Jump to content

ନ୍ୟୁରୋପାଥିକ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
Neuropathic pain
Venn diagram for type of pain and chronicity[]
ବିଭାଗNeurology, psychiatry
ଲକ୍ଷଣBurning pain, tingling, numbness, pain with normally non-painful stimuli, increased sensivity to pain[][][]
କାରଣDamage to the nervous system involved with touch[]
ରୋଗ ନିର୍ଣ୍ଣୟ ପଦ୍ଧତିBased on description together with an underlying cause[]
ଚିକିତ୍ସାDuloxetine, gabapentin, nortriptyline, lidocaine cream, TENS[]
Prognosis~partial pain relief[]
ପୁନଃପୌନିକ7-10% of people[]

ନ୍ୟୁରୋପାଥିକ ଯନ୍ତ୍ରଣା ବା ସ୍ନାୟୁଜନିତ ଯନ୍ତ୍ରଣା (ଇଂରାଜୀ ଭାଷାରେ Neuropathic pain/ NP) ହେଉଛି ଏକ ଅପ୍ରୀତିକର ଅନୁଭବ ଯାହା କ୍ଷତ କିମ୍ବା ରୋଗ ଯୋଗୁ ସ୍ନାୟୁ ପ୍ରଣାଳୀର ଅଂଶ ସ୍ପର୍ଶଦ୍ୱାରା ପ୍ରଭାବିତ ହୋଇଥାଏ ।[] [] ଏହାର ଲକ୍ଷଣଗୁଡ଼ିକରେ ଅସ୍ୱାଭାବିକ ସମ୍ବେଦନଶୀଳତା ଅନ୍ତର୍ଭୁକ୍ତ ହୋଇପାରେ ଯେପରିକି ଜ୍ୱାଳା, ଝିମ ଝିମ ଲାଗିବା, ନିଦ୍ରାହୀନତା, ସାଧାରଣତଃ ଅଣଯନ୍ତ୍ରଣାଦାୟକ ଉତ୍ତେଜନା ସହିତ, କିମ୍ବା ଯନ୍ତ୍ରଣା ପ୍ରତି ସମ୍ବେଦନଶୀଳତା ଦେଖାଯାଏ ।[] [] [] ଜଟିଳତା ମଧ୍ୟରେ ଥକ୍କା, ଉଦ୍‌ବେଗ, ଉଦାସୀନତା, କିମ୍ବା ଜୀବନ ଚର୍ଯ୍ୟା ହ୍ରାସ ହୋଇପାରେ ।[]

ଏଥିରେ ସମ୍ପୃକ୍ତ ସ୍ନାୟୁ ପ୍ରଣାଳୀର ଅଂଶ ଉପରେ ନିର୍ଭର କରି ଏହାକୁ ପେରିଫେରାଲ୍ ବା ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ନ୍ୟୁରୋପାଥିକ ଯନ୍ତ୍ରଣାରେ ବିଭକ୍ତ କରାଯାଇଛି ।[] ପେରିଫେରାଲ୍ କାରଣଗୁଡ଼ିକରେ ମଧୁମେହ ନ୍ୟୁରୋପାଥି, ପୋଷ୍ଟ ହର୍ପେଟିକ୍ ନ୍ୟୁରାଲଜିଆ, ଏଚ୍ଆଇଭି/ଏଡସ, କର୍କଟ ଯନ୍ତ୍ରଣା ଏବଂ ଅସ୍ତ୍ରୋପଚାର ପରେ ଚାଲିଥିବା ଯନ୍ତ୍ରଣା ଅନ୍ତର୍ଭୁକ୍ତ; କେନ୍ଦ୍ରୀୟ କାରଣଗୁଡ଼ିକରେ ଏକାଧିକ ସ୍କ୍ଲେରୋସିସ୍ (MS), ମେରୁଦଣ୍ଡରେ ଆଘାତ ଏବଂ ଷ୍ଟ୍ରୋକ୍ ହୋଇପାରେ ।[] ଏକ ଅନ୍ତର୍ନିହିତ କାରଣର ପ୍ରମାଣ ସହିତ ଯନ୍ତ୍ରଣାର ବର୍ଣ୍ଣନା ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[]

