ଅଧକପାଳି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅଧକପାଳି
Migraine.jpg
ଅଧକପାଳି ପିଡ଼ିତ ଜଣେ ଲୋକର ଚିତ୍ର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି neurology[*]
ଆଇସିଡ଼ି-୧୦ G43.
ଆଇସିଡ଼ି-୯-ସିଏମ୍ 346
ଓଏମ୍‌ଆଇଏମ୍ 157300
ରୋଗ ଡାଟାବେସ

8207 (Migraine)
31876

(Basilar)
4693
(FHM)
ମେଡ଼ିସିନ-ପ୍ଲସ 000709
ଇ-ମେଡ଼ିସିନ neuro/218 neuro/517 emerg/230 neuro/529
Patient UK ଅଧକପାଳି
MeSH D008881

ଅଧକପାଳି (ଇଂରାଜୀ: migraine; ମିଗ୍ରେନ /ମାଇଗ୍ରେନ) ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ[୧] ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ଏହି ମିଗ୍ରେନ/ମାଇଗ୍ରେନ (migraine) ଶବ୍ଦ ଏକ ଗ୍ରୀକ ଶବ୍ଦରୁ (Greek ଶବ୍ଦ ἡμικρανία (hemikrania)ର ଅର୍ଥ "ମୁଣ୍ଡର ଗୋଟିଏ ପାଖରେ ଯନ୍ତ୍ରଣା"[୨]; ἡμι- (hemi-), "ଅଧା", ଓ κρανίον (kranion), "ଖପୁରି"[୩] ନିଆହୋଇଛି । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ ଓ ପ୍ରାୟ ୭୨ଘଣ୍ଟା ପର୍ଯ୍ୟନ୍ତ ରହେ ।[୧] ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ଵା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ ।[୪][୫] ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ ।[୫] ଏକ ତୃତୀୟାଂଶ ଲୋକଙ୍କର ଅରା ବା ଦୃଷ୍ଟି ସମସ୍ୟା ହୁଏ ଯାହାଦ୍ୱାରା ଆଗକୁ ଅଧକପାଳି ଆସିବା ସଙ୍କେତ ଦିଏ ।[୬] ଅରାରେ ଦୃଷ୍ଟି ଭିତ୍ତିକ, ସେନ୍ସରୀ, ମୋଟର ବା ଭାଷା (Language) ଗୋଳମାଳ ହୁଏ । ଅରା ପରେ କ୍ଵଚିତ ମୁଣ୍ଡବଥା ହୁଏ ନାହିଁ ।

ପରିସ୍ଥିତି ଓ ଜେନେଟିକର ମିଶ୍ରିତ ପ୍ରଭାବ ଯୋଗୁ ଅଧକପାଳି ହେବା ବିଶ୍ଵାସ କରାଯାଏ ।[୭] ଦୁଇ ତୃତୀୟାଂଶ ରୋଗୀଙ୍କର ବଂଶରେ ଏହି ରୋଗ ଥାଏ ।[୮] ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହୋଇପାରେ ଯେହେତୁ ପୂର୍ଣ୍ଣାବୟବ ହେବା ପୂର୍ବରୁ ପୁଅମାନଙ୍କର କିନ୍ତୁ ପରେ ପୁରୁଷଙ୍କ ଅପେକ୍ଷା ମହିଳା ସଂଖ୍ୟା ୩ ଗୁଣ ହୁଏ ।[୯][୧୦] ଗର୍ଭାବସ୍ଥାରେ ଅଧକପାଳି କମିଯାଏ ।[୯] ଗର୍ଭାବସ୍ଥାରେ ଏହି ସଙ୍କଟ କମିଯାଏ ।[୯] ଏହି ରୋଗ କେଉଁ ଉପାୟରେ ହୁଏ ତାହା ଜଣାନାହିଁ ।[୧୧] ତେବେ ଏହା ଏକ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ରୋଗ ।[୮] ପ୍ରାଥମିକ ଥିଓରି ଅନୁସାରେ ସେରେବ୍ରାଲ କର୍ଟେକ୍ସ ଅତ୍ୟଧିକ ଉତ୍ତେଜିତ ହୋଇ ବ୍ରେନଷ୍ଟେମର ଟ୍ରାଇଜେମିନାଲ ନ୍ୟୁକ୍ଳିଅସରେ ଥିବା ସ୍ନାୟୁ ଉପରେ ଅସାଧାରଣ ପ୍ରତିକ୍ରିୟା କରାଏ ।[୧୨]

ସର୍ବ ପ୍ରଥମେ ମୁଣ୍ଡବଥା ନିମନ୍ତେ ଆଇବୁପ୍ରୋଫେନପାରାସେଟାମୋଲ ଭଳି ସାଧାରଣ ପିଡ଼ାନାଶକ ଔଷଧ ଦିଆଯାଏ, ବାନ୍ତି ନ ହେବା ଔଷଧ ଦେଲେ ଓକାଳ କମ ହୁଏ ଓ ଟ୍ରିଗର ନ ଗେବା ଚେଷ୍ଟା କରାଯାଏ ।[୧୩] ସାଧାରଣ ପିଡ଼ାନାଶକ ଦେଇ ଭଲ ନ ହେଲେ ଟ୍ରିପ୍ଟାନ କିମ୍ବା ଏରଗୋଟାମିନ ବା ଦିଆଯାଇପାରେ ।[୮] ଜଣ ସଂଖ୍ୟାର ୧୫ % ଲୋକ ଜୀବନରେ କେବେ ନା କେବେ ଏହି ରୋଗ ଭୋଗ କରନ୍ତି । ଏହା ସହିତ କେଫିନ୍ ଯୋଗ କରିଦିଆଯାଇ ପାରେ ।[୧୪] ଏହାର ପ୍ରତିଷେଧ ନିମନ୍ତେ ଅନେକ ଔଷଧ ମିଳୁଛି ଯଥା:- ମେଟୋପ୍ରୋଲୋଲ, ଭାଲପ୍ରୋଏଟ ଓ ଟୋପିରାମେଟ ।[୧୫]

ସାରା ପୃଥିବୀର ଜନସଂଖ୍ୟାର ପ୍ରାୟ ୧୫% ଲୋକଙ୍କୁ ଅଧକପାଳି ରୋଗ ହୁଏ ।[୧୬] ଏହି ରୋଗ ଅଧିକାଂଶ କେଶ୍‌ରେ ଯୁବକ୍ରାନ୍ତି ବା ପ୍ୟୁବର୍ଟି ବେଳେ ହୁଏ ।[୧] କେତେକ ମହିଳାଙ୍କର ଋତୁବନ୍ଦ ସମୟଠାରୁ ରୋଗ କମିଯାଏ ।[୧୧] ପୁରାତନ ମିଶରରେ ଖ୍ରୀ:ପୂ: ୧୫୦୦ରେ ଏବର୍ସ ପାପିରସ୍ରେ କେତେକ ବେମାରୀ ବର୍ଣ୍ଣନା ଏହି ରୋଗ ସାଥୀରେ ମେଳ ଖାଉଛି । [୧୭] ମିଗ୍ରେନ ଶବ୍ଦଟି ଗ୍ରୀକ ଶବ୍ଦ ἡμικρανία (hemikrania)ରୁ ନିଆଯାଇଛି ଯାହାର ଅର୍ଥ , "ମୁଣ୍ଡର ଗୋଟିଏ ପଟରେ ଯନ୍ତ୍ରଣା",[୧୮] ଓ ἡμι- (hemi-)ର ଅର୍ଥ "ଅଧା" ଓ κρανίον (kranion)ର ଅର୍ଥ "ଖପୁରି".[୧୯]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଅଧକପାଳି ଏକ ସ୍ଵୟଂସୀମିତ ରୋଗ ଯେଉଁଥିରେ ପୁନଃପୌନିକ ମୁଣ୍ଡବଥା ସହ ଅଟୋନୋମିକ ସ୍ନାୟୁ ମଣ୍ଡଳର ଲକ୍ଷଣ ଉପସ୍ଥାପିତ ହୁଏ । ପ୍ରାୟ ୧୫ରୁ ୩୦ % ଗୋଗୀ ଏହି ମୁଣ୍ଡବଥା ଆରମ୍ଭ ହେବା ପୂର୍ବରୁ ଏକ ଅରା ଅନୁଭବ କରନ୍ତି ଏବଂ ସେମାନଙ୍କର ବିନା ଅରା ମୁଣ୍ଡବଥା ମଧ୍ୟ ହୁଏ ।[୨୦] କଷ୍ଟର ତୀବ୍ରତା, ସମୟ ଓ ପୁନଃପୌନିକତା ପରିବର୍ତ୍ତନଶୀଳ । ଅଧକପାଳି ୭୨ ଘଣ୍ଟାରୁ ଅଧିକ ରହିଲେ ତାହାକୁ ସ୍ଟାଟସ ମିଗ୍ରେନୋସସ୍ (ଇଂରାଜୀରେ status migrainosus) କୁହାଯାଏ ।[୨୧] ଅଧକପାଳି ୪ ସ୍ତର ବାଫେଜ ବିଶିଷ୍ଟ ହୋଇପାରେ, କିନ୍ତୁ ସବୁ ସ୍ତର ବା ଫେଜ ଉପସ୍ଥାପନା ସଦାବେଳେ ହୁଏ ନାହିଁ ।

  1. ପ୍ରୋଡ୍ରୋମ, ମୁଣ୍ଡବଥାର କିଛି ଘଣ୍ଟା ବା କିଛି ଦିନ ପୁର୍ବରୁ ଜଣାଯାଏ ।
  2. ଅରା, ଏହା ପରେ ତୁରନ୍ତ ମୁଣ୍ଡବଥା ଆରମ୍ଭ ହୁଏ ।
  3. କଷ୍ଟ ବା ପେନ୍, ଏହା ମୁଣ୍ଡବଥା ଭାବେ ପରିଚିତ ।
  4. ପୋଷ୍ଟଡ୍ରୋମ, ମିଗ୍ରେନ ପରେ ଏହା ଅନୁଭବ ହୁଏ ।

