ଉଇକିପିଡ଼ିଆ:କର୍ମଶାଳା/କଟକ/୫

ଉଇକିପିଡ଼ିଆ‌ରୁ

ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ସ୍ଵାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନରେ ବିଷାରଦଙ୍କ ପାଖରେ ପହଞ୍ଚାଇବାକୁ ଓ ସେଥି ସହିତ ଜଡ଼ିତ ପ୍ରସଙ୍ଗମାନଙ୍କର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ୮ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ, କଟକରେ ହେଉଥିବା ୧ମ କର୍ମଶାଳା, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।

ଏଥିରେ ଭାଗ ନେବା ନିମନ୍ତେ ଏହି ଲିଙ୍କକୁ ଯାଇ ଆବେଦନ କରନ୍ତୁhttp://tiny.cc/Cuttack1

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ/Date: : ଶନିବାର/Saturday, ୨୦୧୨-ମାର୍ଚ-୩୧ / 2012-March-31 ଅପରାହ୍ନ ୫.୩୦ ରେ IST
ଜାଗା :
ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ,,
କଟକ, ଓଡ଼ିଶା

Venue:
SCB Medical College
Cuttack
Odisha , India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ବହୁତ ପଛରେ ପଡ଼ିଯାଇଛି, ତେଣୁ ଆମେ ଏହି ୭ମ ଓଡ଼ିଆ ଉଇକି କର୍ମଶାଳା ଜରିଆରେ ଦୁଇହଜାର ବର୍ଷର ପୁରୁଣା ସେହି ଓଡ଼ିଆ ଭାଷାକୁ ଉଇକିପିଡ଼ିଆ ଜରିଆରେ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ । ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୂଆ ନୂଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ନାମ ଲେଖାଇଥିଲେ (Signed up)[ସମ୍ପାଦନା]

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]

ଖବରରେ (In News)[ସମ୍ପାଦନା]

ବିବରଣୀ (Report)[ସମ୍ପାଦନା]

କଟକର ଏସସିବି ଭେଷଜ ମହାବିଦ୍ୟାଳୟର ଦ୍ଵାରା ଏକ ମେଳଣ/କର୍ମଶାଳା(outreach) ଅନୁଷ୍ଠିତ ହେଇଯାଇଥିଲା । ଏହାର ମୁଖ୍ୟ ଲକ୍ଷ ଥିଲା ଉଇକି ଭେଷଜ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଏବଂ କିଛି ନୂତନ ସଦସ୍ୟଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ସାମିଲ କରିବା । ଏହି ଭେଷଜ ପ୍ରକଳ୍ପରେ ଆମେ ୭୦ରୁ ୮୦ଟି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ତିଆରି କରିବାକୁ ଚେଷ୍ଟା କରୁଛୁ । ଓଡ଼ିଆ ଉଇକିଆଳି କମଳାକାନ୍ତ , ଶ୍ରୀକାନ୍ତ, ସୁଭ ଏବଂ ଜ୍ଞାନରଞ୍ଜନଙ୍କ ଦ୍ୱ୍ୟାରା ଆୟୋଜିତ ଏହି କର୍ମଶାଳାରେ ୨୧ ଜଣ ଡାକ୍ତରୀ ଛାତ୍ର ଯୋଗ ଦେଇଥିଲେ । ଜ୍ଞାନରଞ୍ଜନ ଉଇକିପିଡ଼ିଆର ମୌଳିକତାର ବିସ୍ତ୍ରୁତ ବିବରଣୀ ଦେଇଥିଲେ । ଜଣେ ନୂତନ ଛାତ୍ରଙ୍କୁ ବ୍ୟବହାରକାରୀ ହେବାକୁ ନିମନ୍ତ୍ରଣ କରାଗଲା । ଛାତ୍ରମାନଙ୍କୁ କିପରି ସମ୍ପାଦନ କରାଯାଏ ତାହା ଦେଖାଇ ଦିଆଗଲା । ସେମାନଙ୍କ ଭିତରୁ ୪ଜଣ ବ୍ୟବହାରକାରୀ ହୋଇଥିଲେ । ଶୁଭ ଉଇକିପ୍ରକଳ୍ପ ଭେଷଜ ଏବଂ ଏହାର ଲକ୍ଷ୍ୟ ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ଯୋଗଦେଇଥିବା ଛାତ୍ରମାନଙ୍କର ପ୍ରସଙ୍ଗ ଗୁଡ଼ିକର ପ୍ରାମାଣିକତା, ଆପେ ଆପେ ଅନୁବାଦ ଇତ୍ୟାଦି ଉପରେ ପ୍ରଶ୍ନ ପଚାରିଥିଲେ ।

