ଗୀତା ଦାଶ

ଉଇକିପିଡ଼ିଆ ରୁ
Jump to navigation Jump to search

ଗୀତା ଦାଶ ଜଣେ ଓଡ଼ିଆ ଗାୟିକା । ତାଙ୍କର ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ବିରାଡ଼ିହି ଗ୍ରାମ । ସେ ଏପର୍ଯ୍ୟନ୍ତ ଗାଇଛନ୍ତି ୨୦୦ରୁ ଅଧିକ ଓଡ଼ିଆ ଗୀତ । ହଜାରରୁ ଅଧିକ ଷ୍ଟେଜ୍‌ ସୋରେ ସେ ନିଜ ଗୀତର ଯାଦୁ ଦେଖାଇଛନ୍ତି । ସେ ତାଙ୍କ ମାଆଙ୍କୁ ତାଙ୍କ ସଫଳତାର ଚାବିକାଠି ବୋଲି କୁହନ୍ତି । ତାଙ୍କ ପାଇଁ ମଧ୍ୟ ସେ ଏହି ସ୍ଥଳରେ ପହଞ୍ଚିପାରିଛନ୍ତି ବୋଲି କହୁଛନ୍ତି । ତାଙ୍କ ବାପା ଏଥିପାଇଁ ପ୍ରଥମରୁ ରାଜି ନଥିଲେ। ବାପା ଚାହୁଁଥିଲେ କି ସେ ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ । ବିବାହ ପରେ ତାଙ୍କ ଜୀବନ ବଦଳି ଯାଇଥିଲା ବୋଲି ସେ କହିଛନ୍ତି ।

ସେ ପ୍ରଥମେ ସମ୍ବଲପୁର ଆକାଶବାଣୀରୁ ତାଙ୍କ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ୧୯୮୧ରେ ସେ ଆକାଶବାଣୀ କଟକରେ ଗାଇଥିଲେ । ୧୯୮୫ରେ ସେ ଦୂରଦର୍ଶନରେ ନିଜ ସଙ୍ଗୀତ ପରିବେଷଣ କରିଥିଲେ । ୧୯୮୨ରେ ସେ ପ୍ରଥମେ ଛଅମାଣ ଆଠ ଗୁଣ୍ଠ ଚଳଚ୍ଚିତ୍ରରେ ପ୍ରଛଦପଟ ଗାୟିକା ଭାବେ କଣ୍ଠଦାନ କରିଥିଲେ। ଏହାପରେ ସେ ଚଳଚ୍ଚିତ୍ର 'ସାତ କଳସ ଆଠ ଦିଗ'ରେ ନିଜ କଣ୍ଠଦାନ କରିଥିଲେ। ଏହାପରେ ସେ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି । ପାଞ୍ଚଥର ନିଜ ସଂଗୀତ ପାଇଁ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୧]

ପରିବାର[ସମ୍ପାଦନା]

ଗୀତାଙ୍କର ତିନି ଝିଅ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ସେ ଭୁବନେଶ୍ୱରରେ ରୁହନ୍ତି। ଏବେ ମଧ୍ୟ ସେ ତାଙ୍କ ମା ବାପାଙ୍କୁ ତାଙ୍କ ଆଦର୍ଶ ବୋଲି ଭାବନ୍ତି।

ପୁରସ୍କାର ପ୍ରାପ୍ତ ଫିଲ୍ମ[ସମ୍ପାଦନା]

ଗୀତା ଦାସ ନିଜର ଗୀତ ପାଇଁ ପାଂଚଥର ରାଜ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହି ଚଳଚ୍ଚିତ୍ର ଗୁଡ଼ିକ ହେଲା ଗୃହଲକ୍ଷ୍ମୀ, ଦଇବ ଦଉଡ଼ି, ମୁଁ ତୁମେ ଓ ସେ, ସକଳ ତୀର୍ଥ ତୋ ଚରଣେ, ସତ ମିଛ । ସେ ମଧ୍ୟ ଚଳଚ୍ଚିତ୍ର ଜଗତ ଆୱାର୍ଡ଼, ସିନେ ଆୱାର୍ଡ଼ ପ୍ରାପ୍ତ କରିଛନ୍ତି ।

ଓଡ଼ିଆ ଗୀତ ସହ ସେ ମଧ୍ୟ ବଙ୍ଗାଳୀ ଚଳଚ୍ଚିତ୍ର, ହିନ୍ଦି ଧାରାବାହିକ, ଏବଂ ଡ଼ିଡ଼ି ମେଟ୍ରୋ ଦିଲ୍ଲୀରେ ସଂଗୀତ ପରିବେଷଣ କରିଛନ୍ତି।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]