ପ୍ରୋଡ୍ରୋମ ଫେଜ[ସମ୍ପାଦନା]

ଅଧକପାଳି ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୬୦% ରୋଗୀଙ୍କର ପ୍ରୋଡ୍ରୋମାଲ ବା ପ୍ରିମୋନିଟାରି ଲକ୍ଷଣ ଦେଖାଯାଏ ।[୨୨][୪] ଅରା ବା କଷ୍ଟ ହେବାର ୨ ଘଣ୍ଟା ବା ୨ ଦିନ ପୂର୍ବରୁ ଏହା ପ୍ରକାଶ ପାଏ ।[୨୩] ଏଥିରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ପରିବର୍ତ୍ତିତ ମିଜାଜ (mood), ଉତ୍ତେଜନା, ଅବସାଦ କିମ୍ବା ଆନନ୍ଦାତିଶଯ୍ୟ, ଥକ୍କା, କେତେକ ଖାଦ୍ୟ ପ୍ରତି ଆକର୍ଷଣ, ଟାଣ ବା ସ୍ଟିଫ ପେଶୀ, କୋଷ୍ଠକାଠିନ୍ୟ କିମ୍ବା ତରଳ ଝାଡ଼ା ହୁଏ ଓ ଆଘ୍ରାଣ ତଥା ଶବ୍ଦ ପ୍ରତି ସମ୍ବେଦି ହୁଏ ।[୨୩] ମୁଣ୍ଡ ବଥା ବିନା ବା ସହିତ ଏହି ଲକ୍ଷଣ ପ୍ରକାଶ ପାଏ ।[୨୪]

ଅରା ଫେଜ[ସମ୍ପାଦନା]

ପ୍ରକୃତ ଦୃଶ୍ୟ ଚିତ୍ରରେ ଦର୍ଶାଯାଇଥିବା ଅନୁସାରେ ରୋଗୀକୁ ଦେଖାଯାଏ
Enhancements reminiscent of a zigzag fort structure Negative scotoma, loss of awareness of local structures
Positive scotoma, local perception of additional structures Mostly one-sided loss of perception

ଏହା ଏକ ପ୍ରକାର ସ୍ଵଳ୍ପମିଆଦୀ ସ୍ନାୟୁଗତ ଘଟଣା ଯାହା ମୁଣ୍ଡବଥା ପୂର୍ବରୁ ବା ପରେ ହୁଏ ।[୪] କିଛି ମିନିଟ ମଧ୍ୟରେ ଧୀରେ ଧୀରେ ଏହା ଆରମ୍ଭ ହୁଏ ଓ ୬୦ ମିନିଟରୁ କମ ସମୟ ରହେ । ଦୃଷ୍ଟି ସମ୍ପର୍କୀୟ ଅନୁଭୁତି, ସ୍ପର୍ଶ/ ପୀଡ଼ା ଅନୁଭୁତି ଓ ମୋଟୋର (ଇଂରାଜୀରେ motor ବା ଯେଉଁ ସ୍ନାୟୁ ମସ୍ତିଷ୍କରୁ ମାଂସପେଶୀଙ୍କୁ ବାର୍ତ୍ତା ପ୍ରେରଣ କରେ) ସମ୍ପର୍କୀୟ ଅନୁଭୂତି ହୁଏ ଓ ଅନେକ ରୋଗୀ ଏକାଧିକ ଅନୁଭୁତି ଭୋଗ କରନ୍ତି । ଦୃଷ୍ଟି ସମ୍ପର୍କୀୟ ଅନୁଭୂତି ୯୯ % ରୋଗୀଙ୍କର ହୁଏ ଓ ୫୦ % ରୋଗୀଙ୍କର ଏହା ସହ ମୋଟୋର ବା ସ୍ପର୍ଷ/ ପୀଡ଼ା ଅନୁଭୂତି ରହେ ନାହିଁ । ଦୃଷ୍ଟି କ୍ଷେତ୍ର (field of vision) ଧପ୍ ଧପ୍ କରେ, ପଠନ ଓ ଡ୍ରାଇଭିଙ୍ଗ କ୍ଷମତାରେ ଭୁଲଭାଲ ହୁଏ । ଏହା ଦୃଷ୍ଟି କ୍ଷେତ୍ରର ଠିକ ମଝି ସ୍ଥାନରେ ହୁଏ ଓ ସେଠାରୁ ଦୂର୍ଗର କାନ୍ଥ ଭଳି ଅଙ୍କାବଙ୍କା ଗାର ଦେଖାଯାଏ । ଏହି ଗାର କଳା ଧଳା ଦେଖାଯାଏ କିନ୍ତୁ କେତେକ ରଙ୍ଗୀନ ଦେଖାଯାଏ । ଦୃଷ୍ଟି କ୍ଷେତ୍ରର କେତେକ ଅଂଶ ଦେଖାଯାଏ ନାହିଁ ବା ଜାଲଜାଲୁଆ ଦେଖାଯାଏ ।
ଅରା ଦେଖାଯାଉଥିବା ରୋଗୀଙ୍କ ମଧ୍ୟରୁ ୩୦ରୁ ୪୦% ରୋଗୀଙ୍କର ସ୍ପର୍ଶ ଅରା ହୁଏ । ଅଧିକାଂଶ ସମୟରେ ହାତର ଗୋଟିଏ ପାର୍ଶ୍ଵରେ ଛୁଞ୍ଚି ବା ପିନ ଫୋଡ଼ିହେଲା ଭଳି ଲାଗେ ଯାହା ନାକ-ପାଟି ପର୍ଯ୍ୟନ୍ତ ସେହି ପାଖରେ ବିସ୍ତାର ଲାଭ କରେ । ଫୋଡ଼ିହେବା ଲାଗିବା ପରେ କାଲୁଆ ଲାଗେ ଓ ଗଣ୍ଠିର ଅବସ୍ଥାନ ଜଣାପଡ଼େନାହିଁ । କଥା କହିବା ଓ ଭାଷା ଗୋଳମାଳ ହୁଏ ତଥା ମୋଟୋର ସମସ୍ୟା ଦେଖାଯାଏ । ଶରୀରର ଗୋଟିଏ ପାଖ ଏକ ଘଣ୍ଟା ପର୍ଯ୍ୟନ୍ତ ଦୂର୍ବଳ ହୋଇଯାଇପାରେ । ଶୃତି ବିଭ୍ରମ ଓ ଦୃଷ୍ଟି ବିଭ୍ରମ ମଧ୍ୟ ହୋଇପାରେ ।

ଯନ୍ତ୍ରଣା ଫେଜ[ସମ୍ପାଦନା]

ସାଧାରଣତଃ ମୁଣ୍ଡବଥା ଏକପାଖିଆ ହୁଏ, ଧକ୍ ଧକ୍ ହୁଏ, ମଧ୍ୟମରୁ ତୀବ୍ର ଧରଣର ହୁଏ ।[୨୫] ଏହା ଧୀରେ ଧୀରେ ଆସେ[୨୫], ଶାରୀରିକ ଶ୍ରମ କଲେ ବେଶୀ ହୁଏ। ୪୦ %ରୁ ଅଧିକ ରୋଗୀଙ୍କର ଦୁଇ ପାଖରେ ହୁଏ ଓ ବେକରେ ମଧ୍ୟ କଷ୍ଟ ହୁଏ ।[୨୬] ଅରା ନ ଥିଲେ ଦୁଇ ପାଖ ମୁଣ୍ଡ ବଥା ହୁଏ ଓ ବେକରେ କଷ୍ଟ ହୁଏ ।[୪] ସାମାନ୍ୟ କେତେଜଣଙ୍କର ପ୍ରାଥମିକ କଷ୍ଟ ପିଠିରେ କିମ୍ବା ମୁଣ୍ଡ ଶୀର୍ଷରେ ହୁଏ ।[୪] ଏହି କଷ୍ଟ ୪ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରହେ, କିନ୍ତୁ ବଡ଼ ପିଲାଙ୍କର ଏକ ଘଣ୍ଟାରୁ କମ୍ ସମୟ ରହେ[୨୭] । ଏହି ରୋଗ ଆକ୍ରମଣର ସମୟ ବ୍ୟବଧାନ ଅନିର୍ଦ୍ଦିଷ୍ଟ, ସାରା ଜୀବନରେ ଅଳ୍ପ କିଛି ଥର ହୁଏ ବା ସପ୍ତାହରେ ଅନେକ ଥର ହୁଏ; ହାରାହାରି ମାସକୁ ଥରେ ହୁଏ ।[୨୮][୨୯]
ଯନ୍ତ୍ରଣା ସହ ଓକାଳ, ବାନ୍ତି ହୁଏ; ଆଲୋକ (photophobia), ଶବ୍ଦ ଓ ଘ୍ରାଣ ଶକ୍ତି ଉତ୍ତେଜିତ ହୁଏ ଓ ଥକ୍କା ଲାଗିବା ସହ ଚିଡ଼ିଚିଡ଼ା ସ୍ଵଭାବ ହୁଏ । ବ୍ୟାସିଲାର ମିଗ୍ରେନରେ ବ୍ରେନସ୍ଟେମ ସମ୍ପର୍କୀୟ ଲକ୍ଷଣ ପ୍ରକାଶ ପାଏ, ସ୍ନାୟବିକ ଲକ୍ଷଣ ଦେହର ଉଭୟ ପାର୍ଶ୍ଵରେ ଦେଖାଯାଏ[୩୦], ପୃଥିବୀ ଘୁରିଲା ଭଳି ଲାଗେ, ମୁଣ୍ଡ ହାଲୁକା ଲାଗେ ଓ ଗୋଳମାଳିଆ ହୁଏ । ୯୦% ରୋଗୀଙ୍କର ଓକାଳ ବା ବାନ୍ତି ଲାଗେ, କିନ୍ତୁ ୧/୩ ଭାଗ ରୋଗୀଙ୍କର ବାନ୍ତି ହୁଏ[୩୧] । ଅନେକ ରୋଗୀ ଏକୁଟିଆ ଶାନ୍ତ ପରିବେଶରେ ରହିବାକୁ ଇଛା କରନ୍ତି[୩୧] । ଅନ୍ୟ ଲକ୍ଷଣମାନଙ୍କମଧ୍ୟରେ ଝାପସା ଦୃଷ୍ଟି(blurred vision), ନାକ ଭର୍ତ୍ତି (stuffy nose), ତରଳ ଝାଡ଼ା (diarrhea), ବାରମ୍ବାର ପରିସ୍ରା, ଶେତା ଦେଖାଯିବା ଓ ଝାଳ ହୋହିବା ଦେଖାଯାଏ[୩୨] । ମୁଣ୍ଡ ଉପର ଭାଗ ବା ସ୍କାଲ୍ପରେ ଦରଜ ଓ ଫୁଲା ଦେଖାଯାଏ ଓ ବେକ ସ୍ଟିଫ୍ ହୁଏ[୩୨] । ବୟସ୍କ ଲୋକଙ୍କର ଲକ୍ଷଣ କମ ଦେଖାଯାଏ ।
ଅରା ପରେ ମଧ୍ୟ କ୍ଵଚିତ ମୁଣ୍ଡବଥା ହୁଏନାହିଁ । ଏହାକୁ ଆସେଫାଲ୍‌ଜିକ୍ ମିଗ୍ରେନ୍ ବା ନିରବ ଅଧକପାଳି କୁହାଯାଏ । ରୋଗୀ ଏହାକୁ ଗୋଟିଏ ରୋଗ ବ୍ୟତିକ୍ରମ ବୋଲି ଜାଣିପାରେ ନାହିଁ ।