ପ୍ରତିବନ୍ଧକ ଏବଂ ସମାଧାନ[ସମ୍ପାଦନା]

କିଛି ଡାକ୍ତରୀ ଛାତ୍ର ଏହିପରି ପ୍ରଶ୍ନ ପଚାରିଥିଲେ, “ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆମ ଶିକ୍ଷାରେ କିପରି କାମରେ ଆସିବ ? କିମ୍ବା ଉଇକିପିଡ଼ିଆରେ ଲେଖି ମୋର କଣ ଲାଭ ହେବ ? ଏହିପରି ସାଧାରଣ ପ୍ରଶ୍ନ ପାଇଲୁ ଓ ଏହାର ଉତ୍ତର ଏହିପରି ଦେଲୁ ଯେ କିପରି ଏହା ତାଙ୍କ ପାଠ୍ୟ ବିଷୟରେ ସାହାଯ୍ୟ କରିବ, ସେମାନଙ୍କର ଲେଖିବା ଶୈଳୀରେ ଉନ୍ନତି ଆଣିବ, ସେମାନଙ୍କର କାମ ପାଇଁ ବହୁତ ଗୁଡ଼ିଏ ଦର୍ଶକ ଆଣିଦେବ, ସେମାନଙ୍କ ଗବେଷଣାରେ ସାହାଯ୍ୟ କରିବ । ଯେହେତୁ ଏହା ଏକ ଆନନ୍ଦଦାୟକ କାମ ଏହାର ଓଡ଼ିଆ ଉଇକିପିଡ଼ିଆ ଏବଂ ସମାଜ ଉପରେ ସାମାଜିକ ପ୍ରଭାବ ବିଷୟରେ କହିଥିଲୁ । କମ୍ପ୍ୟୁଟର ନଥିବା ଯୋଗୁ ବ୍ୟବହାରିକ ସମ୍ପାଦନା ତୁଳନାରେ ମୌଖିକ ଆଲୋଚନା ଅଧିକ ହୋଇଥିଲା ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

  • ଯୋଗଦେଇଥିବା ଛାତ୍ରମାନଙ୍କ ପରୀକ୍ଷା ପରେ ସେମାନଙ୍କୁ ସିଧାସଳଖ ସମ୍ପାଦନ ଓ ଅଧିକ ଜଣେଇବା ପାଇଁ ଗୋଟିଏ ସମ୍ପୂର୍ଣ ସମ୍ପାଦନା କାର୍ମଶାଳା ଆୟୋଜନ କରାଯିବ । ଆଞ୍ଚଳିକ ଉଇକିଆଳି ସେମାନଙ୍କୁ ସହଯୋଗ କରିବେ । ଏ ଥର ଆମେ ନିଶ୍ଚିତ କରିବୁ ଯେ ଯେଉଁମାନେ କର୍ମଶାଳାରେ ଯୋଗଦେବେ ସମସ୍ତେ ଯେମିତି କମ୍ପ୍ୟୁଟର ବ୍ୟବହାର କରିପାରିବେ ।
  • ପ୍ରକଳ୍ପ ପୃଷ୍ଠାର ବିଭିନ୍ନ ପ୍ରସଙ୍ଗରେ କାମ କରିବା ପାଇଁ ଛାତ୍ରମାନଙ୍କୁ ୪ ଅପ୍ରେଲରେ ଇମେଲ ମାଧମରେ ଜଣାଇଦିଆଯାଇଛ ଏବଂ ଉତ୍ସାହିତ କରାଯାଇଛି ।
  • ନୂଆ ସଭ୍ୟ ମାନଙ୍କ ଆଲୋଚନା ପୃଷ୍ଠାରେ ପାଛୋଟାଯାଇଛି ଏବଂ ସଂଘ ସଭ୍ୟମାନେ ସେମାନଙ୍କ ସହ ଯୋଗାଯୋଗ କରିବେ ।

