ବୃକ୍‌କ ଧମନୀ ସଙ୍କୋଚନ

ଉଇକିପିଡ଼ିଆ‌ରୁ
Renal artery stenosis
Diagram of renal artery stenosis
ବିଭାଗNephrology
ଲକ୍ଷଣDifficult to treat high blood pressure[୧]
କାରଣAtherosclerosis, fibromuscular dysplasia[୨]
ବିପଦ କାରକHigh cholesterol, smoking, diabetes, high blood pressure, obesity, inactivity, family history[୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୨]
ସଠିକ ରୋଗ ନିର୍ଣ୍ଣୟMalignant hypertension, chronic glomerulonephritis, nephrosclerosis[୧]
ଔଷଧACE inhibitors[୨]
ଚିକିତ୍ସାLifestyle changes, medications, and surgery.[୨]
ପୁନଃପୌନିକ1 to 10% of people with high blood pressure[୧]

ବୃକ୍‌କ ଧମନୀ ସଙ୍କୋଚନ (Renal artery stenosis/ RAS ) କୁହାଯାଏ ଯେତେବେଳେ ବୃକ୍‌କ‌କୁ ରକ୍ତ ସରବରାହ କରୁଥିବା ଗୋଟିଏ ବା ଉଭୟ ଧମନୀ ସଙ୍କୁଚିତ ହୋଇଥାଆନ୍ତି ।[୨] ପ୍ରାରମ୍ଭରେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ପରବର୍ତ୍ତୀ ସମୟରେ ଉଚ୍ଚ ରକ୍ତଚାପ କିମ୍ବା ବୃକ୍‌କ‌ ସମସ୍ୟା ଉତ୍ପନ୍ନ ହୋଇପାରେ | [୨] ଉଚ୍ଚ ରକ୍ତଚାପର ଚିକିତ୍ସା କରିବା କଷ୍ଟକର ହୋଇପାରେ। [୧] ରୋଗ ଜଟିଳ ହେଲେ କ୍ରନିକ ବୃକ୍‌କ ରୋଗ, ଷ୍ଟ୍ରୋକ, ଏବଂ କରୋନାରୀ ଧମନୀ ରୋଗ ହୋଇପାରେ । [୨]

ପ୍ରାୟ ୯୦% କ୍ଷେତ୍ରରେ ଏହା ଆଥେରୋସ୍କ୍ଲେରୋସିସ୍ କାରଣରୁ ହୋଇଥାଏ | [୨] ଅନ୍ୟାନ୍ୟ କାରଣ ମଧ୍ୟରେ ଫାଇବ୍ରୋମସ୍କୁଲାର ଡିସପ୍ଲାସିଅ, ଭାସ୍କୁଲାଇଟିସ୍, ଉଦର ମହାଧମନୀ ଷ୍ଫୀତି ଏବଂ ଧମନୀ ଡିସେକସନ ହୋଇପାରେ । [୨] [୧] ଆଥେରୋସ୍କ୍ଲେରୋସିସ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତକୋଲେଷ୍ଟେରଲ, ଧୂମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ନିଷ୍କ୍ରିୟତା ଏବଂ ପାରିବାରିକ ଇତିହାସ ଥାଇପାରେ । [୨] ଅଲଟ୍ରାସାଉଣ୍ଡ ବା ସିଟି ସ୍କାନ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [୧]

ଚିକିତ୍ସାରେ ଜୀବନ ଶୈଳୀରେ ପରିବର୍ତ୍ତନ, ଔଷଧ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ | [୨] ବ୍ୟବହୃତ ଔଷଧଗୁଡ଼ିକରେ ଏସିଇ ଇନହିବିଟର ଅନ୍ତର୍ଭୁକ୍ତ ହୋଇପାରେ | [୨] ଏକାଧିକ ରକ୍ତଚାପ ଔଷଧ ଆବଶ୍ୟକ ହୋଇପାରେ | [୨] ଯଦି ଏହା ପର୍ଯ୍ୟାପ୍ତ ନୁହେଁ ତେବେ ଆଞ୍ଜିଓପ୍ଲାଷ୍ଟି ବା ଏଣ୍ଡଆର୍ଟେରେକ୍ଟୋମି କରାଯାଇପାରେ | [୨]

ଯୁକ୍ତରାଷ୍ଟ୍ରରେ ଉଚ୍ଚ ରକ୍ତଚାପର ୫୦ ନିୟୁତ ରୋଗ ମଧ୍ୟରୁ ପ୍ରାୟ 0.୫ରୁ ୫ ନିୟୁତ ଏହି ବୃକ୍‌କ ଧମନୀ ସଙ୍କୋଚନ ହେତୁ ହୋଇଥାଏ। [୧] ଆଥେରୋସ୍କ୍ଲେରୋସିସ୍ କାରଣରୁ ବୃକ୍‌କ ଧମନୀ ସଙ୍କୋଚନ ସାଧାରଣତ ୪୫ରୁ ଅଧିକ ପୁରୁଷ ଏବଂ ୫୫ରୁ ଅଧିକ ବୟସର ମହିଳାମାନଙ୍କଠାରେ ଦେଖାଯାଏ, ଫାଇବ୍ରୋମସ୍କୁଲାର ଡିସପ୍ଲାସିଆ ୨୫ରୁ ୫୦ ବର୍ଷ ବୟସ୍କା ମହିଳାମାନଙ୍କଠାରେ ଦେଖାଯାଏ | [୨] ରେସପିଞ୍ଜର ୧୭୭୭ ମସିହାରେ ଏହି ଅବସ୍ଥା ପ୍ରଥମେ ବର୍ଣ୍ଣନା କରାଯାଇଥିଲା | [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Bokhari, MR; Bokhari, SRA (January 2020). "Renal Artery Stenosis". PMID 28613469. {{cite journal}}: Cite journal requires |journal= (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ "Renal Artery Stenosis | NIDDK". National Institute of Diabetes and Digestive and Kidney Diseases. 2014. Retrieved 23 January 2021.
  3. Diehm, C.; Allenberg, J.-R.; Nimura-Eckert, K.; Veith, F. J. (2013). Color Atlas of Vascular Diseases (in ଇଂରାଜୀ). Springer Science & Business Media. p. 111. ISBN 978-3-662-06287-6.