ପୋଷ୍ଟଡ୍ରୋମ[ସମ୍ପାଦନା]

ଅଧକପାଳି ହେବାର କିଛି ଦିନ ପର ପର୍ଯ୍ୟନ୍ତ ତାହାର ପ୍ରଭାବ ରହେ । ମୁଣ୍ଡ ବଥା ହୋଇଥିବା ସ୍ଥାନରେ ଘାଆ (sore) ହେବା ଭଳି ଲାଗେ, ଚିନ୍ତା ଶକ୍ତି ପ୍ରଭାବିତ ହୁଏ, ପେଟ ଗୋଳମାଳ, ଦୁର୍ବଳତା ଓ ହ୍ୟାଙ୍ଗ୍ ଓଭର ଥିବା ଭଳି ଲାଗେ[୩୩] । ଅନ୍ୟ କେତେକ ରିପୋର୍ଟ ଅନୁସାରେ ରୋଗୀ ଅସାଧାରଣ ପ୍ରଫୁଲ୍ଲତା ଅନୁଭବ କରେ ।[୩୪]

କାରଣ[ସମ୍ପାଦନା]

କେଉଁ କାରଣରୁ ଅଧକପାଳି ହୁଏ ତାହା ଜଣାଯାଇ ନାହିଁ ।[୩୫] ଯାହା ବିଶ୍ଵାସ କରାଯାଉଛି, ପରିବେଶ ଓ ଜେନେଟିକର ପ୍ରଭାବ ଯୋଗୁ ଏହି ରୋଗ ହୁଏ । ସମୁଦାୟ ରୋଗୀଙ୍କ ସଂଖ୍ୟାର ୨/୩ ଅଂଶ ପରିବାରରେ ଚାଲିଥାଏ, କ୍ଵଚିତ୍ ଏହା ଏକକ ଜିନ୍ ତୃଟି ଯୋଗୁ ହୁଏ । ଏକଦା ଏହି ରୋଗ ଅତି ବୁଦ୍ଧିମାନ ଲୋକଙ୍କର ହୁଏ ବୋଲି ବିଶ୍ଵାସ କରାଯାଉଥିଲା, କିନ୍ତୁ ଏହା ସତ୍ୟ ବୋଲି ଜଣାଯାଉ ନାହିଁ । କେତେକ ମାନସିକ ଅବସ୍ଥା ଟ୍ରିଗର ଭଳି କାମ କରେ, ଯେପରିକି ଅବସାଦ (depression), ଉତ୍କଣ୍ଠା (anxiety) ଓ ବାଇପୋଲାର ଡିଜ୍ଅର୍ଡର (bipolar disorder), ଯାହା ଯୋଗୁ ଏହି ରୋଗ ଆରମ୍ଭ ହୁଏ ।

ଜେନେଟିକ[ସମ୍ପାଦନା]

ଜାଆଁଳାମାନଙ୍କର ଅନୁଶୀଳନରେ ଦେଖାଯାଇଛି, ୩୪%ରୁ ୫୧% କ୍ଷେତ୍ରରେ ଜେନେଟିକ୍ ପ୍ରରୋଚନା ଯୋଗୁ ଅଧକପାଳି ହେବା ସମ୍ଭାବନା ରହେ । ଅରା ସହ ଅଧକପାଳି ରୋଗରେ ଏହା ଅଧିକ ଦେଖାଯାଏ । କେତେକ ନିର୍ଦ୍ଦିଷ୍ଟ ଜିନ୍ ପରିବର୍ତ୍ତନ ଯୋଗୁ ସାମାନ୍ୟରୁ ମଧ୍ୟମ ଧରଣର ଆଶଙ୍କା ସୃଷ୍ଟି ହୁଏ ।
ଏକକ ଜିନ୍ ବିକାର ଯୋଗୁ କ୍ଵଚିତ ଏହା ହୁଏ ।[୩୬] ଫ୍ୟାମିଲିଆଲ୍ ହେମିପ୍ଲେଜିକ୍ ମିଗ୍ରେନ୍ ରୋଗ ଅଟୋସୋମାଲ୍ ଡୋମିନାଣ୍ଟ ଭାବେ ହୁଏ । ଏହି ରୋଗରେ ୪ପ୍ରକାର ଜିନ୍ ସଂଶ୍ଳିଷ୍ଟ ଅଛନ୍ତି ।

ଟ୍ରିଗର[ସମ୍ପାଦନା]

କେତେକ ଟ୍ରିଗର ଯୋଗୁ ଅଧକପାଳି ହୁଏ, ଏହା କେତେକ ରିପୋର୍ଟ ଅନୁସାରେ ଅଧିକାଂଶ ରୋଗୀଙ୍କର ହୁଏ[୩୭] ଓ ଅନ୍ୟ କେତେକ ରିପୋର୍ଟ ଅନୁସାରେ ଅଳ୍ପ ରୋଗିଙ୍କର ହୁଏ । ଅନେକ ଟ୍ରିଗର ଲିପିବଦ୍ଧ ହୋଇଛି, କିନ୍ତୁ ସେମାନଙ୍କ ଶକ୍ତି ଓ ସାର୍ଥକତା ବିଷୟରେ ଅଜ୍ଞତା ଅଛି ।[୩୭][୩୮] ଲକ୍ଷଣ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ଟ୍ରିଗର ଜଣାଯାଏ ।

ଶରୀରତତ୍ତ୍ଵ ସମ୍ପର୍କୀୟ[ସମ୍ପାଦନା]

ମାନସିକ ଚାପ, ଭୋକଥକ୍କା; ଏ ସମସ୍ତ ସାଧାରଣ ଟ୍ରିଗର୍ । ଋତୁସ୍ରାବ ସମୟରେ ଏହ ହେବା ସମ୍ଭାବନା ଅଧିକ ରହେ[୩୯] । ଅନ୍ୟ ହରମୋନ୍ ପ୍ରଭାବ ଯଥା ଋତୁବନ୍ଦ, ଓରାଲ୍ କଣ୍ଟ୍ରାସେପ୍ଟିଭ ବ୍ୟବହାର, ଗର୍ଭାବସ୍ଥାମେନାର୍କି ଯୋଗୁ ଏହି ଟ୍ରିଗର ହୁଏ ।[୪୦] ଅରା ବିହୀନ ଅଧକପାଳିରେ ଏହା ଦେଖାଯାଏ । ଏହା ୨ୟ ଓ ୩ୟ ଟ୍ରିମେସ୍ଟର ତଥା ଋତୁବନ୍ଦ ପରେ ହୁଏ ନାହିଁ ।

ଖାଦ୍ୟ ସମ୍ପର୍କୀୟ[ସମ୍ପାଦନା]

ଅନୁଶୀଳନଦ୍ଵାରା ଜଣାଯାଇଛି ଯେ ଖାଦ୍ୟ ଟ୍ରିଗର ବିଷୟ ରୋଗୀଙ୍କ ରିପୋର୍ଟ ଉପରେ ପର୍ଯ୍ୟବେଷିତ, କୌଣସି ପ୍ରମାଣ ଉପରେ ନୁହେଁ ।[୪୧][୪୨] ମୋନୋସୋଡିଅମ୍ ଗ୍ଲୁଟାମେଟ୍ ଔଷଧ ଟ୍ରିଗର ଭାବେ ରିପୋର୍ଟ କରାଯାଇଥିଲେ ମଧ୍ୟ କୌଣସି ପ୍ରାମାଣିକ ତଥ୍ୟ ନାହିଁ[୪୩]ଟାଇରାମିନ୍ର ମଧ୍ୟ କୌଣସି ପ୍ରଭାବ ଥିବା ପ୍ରମାଣିତ ହୋଇ ନାହିଁ[୪୪]

ପରିବେଶ ସମ୍ପର୍କୀୟ[ସମ୍ପାଦନା]

କେତେକ ପରିବେଶ ନିମ୍ନ ଧରଣର ଥିବା ଯୋଗୁ ଉତ୍ତମ ବାୟୁ ସଞ୍ଚାଳନ ଓ ଆଲୋକ ବିଷୟରେ ସଚେତନ ରହିବାକୁ ପରାମର୍ଶ ଦିଆଯାଏ ।[୪୫]

ନିଦାନ-ଶରୀରତତ୍ତ୍ଵ[ସମ୍ପାଦନା]

