ମଧୁମେହ ସ୍ନାୟୁରୋଗ

ଉଇକିପିଡ଼ିଆ‌ରୁ
ମଧୁମେହ ସ୍ନାୟୁରୋଗ
Areas affected by diabetic neuropathy
ବିଭାଗNeurology
ଲକ୍ଷଣPeripheral: Numbness, tingling, or weakness of the limbs[୧]
Autonomic: Urinary incontinence, gastroparesis, sexual dysfunction[୨]
Focal: Carpel tunnel, cranial neuropathy[୩]
କାରଣDiabetes[୪]
ବିପଦ କାରକPoorly controlled diabetes, being overweight, high blood pressure, high cholesterol, kidney disease, alcohol, smoking[୫]
ରୋଗ ନିର୍ଣ୍ଣୟ ପଦ୍ଧତିExamination, electrophysiology testing[୬]
ଔଷଧGabapentin, pregabalin, duloxetine, venlafaxine, topical salicylates[୭]
ଚିକିତ୍ସାDiabetes and blood pressure control[୫]
ପୁନଃପୌନିକCommon[୫][୬]

ମଧୁମେହ ସ୍ନାୟୁରୋଗ (ଇଂରାଜୀ ଭାଷାରେ Diabetic neuropathy) ଏକ ମଧୁମେହ ଜନିତ ରୋଗ ଯେଉଁଥିରେ ଶରୀରର ବିଭିନ୍ନ ସ୍ଥାନରେ ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥାଏ ।[୪] କ୍ଷତିଗ୍ରସ୍ତ ସ୍ନାୟୁମାନଙ୍କର ଅବସ୍ଥାନ ଉପରେ ଲକ୍ଷଣ ନିର୍ଭର କରେ: ପ୍ରାନ୍ତୀୟ ସ୍ନାୟୁର କ୍ଷତି ଥିଲେ କାଲୁଆ, ଝିମଝିମ ଲାଗିବା ଓ ଅଙ୍ଗ ଦୁର୍ବଳତା ହୁଏ; [୧] ଅଟୋନୋମିକ ସ୍ନାୟୁରୋଗ ଥିଲେ ଅନିଚ୍ଛାକୃତ ମୂତ୍ରତ୍ୟାଗ, ଗ୍ୟାଷ୍ଟ୍ରୋପାରେସିସ୍ କିମ୍ବା ଯୌନ ଅସୁବିଧା ଦେଖାଯାଏ;[୨] ପ୍ରାନ୍ତୀୟ ସ୍ନାୟୁରୋଗ ହେଲେ କାର୍ପାଲ୍ ଟନେଲ୍ କିମ୍ବା କ୍ରାନିଆଲ୍ ନ୍ୟୁରୋପାଥି ହୁଏ[୩]: ନିତମ୍ବ କିମ୍ବା ଜଙ୍ଘ ସ୍ନାୟୁରୋଗ ଥିଲେ ଯନ୍ତ୍ରଣା ହୁଏ ।[୮] ରୋଗ ଜଟିଳ ହେଲେ ମଧୁମେହ ପାଦ ଏବଂ ସ୍ନାୟୁଜନିତ ଆର୍ଥ୍ରୋପାଥି ଲକ୍ଷଣମାନ ପ୍ରକାଶ ପାଇପାରେ ।[୫][୬]

ଯେ କୌଣସି ପ୍ରକାରର ମଧୁମେହର ପରିଣାମ ସ୍ୱରୂପ ଏହି ରୋଗ ହୋଇପାରେ ।[୬] ଦୁର୍ବଳ ଚିକିତ୍ସିତ ମଧୁମେହ, ଅଧିକ ଓଜନ, ଉଚ୍ଚ ରକ୍ତଚାପ, ଉଚ୍ଚ ରକ୍ତକୋଲେଷ୍ଟେରଲ, ବୃକ୍‌କ ସମସ୍ୟା, ମଦ୍ୟପାନ ଏବଂ ଧୂମପାନ ଭଳି କାରଣଗୁଡିକ ଏହି ରୋଗ ସଙ୍କଟ ଆଣିପାରେ ।[୫] ଏହାର ମୂଳ କାର୍ଯ୍ୟ ପ୍ରଣାଳୀରେ ସ୍ନାୟୁ-କ୍ଷତି ଓ କ୍ଷୁଦ୍ର ରକ୍ତନଳୀରେ ସିଧାସଳଖ କ୍ଷତି ହୋଇଥାଏ ଯାହା ସେମାନଙ୍କୁ ଉଚ୍ଚ ରକ୍ତରେ ଶର୍କରା ଯୋଗାଇଥାଏ ।[୫] [୬] ଶାରୀରିକ ପରୀକ୍ଷା କିମ୍ବା ଇଲେକ୍ଟ୍ରୋଫିଜିଓଲୋଜି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ ହୋଇପାରେ। [୬]

