ହାଇପରକାଲେମିଆ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହାଇପରକାଲେମିଆ
ECG in hyperkalemia.svg
ହାଇପରକାଲେମିଆ ଥିବା ରୋଗୀର ଇସିଜି (Electrocardiography) ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Critical care medicine, nephrology
ଆଇସିଡ଼ି-୧୦ E87.5
ଆଇସିଡ଼ି-୯-ସିଏମ୍ 276.7
ରୋଗ ଡାଟାବେସ 6242
ମେଡ଼ିସିନ-ପ୍ଲସ 001179
ଇ-ମେଡ଼ିସିନ emerg/261
Patient UK ହାଇପରକାଲେମିଆ
MeSH D006947

ହାଇପରକାଲେମିଆ (ଇଂରାଜୀ ଭାଷାରେ Hyperkalemia, ବା hyperkalaemia) ଶବ୍ଦଟି ରକ୍ତରେ ପୋଟାସିଅମ (potassium ବା K+) ସ୍ତର ଅଧିକ ଥିଲେ ବ୍ୟବ‌ହାର କରାଯାଏ ।[୧] ସାଧାରଣ ପଟାସିଅମ ସ୍ତର ୩.୫ରୁ ୫.୦ ମିମୋ/ଲି ଥାଏ ଓ ୫.୫ ମିମୋ/ଲିରୁ ଅଧିକ ଥିଲେ ହାଇପରକାଲେମିଆ ଥିବା କୁହାଯାଏ ।[୨][୩] ଏଥିରେ ସ୍ୱାଭାବିକ ଭାବରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ବେଳେବେଳେ ପଟାସିଅମ ସ୍ତର ଅତ୍ୟଧିକ ହେଲେ ପାଲପିଟେସନ (palpitations), ପେଶୀ ଯନ୍ତ୍ରଣା (muscle pain), ପେଶୀ ଦୁର୍ବଳତା ଓ କାଲୁଆ (numbness) ଅନୁଭବ ହୁଏ ।[୧][୪] ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ଓ ଏହା ଫଳରେ ହୃଦ୍‌ରୋଧ ଓ ମୃତ୍ୟୁ ହୁଏ ।[୧][୨]

ବୃକ୍‌କ ଅକର୍ମଣ୍ୟ (renal failure), ହାଇପୋଆଲଡୋସ୍ଟିରୋନିଜ୍ମ (hypoaldosteronism) ଓ ରାବଡୋମାୟୋଲାଇସିସ (rhabdomyolysis) ରୋଗମାନଙ୍କରେ ଏହି ହାଇପରକାଲେମିଆ ଅବସ୍ଥା ଉପୁଜେ ।[୧] କେତେକ ଔଷଧ ବ୍ୟବ‌ହାର କଲେ ମଧ୍ୟ ଏହି ହାଇପରକାଲେମିଆ ହୋଇପାରେ ଯଥା:- ସ୍ପାଇରୋନୋଲାକ୍ଟୋନ, ଏନଏସଏଆଇଡି (NSAIDs) ଓ ଆଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଇନହିବିଟର (angiotensin converting enzyme inhibitor) ।[୧] ହାଇପରକାଲେମିଆକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥାଏ ଯଥା:- ସାମାନ୍ୟ (୫.୫-୫.୯ ମିମୋ/ଲି), ମଧ୍ୟମ (୬.୦-୬.୪ ମିମୋ/ଲି) ଓ ସାଂଘାତିକ (>୬.୫ ମିମୋ/ଲି).[୨] ରକ୍ତରେ ସ୍ତର ଅଧିକ ହେଲେ ଇସିଜିରେ ଚିହ୍ନଟ କରାଯାଇ ପାରିବ ।[୨] ରକ୍ତ ସାମ୍ପଲ ନେବା ସମୟରେ ବା ତା ପରେ କୋଷଗୁଡ଼ିକ (cell) ନଷ୍ଟ ହୋଇଯିବା ଫଳରେ ପଟାସିଅମ ସ୍ତର ବଢ଼ିପାରେ କିନ୍ତୁ ଏହା ବାସ୍ତବ ନୁହେଁ, ତେଣୁ ଏହାକୁ ସୁଡୋହାଇପରକାଲେମିଆ କୁହାଯାଏ । [୧][୪]

ଯେଉଁ କାରଣରୁ ଏହି ଅବସ୍ଥା ଉତ୍ପନ୍ନ, ତାହାର ଚିକିତ୍ସା ପ୍ରଥମେ ଆରମ୍ଭ କରିବା ସ‌ହ ପ୍ରଚୁର ପରିମାଣର ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଫୁରୋସେମାଇଡ (furosemide), କ୍ୟାଲସିଟୋନିନ (calcitonin) ବା ପାମିଡ୍ରୋନେଟ (pamidronate) ଦିଆଯାଏ ।[୨][୪] ଫୁରୋସେମାଇଡ ଉପକାରର ବିଶେଷ ପ୍ରମାଣ ମିଳିନାହିଁ । ଅତି ଅଧିକ ସ୍ତରର ପଟାସିଅମ ଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । ଅନ୍ୟାନ୍ୟ ଚିକିତ୍ସାରେ ଉପଶମ ନ ହେଲେ ହେମୋଡିଆଲିସିସ (Hemodialysis) ବ୍ୟବ‌ହାର କରାଯାଇପାରେ । ଭିଟାମିନ ଡି ଟକ୍ସିସିଟି ଥିଲେ ସ୍ଟିରଏଡ ଉପକାରୀ ହୋଇପାରେ । ଏହା ସ‌ହିତ ସାଧାରଣତଃ ହାଇପରକ୍ୟାଲସେମିଆ ଦେଖାଯାଏ । ପ୍ରତି ୧୦୦୦ଲୋକରେ ୧ରୁ ୭ଜଣଙ୍କର ହାଇପରପାରାଥାଇରଏଡିଜ୍ମ ଥାଏ ଓ ୨.୭% ଲୋକଙ୍କର ହାଇପରକ୍ୟାଲସେମିଆ ସ‌ହ କର୍କଟ ରୋଗ ଥାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Lehnhardt, A; Kemper, MJ (March 2011). "Pathogenesis, diagnosis and management of hyperkalemia.". Pediatric nephrology (Berlin, Germany) 26 (3): 377–84. PMID 21181208. 
  2. ୨.୦ ୨.୧ ୨.୨ ୨.୩ ୨.୪ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution.". Resuscitation 81 (10): 1400–33. PMID 20956045. 
  3. Pathy, M.S. John (୨୦୦୬). Principles and practice of geriatric medicine (୪. ed. ed.). Chichester [u.a.]: Wiley. p. Appendix. ISBN ୯୭୮୦୪୭୦୦୯୦୫୫୮. 
  4. ୪.୦ ୪.୧ ୪.୨ ୪.୩ McDonald, TJ; Oram, RA; Vaidya, B (20 October 2015). "Investigating hyperkalaemia in adults.". BMJ (Clinical research ed.) 351: h4762. PMID 26487322.