ପ୍ରସଙ୍ଗଟି ଗୁରୁତ୍ଵପୂର୍ଣ୍ଣ ହୋଇଥିଲେ ମଧ୍ୟ ଯଥେଷ୍ଟ ତଥ୍ୟ ଓ ଆଧାର ନଥିଲା । ବର୍ତ୍ତମାନ ଅଲିମ୍ପିକ ଚାଲିଛି, ଏହା ପୁଣି ୪ ବର୍ଷ ପରେ ଆସିବ, ଏବାବଦରେ ଥିବା ଅଲିମ୍ପିକ କ୍ରିଡ଼ା ପ୍ରସଙ୍ଗଟିରେ ଯଥେଷ୍ଟ ଆଧାର ନଥିଲେ ମଧ୍ୟ ଯଥେଷ୍ଟ ତଥ୍ୟ ଅଛି । ତେଣୁ ସେଥିରେ କିଛି ଆଧାର ଯୋଡ଼ି, ଆମେ ପ୍ରସଙ୍ଗଟିକୁ ବଛା ଲେଖା ହିସାବରେ ନେଇ ପାରିବା । ଆପଣଙ୍କ ମତ ଜଣାଇବେ ଏଥି ସହ ଅନ୍ୟମାନଙ୍କ ମତ ବିଚାରକୁ ନେଇ ଆମେ ଆସନ୍ତା ମାସର ବଛା ଲେଖାଟି ସ୍ଥିର କରିବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୨୫, ୩୧ ଜୁଲାଇ ୨୦୧୨ (UTC)

ହଁ ଆପଣଙ୍କ ନିର୍ଣ୍ଣୟ ଠିକ ଥିଲା । ଏହି ମାସ ପାଇଁ ବଛା ହୋଇଥିବା 'ଦୂର୍ଗା ପୂଜା' ଲେଖାବି ସମୟ ଅନୁସାରେ ପୁରା ଠିକ ହୋଇଛି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୪୪, ୧ ଅକ୍ଟୋବର ୨୦୧୨ (UTC)