ଏହାର ଚିକିତ୍ସାରେ ଗାବାପେଣ୍ଟିନ୍, ପ୍ରିଗାବାଲିନ, ଡୁଲୋକ୍ସେଟିନ, ଭେନେଲାଫ୍ୟାକ୍ସିନ କିମ୍ବା ସ୍ଥାନୀୟସାଲିସିଲେଟ ଦିଆଯାଇପାରେ ।[୭] ଓପିଓଏଡ୍ ଏବଂ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୭] ମଧୁମେହ, ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ର ସଠିକ୍ ପରିଚାଳନା ପାଇଁ ଅନ୍ୟାନ୍ୟ ପଦକ୍ଷେପ ନିଆଯାଏ । [୫]

ମଧୁମେହ ରୋଗୀଙ୍କ ମଧ୍ୟରୁ ଅର୍ଦ୍ଧେକ ଲୋକଙ୍କର ପ୍ରାନ୍ତୀୟ ସ୍ନାୟୁରୋଗ, ୩୦%ରୁ ଅଧିକ ଅଟୋନୋମିକ ସ୍ନାୟୁରୋଗ ଏବଂ ୧୦%ରୁ କମ୍ କାର୍ପାଲ୍ ଟନେଲ୍ ଥାଇପାରେ ।[୫] ଏହି ରୋଗର ପ୍ରାନ୍ତୀୟ ଆକାର ପ୍ରଥମେ ୧୮୬୪ ମସିହାରେ ମାର୍ଚାଲ୍ ଡି କଲଭିଙ୍କଦ୍ୱାରା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲାବେଳେ ୧୯୦୦ ଦଶକରେ ଅଟୋନୋମିକ ଧରଣର ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Peripheral Neuropathy | NIDDK". National Institute of Diabetes and Digestive and Kidney Diseases. Archived from the original on 28 May 2021. Retrieved 3 August 2021.
  2. ୨.୦ ୨.୧ "Autonomic Neuropathy | NIDDK". National Institute of Diabetes and Digestive and Kidney Diseases. Archived from the original on 17 April 2021. Retrieved 3 August 2021.
  3. ୩.୦ ୩.୧ "Focal Neuropathies | NIDDK". National Institute of Diabetes and Digestive and Kidney Diseases. Archived from the original on 28 May 2021. Retrieved 3 August 2021.
  4. ୪.୦ ୪.୧ "Diabetic Neuropathy | NIDDK". National Institute of Diabetes and Digestive and Kidney Diseases. Archived from the original on 19 May 2021. Retrieved 3 August 2021.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "What Is Diabetic Neuropathy? | NIDDK". National Institute of Diabetes and Digestive and Kidney Diseases. Archived from the original on 30 July 2021. Retrieved 3 August 2021.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ Jameson, J. Larry; Groot, Leslie J. De (18 May 2010). Endocrinology - E-Book: Adult and Pediatric (in ଇଂରାଜୀ). Elsevier Health Sciences. p. 985. ISBN 978-1-4557-1126-0. Archived from the original on 28 August 2021. Retrieved 3 August 2021.
  7. ୭.୦ ୭.୧ ୭.୨ Falk, J; Thomas, B; Kirkwood, J; Korownyk, CS; Lindblad, AJ; Ton, J; Moe, S; Allan, GM; McCormack, J; Garrison, S; Dugré, N; Chan, K; Kolber, MR; Train, A; Froentjes, L; Sept, L; Wollin, M; Craig, R; Perry, D (May 2021). "PEER systematic review of randomized controlled trials: Management of chronic neuropathic pain in primary care". Canadian family physician Medecin de famille canadien. 67 (5): e130–e140. doi:10.46747/cfp.6705e130. PMID 33980642.
  8. "Proximal Neuropathy | NIDDK". National Institute of Diabetes and Digestive and Kidney Diseases. Archived from the original on 18 April 2021. Retrieved 3 August 2021.