ଆଞ୍ଜିଓଇଡିମା

ଉଇକିପିଡ଼ିଆ‌ରୁ
ଆଞ୍ଜିଓଇଡିମା
ଆଞ୍ଜିଓଇଡିମା (Angiooedema), କ୍ୱିନ୍କସ ଇଡିମା (Quincke's edema), ଆଞ୍ଜିଓନିଉରୋଟିକ ଇଡିମା (angioneurotic edema)
ଆଲର୍ଜି ଆଞ୍ଜିଓଇଡିମା: ଫୁଲିବା ହେତୁ ପିଲାଟି ଆଖି ଖୋଲିପାରୁନି ।
ବିଭାଗଆଲର୍ଜି ଓ ଇମ୍ୟୁନୋଲୋଜି (Allergy and immunology)
ଲକ୍ଷଣଫୁଲା କ୍ଷେତ୍ର (Area of swelling)[୧]
ଆକ୍ରାନ୍ତ ସମୟକିଛି ମିନିଟରୁ କିଛି ଘଣ୍ଟା[୧]
ବିପଦ କାରକପାରିବାରିକ ଇତିହାସ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣରୁ ରୋଗ ନିର୍ଣ୍ଣୟ[୨]
ସଠିକ ରୋଗ ନିର୍ଣ୍ଣୟଆନାଫାଇଲାକ୍‌ସିସ (Anaphylaxis), ପୁଞ୍ଜିତ ପୂଯ (abscess), କଣ୍ଟାକ୍ଟ ଡର୍ମାଟାଇଟିସ (contact dermatitis)[୨]
ଔଷଧହିସ୍ଟାମିନ Histamine: ଆଣ୍ଟିହିସ୍ଟାମିନ (antihistamines), କର୍ଟିକୋସ୍ଟିରଏଡ (corticosteroids), ଏପିନେଫ୍ରିନ (epinephrine)[୧]
ବ୍ରାଡିକାଇନିନ (Bradykinin): ସି୧ ଇସ୍ଟରେଜ ଇନହିବିଟର (C1 esterase inhibitor), ଏକାଲାଣ୍ଟାଣ୍ଟାଇଡ (ecallantide), ଇକାଟିବ୍ୟାଣ୍ଟ (icatibant), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma)[୧]
ଚିକିତ୍ସାଇନଟ୍ୟୁବେସନ (Intubation), କର୍ଟିକୋଥାଇରଏଡେକ୍ଟୋମି (cricothyroidotomy)[୧]
ପୁନଃପୌନିକ~ ଏକ ବର୍ଷକୁ ୧00,000 ଆମେରିକାରେ (US)[୧]

ଆଞ୍ଜିଓଇଡିମା (ଇଂରାଜୀ ଭାଷାରେ Angioedema) କ‌ହିଲେ ଡର୍ମିସ (lower layer of skin ବା ଚର୍ମର ତଳ ସ୍ତର), ଚର୍ମତଳ ତନ୍ତୁ (tissue just under the skin) ଓ ମ୍ୟୁକୋସ ଝିଲ୍ଲି (mucous membrane) ଫୁଲିଯିବାକୁ ବୁଝାଏ ।[୧][୩] ମୁଖ ମଣ୍ଡଳ, ଜିଭ, ସ୍ୱରପେଟିକା ବା ଲାରିଙ୍କ୍‌ସ (larynx), ପେଟ ବା ହାତ ଓ ଗୋଡ଼ମାନଙ୍କରେ ଦେଖାଯାଇଥାଏ ।[୧] ଅନେକ ସମୟରେ ଏହା ସ‌ହିତ ଅର୍ଟିକାରିଆ ବା ଅଗିଆ ବାତ (hives) ରହିପାରେ ଯାହା ଚର୍ମର (skin) ଉପର ସ୍ତରର ଫୁଲିବାକୁ କୁହାଯାଏ ।[୧][୩] କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହି ରୋଗ ଦେଖାଯାଏ । [୧]

