Jump to content

ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୪/ଡିସେମ୍ବର

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨୦୨୪ ଡିସେମ୍ବରରୁ ପୁଣିଥରେ ମାସିକିଆ ଅନ୍‌ଲାଇନ୍ କଲ୍ ଆରମ୍ଭ କରାଗଲା । ପ୍ରତ୍ୟେକ ମାସ ଶେଷ ରବିବାର ଦିନ ରାତି ୯.୦୦ ରୁ ୯.୩୦ ଯାଏଁ ଆୟୋଜନ କରାଯିବ । ଡିସେମ୍ବର ୨୯ ତାରିଖ ଦିନ ଏହି ମାସର ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଆଲୋଚନା ବିଷୟ

[ସମ୍ପାଦନା]
  • ଉଇକିମିଡ଼ିଆ ହାକାଥନ ବାବଦରେ ଆଲୋଚନା
  • ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ

ଯୋଗଦେଇଥିବା ଉଇକିଆଳି

[ସମ୍ପାଦନା]
  • ସଂଗ୍ରାମ କେଶରୀ ସେନାପତି
  • ଚିନ୍ମୟୀ ମିଶ୍ର
  • ଅଲିଭା ସାହୁ
  • ଜ୍ଞାନରଞ୍ଜନ ସାହୁ

ଆଲୋଚିତ ପ୍ରସଙ୍ଗ

[ସମ୍ପାଦନା]

ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍‌ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଉଇକିମିଡ଼ିଆ ହାକାଥନ ବାବଦରେ ଆଲୋଚନା

[ସମ୍ପାଦନା]
ଡିସେମ୍ବର ୨୦-୨୨ ଯାଏଁ ଇଣ୍ଡିକ୍ ମିଡିଆଉଇକି ଡେଭଲପର୍ସ ଇଉଜର୍ ଗ୍ରୁପ୍ ଓ ଓଡ଼ିଆ ଉଇକିପିଡ଼ିଆନ୍ସ ଇଉଜର୍ ଗ୍ରୁପ୍ ଦ୍ୱାରା ଭୁବନେଶ୍ୱର ଆୟୋଜିତ ହୋଇଥିବା ଉଇକିମିଡ଼ିଆ ହାକାଥନ୍ ବାବଦରେ ଜ୍ଞାନରଞ୍ଜନ ସାହୁ ସବିଶେଷ ବିବରଣୀ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜ୍ଞାନ, ଶୈଳେଶ, ଚିନ୍ମୟୀ ଓ ଅଭିଜିତ ଯୋଗ ଦେଇଥିଲେ, ଯେଉଁଥିରୁ ଜ୍ଞାନ ଇଣ୍ଡିକ୍ ମିଡିଆଉଇକି ଡେଭଲପର୍ସ ଇଉଜର୍ ଗ୍ରୁପ୍‌ରୁ ଏବଂ ଚିନ୍ମୟୀ ଓଡ଼ିଆ ଉଇକିପିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ରୁ ଯୋଗ ଦେଇଥିଲେ; ଅଭିଜିତ ଓ ଶୈଳେଶ ଫାଉଣ୍ଡେସନ୍ ଷ୍ଟାଫ୍ ଭାବରେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଅନେକ ଟୁଲ୍ ଡେଭଲପ୍ ହେଇଛି, ଅଧିକାଂଶ ବାହାର ଲୋକ ଯୋଗ ଦେଇଥିଲେ ଏବଂ ଭଲ କାମ ହୋଇଛି । କାମ ସବୁ ଆଗରୁ ସଭିଙ୍କୁ ଦିଆଯାଇଥିଲା, ମେଣ୍ଟର୍ ବି ଯୋଗ ଦେଇଥିଲେ । କ'ଣ କରାଯିବ, ସେସବୁ ଆଗରୁ ସ୍ଥିର କରାଯାଇଥିଲା, ସେହି ଉପରେ କାମ କରାଗଲା । ଓଡ଼ିଆ ଉଇକିଆଳିଙ୍କର ଯୋଗଦାନ ସେତେ ଅଧିକ ନଥିଲା । ଛୁଟି ନ ମିଳିବାରୁ, ଗପୁ ଆସିପାରିଲାନି, ବାକିମାନେ ଆସିବାକୁ ରାଜି ହେଲେନି । ଆୟୋଜକ ହିସାବରେ ଓଡ଼ିଆ ଇଉଜର୍ ଗ୍ରୁପ୍‌ରୁ କେବଳ ଚିନ୍ମୟୀ ଯୋଗ ଦେଇଥିଲେ, କିନ୍ତୁ ଅଂଶଗ୍ରହଣକାରୀ ଭାବରେ କେହି ଯୋଗ ଦେଇନଥିଲେ । ପ୍ରୋଗ୍ରାମ୍ ସରିବା ପରେ କିଛି ଯୋଗଦାନକାରୀଙ୍କୁ ଅଲିଭା ପୁରୀରେ ବୁଲାଇଥିଲେ ।
ଏହି କର୍ମଶାଳାରେ ଶିକ୍ଷା ଉପରେ ଚିନ୍ମୟୀ ଆଲୋଚନା କରିଥିଲେ ।

ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ/ଯୋଜନା

[ସମ୍ପାଦନା]
ଓଡ଼ିଶା ସରକାରଙ୍କ ସହିତ ମିଳିତ ଉଦ୍ୟମ
ଜାନୁଆରୀ ୨୦୨୫ରେ, ଓଡ଼ିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ସହିତ ମିଶି ଏକ ପ୍ରକଳ୍ପ ଆରମ୍ଭ କରିବା ।
ଡିଟୋର୍-ଓଡ଼ିଶା ସହିତ କାମ
ଫଟୋଗୁଡ଼ିକୁ କମନ୍ସ ପାଇଁ ଆଣିବାକୁ ଗୋଟିଏ ମିଳିତ ଉଦ୍ୟମ କରିବାକୁ ହେବ ।
ମେଟାରେ ପୃଷ୍ଠା ତିଆରି କରିବା
ଓଡ଼ିଆ ଉଇକିପିଡ଼ିଆରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ମେଟାରେ ପୃଷ୍ଠା ତିଆରି କରିବାର ଅଛି ।

ଅନ୍ୟାନ୍ୟ ଆଲୋଚନା

[ସମ୍ପାଦନା]