ଆଦିବାସୀ ମେଳା

ଉଇକିପିଡ଼ିଆ‌ରୁ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭୁବନେଶ୍ୱରଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ଓଡ଼ିଶା ସରକାରଙ୍କ "ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ" ପୃଷ୍ଟପୋଷକତାରେ ଏହି ମେଳା ଭୁବନେଶ୍ୱରର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଏହା ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇ ୨ ସପ୍ତାହ ଧରି ଚାଲିଥାଏ ।[୧]

ଗ୍ୟାଲେରି[ସମ୍ପାଦନା]

ଆଭିମୁଖ୍ୟ[ସମ୍ପାଦନା]

ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଲା - ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କଦ୍ୱାରା ଜଙ୍ଗଲରୁ ସଂଗୃହିତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା । ଦ୍ୱିତୀୟତଃ ଏହି ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ ସଙ୍ଗୀତ ଓ ଜୀବନଯାପନ ଶୈଳି ଆଦିକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା । ତୃତୀୟତଃ ଆଦିବାସୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା । [୨]

ଇତିହାସ[ସମ୍ପାଦନା]

ଆଦିବାସୀ ମେଳା ୧୯୫୧ ମସିହା ଜାନୁଆରୀ ୨୬ରେ କଟକରେ ଆରମ୍ଭ କରାଯାଇଥିଲା ।[୩] ୧୯୫୪ ମସିହା ଜାନୁଆରୀ ୨୬ରୁ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛି । ଅତୀତରେ ଏହି ମେଳା ୭ ଦିନ ଧରି ଆୟୋଜିତ ହେଉଥିଲାବେଳେ ୨୦୧୦ ମସିହାରୁ ଏହାର ଅବଧି ୧୫ ଦିନକୁ ବୃଦ୍ଧି କରାଯାଇଛି । [୪]

ଆଧାର[ସମ୍ପାଦନା]

  1. Northeast India. Lonely Planet. 2007. pp. 243–. ISBN 978-1-74179-095-5.
  2. Sarina Singh (15 September 2010). Lonely Planet India. Lonely Planet. pp. 646–. ISBN 978-1-74220-347-8.
  3. http://www.telegraphindia.com/1120124/jsp/odisha/story_15043616.jsp#.VM8xYCwwDSg
  4. ପ୍ରମେୟ ୦୨/୦୨/୨୦୧୫ ପୃଷ୍ଠା ୧୬

ଅଧିକ ତଥ୍ୟ[ସମ୍ପାଦନା]