ଆଞ୍ଜିଓଟେନସିନ ୨ ରିସେପ୍ଟର ବ୍ଲକର୍ସ

ଉଇକିପିଡ଼ିଆ‌ରୁ
Losartan, the first ARB

ଆଞ୍ଜିଓଟେନସିନ ୨ ରିସେପ୍ଟର ବ୍ଲକର୍ସ (ଏଆରବି), ଯାହା ଆଞ୍ଜିଓଟେନସିନ୍ ରିସେପ୍ଟର ବ୍ଲକର୍ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ, କରୋନାରି ହୃଦ୍ ରୋଗ ଏବଂ ବୃକ୍‌କ ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ | [୧] ସେଗୁଡିକ ପାଟିରେ ଦିଆଯାଏ | [୨] ଏସିଇ ଇନହିବିଟର ସହିତ ସେମାନଙ୍କର ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩]

ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଚ୍ଚ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ | [୧] ବୃକ୍କ ଧମନୀ ଷ୍ଟେନୋସିସ୍ ରୋଗୀଙ୍କ କ୍ଷେତ୍ରରେ ବୃକ୍‌କ ସମସ୍ୟା ଅଧିକ ଥାଏ | [୨] ACE ଇନହିବିଟର ତୁଳନାରେ କାଶ କିମ୍ବା ଆଞ୍ଜିଓଇଡିମା ହେବାର ସମ୍ଭାବନା କମ୍ | [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୪] ସେମାନେ ଆଞ୍ଜିଓଟେନସିନ ୨ ରିସେପ୍ଟର ପ୍ରକାର ୧କୁ ଅବରୋଧ କରି ଆଞ୍ଜିଓଟେନସିନ ୨ର ପ୍ରାଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି । | [୫] ଏହାଦ୍ୱାରା ରକ୍ତନଳୀମାନଙ୍କର ବିସ୍ତାର ହୁଏ ଏବଂ ଏହାଦ୍ୱାରା ବୃକ୍‌କରୁ ଜଳ ତ‌ଥା ସୋଡିୟମ୍ ନିଷ୍କାସନ କମିଯାଏ । [୬]

ଏଆରବି, ବିଶେଷ ଭାବରେ ଲୋସାର୍ଟାନ୍, ୧୯୯୫ ମସିହାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆସିଥିଲା |[୭]ଏହା ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ମହଙ୍ଗା ନୁହେଁ | [୧] ଯୁକ୍ତରାଷ୍ଟ୍ରରେ ଲୋସାର୍ଟାନ ଏବଂ ଇର୍ବେସାର୍ଟାନ ୨୯୧୬ରେ ମାସିକ ପ୍ରାୟ ୯୦ ଡଲାରରେ ସର୍ବନିମ୍ନ ମହଙ୍ଗା ଥିଲା । [୮] ଯୁକ୍ତରାଷ୍ଟ୍ରରେ ଏହା ଉଚ୍ଚ ରକ୍ତଚାପ ପାଇଁ କ୍ୟାଲସିଅମ ଚାଲେଲ ବ୍ଲକର, ଥିଆଜାଇଡ ଡାଇୟୁରେଟିକ, ଏସିଇ ଇନହିବିଟର ସହିତ ପ୍ରଥମ ଧାଡ଼ିର ଚିକିତ୍ସା ଥାଏ | [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 52. ISBN 978-0-7020-7442-4.
  2. ୨.୦ ୨.୧ ୨.୨ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 52. ISBN 978-0-7020-7442-4.
  3. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 152. ISBN 978-0-85711-369-6.{{cite book}}: CS1 maint: date format (link)
  4. "Angiotensin receptor blockers (ARBs)". Retrieved 19 April 2021.
  5. "ARBs", Angiotensin II Receptor Antagonists, Bethesda (MD): National Institute of Diabetes and Digestive and Kidney Diseases, 2012, PMID 31643954, retrieved 2020-03-21, The angiotensin II receptor antagonists, also known as angiotensin receptor blockers (ARBs), are a family of agents that bind to and inhibit the angiotensin II type 1 receptor (AT1) and thus inhibit the renin-angiotensin system and its cascade of effects in causing arteriolar contraction and sodium retention. While angiotensin converting enzyme (ACE) inhibitors block the cleavage of angiotensin I to angiotensin II, the active peptide that causes a pressor response, the ARBs inhibit its peripheral action.
  6. "List of Angiotensin receptor blockers (angiotensin II inhibitors)". Drugs.com. 2020-02-28. Retrieved 2020-03-21.
  7. Kirk, Julienne K. (1 June 1999). "Angiotensin-II Receptor Antagonists: Their Place in Therapy". American Family Physician. 59 (11): 3140. ISSN 0002-838X.
  8. Massachusetts, Christina C. Andros, PharmD/MBA Candidate 2017 Western New England University College of Pharmacy Springfield, Massachusetts Jared L. Ostroff, PharmD, BCACP Clinical Assistant Professor of Ambulatory Care Western New England University College of Pharmacy Department of Pharmacy Practice Springfield, Massachusetts Marissa L. Wolff, PharmD, BCPS Clinical Assistant Professor of Ambulatory Care Western New England University College of Pharmacy Department of Pharmacy Practice Springfield. "An Overview of Generic Angiotensin Receptor Blockers". www.uspharmacist.com (in ଇଂରାଜୀ). Retrieved 19 April 2021.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  9. Herman, LL; Padala, SA; Annamaraju, P; Bashir, K (January 2021). "Angiotensin Converting Enzyme Inhibitors (ACEI)". PMID 28613705. {{cite journal}}: Cite journal requires |journal= (help)