ସପ୍ତଶଯ୍ୟା, ଢେଙ୍କାନାଳ
ସପ୍ତଶଯ୍ୟା | |
---|---|
Coordinates: 20°34′29″N 85°32′52″E / 20.5746131°N 85.5478763°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଢେଙ୍କାନାଳ |
Elevation | 77.2 m (253.3 ft) |
Website | ମୁଖ୍ୟ ୱେବସାଇଟ |
ସପ୍ତଶଯ୍ୟା ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ । ଏହା ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ସହରଠାରୁ ମାତ୍ର ୧୨ କି.ମି ଦକ୍ଷିଣରେ ଅବସ୍ଥିତ । ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭରା ସାତଟି ପାହାଡର ମିଶ୍ରଣ ସ୍ଥଳକୁ ସପ୍ତଶଯ୍ୟା କୁହାଯାଏ । ଶଯ୍ୟା ପରି ସାତଟି ପାହାଡର ମିଶ୍ରଣ ହୋଇଥିବାରୁ ଏହି ସ୍ଥାନର ନାମ ସପ୍ତଶଯ୍ୟା ହୋଇଛି । ବାଣୀ, ପାଣି, ଶିଳା, ତଗମରା, ଭୁଆଶୁଣି, ଦେଉଳ ଓ ଅନ୍ତୁଡି ନାମକ ସାତଗୋଟି ପହାଡ଼ କ୍ରମାନ୍ୱୟରେ ରହିଛି । ଏକଦା ଏହା ମୂନୀଋଷିମାନଙ୍କ ସଧନା ସ୍ଥଳ ଥିଲା ପହାଡ଼ ଶିଖରରେ କେତେକ ଝରଣା ପ୍ରବାହିତ । ଏହାର ସକାଳ ଓ ସନ୍ଧ୍ୟା ସମୟର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ମନଲୋଭା । ସମୁଦ୍ର ପତନଠାରୁ ୯୦୦ଫୁଟ ଉଚ୍ଚତାରେ ପ୍ରଭୁ ରାମ ସୀତା ଓ ଲକ୍ଷ୍ମଣଙ୍କ ଗୋଟିଏ ମନ୍ଦିର ଅଛି । ମନ୍ଦିରଠାରୁ ୨୦୦ ମିଟର ଉପରକୁ ଗଲେ ସୀତା ଦେବୀଙ୍କ ଏଂତୁଡିଶାଳ ଅଛି । ଏହି ପାହାଡର ମିଶ୍ରଣ ସ୍ଥଳରେ ସପ୍ତର୍ଷି ନାମକ ଏକ ଆଶ୍ରମ ଅଛି ।
ପୌରାଣିକ କିମ୍ବଦନ୍ତୀ
[ସମ୍ପାଦନା]ସପ୍ତଶଯ୍ୟା ବିଷୟରେ ଏକ ପୈାରାଣିକ କାହାଣୀ ରହିଛି ,ପାଣ୍ଡବଙ୍କ ୧୨ ବର୍ଷ ବନବାସ ମଧ୍ୟରୁ ଏକ ବର୍ଷ ଅଜ୍ଞାତବାସ ଏହିଠାରେ କଟାଇଥିଲେ ।
ଅନ୍ୟାନ୍ୟ ଆକର୍ଷଣ
[ସମ୍ପାଦନା]ଢେଙ୍କାନାଳ ତତ୍କାଲିନ ରାଜମାତା ରତ୍ନପ୍ରଭା ଦେବୀ ଏଠାରେ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ଭିତରେ ଶ୍ରୀ ରଘୁନାଥ ଜିଉ ପୂଜା ପାଉଛନ୍ତି । ଏହାପରେ ସରକାର ଏହି ସ୍ଥାନକୁ ପକ୍କା ସଡକ ସଂଯୋଗ କରିଥିଲେ । ପରେ ପରେ ସରକାର ଏଠାରେ କଳ୍କୀ ମନ୍ଦିର ୧୯୮୫ରେ, ଶ୍ରୀ ରାମେଶ୍ୱରମ୍ ଶିବ, ଶ୍ରୀଗଣେଶ ମନ୍ଦିର, ଶ୍ରୀମହାବୀର ମନ୍ଦିର ଓ ନବଗ୍ରହ ମନ୍ଦିର ତିଆରି ହେଲା ୧୯୮୨ରେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା । ମହାକାଳୀ,ମାତା ସରସ୍ୱତୀ ଓ ଶ୍ରୀ ନୃସିଂହ ମନ୍ଦିରଗୁଡ଼ିକ ପବିତ୍ର ସ୍ଥଳରେ ନିର୍ମିତ ହୋଇଛି । ସଙ୍ଗମ ସ୍ଥଳରୁ ଏକ ସୁନ୍ଦର ଝରଣା ବାହାରି ତଳକୁ ଝରି ଆସିଛି ଯାହାକି ସୌନ୍ଦର୍ଜ୍ୟକୁ ଆଉ ଟିକେ ମନଲୋଭା କରିଥାଏ । ଆଉ ଏଥିପାଇଁ ଏଠାରେ ବଣଭୋଜି କରିବା ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ।
ଏଠାରେ ପାଳିତ ହେଉଥିବା ପର୍ବ ପର୍ବାଣି
[ସମ୍ପାଦନା]ପ୍ରତିବର୍ଷ ଶ୍ରୀରାମ ନବମୀରେ ବିଶ୍ୱଶାନ୍ତି ଯଜ୍ଞ ଓ ରଜ ପର୍ବ ପାଳିତ ହୁଏ ।