ଏହି ରୋଗ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ବୋଲି ବିଶ୍ଵାସ କରାଯାଏ[୮] ଓ ଏହାର ମିକାନିଜ୍ମ ମସ୍ତିଷ୍କରେ ଆରମ୍ଭ ହୋଇ ରକ୍ତନଳୀକୁ ବିସ୍ତାରପ୍ରାପ୍ତ ହୁଏ । କେତେକ ଗବେଷକଙ୍କ ମତ ଅନୁସାରେ ସ୍ନାୟୁ ମେକାନିଜ୍ମ ଅଧିକ ଦାୟୀ,[୪୬] ଅନ୍ୟ କେତେକଙ୍କ ମତରେ ରକ୍ତନଳୀ ଅଧିକ ଦାୟୀ[୪୭] । ଉଭୟଙ୍କ ଭୂମିକା ଥିବା ମତ ମଧ୍ୟ ଅନେକ ପୋଷଣ କରନ୍ତି ।[୪୮] ଏହାର ମେକାନିଜ୍ମରେ ସେରୋଟୋନିନ୍ (Serotonin, ଅନ୍ୟ ନାମ 5-hydroxytryptamine) ଭୂମିକା ଥିବା ବିଶ୍ଵାସ କରାଯାଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଲକ୍ଷଣ ଓ ଚିହ୍ନ ଉପରେ ଏହି ରୋଗ ନିର୍ଣ୍ଣୟ ନିର୍ଭର କରେ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ନିଉରୋଇମେଜିଙ୍ଗ ଦରକାର ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ସଠିକ ଅଧକପାଳି ନିର୍ଣ୍ଣୟ ହୋଇ ନ ପାରିଲେ ଏହି ଇମେଜିଙ୍ଗ ଆବଶ୍ୟକ ହୁଏ ।
ଇଣ୍ଟରନ୍ୟାସନାଲ ହେଡାକ୍ ସୋସାଇଟିଦ୍ଵାରା ଅରା ବିହୀନ ଅଧକପାଳି ନିର୍ଣ୍ଣୟ ନିମନ୍ତେ ୫,୪,୩,୨,୧ ନିୟମ ଧାର୍ଯ୍ୟ ହୋଇଛି ।

  • ୫ ଥର ବା ଅଧିକ ଆକ୍ରମଣ - ଅରା ସହିତ ଅଧକପାଳି, ଦୁଇ ଆକ୍ରମଣ ଯଥେଷ୍ଟ ।
  • ୪ ଘଣ୍ଟାରୁ ତିନି ଦିନ ପର୍ଯ୍ୟନ୍ତ ରୋଗ ଥିଲେ
  • ନିମ୍ନଲିଖିତ ଦୁଇ କିମ୍ବା ଅଧିକ ଥିଲେ:
    • ଗୋଟିଏ ପାଖ (ମୁଣ୍ଡର ଅଧା) ହେଉଥିଲେ.
    • ଧକ୍ ଧକ୍ କରୁଥିଲେ
    • ମଧ୍ୟମ ବା ଅତ୍ୟଧିକ ଯନ୍ତ୍ରଣା
    • ଦୈନନ୍ଦିକ ଶାରୀରିକ କର୍ମଦ୍ଵାରା ବୃଦ୍ଧିପ୍ରାପ୍ତ ହେଲେ ବା ଅଧକପାଳି ହେଲେ ଶାରୀରିକ କର୍ମ କରିହୁଏ ନାହିଁ ।
  • ନିମ୍ନ ପ୍ରଦତ୍ତ ମଧ୍ୟରୁ ଏକ ବା ଅଧିକ ଥିଲେ
    • ଓକାଳ ଓ/ କିମ୍ବା ବାନ୍ତି ହେଲେ:
    • ଆଲୋକ ଓ ଶବ୍ଦକୁ ସମ୍ବେଦନଶୀଳ ଥିଲେ:

ଆଲୋକ ସମ୍ବେଦୀ (photophobia), ଓକାଳ କିମ୍ବା ଗୋଟିଏ ଦିନ ନିମନ୍ତେ କାର୍ଯ୍ୟ ଅକ୍ଷମତା, ଏହି ତିନୋଟିରୁ ଦୁଇଟି ଥିଲେ ଅଧକପାଳି ସମ୍ଭାବନା ଅଧିକ ।[୪୯] ଏଠାରେ ପ୍ରଦତ୍ତ ପାଞ୍ଚୋଟି ମଧ୍ୟରୁ ଚାରୋଟି ଥିଲେ(ଧକ୍ ଧକ୍ ହେଉଥିବା ମୁଣ୍ଡବଥା, ସମୟ ୪ - ୭୨ ଘଣ୍ଟା, ମୁଣ୍ଡର ଗୋଟିଏ ପାଖରେ ଯନ୍ତ୍ରଣା, ଓକାଳ ଓ ଦୈନନ୍ଦିନ କାର୍ଯ୍ୟ ବାଧା ସୃଷ୍ଟିକାରୀ ଲକ୍ଷଣ) ଅଧକପାଳି ୯୨ % ସମ୍ଭବ । ଏଥିରୁ ତିନୋଟିରୁ କମ୍ ଥିଲେ ସମ୍ଭାବନା ୧୭ % ।

ବର୍ଗୀକରଣ[ସମ୍ପାଦନା]

ଅଧକପାଳି ରୋଗର ବର୍ଗୀକରଣ ପ୍ରଥମେ ୧୯୮୮ ମସିହାରେ କରାଯାଇଥିଲା । ଗତ ୨୦୦୪ ମସିହାରେ ଇଣ୍ଟରନ୍ୟାସନାଲ ହେଡାକ ସୋସାଇଟି ତାହାକୁ ନବୀକରଣ କରିଥିଲେ । ସାତ ପ୍ରକାର ବର୍ଗୀକରଣ କରାଯାଇଛି ।

  • ଅରା ବିହୀନ ଅଧକପାଳି ବା ସାଧାରଣ ଅଧକପାଳି, ଏଥିରେ ମୁଣ୍ଡବଥା ହୁଏ କିନ୍ତୁ ଅରା ହୁଏ ନାହିଁ ।
  • ଅରା ସହ ଅଧକପାଳି ବା କ୍ଲାସିକ ଅଧକପାଳି: ମୁଣ୍ଡବଥା ନ ହୋଇ ମଧ୍ୟ ଅରା ଆସେ କିମ୍ବା ଅଧକପାଳି ନ ଥାଇ ମୁଣ୍ଡବଥା ହୁଏ । ଆଉ ଦୁଇ ପ୍ରକାର ହେଲା ଫାମିଲିଆଲ ହେମିପ୍ଲେଜିକ ମିଗ୍ରେନ (familial hemiplegic migraine) ଓ ସ୍ପୋରାଡିକ ହେମିପ୍ଲେଜିକ ମିଗ୍ରେନ(sporadic hemiplegic migraine) । ନିଜ ସମ୍ପର୍କୀୟ ଲୋକର ଏହା ଥିଲେ ଫ୍ୟାମିଲିଆଲ ଓ ନ ଥିଲେ ସ୍ପୋରାଡିକ କୁହାଯାଏ । ଆଉ ଏକ ପ୍ରକାର ହେଲା ବାସିଲାର ଟାଇପ ମିଗ୍ରେନ ଯେଉଁଥିରେ କଥା କହିବାରେ ଅସୁବିଧା ହୁଏ, ମୁଣ୍ଡ ବୁଲାଏ, କାନରେ ଶବ୍ଦ ଶୁଣାଯାଏ କିନ୍ତୁ ମାଂସପେଶୀ ଦୁର୍ବଳ ହୁଏ ନାହିଁ ।
  • ଚାଇଳ୍ଡ ହୁଡ ପିରିଓଡ଼ିକ ସିଣ୍ଡ୍ରୋମ: ଏଥିରେ ଚକ୍ରାକାର ବାନ୍ତି ହୁଏ, ପେଟ ମିଗ୍ରେନ ସାଧାରଣତଃ ଓକାଳ ସହ ହୁଏ ଓ ମୁଣ୍ଡ ବୁଲାଏ (paroxysmal vertigo of childhood) ।
  • ରେଟିନାଲ ମିଗ୍ରେନ: ମୁଣ୍ଡବଥା ସହ ଦୃଷ୍ଟି ପରିବର୍ତ୍ତନ ହୁଏ, ସାମୟିକ ଗୋଟିଏ ଆଖି ଅନ୍ଧ ହୋଇଯାଏ ।
  • ମୁଣ୍ଡବଥା ଅରା ସହ ବା ଅରା ନ ଥାଇ ବହୁତ ସମୟ ହୁଏ, ବାରମ୍ବାର ହୁଏ ଓ ଫିଟ୍ସ ବା ବାତ ମାରେ।
  • ସମ୍ଭାବ୍ୟ ମିଗ୍ରେନ:
  • କ୍ରନିକ ମିଗ୍ରେନ: ଏହା ମିଗ୍ରେନର ଏକ ପ୍ରକାର ଜଟୀଳତା । ମାସକୁ ୧୫ ଦିନ ଧରି ୩ ମାସରୁ ଉର୍ଦ୍ଧ୍ଵ ସମୟ ରହେ ।[୫୦]

ପେଟ ମିଗ୍ରେନ[ସମ୍ପାଦନା]

ଏହି ରୋଗର ସ୍ଥିତି ବିଷୟରେ ମତଭେଦ ଅଛି ।[୫୧] ଅନ୍ୟ କେତେକଙ୍କ ମତରେ ଏହା ଏକ ପ୍ରକାର ଅଲଗା ମିଗ୍ରେନ୍ ।[୫୧][୫୨] ଏଥିରେ ପେଟ ଯନ୍ତ୍ରଣା ବାରମ୍ବାର ହୁଏ, ମୁଣ୍ଡବଥା ନ ଥାଏ, କିଛି ମିନିଟରୁ କିଛି ଘଣ୍ଟା ରହେ । ପାରିବାରିକ ମିଗ୍ରେନ ଇତିହାସ ଥିଲେ ଏ ରୋଗ ଦେଖାଯାଏ ।[୫୧]

