ଲିଡୋକେନ୍
| Clinical data | |
|---|---|
| Pronunciation | Lidocaine /ˈlaɪd[invalid input: 'ɵ']keɪn/ lignocaine /ˈlɪɡn[invalid input: 'ɵ']keɪn/ |
| Trade names | Xylocaine |
| Synonyms | N-(2,6-dimethylphenyl)-N2,N2-diethylglycinamide |
| AHFS/Drugs.com | Local monograph Injectable monograph |
| Pregnancy category | |
| Routes of administration | intravenous, subcutaneous, topical, oral |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 35% (oral) 3% (topical) |
| Metabolism | Liver,[୧] 90% CYP1A2-mediated |
| Onset of action | within 1.5 min (IV)[୧] |
| Elimination half-life | 1.5–2 h |
| Duration of action | 10 to 20 min(IV),[୧] 0.5 to 3 h (injection)[୨][୩] |
| Excretion | Kidney[୧] |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.004.821 |
| Chemical and physical data | |
| Formula | C14H22N2O |
| Molar mass | 234.34 g/mol |
| 3D model (JSmol) | |
| Melting point | 68 °C (154 °F) |
| |
| |
| (verify) | |
ଲିଡୋକେନ୍, ଅନ୍ୟ ନାମ ଜାଇଲୋକେନ୍ ଓ ଲିଗ୍ନୋକେନ୍, ଏକ ଔଷଧ ଯାହା ଯେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ତନ୍ତୁକୁ ନିଶ୍ଚେତନ (ସ୍ନାୟବିକ ଶକ୍ତିହୀନ/କାଲୁଆ) କରିଦିଏ ଓ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ ।[୧][୨] ଏହା ସ୍ନାୟୁ ଅବରୋଧ ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ । ଲିଡୋକେନ୍ ସହିତ ସ୍ୱଳ୍ପ ପରିମାଣର ଏପିନେଫ୍ରିନ ମିଶେଇ ଏହାର କାର୍ଯ୍ୟକାରୀ ସମୟ ବଢ଼େଇ ଦିଆଯାଏ । [୨] ଇଞ୍ଜେକସନ୍ ଆକାରରେ ଦେଲେ ୪ମିନିଟ ମଧ୍ୟରେ ଏହାର ପ୍ରଭାବ ଅନୁଭୁତ ହୁଏ ଓ ଅଧ ଘଣ୍ଟାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[୨][୩] ଏହାକୁ ଚର୍ମରେ ଲଗାଇଲେ କାଲୁଆ ହୋଇଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା, ମାଂସପେଶୀ ଡେଇଁବା, ଦ୍ୱନ୍ଦ, ଦୃଷ୍ଟିଶକ୍ତି ପରିବର୍ତ୍ତନ, କାଲୁଆ ଲାଗିବା, ଝିମଝିମ ଲାଗିବା ଓ ବାନ୍ତି ଇତ୍ୟାଦି ମୂଖ୍ୟ । ଏହା ନିମ୍ନ ରକ୍ତଚାପ ଓ ଅନିୟମିତ ହୃତ୍ସ୍ପନ୍ଦନ କରିପାରେ । [୧] ଗଣ୍ଠି ଭିତରେ ଇଞ୍ଜେକସନ ଦେଲେ ଉପାସ୍ଥି ବା କାର୍ଟିଲେଜ ସମସ୍ୟା ସୃଷ୍ଟି ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ।[୧] ଯକୃତ ସମସ୍ୟ ଥିଲେ ଡୋଜ କମେଇଦିଆଯାଏ ।[୧] ଟେଟ୍ରାକେନ ବା ବେଞ୍ଜୋକେନ ପ୍ରତି ଆଲର୍ଜି ଥିଲେ ମଧ୍ୟ ଏହା ବ୍ୟବହାର କରିହେବ ।[୨] ଲିଡୋକେନ ଏକ ଆଣ୍ଟିଆରିଦମିକ ଆଇବି ଟାଇପର ଔଷଧ । ଲିଡୋକେନ ଏକ ସୋଡ଼ିଅମ ଚ୍ୟାନେଲ ବ୍ଲକର ତେଣୁ ହୃତ୍ପିଣ୍ଡ ସଙ୍କୋଚନ ହାର କମେଇଦିଏ ।[୧] କାଲୁଆ କରିବାକୁ ବ୍ୟବହାର କଲେ ସ୍ନାୟୁରୁ ମସ୍ତିଷ୍କକୁ ସିଗନାଲ ଯାଏ ନାହିଁ । [୨]
ସନ ୧୯୪୬ରେ ଲିଡୋକେନ ଆବିଷ୍କୃତ ହେଲା ଓ ୧୯୪୮ରେ ବିକ୍ରୟ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୨][୬] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ପ୍ରତି ୨୦ ମିଲି ଭାଏଲ ପ୍ରତି 0.୪୫ରୁ ୧.୦୫ ଆମେରିକୀୟ ଡଲାର ଥିଲା ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lidocaine Hydrochloride (Antiarrhythmic)". The American Society of Health-System Pharmacists. Retrieved Aug 26, 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Lidocaine Hydrochloride (Local)". The American Society of Health-System Pharmacists. Retrieved Aug 26, 2015.
- ↑ ୩.୦ ୩.୧ Whimster, edited by David Skinner ... [ (1997). Cambridge textbook of accident and emergency medicine. Cambridge: Cambridge University Press. p. 194. ISBN 9780521433792.
{{cite book}}:|first1=has generic name (help); Invalid|display-authors=etal] ; project co-ordinator, Fiona(help) - ↑ Pharmaceutical innovation : revolutionizing human health. Philadelphia: Chemical Heritage Press. 1999. p. 211. ISBN 9780941901215.
{{cite book}}:|first1=missing|last1=(help) - ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 22. ISBN 9781284057560.
- ↑ "Lidocaine HCL". International Drug Price Indicator Guide. Retrieved 27 August 2015.[permanent dead link]