Jump to content

ଜରୁରୀକାଳୀନ ଉଚ୍ଚ ରକ୍ତଚାପ

ଉଇକିପିଡ଼ିଆ‌ରୁ
CT scan of an intracranial bleed, a possible complication of a hypertensive emergency.
ବିଭାଗCardiology
ବିପଦ କାରକNot taking BP medication, high salt diet, NSAIDs, stimulants, kidney artery stenosis, phaeochromocytoma, Cushing’s syndrome[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on blood pressure and symptoms; supported by testing[]
ସଠିକ ରୋଗ ନିର୍ଣ୍ଣୟHypertensive urgency[]
ଚିକିତ୍ସାIntravenous blood pressure medication[]
ପୁନଃପୌନିକ0.2% of emergency patients[]
ମୃତ୍ୟୁ ସାନ୍ଦ୍ରତା4% risk of death[]

ଜରୁରୀକାଳୀନ ଉଚ୍ଚ ରକ୍ତଚାପ ପରିସ୍ଥିତିରେ ଉଚ୍ଚ ରକ୍ତଚାପ, ସାଧାରଣତ ୧୮୦ ମିମି ପାରଦରୁ ଅଧିକ ସିଷ୍ଟୋଲିକ ରହିବା ଯୋଗୁ ବିଭିନ୍ନ ଅଙ୍ଗ ନଷ୍ଟ ହୋଇଯାଏ ।[] [] ଏହା ଫଳରେ ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ ଏନସେଫାଲୋପାଥି, ଆକ୍ୟୁଟ୍ ଆଓର୍ଟିକ୍ ସିଣ୍ଡ୍ରୋମ, ଆକ୍ୟୁଟ୍ କରୋନାରି ସିଣ୍ଡ୍ରୋମ, ରେଟିନା ରୋଗ, ବୃକ୍‌କ ସମସ୍ୟା, ହୃଦଘାତ, ଫୁସଫୁସ ଇଡିମା କିମ୍ବା ପ୍ରିଏକ୍ଲମ୍ପସିଆ ହୋଇପାରେ ।[]

ରକ୍ତଚାପର ଉପ‌ଯୁକ୍ତ ଔଷଧ ଗ୍ରହଣ ନ କଲେ, ଉଚ୍ଚ ଲୁଣିଆ ଖାଦ୍ୟ ଖାଇଲେ, ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଉତ୍ତେଜକ ନେଲେ, ବୃକ୍‌କ ଧମନୀ ଷ୍ଟେନୋସିସ, ଫିଓକ୍ରୋମୋସାଇଟୋମା କିମ୍ବା କୁସିଂ ସିଣ୍ଡ୍ରୋମ ରୋଗମାନ ଏହି ଜରୁରୀକାଳୀନ ଉଚ୍ଚ ରକ୍ତଚାପ ଟ୍ରିଗର୍ କରିବାରେ ସାହାଯ୍ୟ କରିପାରେ ।[] [] ଲକ୍ଷଣ ଓ ରକ୍ତଚାପ ଉପରେ ଉପରେ ରୋଗ ନିର୍ଣ୍ଣୟ କରାଯାଏ ଓ ପରିସ୍ରା ପରୀକ୍ଷା, ରକ୍ତ ପରୀକ୍ଷା, ଏବଂ ଏକ ଇସିଜି ସାହାଯ୍ୟରେ ରୋଗ ନିର୍ଣ୍ଣୟ ସମର୍ଥନ କରାଯାଏ ।[] [] ଏପରି ରକ୍ତଚାପ ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପ ନିର୍ଦ୍ଧାରଣ କରାଯାଇ ନାହିଁ ।[] ଲକ୍ଷଣଗୁଡିକ ଉପରେ ଆଧାର କରି ମେଡିକାଲ୍ ଇମେଜିଙ୍ଗ୍ କରାଯାଇପାରେ | [] ଏହା ଜରୁରୀକାଳୀଣ ଉଚ୍ଚ ରକ୍ତଚାପଠାରୁ ଭିନ୍ନ, ଯେଉଁଠାରେ ଅଙ୍ଗର କ୍ଷତି ଅଭାବ | []