ପ୍ରାରମ୍ଭିକ ଚିକିତ୍ସାରେ ଡୁଲୋକ୍ସେଟିନ୍, ଗାବାପେଣ୍ଟିନ୍ କିମ୍ବା ନରର୍ଟିପ୍ଟିଲିନ ଦିଆଯାଇପାରେ ।[] ଏକ ନିର୍ଦ୍ଦିଷ୍ଟ ସ୍ଥାନର ଯନ୍ତ୍ରଣା ପାଇଁ ଲିଡୋକେନ୍ କିମ୍ବା କ୍ୟାପସାଇସିନ୍ କ୍ରିମ୍ କିମ୍ବା ଟିଇଏନଏସ (TENS) ବ୍ୟବହାର କରାଯାଇପାରେ ।[] [] ଏଗୁଡିକ ପ୍ରଭାବଶାଳୀ ନ ହେଲେ ପ୍ରିଗାବାଲିନ, ପରାମର୍ଶ, କିମ୍ବା ଟ୍ରାମାଡଲ୍ ଚେଷ୍ଟା କରାଯାଇପାରେ ।[] ଅନ୍ୟ ବିକଳ୍ପଗୁଡ଼ିକ ମେରୁଦଣ୍ଡର ଉତ୍ତେଜକ ଦିଆଯାଇପାରେ [] ଟ୍ରାଇଗେମିନାଲ୍ ନ୍ୟୁରାଲଜିଆରେ କାର୍ବାମାଜେପାଇନ୍ ବ୍ୟବହୃତ ହୁଏ ।[] ଚିକିତ୍ସା ସତ୍ତ୍ୱେ ପ୍ରାୟ ଅର୍ଦ୍ଧେକ ଲୋକ ଯନ୍ତ୍ରଣାରୁ ଆଂଶିକ ଆରାମ ପାଇଥାନ୍ତି ।[]

ନ୍ୟୁରୋପାଥିକ ଯନ୍ତ୍ରଣା ପ୍ରାୟ ୭-୧୦% ଲୋକଙ୍କୁ ପ୍ରଭାବିତ କରିଥାଏ ।[] ଏହା ପ୍ରାୟ ୨୫% କ୍ରନିକ ଯନ୍ତ୍ରଣା ରୋଗର ପ୍ରତିନିଧିତ୍ୱ କରେ ।[] ମେରୁଦଣ୍ଡରେ ଆଘାତ ପରେ ଅର୍ଦ୍ଧେକ ଲୋକଙ୍କଠାରେ ଓ ଏମଏସ ରୋଗୀଙ୍କ ମଧ୍ୟରୁ ଏହା ପ୍ରାୟ ୨୦% ଲୋକଙ୍କର ଏହି ଅନୁଭବ ହେବା ଦେଖାଯାଏ ।[] ପାର୍ସୀ ଚିକିତ୍ସକ ଆବୁ ବକର୍ ଅଲ-ରଜୀ ଏବଂ ହାଲି ଅବ୍ବାସଙ୍କ ଦ୍ୱାରା ଖ୍ରୀ ୯୦୦ରୁ ଓ ଖ୍ରୀ୧୭୦୦ରୁ ୟୁରୋପରେ ବର୍ଣ୍ଣନା ଜନ୍ ଫୋଥର୍ଗିଲ୍ ବର୍ଣ୍ଣନା କରିଥିଲେ ।[]

  1. Zolezzi, Daniela M.; Alonso-Valerdi, Luz Maria; Ibarra-Zarate, David I. (May 2022). "Chronic neuropathic pain is more than a perception: Systems and methods for an integral characterization". Neuroscience & Biobehavioral Reviews. 136: 104599. doi:10.1016/j.neubiorev.2022.104599. Archived from the original on 2024-04-01. Retrieved 2024-04-01.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Taxonomy". International Association for the Study of pain. Archived from the original on 13 January 2015. Retrieved 3 May 2015.
  3. ୩.୦ ୩.୧ ୩.୨ ୩.୩ ୩.୪ Kaur, Jaskirat; Ghosh, Shampa; Sahani, Asish Kumar; Sinha, Jitendra Kumar (June 2019). "Mental imagery training for treatment of central neuropathic pain: a narrative review". Acta Neurologica Belgica. 119 (2): 175–186. doi:10.1007/s13760-019-01139-x. PMID 30989503.
  4. ୪.୦ ୪.୧ ୪.୨ ୪.୩ Bouhassira, D (January 2019). "Neuropathic pain: Definition, assessment and epidemiology". Revue neurologique. 175 (1–2): 16–25. doi:10.1016/j.neurol.2018.09.016. PMID 30385075.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Moisset, X; Bouhassira, D; Attal, N (September 2021). "French guidelines for neuropathic pain: An update and commentary". Revue neurologique. 177 (7): 834–837. doi:10.1016/j.neurol.2021.07.004. PMID 34332778.
  6. ୬.୦ ୬.୧ Dworkin RH, O'Connor AB, Backonja M, et al. (2007). "Pharmacologic management of neuropathic pain: evidence-based recommendations". Pain. 132 (3): 237–51. doi:10.1016/j.pain.2007.08.033. PMID 17920770.
  7. ୭.୦ ୭.୧ "Recommendations | Neuropathic pain in adults: pharmacological management in non-specialist settings | Guidance | NICE". www.nice.org.uk. 20 November 2013. Archived from the original on 17 May 2023. Retrieved 19 July 2023.
  8. Heydari, M; Shams, M; Hashempur, MH; Zargaran, A; Dalfardi, B; Borhani-Haghighi, A (2015). "The origin of the concept of neuropathic pain in early medieval Persia (9th-12th Century CE)". Acta medico-historica adriatica : AMHA. 13 Suppl 2: 9–22. PMID 26966748.