ଏହି ରୋଗ ପ୍ରସ୍ତୁତିରେ ହିସ୍ଟାମିନ (histamine) ଓ ବ୍ରାଡିକାଇନିନର (bradykinin) ଭୂମିକା ରହୁଛି ।[୧] ଖାଦ୍ୟ, ଔଷଧ (en:medications) ଓ ପୋକ‌କାମୁଡ଼ା ଯୋଗୁ ଆଲର୍ଜି ପ୍ରତିକ୍ରିୟା ହେଉଥିଲେ ହିସ୍ଟାମିନର ଭୂମିକା ରହେ ।[୧] ସି୧ ଇସ୍ଟରେଜ ଇନହିବିଟର ଡେଫିସିଏନ୍ସି (C1 esterase inhibitor deficiency) ଭଳି ବଂଶାନୁକ୍ରମିକ (inherited) ରୋଗ, ଅଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଇନହିବିଟର (angiotensin converting enzyme inhibitors) ବା ଲିମ୍ଫୋପ୍ରୋଲିଫରେଟିଭ ଡିଜଅର୍ଡ଼ର (lymphoproliferative disorder) ଇତ୍ୟାଦି ରୋଗମାନଙ୍କରେ ବ୍ରାଡିକାଇନିନର ଭୂମିକା ଥାଏ । [୧]

ସୁରକ୍ଷିତ ଖୋଲା ଶ୍ୱାସନଳୀ ଚାଲୁରଖିବା ନିମନ୍ତେ ଇନଟ୍ୟୁବେସନ (intubation) ବା କ୍ରିକୋଥାଇରଏଡୋକ୍ଟୋମି (cricothyroidotomy) ଅପରେଶନ କରାଯାଏ ।[୧] ହିସ୍ଟାମିନ ସମ୍ପର୍କୀୟ ଆଞ୍ଜିଓଇଡିମା ରୋଗରେ ଆଣ୍ଟିହିସ୍ଟାମିନ (antihistamine), କର୍ଟିକୋସ୍ଟିରଏଡ (corticosteroid) ଓ ଏପିନେଫ୍ରିନ ଦେଇ ଚିକିତ୍ସା କରାଯାଏ ।[୧] ବ୍ରାଡିକାଇନିନ ସମ୍ପର୍କୀୟ ରୋଗମାନଙ୍କରେ ସି୧ ଇସ୍ଟରେଜ ଇନହିବିଟର (C1 esterase inhibitor), ଏକାଲାଣ୍ଟାଇଡ (ecallantide) ବା ଇକାଣ୍ଟିବାଣ୍ଟ (icatibant) ଦିଆଯାଇପାରେ ।[୧] ଫ୍ରେସ ଫ୍ରୋଜନ ପ୍ଲାଜମା ମଧ୍ୟ ଦିଆଯାଇପାରେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ଏହି ରୋଗରେ ପ୍ରାୟ ୧୦୦,୦୦୦ ଲୋକ ଆକ୍ରାନ୍ତ ହୁଅନ୍ତି ।[୧]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Bernstein, JA; Cremonesi, P; Hoffmann, TK; Hollingsworth, J (December 2017). "Angioedema in the emergency department: a practical guide to differential diagnosis and management". International journal of emergency medicine. 10 (1): 15. PMID 28405953.
  2. ୨.୦ ୨.୧ ୨.୨ Caterino, Jeffrey M.; Kahan, Scott (2003). In a Page: Emergency medicine (in ଇଂରାଜୀ). Lippincott Williams & Wilkins. p. 133. ISBN 9781405103572. Archived from the original on 2017-09-10.
  3. ୩.୦ ୩.୧ Habif, Thomas P. (2009). Clinical Dermatology E-Book (in ଇଂରାଜୀ) (5 ed.). Elsevier Health Sciences. p. 182. ISBN 0323080375. Archived from the original on 2017-09-10.