ପ୍ରାରମ୍ଭିକ ଚିକିତ୍ସାରେ ଉଚ୍ଚ ରକ୍ତଚାପ ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[] ଲାବେଟାଲୋଲ୍ ସାଧାରଣତଃ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ନିକାର୍ଡିପାଇନ, ଏସମୋଲୋଲ କିମ୍ବା ନାଇଟ୍ରୋଗ୍ଲିସେରିନ ଦିଆ ଯାଇପାରେ ।[] [] ଏକରୁ ଦୁଇ ଘଣ୍ଟା ମଧ୍ୟରେ ସାଧାରଣତଃ ରକ୍ତଚାପକୁ ପ୍ରାୟ ୨୦% ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଏ ।[] ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ରଖି ରୋଗୀର ଯତ୍ନ ନିଆଯାଏ ।[] ନିର୍ଦ୍ଦିଷ୍ଟ ଜଟିଳତା ଅନୁସାରେ ପରବର୍ତ୍ତୀ ପଦକ୍ଷେପଗୁଡିକ ନିର୍ଦ୍ଦେଶିତ ହୋଇପାରେ ।[]

ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଜରୁରୀକାଳୀନ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ସଂଖ୍ୟା ୦.୨% ଯଦିଓ ଉଚ୍ଚ ରକ୍ତଚାପ ରୋଗ ଇତିହାସ ଥିବା ସଂଖ୍ୟା ପ୍ରାୟ ୦.୬% ଥାଏ ।[] [] ରୋଗ ଆରମ୍ଭର ବୟସ ପ୍ରାୟ ୫୦ କିମ୍ବା ୬୦ ଦଶକର ଲୋକମାନଙ୍କର ହୁଏ ।[] ମୃତ୍ୟୁ ଆଶଙ୍କା ପ୍ରାୟ ୪% (୦.୨% ରୁ ୧୧୧%) ଥାଏ ।[] [] ଏହି ଅବସ୍ଥା ପ୍ରଥମେ ୧୯୧୪ ମସିହାରେ ଭୋଲହର୍ଡ ଏବଂ ଫାହର ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦ ୧.୧ ୧.୨ van den Born B (January 2019). "ESC Council on hypertension position document on the management of hypertensive emergencies". European Heart Journal - Cardiovascular Pharmacotherapy. 5 (1): 37–46. doi:10.1093/ehjcvp/pvy032. PMID 30165588.
  2. ୨.୦ ୨.୧ ୨.୨ ୨.୩ Jolly, Hannah; Freel, E Marie; Isles, Chris (19 May 2023). "Management of hypertensive emergencies and urgencies: narrative review". Postgraduate Medical Journal. 99 (1169): 119–126. doi:10.1136/postgradmedj-2021-140899.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Rossi, GP; Rossitto, G; Maifredini, C; Barchitta, A; Bettella, A; Cerruti, L; Latella, R; Ruzza, L; Sabini, B (January 2022). "Modern Management of Hypertensive Emergencies". High blood pressure & cardiovascular prevention : the official journal of the Italian Society of Hypertension. 29 (1): 33–40. doi:10.1007/s40292-021-00487-1. PMID 34813055.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Hypertensive Emergencies - Cardiovascular Disorders". Merck Manuals Professional Edition. Archived from the original on 30 January 2023. Retrieved 20 June 2023.
  5. ୫.୦ ୫.୧ ୫.୨ Bress, AP; Anderson, TS; Flack, JM; Ghazi, L; Hall, ME; Laffer, CL; Still, CH; Taler, SJ; Zachrison, KS (August 2024). "The Management of Elevated Blood Pressure in the Acute Care Setting: A Scientific Statement From the American Heart Association". Hypertension (Dallas, Tex. : 1979). 81 (8): e94–e106. doi:10.1161/HYP.0000000000000238. PMID 38804130. {{cite journal}}: Check |pmid= value (help)
  6. Williams, Bryan; Mancia, Giuseppe; Spiering, Wilko; Agabiti Rosei, Enrico; Azizi, Michel; Burnier, Michel; Clement, Denis; Coca, Antonio; De Simone, Giovanni (December 2018). "2018 Practice Guidelines for the management of arterial hypertension of the European Society of Cardiology and the European Society of Hypertension: ESC/ESH Task Force for the Management of Arterial Hypertension". Journal of Hypertension. 36 (12): 2284–2309. doi:10.1097/HJH.0000000000001961.
  7. Shah, Silvi; Thakar, Charuhas V. (17 July 2019). Diabetes/Kidney/Heart Disease, An Issue of Cardiology Clinics (in ଇଂରାଜୀ). Elsevier Health Sciences. p. 275. ISBN 978-0-323-68122-3. Archived from the original on 1 July 2023. Retrieved 21 June 2023.
  8. Varon, Joseph; Marik, Paul E (2003). "[No title found]". Critical Care. 7 (5): 374. doi:10.1186/cc2351. PMID 12974970.{{cite journal}}: CS1 maint: unflagged free DOI (link)