ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ

ଉଇକିପିଡ଼ିଆ‌ରୁ
Jump to navigation Jump to search

   

 

colspan="2" class="infobox-above" style="background-color:
  1. ddbbee" |ଶ୍ରୀ ଇବ୍ରାହିମ୍ / ACE ପ୍ରତିବନ୍ଧକ |
ଡ୍ରଗ୍ କ୍ଲାସ୍ |
କ୍ଲିନିକାଲ୍ ତଥ୍ୟ |
Drugs.com ଡ୍ରଗ୍ କ୍ଲାସ୍ |
WebMD ମେଡିସିନ୍ ନେଟ | RxList

ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ ବା ଏସିଇ ଇନହିବିଟର ଏକ ଔଷଧ ଶ୍ରେଣୀ ଯାହା ମୁଖ୍ୟତଃ ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ବୃକ୍‌କ ରୋଗ, ଏବଂ କରୋନାରୀ ହୃଦ୍ ରୋଗ ପାଇଁ ବ୍ୟବ‌ହୃତ ହୁଏ | [୧] ଅଧକପାଳି ଏବଂ ସ୍କ୍ଲେରୋଡର୍ମା ରୋଗ ଚିକିତ୍ସାରେ ମଧ୍ୟ ଦିଆଯାଏ । [୨] ସେଗୁଡିକ ସାଧାରଣତଃ ପାଟିରେ ଦିଆଯାଏ, ଯଦିଓ କିଛି ଇଞ୍ଜେକ୍ସନ ମଧ୍ୟ ଉପଲବ୍ଧ ଅଛି | [୩] [୪]

ଏସିଇ ଇନହିବିଟରଗୁଡିକ ସାଧାରଣତଃ ଭଲ ଭାବରେ ସହ୍ୟ କରିହୁଏ ଏବଂ ପ୍ରଭାବଶାଳୀ ହୁଏ | [୫] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ମୁଣ୍ଡ ହାଲୁକା ଲାଗିବା, ନିମ୍ନ ରକ୍ତଚାପ, ବୃକ୍‌କ କାର୍ଯ୍ୟ ହ୍ରାସ ଏବଂ ରକ୍ତରେ ଉଚ୍ଚ ପୋଟାସିୟମ ସ୍ତର ହୋଇପାରେ | [୬] ବୃକ୍‌କ ଧମନୀ ସଙ୍କୋଚନ ରୋଗୀଙ୍କର ସାଧାରଣତଃ ବୃକ୍‌କ କାର୍ଯ୍ୟ କ୍ଷମତା କମିଯାଏ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ | [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [୬] ଆଞ୍ଜିଓଟେନସିନ-ରୂପାନ୍ତରକାରୀ-ଏନଜାଇମର କାର୍ଯ୍ୟକୁ ଅବରୋଧ କରିବାରୁ ଆଞ୍ଜିଓଟେନସିନ ୨ ସ୍ତର କମିଯିବା ଫଳରେ କାର୍ଯ୍ୟକ୍ଷମ ହୁଏ । [୭] ଆଞ୍ଜିଓଟେନସିନ ସ୍ତର କମିଯିବାରୁ ରକ୍ତନଳୀ ସ୍ଫିତ ହୋଇଯାଏ; ଫଳରେ ବୃକ୍‌କଦ୍ୱାରା ଜଳ ଏବଂ ସୋଡିୟମ ଅଧିକ ମୁକ୍ତ ହୁଏ | [୩] ବୃକ୍‌କରେ ଗୁରୁତର ବିଫଳତା ଥିଲେ କିମ୍ବା ଆଞ୍ଜିଓନିଉରୋଟିକ ଏଡିମା ଇତିହାସ ଥିଲେ ଏହି ଔଷଧ ଦିଆଯାଏ ନାହିଁ | [୮] ଏସିଇ ଇନହିବିଟର କାର୍ଯ୍ୟ ନିରୁପଣ କରିବା ପାଇଁ ଏହା ଆରମ୍ଭ କରିବାର ଏକ ସପ୍ତାହ ପରେ କିମ୍ବା ଏହାର ମାତ୍ରା ବଦଳାଇବା ପରେ ବୃକ୍‌କ ପରୀକ୍ଷା (କିଡନି ଫଙ୍କସନ ଟେଷ୍ଟ) କରାଯାଏ । [୮]

୧୯୮୧ ମସିହାରେ ପ୍ରଥମେ ଡାକ୍ତରୀ ବ୍ୟବହାର ନିମନ୍ତେ କାପ୍ଟୋପ୍ରିଲ ବ୍ୟବ‌ହାର କରାଯାଇଥିଲା । ୨୦୨୧ ମସିହାରୁ ସାଧାରଣ ଭାବରେ ଏହା ବ୍ୟବହୃତ ହେଉଛି । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଉଚ୍ଚ ରକ୍ତ ଚାପ ପାଇଁ ଏକ ପ୍ରଥମ ଧାଡି ଚିକିତ୍ସାର ମାନ୍ୟତା ପାଇଛି ଯାହା ସହିତ କ୍ୟାଲସିସମ ଚ୍ୟାନେଲ ଅବରୋଧକ, ଥିଆଜାଇଡ ଡାଇୟୁରେଟିକ ଏବଂ ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର ବ୍ୟବ‌ହୃତ ହେଉଛି ।[୯] ଏହି ଔଷଧ ଗୁଡ଼ିକ ମହଙ୍ଗା ନୁହେଁ ଓ ଜେନେରିକ ଔଷଧ ଭାବରେ ଉପଲବଧ ଅଛି । [୩]  

ଆଧାର[ସମ୍ପାଦନା]

  1. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 50–51. ISBN 978-0-7020-7442-4.
  2. "List of ACE inhibitors + Uses, Types & Side Effects". Drugs.com (in ଇଂରାଜୀ). Retrieved 18 April 2021.
  3. ୩.୦ ୩.୧ ୩.୨ ୩.୩ ୩.୪ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 50–51. ISBN 978-0-7020-7442-4.
  4. Goyal, A; Cusick, AS; Thielemier, B (January 2021). "ACE Inhibitors". PMID 28613646. Cite journal requires |journal= (help)
  5. Haslam, Sally J. (2022). "8c. Renal impairment". In Courtenay, Molly; Griffiths, Matthew (eds.). Independent and Supplementary Prescribing: An Essential Guide (in ଇଂରାଜୀ) (Third ed.). Cambridge: Cambridge University Press. p. 146. ISBN 978-1-108-92851-9.
  6. ୬.୦ ୬.୧ ୬.୨ Goyal, A; Cusick, AS; Thielemier, B (January 2021). "ACE Inhibitors". PMID 28613646. Cite journal requires |journal= (help)
  7. "List of ACE inhibitors + Uses, Types & Side Effects". Drugs.com (in ଇଂରାଜୀ). Retrieved 18 April 2021.
  8. ୮.୦ ୮.୧ Haslam, Sally J. (2022). "8c. Renal impairment". In Courtenay, Molly; Griffiths, Matthew (eds.). Independent and Supplementary Prescribing: An Essential Guide (in ଇଂରାଜୀ) (Third ed.). Cambridge: Cambridge University Press. p. 146. ISBN 978-1-108-92851-9.
  9. Herman, LL; Padala, SA; Annamaraju, P; Bashir, K (January 2021). "Angiotensin Converting Enzyme Inhibitors (ACEI)". PMID 28613705. Cite journal requires |journal= (help)