ଶିକ୍ଷା[ସମ୍ପାଦନା]

ଭେଷଜ ମହାବିଦ୍ୟାଳୟରେ, ଭେଷଜ ପ୍ରକଳ୍ପକୁ ସହଯୋଗ କରିବା ପାଇଁ କର୍ମଶାଳା କରିବା ବହୁତ ଆନନ୍ଦ ଦାୟକ ଏବଂ ଏହାକୁ କରିବା କଥା ମଧ୍ୟ । ବହୁତ ସମୟରେ ଆମେ କର୍ମଶାଳା କରିଥାଉ କିନ୍ତୁ କଣ ସମ୍ପାଦନା କରିବେ ଆମେ ତାହା ସମ୍ପୂର୍ଣ ଭାବେ ନୂତନ ସଭ୍ୟମାନଙ୍କ ଉପରେ ଛାଡିଦେଉ । ବେଳେବେଳେ ଏହା କାମକରେ, କିନ୍ତୁ ବେଳେବେଳେ ସେମାନେ ଜାଣିପାରନ୍ତି ନାହିଁ ଯେ କଣ ସମ୍ପାଦନା କରିବେ । ଗୋଟିଏ କର୍ମଶାଳା ମାଧ୍ୟମରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ସମ୍ପାଦନା କରିବା ପାଇଁ ଉତ୍ସାହିତ କରିବା ବହୁତ ଫଳୋପଦାୟକ । ଯେହେତୁ ସେମାନେ ଉଇକିପ୍ରକଳ୍ପ ସହିତ ସିଧାସଳଖ ଜଡ଼ିତ ହେଉଛନ୍ତି ତେଣୂ ପୁରୁଖାସଭ୍ୟମାନଙ୍କ ସହ ସିଧାସଳଖ ଯୋଗାଯୋଗ ରଖିପାରୁଛନ୍ତି ଓ ସାହାଯ୍ୟ ମଧ୍ୟ ପାଉଛନ୍ତି । ଏହି କର୍ମଶାଳା ପାଇଁ କିଛି ବିଧିବଦ୍ଧ ଯୋଜନା କରାଯାଇନଥିଲା ଏବଂ ଯେହେତୁ ୨୧ଜଣ ଛାତ୍ର ଉପସ୍ଥିତ ଥିଲେ ତେଣୁ ଏହା ବହୁତ ଭଲ, ସବୁ ଶେଷ ମୁହୂର୍ତ୍ତରେ ହୋଇଥିଲା । ଅଧିକ କହିବାକୁ ଗଲେ ଆମେ ଚେଷ୍ଟାକରିବା ଓ ଯୋଜନା କରିବା ଯେମିତି ଏହିପରି କର୍ମଶାଳା ଅଧିକ ଆୟୋଜନ ହୋଇପାରିବା ଏବଂ ଭାଗ ନେଉଥିବା ସଭ୍ୟମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ଏବଂ ଏହାର ଗଠନ ମୂଳକ କାର୍ଯ୍ୟ ବିଷୟରେ ଲିଖିତ ଆକାରରେ ଦର୍ଶାଇବା । ଶେଷରେ, ସମସ୍ତଙ୍କ ପାଇଁ ଗୋଟେ କମ୍ପ୍ୟୁଟର କିମ୍ବା ଲାପଟପ ଜରୁରୀ । ଯଦିବି ସମସ୍ତଙ୍କର ଲାପଟପ ନାହିଁ, ଆମେ ନୂତନ ସଭ୍ୟ ମାନଙ୍କୁ ଉତ୍ସାହିତ କରିବା ଯେମିତି ସେମାନେ ଆସି ନିଜର ଖାତା ଖୋଲିବେ ଏବଂ କିଛି ସିଧାସଳଖ ସମ୍ପାଦନା କରିବେ ।

କର୍ମଶାଳାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଗଣ

ଛବି (Photos)[ସମ୍ପାଦନା]

ଛବିସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2012March31