Jump to content

ଲୋସାର୍ଟାନ

ଉଇକିପିଡ଼ିଆ‌ରୁ
ଲୋସାର୍ଟାନ
Skeletal formula
Space-filling model
Clinical data
Pronunciation/lˈsɑːrtən/
Trade namesକୋଜାର ଓ ଅନ୍ୟାନ୍ୟ
AHFS/Drugs.commonograph
MedlinePlusa695008
data
Pregnancy
category
  • AU: D
  • US: D (Evidence of risk)
    Routes of
    administration
    ପାଟିରେ ଦିଆଯାଏ
    ATC code
    Legal status
    Legal status
    • Rx-only କେବଳ ପ୍ରେସକ୍ରିପସନରେ ମିଳେ
    Pharmacokinetic data
    Bioavailability୨୫-୩୫%
    Protein binding୯୯.୭% (ପ୍ରାଥମିକ ଆଲବୁମିନ albumin ସ‌ହିତ)
    MetabolismLiver, CYP2C9, CYP3A4
    Elimination half-life1.5–2 ଘଣ୍ଟା
    Excretionବୃକ୍‌କ ୧୩–୨୫%, ବିଲିଆରି (biliary) ୫୦–୬୦%
    Identifiers
    • (2-butyl-4-chloro-1-{[2'-(2H-tetrazol-5-yl)biphenyl-4-yl]methyl}-1H-imidazol-5-yl)methanol
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.110.555 Edit this at Wikidata
    Chemical and physical data
    FormulaC22H23ClN6O
    Molar mass422.91 g/mol
    3D model (JSmol)
    • Clc1nc(n(c1CO)Cc4ccc(c2ccccc2c3nnnn3)cc4)CCCC
    • InChI=1S/C22H23ClN6O/c1-2-3-8-20-24-21(23)19(14-30)29(20)13-15-9-11-16(12-10-15)17-6-4-5-7-18(17)22-25-27-28-26-22/h4-7,9-12,30H,2-3,8,13-14H2,1H3,(H,25,26,27,28) checkY
    • Key:PSIFNNKUMBGKDQ-UHFFFAOYSA-N checkY
      (verify)

    ଲୋସାର୍ଟାନ (ଇଂରାଜୀ ଭାଷାରେ Losartan, ଏକ ବିକ୍ରୟ ନାମ କୋଜାର) ଔଷଧ ଉଚ୍ଚ ରକ୍ତଚାପ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[] ମଧୁମେହ ବୃକ୍‌କ ରୋଗ (diabetic kidney disease), ଲେଫ୍ଟ ଭେଣ୍ଟ୍ରିକୁଲାର ଫେଲ୍ୟୁର (left ventricular enlargement) ଓ ହୃଦ୍‌ପାତ ରୋଗମାନଙ୍କ ଚିକିତ୍ସାରେ ମଧ୍ୟ ଦିଆଯାଏ ।[] ଏହି ଔଷଧ ପାଟିରେ ଦିଆଯାଏ ।[] ଅନ୍ୟାନ୍ୟ ଉଚ୍ଚ ରକ୍ତଚାପ ଔଷଧମାନଙ୍କ (blood pressure medication) ସ‌ହିତ ଏହା ଦିଆଯାଇପାରେ ।[] ସମ୍ପୁର୍ଣ୍ଣ ପ୍ରଭାବ ପଡ଼ିବାକୁ ୬ ସପ୍ତାହ ଲାଗିଯାଇପାରେ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ କ୍ରାମ୍ପ, ବନ୍ଦ ନାକ, କାଶ ଓ ହାଇପରକାଲେମିଆ ହୋଇପାରେ ।[] ସାଂଘାତିକ ପ୍ରତିକ୍ରିୟା ହେଲେ ଆଞ୍ଜିଓଇଡିମା (angioedema), ନିମ୍ନ ରକ୍ତଚାପ (low blood pressure) ଓ ବୃକ୍‌କ ସମସ୍ୟା (kidney problems) ଦେଖାଯାଇପାରେ । [] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁ ପ୍ରତି ହାନୀକାରକ ହୋଇପାରେ ।[] ସ୍ତନ୍ୟପାନ (breastfeeding) ସମୟରେ ମଧ୍ୟ ଏହା ଦେବାକୁ ମନା କରାଯାଏ ।[] ଏହା ଅଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିଷ୍ଟ (angiotensin II receptor antagonist) ଶ୍ରେଣୀର ଔଷଧ ଓ ଆଞ୍ଜିଓଟେନସିନ ୨କୁ (angiotensin II) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଲୋସାର୍ଟାନ ସ୍ୱୀକୃତି ପ୍ରାପ୍ତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୦.୨୮ରୁ ୩.୪୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ଏହି ଔଷଧ ବାବଦ ଏକ ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୧୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[] ଏହାର ଏକ ସଂସ୍କରଣରେ ହାଇଡ୍ରୋକ୍ଲୋରୋଥିଆଜାଇଡ ମିଶ୍ରିତ ଭାବରେ ଏହା ମିଳେ । []

    1. 1 2 3 4 5 6 7 8 9 10 11 "Losartan Potassium". The American Society of Health-System Pharmacists. Retrieved 8 December 2017.
    2. "Losartan (Cozaar) Use During Pregnancy". Drugs.com. Retrieved 10 December 2017.
    3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
    4. British national formulary : BNF 69 (69 ed.). British Medical Association. 2015. p. 127. ISBN 9780857111562.
    5. "Single Drug Information". International Medical Products Price Guide. Archived from the original on 22 August 2018. Retrieved 9 December 2017.
    6. "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.