ପ୍ରତିଷେଧ[ସମ୍ପାଦନା]

ଅଧକପାଳି ନିମନ୍ତେ ୪ ପ୍ରକାର ବ୍ୟବସ୍ଥା ଅଛି: ଔଷଧ, ଅଧିକ ପୋଷଣ (nutrition supplement), ଜୀବନ ଧାରା ପରିବର୍ତ୍ତନ ଓ ଅପରେଶନ । ଏହି ପ୍ରତିଷେଧ ବ୍ୟବସ୍ଥା ସପ୍ତାହକୁ ଦୁଇ ଦିନରୁ ଅଧିକ ଭୋଗୁଥିବା ରୋଗୀଙ୍କ ନିମନ୍ତେ, ଔଷଧ ସହ୍ୟ କରି ନ ପାରୁଥିବା ରୋଗୀ ବା ଗମ୍ଭୀର ଆକ୍ରମଣ ଭୋଗୁଥିବା ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ।
ଏହାର ଲକ୍ଷ: ବାରମ୍ବାର ନ ହେବା, ଯନ୍ତ୍ରଣା କମେଇବା ଏବଂ / କିମ୍ବା ରୋଗ ଅବଧି କମେଇବା ଓ ଔଷଧ ଉପାଦେୟତା ବୃଦ୍ଧି କରିବା ।[୫୩] ଔଷଧ ବେଶୀ ଖାଇଲେ ମଧ୍ୟ ମୁଣ୍ଡବଥା ହୁଏ, ତେଣୁ ଏହାକୁ ରୋକିବା ଆବଶ୍ୟକ । ଏହା ଏକ ସାଧାରଣ ସମସ୍ୟା ଯାହା କ୍ରନିକ ମୁଣ୍ଡବଥା କରାଏ । [୫୪][୫୫]

ଔଷଧ[ସମ୍ପାଦନା]

ପ୍ରତିରୋଧକାରୀ ଔଷଧ କାର୍ଯ୍ୟକ୍ଷମ ହେଲା ବୋଲି ଧରାଯାଏ ଯେତେବେଳେ ଏହା ବାରମ୍ବାର ହେବା ଓ ତୀବ୍ରତା ୫୦ % କମ ହୁଏ ।[୫୬] ଟୋପିରାମେଟ, ଡାଇଭାଲପ୍ରୋଏକ୍ସ/ସୋଡିଅମ ଭାଲପ୍ରୋଏଟ, ପ୍ରୋପ୍ରାନୋଲୋଲମେଟୋପ୍ରୋଲୋଲ ଇତ୍ୟାଦି ଏହାର ପ୍ରଥମ ଧାଡି ଚିକିତ୍ସା । ଗାବାପେଣ୍ଟିନ ବିଷୟରେ ମତାନ୍ତର ଅଛି । ଟିମୋଲୋଲୋଲ ମଧ୍ୟ ଉପାଦେୟ ଔଷଧ । ଋତୁସ୍ରାବ ଅଧକପାଳି ରୋକିବାରେ ଫ୍ରୋଭାଟ୍ରିପ୍ଟାନ ଉପାଦେୟ ଔଷଧ ।[୫୭]
ଆମିଟ୍ରିପ୍ଟିଲିନଭେନଲାଫାକସିନ ଦ୍ୱୟ ମଧ୍ୟ ଉପାଦେୟ ।[୫୮] ଆଞ୍ଜିଓଟେନସିନ ପ୍ରତିରୋଧକ (angiotensin-converting enzyme inhibitor or angiotensin II receptor antagonist) ଏହି ଆକ୍ରମଣ କମାଏ ।[୫୯] କ୍ରନିକ ଅଧକପାଳିରେ ବୋଟୋକ୍ସ ଉପାଦେୟ ହୁଏ ।[୬୦]

ଅଲ୍ଟରନେଟ ଥେରାପି[ସମ୍ପାଦନା]

Petasites hybridus (butterbur) root extract has proven effective for migraine prevention.[୬୧]

ଆକୁପଙ୍କଚର ମଧ୍ୟ ଉପାଦେୟ, କିନ୍ତୁ ସାମ ଆକୁପଙ୍କଚର ମଧ୍ୟ କାମ କରେ । ଫିଜିଓଥେରାପି, ମାଲିସ, ଚିରୋପ୍ରାକ୍ଟିସ ଓ ଶିଥିଳତାଦ୍ଵାରା ମଧ୍ୟ ଔଷଧ ଭଳି କାମ କରେ କିନ୍ତୁ ଏହାର ଅନୁଶୀଳନ ବିଧି ସଠିକ ନ ଥିଲା ।[୬୨] ବଟରବର (butterbur) ବ୍ୟବହାର ସବୁଠାରୁ ଉପାଦେୟ ।[୬୩]

ଡିଭାଇସ ଓ ଅପରେଶନ[ସମ୍ପାଦନା]

ଔଷଧ ମନା ଥିଲେ ବା ଅତ୍ୟଧିକ ଔଷଧ ଅଧକପାଳି ଥିଲେ ବାୟୋଫିଡବ୍ୟାକ ଓ ନିଉରୋଷ୍ଟିମୁଲେଟର କେତେକ ପରିମାଣରେ ରୋଗ ପ୍ରତିରୋଧ କରେ ।[୬୪][୬୫] କ୍ରନିକ ଅଣଉପସମ ହେଉଥିବା ଅଧକପାଳିରେ ନିଉରୋସ୍ଟିମୁଲେଟର୍ ଇମ୍ପ୍ଲାଣ୍ଟ କଲେ ପେସ୍‌ମେକର୍ ଭଳି କାମ କରେ ।[୬୬][୬୭] ଆମେରିକାରେ ଟେନ୍ସ (transcutaneous electrical nerve stimulation device) ବ୍ୟବହାର ବିଧିସମ୍ମତ ।[୬୮] ଔଷଧଦ୍ଵାରା ଭଲ ନ ହେଲେ ମିଗ୍ରେନ ଅପରେଶନ କରାଯାଏ ଓ ଏହି ଅପରେସନରେ ମୁଣ୍ଡ ଓ ବେକର ସ୍ନାୟୁ ମୁକ୍ତ (decompression of certain nerves) କରାଯାଏ । [୬୯]

ଚିକିତ୍ସା[ସମ୍ପାଦନା]

ତିନୋଟି ଦୃଷ୍ଟିକୋଣରୁ ଏହାକୁ ଚିକିତ୍ସା କରାଯାଏ – ଟ୍ରିଗର ଆଡ଼େଇବା, ତୀବ୍ର ଲକ୍ଷଣ ନିୟନ୍ତ୍ରଣ କରିବା ଓ ଔଷଧଦ୍ଵାରା ପ୍ରତିରୋଧ କରିବା । ଶୀଘ୍ର ଔଷଧ ଦେଲେ ଫଳପ୍ରଦ ହୁଏ । ବାରମ୍ବାର ଔଷଧ ବ୍ୟବହାର କଲେ ଅତି-ଔଷଧ ମୁଣ୍ଡବଥା ହୁଏ ଯେଉଁଥିରେ ମୁଣ୍ଡବଥା ଅତି ତୀବ୍ର ଓ ବାରମ୍ବାର ହୁଏ । ଯେଉଁ ଔଷଧ ଦେଲେ ଏହି ଜଟିଳତା ଦେଖାଯାଏ ସେମାନଙ୍କ ନାମ ଟ୍ରିପ୍ଟାନ, ଏର୍ଗୋଟାମିନନାରକୋଟିକ ଭଳି ପୀଡାହାରୀ । ଏହି କାରଣ ଯୋଗୁ ସରଳ ପୀଡାହାରୀ ଔଷଧ ସପ୍ତାହରେ ତିନି ଦିନରୁ କମ ଦିଆଯାଏ ।[୭୦]

ପୀଡ଼ାହାରୀ ଔଷଧ[ସମ୍ପାଦନା]

ରୋଗ ଆରମ୍ଭରେ ସାମାନ୍ୟ ଓ ମଧ୍ୟମ ଲକ୍ଷଣ ପ୍ରକାଶ ପାଉଥିଲେ ସରଳ ପୀଡାହାରୀ ଔଷଧ ଦିଆଯାଏ, ଯେପରିକି ଏନ.ଏସ.ଏ.ଆଇ.ଡି. କିମ୍ବା ପାରାସେଟାମୋଲ, ଆସେଟାଇଲ ସାଲିସିଲିକ ଏସିଡ ଓ କେଫିନ ଏକତ୍ର ଦିଆଯାଏ । ଅଧା ଲୋକ ଆଇବୁପ୍ରୋଫେନ ଖାଇଲେ କଷ୍ଟ ଲାଘବ ହୁଏ[୭୧]ଡାଇକ୍ଳୋଫେନାକ ମଧ୍ୟ କାର୍ଯ୍ୟକାରୀ ହୁଏ ।[୭୨] ମଧ୍ୟମ ଓ ତୀବ୍ର ମୁଣ୍ଡବଥା ନିମନ୍ତେ ଆସ୍ପିରିନ ଦିଆଯାଏ ଯାହା ସୁମାଟ୍ରିପ୍ଟାନ ଭଳି ଉପାଦେୟ ।[୭୩] ଶିରାରେ ଇଂଜେକସନ ଦେବା ନିମନ୍ତେ କିଟୋରୋଲାକ ଉପଲବ୍ଧ । ମେଟୋକ୍ଳୋପ୍ରାମାଇଡ ସହ ପାରାସେଟାମୋଲ ଦେଲେ ସ୍ୱଳ୍ପ ପ୍ରତିକୂଳ ପରିସ୍ଥିତି ଉପୁଜେ ।[୭୪] ଗର୍ଭାବସ୍ଥାର ତୃତୀୟ ଟ୍ରାଇମେଷ୍ଟର ପର୍ଯ୍ୟନ୍ତ ପାରାସେଟାମୋଲ ଓ ମେଟୋକ୍ଳୋପ୍ରାମାଇଡ ବିପଦଶୂନ୍ୟ ଭାବେ ଦିଆଯାଇ ପାରିବ ।

