ବେତନଟୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବେତନଟୀ
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୂରଭଞ୍ଜ
ପଞ୍ଚାୟତ ସମିତିବେତନଟୀ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୭ ୦୨୫[୧]
Area code+୦୬xxx
ଯାନବାହାନ ପଞ୍ଚୀକରଣOD/11

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରୁ ୩୦ କି.ମି.ଦୂରରେ ୧୮ ନମ୍ବର ଜାତୀୟ ରାଜପଥକୁ ଲାଗି ବେତନଟୀ ପଞ୍ଚାୟତ ସମିତି ଅବସ୍ଥିତ । ସମୁଦାୟ ପୁରୁଷ ସଂଖ୍ୟା ୫୪୫୬୪ ଓ ମହିଳା ସଂଖ୍ୟା ୫୨୮୩୦ । ସ୍ୱାଧୀନତା ସଂଗ୍ରାମୀ କଙ୍କା ଓ କାଳିଆଙ୍କ ନାମରେ ନାମିତ ଏକ ଛକ ଅଛି । ଏଠାରୁ ବୋବେଇ ଦଉଡ଼ି ଓ ଶାଳ ପତ୍ରରେ ତିଆରି ଖଲି ଓ ଦନା ପ୍ରସ୍ତୁତ ହୋଇ ଭାରତର ବିଭିନ୍ନ ସହରକୁ ପ୍ରେରଣ କରାଯାଇଥାଏ ।

ଶିକ୍ଷା[ସମ୍ପାଦନା]

ବେତନଟୀ ମହାବିଦ୍ୟାଳୟ, ଏମ୍ . ପି. ସି. ସରକାରୀ ଉଚ୍ଚବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷାନୁଷ୍ଠାନ ଅଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇ ଭୋଗବାଟୀ ପ୍ରାଥମିକ ବିଦ୍ୟାଳୟ, ବେତନଟୀ ପ୍ରାଥମିକ ବିଦ୍ୟାଳୟ, ଶାରଦା ଶିକ୍ଷାନିକେତନ, ଅରବିନ୍ଦ ଶିକ୍ଷାକେନ୍ଦ୍ର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସରସ୍ୱତୀ ଶିଶୁମନ୍ଦିର ଅଛି । [୨]ଅମ୍ବିକା ଆଇ.ଟି.ସି.,ଗୁରୁପ୍ରସାଦ ଆଇ.ଟି.ସି, ଚକ୍ରଧର ଆଇ.ଟି.ସି ତାଲିମ କେନ୍ଦ୍ର ଅଛି ।

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ହନୁମାନ ମନ୍ଦିର, ଲକ୍ଷ୍ମୀନାରାୟଣ ମଂଦିର, ଚଣ୍ଡୀ ମନ୍ଦିର, ମଠ ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ବଣଭୋଜି ପାଇ ପାଂଉସିଆ ବନ୍ଧ ୨ କି.ମି. ଦୂରରେ ଅବସ୍ଥିତ । ମାଣତ୍ରୀଠାରେ ଥିବା ପ୍ରସିଦ୍ଧ କଖାରୁଆ ବୈଦ୍ୟନାଥଙ୍କ ମନ୍ଦିର ବେତନଟୀଠାରୁ ୧୨ କି.ମି. ଦୂରରେ ଅବସ୍ଥିତ ।

କାର୍ଯ୍ୟାଳୟ[ସମ୍ପାଦନା]

ବି.ଏସ୍.ଏନ.ଏଲ. ଅଫିସ, ବି.ଇ.ଓ ଅଫିସ୍, ଦମକଳ କେନ୍ଦ୍ର, ଥାନା, ରେଳ ଷ୍ଟେସନ୍, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଟ୍ରେଜେରୀ, ତହସିଲ୍ ଅଫିସ୍, ଉପ ଡାକଘର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ, ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କ, ଗ୍ର୍ୟାମ୍ୟ ବ୍ୟାଙ୍କର ଶାଖା ଅଛି ।[୩] ତା୯.୧୧.୧୩ରିଖ ଦିନ ସିଭିଲ୍ ଜଜ୍ ତଥା ଜେଏମ୍ ଏଫ୍ ସି କୋର୍ଟ୍ ଉଦ୍ ଘାଟିତ ହୋଇଛି ‍୤ (ସମ୍ବାଦ ଖବର କାଗଜ ବାଲେଶ୍ୱର ସଂସ୍କରଣ ତା୧୦.୧୧.୧୩ରିଖ ଦିନ ପ୍ରକାଶିତ) ଦୁଇ କି.ମି. ଦୂରରେ ଗରୁଡ଼ବସାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ୫ କି.ମି. ଦୂର ଶାଳବଣିଠାରେ ଜବାହାର ନବୋଦୟ ବିଦ୍ୟାଳୟ ଅବସ୍ଥିତ

ଆଧାର[ସମ୍ପାଦନା]

  1. "PinCode: BETNOTI, MAYURBHANJ, ORISSA, India, Pincode.net.in". pincode.net.in. Retrieved 27 January 2013. PinCode: 757025
  2. http://www.odiaportal.in/2017/01/OAVS-List-of-Model-Schools-In-Odisha-Adarsa-Vidyalaya-List.html
  3. http://www.orsac.org/odishasampad/