ଟ୍ରିପ୍ଟାନ[ସମ୍ପାଦନା]

ଯନ୍ତ୍ରଣା ଓ ଓକାଳ ନିମନ୍ତେ ଟ୍ରିପ୍ଟାନ ଗ୍ରୁପର ସୁମାଟ୍ରିପ୍ଟାନ ୭୫ % ଲୋକଙ୍କର ଉପକାରୀ ସାବ୍ୟସ୍ତ ହୋଇଛି ।[୮][୭୫] ମାଧ୍ୟମ ଓ ତୀବ୍ର ଲକ୍ଷଣ ନିମନ୍ତେ ସାଧାରଣ ପୀଡାହାରୀ ଔଷଧ କାମ ନ କଲେ ପ୍ରାରମ୍ଭିକ ଭାବେ ଏହି ଔଷଧ ଦିଆଯାଇ ପାରେ । ବିଭିନ୍ନ ଆକାରରେ ଏହା ମିଳେ: ଇଂଜେକସନ, ନାକ ସ୍ପ୍ରେ , ପାଟିରେ ଖାଇବା ବଟିକା ବା ପାଟିରେ ମିଳେଇଯିବା ବଟିକା ।[୮] ଏହାର ପାର୍ଶ୍ଵ ପ୍ରତିକ୍ରିୟା ଅତି ମୃଦୁ ହେଲେ ମଧ୍ୟ କ୍ଵଚିତ ମାୟୋକାର୍ଡିଆଲ ଇସକେମିଆ ହୁଏ ।[୮]  ତେଣୁ ହୃଦ-ରୋଗ ଥିବା ରୋଗୀ, ଷ୍ଟ୍ରୋକ ଭୋଗିଥିବା ରୋଗୀ ଓ ସ୍ନାୟୁ ଲକ୍ଷଣ ସମ୍ମିଳିତ ଥିବା ରୋଗରେ ଏହା ସାବଧାନାତା ସହ ଦିଆଯାଏ ।[୭୬] While historically not recommended in those with basilar migraines there is no specific evidence of harm from their use in this population to support this caution.[୩୦]  ଏହା ନିଶା କରାଏ ନାହିଁ କିନ୍ତୁ ମାସରେ ୧୦ ଦିନରୁ ଅଧିକ ନେଲେ ଓଭରଡୋଜ ମୁଣ୍ଡବଥା ହୁଏ । [୭୭]

ଏର୍ଗୋଟାମିନ[ସମ୍ପାଦନା]

ନାକ ସ୍ପ୍ରେ ଓ ଇଂଜେକସନ ଆକାରରେ ଏହି ପୁରାତନ ଔଷଧ ଅଦ୍ୟାପି ଦିଆଯାଉଛି ।[୮] ଏହା ଶସ୍ତା ଓ ଟ୍ରିପ୍ଟାନ ସହ ସମକକ୍ଷ[୭୮] ଓ ତାଠାରୁ ଅଳ୍ପ ଦାମ[୭୯] । ଷ୍ଟାଟସ ମିଗ୍ରେନୋସସ ରୋଗରେ ଏହା ଅତି ଉପାଦେୟ ବିକଳ୍ପ ।[୮୦]

ଅନ୍ୟାନ୍ୟ[ସମ୍ପାଦନା]

ଓପିଅଏଡ ଓ ବାର୍ବିଚୁରେଟ ଦେବାକୁ ମନା । ଉପଯୁକ୍ତ ଔଷଧ ସହ ଗୋଟିଏ ଡୋଜ ଡେକ୍ଡାମେଥାଜୋନ ଇଂଜେକସନ ଦେଲେ ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ପୁନଃପୌନିକତା ୨୬ % କମିଯାଏ ।[୮୧]

ପୂର୍ବାନୁମାନ[ସମ୍ପାଦନା]

ଦୀର୍ଘକାଳୀନ ପୂର୍ବାନୁମାନ ପରିବର୍ତ୍ତନଶୀଳ ।[୮୨] ରୋଗ ଯୋଗୁ ଅନେକ ଲୋକ କର୍ମହୀନ ହୁଅନ୍ତି । ଏହି ରୋଗ କିନ୍ତୁ ପ୍ରାଣ ଘାତକ ନୁହେଁ ।[୮୩] ଚାରି ପ୍ରକାର ଫଳାଫଳ ଅନୁମାନ କରାଯାଏ ଯଥା ୧. ଲକ୍ଷଣ ସଂପୂର୍ଣ୍ଣ ଚାଲିଯାଏ, 2. ଲକ୍ଷଣ ଚାଲୁ ରହେ କିନ୍ତୁ ଧୀରେ ଧୀରେ ସମୟକ୍ରମେ କମିଯାଏ, ୩. ରୋଗ ଯଥା ରୀତି ଚାଲୁ ରହେ ୪. ରୋଗ ଅଧିକ ଖରାପ ହୁଏ ବା ବାରମ୍ବାର ହୁଏ । ଇସକେମିକ ଷ୍ଟ୍ରୋକ ହେବା ନିମନ୍ତେ ଅରା ସହ ମିଗ୍ରେନ ଏକ ସଙ୍କଟ ଅବସ୍ଥା ଅଟେ[୮୪] ଓ ଦୁଇଗୁଣ ସଙ୍କଟ ସୃଷ୍ଟି କରେ[୮୫] । ଯୁବାବସ୍ଥା, ହରମୋନ ଥିବା ଗର୍ଭନିରୋଧକ ବ୍ୟବହାରକାରୀ ମହିଳା ଓ ଧୂମ୍ରପାନ ଅଧିକ ସଙ୍କଟ ସୃଷ୍ଟି କରେ । ସରଭାଇକାଲ ଆର୍ଟେରୀ ଡିସେକସନ ସହ ଏହାର ସମ୍ପର୍କ ଅଛି ।[୮୬] ଅରା ବିହୀନ ମିଗ୍ରେନ ଶଙ୍କଟକାରୀ ନୁହେଁ ।[୮୭] ପ୍ରତିରୋଧକାରୀ ଚିକିତ୍ସାଦ୍ଵାରା ଅରା ସହ ଅଧକପାଳି ଥିଲେ ପ୍ରତିରୋଧ ହୁଏ ।[୮୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Headache disorders Fact sheet N°277". October 2012. Retrieved 15 February 2016. 
  2. Liddell, Henry George; Scott, Robert. "ἡμικρανία". A Greek-English Lexicon.  on Perseus
  3. Anderson, Kenneth; Anderson, Lois E.; Glanze, Walter D. (୧୯୯୪). Mosby's Medical, Nursing, and Allied Health Dictionary (୪ ed.). Mosby. p. ୯୯୮. ISBN ୯୭୮-୦-୮୧୫୧-୬୧୧୧-୦. 
  4. ୪.୦ ୪.୧ ୪.୨ ୪.୩ ୪.୪ Aminoff, Roger P. Simon, David A. Greenberg, Michael J. (୨୦୦୯). Clinical neurology (୭ ed.). New York, N.Y: Lange Medical Books/McGraw-Hill. pp. ୮୫–୮୮. ISBN ୯୭୮୦୦୭୧୬୬୪୩୩୨. 
  5. ୫.୦ ୫.୧ Headache Classification Subcommittee of the International Headache Society (2004). "The International Classification of Headache Disorders: 2nd edition". Cephalalgia 24 (Suppl 1): 9–160. PMID 14979299. doi:10.1111/j.1468-2982.2004.00653.x.  as PDF
  6. Pryse-Phillips,, William (୨୦୦୩). Companion to clinical neurology (୨nd ed.). Oxford: Oxford university press. p. ୫୮୭. ISBN ୯୭୮୦୧୯୫୧୫୯୩୮୭. 
  7. Piane, M; Lulli, P; Farinelli, I; Simeoni, S; De Filippis, S; Patacchioli, FR; Martelletti, P (December 2007). "Genetics of migraine and pharmacogenomics: some considerations". The journal of headache and pain 8 (6): 334–9. PMC 2779399. PMID 18058067. doi:10.1007/s10194-007-0427-2. 
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ ୮.୬ ୮.୭ Bartleson JD, Cutrer FM (May 2010). "Migraine update. Diagnosis and treatment". Minn Med 93 (5): 36–41. PMID 20572569. 
  9. ୯.୦ ୯.୧ ୯.୨ Lay CL, Broner SW (May 2009). "Migraine in women". Neurologic Clinics 27 (2): 503–11. PMID 19289228. doi:10.1016/j.ncl.2009.01.002. 
  10. Stovner LJ, Zwart JA, Hagen K, Terwindt GM, Pascual J (April 2006). "Epidemiology of headache in Europe". European Journal of Neurology 13 (4): 333–45. PMID 16643310. doi:10.1111/j.1468-1331.2006.01184.x. 
  11. ୧୧.୦ ୧୧.୧ "NINDS Migraine Information Page". National Institute of Neurological Disorders and Stroke. November 3, 2015. Retrieved 15 February 2016. 
  12. Dodick DW, Gargus JJ (August 2008). "Why migraines strike". Sci. Am. 299 (2): 56–63. Bibcode:2008SciAm.299b..56D. PMID 18666680. doi:10.1038/scientificamerican0808-56. 
  13. Gilmore, B; Michael, M (2011-02-01). "Treatment of acute migraine headache". American family physician 83 (3): 271–80. PMID 21302868. 
  14. Diener, HC; Charles, A; Goadsby, PJ; Holle, D (October 2015). "New therapeutic approaches for the prevention and treatment of migraine.". The Lancet. Neurology 14 (10): 1010–22. PMID 26376968. doi:10.1016/s1474-4422(15)00198-2. 
  15. Armstrong, C; American Academy of, Neurology; American Headache, Society (15 April 2013). "AAN/AHS update recommendations for migraine prevention in adults.". American family physician 87 (8): 584–5. PMID 23668450. 
  16. Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet 380 (9859): 2163–96. PMID 23245607. doi:10.1016/S0140-6736(12)61729-2. 
  17. Miller, Neil (୨୦୦୫). Walsh and Hoyt's clinical neuro-ophthalmology. (୬ ed.). Philadelphia, Pa.: Lippincott Williams & Wilkins. p. ୧୨୭୫. ISBN ୯୭୮୦୭୮୧୭୪୮୧୧୭. 
  18. Liddell, Henry George; Scott, Robert. "ἡμικρανία". A Greek-English Lexicon.  on Perseus
  19. Anderson, Kenneth; Anderson, Lois E.; Glanze, Walter D. (୧୯୯୪). Mosby's Medical, Nursing & Allied Health Dictionary (୪ ed.). Mosby. p. ୯୯୮. ISBN ୯୭୮-୦-୮୧୫୧-୬୧୧୧-୦. 
  20. Gutman, Sharon A. (୨୦୦୮). Quick reference neuroscience for rehabilitation professionals : the essential neurologic principles underlying rehabilitation practice (୨ ed.). Thorofare, NJ: SLACK. p. ୨୩୧. ISBN ୯୭୮୧୫୫୬୪୨୮୦୦୫. 
  21. al.], ed. Jes Olesen, ... [et (୨୦୦୬). The headaches. (୩ ed.). Philadelphia: Lippincott Williams & Wilkins. p. ୫୧୨. ISBN ୯୭୮୦୭୮୧୭୫୪୦୦୨. 
  22. Rae-Grant, [edited by] D. Joanne Lynn, Herbert B. Newton, Alexander D. (୨୦୦୪). The ୫-minute neurology consult. Philadelphia: Lippincott Williams & Wilkins. p. ୨୬. ISBN ୯୭୮୦୬୮୩୩୦୭୨୩୮. 
  23. ୨୩.୦ ୨୩.୧ Buzzi, MG; Cologno, D; Formisano, R; Rossi, P (Oct–Dec 2005). "Prodromes and the early phase of the migraine attack: therapeutic relevance". Functional neurology 20 (4): 179–83. PMID 16483458. 
  24. Rossi, P; Ambrosini, A; Buzzi, MG (Oct–Dec 2005). "Prodromes and predictors of migraine attack". Functional neurology 20 (4): 185–91. PMID 16483459. 
  25. ୨୫.୦ ୨୫.୧ Tintinalli, Judith E. (୨୦୧୦). Emergency Medicine: A Comprehensive Study Guide (Emergency Medicine (Tintinalli)). New York: McGraw-Hill Companies. pp. ୧୧୧୬–୧୧୧୭. ISBN ୦-୦୭-୧୪୮୪୮୦-୯. 
  26. Tepper, edited by Stewart J. Tepper, Deborah E. (୨୦୧୧-୦୧-୦୧). The Cleveland Clinic manual of headache therapy. New York: Springer. p. ୬. ISBN ୯୭୮୧୪୬୧୪୦୧୭୮୦. 
  27. Bigal, ME; Arruda, MA (July 2010). "Migraine in the pediatric population – evolving concepts". Headache 50 (7): 1130–43. PMID 20572878. doi:10.1111/j.1526-4610.2010.01717.x. 
  28. al.], ed. Jes Olesen, ... [et (୨୦୦୬). The headaches. (୩ ed.). Philadelphia: Lippincott Williams & Wilkins. p. ୨୩୮. ISBN ୯୭୮୦୭୮୧୭୫୪୦୦୨. 
  29. Dalessio, edited by Stephen D. Silberstein, Richard B. Lipton, Donald J. (୨୦୦୧). Wolff's headache and other head pain (୭ ed.). Oxford: Oxford University Press. p. ୧୨୨. ISBN ୯୭୮୦୧୯୫୧୩୫୧୮୩. 
  30. ୩୦.୦ ୩୦.୧ Kaniecki, RG (June 2009). "Basilar-type migraine". Current pain and headache reports 13 (3): 217–20. PMID 19457282. doi:10.1007/s11916-009-0036-7. 
  31. ୩୧.୦ ୩୧.୧ Walton, edited by Robert P. Lisak ... [et al.] ; foreword by John (୨୦୦୯). International neurology : a clinical approach. Chichester, UK: Wiley-Blackwell. p. ୬୭୦. ISBN ୯୭୮୧୪୦୫୧୫୭୩୮୪. 
  32. ୩୨.୦ ୩୨.୧ contributors, edited by Joel S. Glaser ; with ୨୦ (୧୯୯୯). Neuro-ophthalmology (୩ ed.). Philadelphia: Lippincott Williams & Wilkins. p. ୫୫୫. ISBN ୯୭୮୦୭୮୧୭୧୭୨୯୮. 
  33. Kelman L (February 2006). "The postdrome of the acute migraine attack". Cephalalgia 26 (2): 214–20. PMID 16426278. doi:10.1111/j.1468-2982.2005.01026.x. 
  34. Halpern, Audrey L.; Silberstein, Stephen D. (୨୦୦୫). "Ch. ୯: The Migraine Attack—A Clinical Description". In Kaplan PW, Fisher RS. Imitators of Epilepsy (୨ ed.). New York: Demos Medical. ISBN ୧-୮୮୮୭୯୯-୮୩-୮. NBK୭୩୨୬. 
  35. Robbins MS, Lipton RB (April 2010). "The epidemiology of primary headache disorders". Semin Neurol 30 (2): 107–19. PMID 20352581. doi:10.1055/s-0030-1249220. 
  36. Schürks, M (January 2012). "Genetics of migraine in the age of genome-wide association studies". The journal of headache and pain 13 (1): 1–9. PMC 3253157. PMID 22072275. doi:10.1007/s10194-011-0399-0. 
  37. ୩୭.୦ ୩୭.୧ Levy D, Strassman AM, Burstein R (June 2009). "A critical view on the role of migraine triggers in the genesis of migraine pain". Headache 49 (6): 953–7. PMID 19545256. doi:10.1111/j.1526-4610.2009.01444.x. 
  38. Martin PR (June 2010). "Behavioral management of migraine headache triggers: learning to cope with triggers". Curr Pain Headache Rep 14 (3): 221–7. PMID 20425190. doi:10.1007/s11916-010-0112-z. 
  39. MacGregor, EA (2010-10-01). "Prevention and treatment of menstrual migraine". Drugs 70 (14): 1799–818. PMID 20836574. doi:10.2165/11538090-000000000-00000. 
  40. Lay, CL; Broner, SW (May 2009). "Migraine in women". Neurologic Clinics 27 (2): 503–11. PMID 19289228. doi:10.1016/j.ncl.2009.01.002. 
  41. Rockett, FC; de Oliveira, VR; Castro, K; Chaves, ML; Perla Ada, S; Perry, ID (June 2012). "Dietary aspects of migraine trigger factors". Nutrition Reviews 70 (6): 337–56. PMID 22646127. doi:10.1111/j.1753-4887.2012.00468.x. 
  42. Holzhammer J, Wöber C (April 2006). "[Alimentary trigger factors that provoke migraine and tension-type headache]". Schmerz (in German) 20 (2): 151–9. PMID 15806385. doi:10.1007/s00482-005-0390-2. 
  43. Sun-Edelstein C, Mauskop A (June 2009). "Foods and supplements in the management of migraine headaches". The Clinical Journal of Pain 25 (5): 446–52. PMID 19454881. doi:10.1097/AJP.0b013e31819a6f65. 
  44. Jansen SC, van Dusseldorp M, Bottema KC, Dubois AE (September 2003). "Intolerance to dietary biogenic amines: a review". Annals of Allergy, Asthma & Immunology 91 (3): 233–40; quiz 241–2, 296. PMID 14533654. doi:10.1016/S1081-1206(10)63523-5. 
  45. Friedman DI, De ver Dye T (June 2009). "Migraine and the environment". Headache 49 (6): 941–52. PMID 19545255. doi:10.1111/j.1526-4610.2009.01443.x. 
  46. Goadsby, PJ (January 2009). "The vascular theory of migraine – a great story wrecked by the facts". Brain : a journal of neurology 132 (Pt 1): 6–7. PMID 19098031. doi:10.1093/brain/awn321. 
  47. Brennan, KC; Charles, A (June 2010). "An update on the blood vessel in migraine". Current Opinion in Neurology 23 (3): 266–74. PMID 20216215. doi:10.1097/WCO.0b013e32833821c1. 
  48. Dodick, DW (April 2008). "Examining the essence of migraine – is it the blood vessel or the brain? A debate". Headache 48 (4): 661–7. PMID 18377395. doi:10.1111/j.1526-4610.2008.01079.x. 
  49. Cousins, G; Hijazze, S; Van de Laar, FA; Fahey, T (Jul–Aug 2011). "Diagnostic accuracy of the ID Migraine: a systematic review and meta-analysis". Headache 51 (7): 1140–8. PMID 21649653. doi:10.1111/j.1526-4610.2011.01916.x. 
  50. Negro, A; Rocchietti-March, M; Fiorillo, M; Martelletti, P (December 2011). "Chronic migraine: current concepts and ongoing treatments". European review for medical and pharmacological sciences 15 (12): 1401–20. PMID 22288302. 
  51. ୫୧.୦ ୫୧.୧ ୫୧.୨ Davidoff, Robert A. (୨୦୦୨). Migraine : manifestations, pathogenesis, and management (୨ ed.). Oxford [u.a.]: Oxford Univ. Press. p. ୮୧. ISBN ୯୭୮୦୧୯୫୧୩୭୦୫୭. 
  52. Russell, G; Abu-Arafeh, I; Symon, DN (2002). "Abdominal migraine: evidence for existence and treatment options". Paediatric drugs 4 (1): 1–8. PMID 11817981. doi:10.2165/00128072-200204010-00001. 
  53. Modi S, Lowder DM (January 2006). "Medications for migraine prophylaxis". American Family Physician 73 (1): 72–8. PMID 16417067. 
  54. Diener HC, Limmroth V (August 2004). "Medication-overuse headache: a worldwide problem". Lancet Neurology 3 (8): 475–83. PMID 15261608. doi:10.1016/S1474-4422(04)00824-5. 
  55. Fritsche, Guenther; Diener, Hans-Christoph (2002). "Medication overuse headaches – what is new?". Expert Opinion on Drug Safety 1 (4): 331–8. PMID 12904133. doi:10.1517/14740338.1.4.331. 
  56. Kaniecki R, Lucas S. (୨୦୦୪). "Treatment of primary headache: preventive treatment of migraine". Standards of care for headache diagnosis and treatment. Chicago: National Headache Foundation. pp. ୪୦–୫୨. 
  57. Loder, E; Burch, R; Rizzoli, P (June 2012). "The 2012 AHS/AAN guidelines for prevention of episodic migraine: a summary and comparison with other recent clinical practice guidelines". Headache 52 (6): 930–45. PMID 22671714. doi:10.1111/j.1526-4610.2012.02185.x. 
  58. Silberstein, SD; Holland, S; Freitag, F; Dodick, DW; Argoff, C; Ashman, E; Quality Standards Subcommittee of the American Academy of Neurology and the American Headache Society (2012-04-24). "Evidence-based guideline update: pharmacologic treatment for episodic migraine prevention in adults: report of the Quality Standards Subcommittee of the American Academy of Neurology and the American Headache Society". Neurology 78 (17): 1337–45. PMC 3335452. PMID 22529202. doi:10.1212/WNL.0b013e3182535d20. 
  59. Shamliyan TA, Choi JY, Ramakrishnan R, Miller JB, Wang SY, Taylor FR et al. (2013). "Preventive pharmacologic treatments for episodic migraine in adults.". J Gen Intern Med 28 (9): 1225–37. PMC 3744311. PMID 23592242. doi:10.1007/s11606-013-2433-1. 
  60. Jackson JL, Kuriyama A, Hayashino Y (April 2012). "Botulinum toxin A for prophylactic treatment of migraine and tension headaches in adults: a meta-analysis". JAMA 307 (16): 1736–45. PMID 22535858. doi:10.1001/jama.2012.505. 
  61. Pringsheim T, Davenport W, Mackie G et al. (Mar 2012). "Canadian Headache Society guideline for migraine prophylaxis". Can J Neurol Sci. 39 (2 Suppl 2): S1–59. PMID 22683887. 
  62. Chaibi, Aleksander; Tuchin, Peter J.; Russell, Michael Bjørn (2011). "Manual therapies for migraine: A systematic review". The Journal of Headache and Pain 12 (2): 127–33. PMC 3072494. PMID 21298314. doi:10.1007/s10194-011-0296-6. 
  63. Holland, S; Silberstein, SD; Freitag, F; Dodick, DW; Argoff, C; Ashman, E; Quality Standards Subcommittee of the American Academy of Neurology and the American Headache, Society (2012-04-24). "Evidence-based guideline update: NSAIDs and other complementary treatments for episodic migraine prevention in adults: report of the Quality Standards Subcommittee of the American Academy of Neurology and the American Headache Society". Neurology 78 (17): 1346–53. PMC 3335449. PMID 22529203. doi:10.1212/WNL.0b013e3182535d0c. 
  64. Nestoriuc, Yvonne; Martin, Alexandra (2007). "Efficacy of biofeedback for migraine: A meta-analysis". Pain 128 (1–2): 111–27. PMID 17084028. doi:10.1016/j.pain.2006.09.007. 
  65. Nestoriuc, Y; Martin, A; Rief, W; Andrasik, F (2008). "Biofeedback treatment for headache disorders: A comprehensive efficacy review". Applied psychophysiology and biofeedback 33 (3): 125–40. PMID 18726688. doi:10.1007/s10484-008-9060-3. 
  66. Schoenen, J; Allena, M; Magis, D (2010). "Neurostimulation therapy in intractable headaches". Handbook of clinical neurology / edited by P.J. Vinken and G.W. Bruyn. Handbook of Clinical Neurology 97: 443–50. ISBN 9780444521392. PMID 20816443. doi:10.1016/S0072-9752(10)97037-1. 
  67. Reed, KL; Black, SB; Banta Cj, 2nd; Will, KR (2010). "Combined occipital and supraorbital neurostimulation for the treatment of chronic migraine headaches: Initial experience". Cephalalgia 30 (3): 260–71. PMID 19732075. doi:10.1111/j.1468-2982.2009.01996.x. 
  68. "FDA allows marketing of first medical device to prevent migraine headaches". Mar 11, 2014. Retrieved 25 July 2014. 
  69. Kung, TA; Guyuron, B; Cederna, PS (January 2011). "Migraine surgery: a plastic surgery solution for refractory migraine headache". Plastic and reconstructive surgery 127 (1): 181–9. PMID 20871488. doi:10.1097/PRS.0b013e3181f95a01. 
  70. "American Headache Society Five Things Physicians and Patients Should Question". Choosing Wisely. Retrieved 24 November 2013. 
  71. Rabbie R, Derry S, Moore RA, McQuay HJ (2010). Moore, Maura, ed. "Ibuprofen with or without an antiemetic for acute migraine headaches in adults". Cochrane Database Syst Rev 10 (10): CD008039. PMID 20927770. doi:10.1002/14651858.CD008039.pub2. 
  72. Derry S, Rabbie R, Moore RA (2012). Moore, Maura, ed. "Diclofenac with or without an antiemetic for acute migraine headaches in adults". Cochrane Database Syst Rev 2: CD008783. PMID 22336852. doi:10.1002/14651858.CD008783.pub2. 
  73. Kirthi V, Derry S, Moore RA, McQuay HJ (2010). Moore, Maura, ed. "Aspirin with or without an antiemetic for acute migraine headaches in adults". Cochrane Database Syst Rev 4 (4): CD008041. PMID 20393963. doi:10.1002/14651858.CD008041.pub2. 
  74. Derry S, Moore RA, McQuay HJ (2010). Moore, Maura, ed. "Paracetamol (acetaminophen) with or without an antiemetic for acute migraine headaches in adults". Cochrane Database Syst Rev 11 (11): CD008040. PMID 21069700. doi:10.1002/14651858.CD008040.pub2. 
  75. Johnston MM, Rapoport AM (August 2010). "Triptans for the management of migraine". Drugs 70 (12): 1505–18. PMID 20687618. doi:10.2165/11537990-000000000-00000. 
  76. "Generic migraine drug could relieve your pain and save you money". Best Buy Drugs. Consumer Reports. 
  77. Tepper Stewart J., S. J.; Tepper, Deborah E. (April 2010). "Breaking the cycle of medication overuse headache". Cleveland Clinic Journal of Medicine 77 (4): 236–42. PMID 20360117. doi:10.3949/ccjm.77a.09147. 
  78. Kelley, NE; Tepper, DE (January 2012). "Rescue therapy for acute migraine, part 1: triptans, dihydroergotamine, and magnesium". Headache 52 (1): 114–28. PMID 22211870. doi:10.1111/j.1526-4610.2011.02062.x. 
  79. al.], ed. Jes Olesen, ... [et (୨୦୦୬). The headaches. (୩ ed.). Philadelphia: Lippincott Williams & Wilkins. p. ୫୧୬. ISBN ୯୭୮୦୭୮୧୭୫୪୦୦୨. 
  80. Morren, JA; Galvez-Jimenez, N (December 2010). "Where is dihydroergotamine mesylate in the changing landscape of migraine therapy?". Expert opinion on pharmacotherapy 11 (18): 3085–93. PMID 21080856. doi:10.1517/14656566.2010.533839. 
  81. Colman I; Friedman BW; Brown MD et al. (June 2008). "Parenteral dexamethasone for acute severe migraine headache: meta-analysis of randomised controlled trials for preventing recurrence". BMJ 336 (7657): 1359–61. PMC 2427093. PMID 18541610. doi:10.1136/bmj.39566.806725.BE. 
  82. Bigal, ME; Lipton, RB (June 2008). "The prognosis of migraine". Current Opinion in Neurology 21 (3): 301–8. PMID 18451714. doi:10.1097/WCO.0b013e328300c6f5. 
  83. Schürks, M; Rist, PM; Shapiro, RE; Kurth, T (September 2011). "Migraine and mortality: a systematic review and meta-analysis". Cephalalgia : an international journal of headache 31 (12): 1301–14. PMC 3175288. PMID 21803936. doi:10.1177/0333102411415879. 
  84. Schürks, M; Rist, PM; Bigal, ME; Buring, JE; Lipton, RB; Kurth, T (2009-10-27). "Migraine and cardiovascular disease: systematic review and meta-analysis". BMJ (Clinical research ed.) 339: b3914. PMC 2768778. PMID 19861375. doi:10.1136/bmj.b3914. 
  85. Kurth, T; Chabriat, H; Bousser, MG (January 2012). "Migraine and stroke: a complex association with clinical implications". Lancet neurology 11 (1): 92–100. PMID 22172624. doi:10.1016/S1474-4422(11)70266-6. 
  86. Rist, PM; Diener, HC; Kurth, T; Schürks, M (June 2011). "Migraine, migraine aura, and cervical artery dissection: a systematic review and meta-analysis". Cephalalgia : an international journal of headache 31 (8): 886–96. PMC 3303220. PMID 21511950. doi:10.1177/0333102411401634. 
  87. Kurth, T (March 2010). "The association of migraine with ischemic stroke". Current neurology and neuroscience reports 10 (2): 133–9. PMID 20425238. doi:10.1007/s11910-010-0098-2. 
  88. Weinberger, J (March 2007). "Stroke and migraine". Current cardiology reports 9 (1): 13–9. PMID 17362679. doi:10.1007/s11886-007-0004-y. 

ବାହାର ଲିଙ୍କ[ସମ୍ପାଦନା]