Jump to content

ଗାବାପେଣ୍ଟିନ୍

ଉଇକିପିଡ଼ିଆ‌ରୁ
ଗାବାପେଣ୍ଟିନ୍
Clinical data
Trade namesNeurontin, others[]
AHFS/Drugs.commonograph
MedlinePlusa694007
data
Pregnancy
category
  • AU: B1
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailability27-60% (inversely proportional to dose; a high fat meal also increases bioavailability)[][]
    Protein bindingLess than 3%[][]
    MetabolismNot significantly metabolised[][]
    Elimination half-life5 to 7 hours[][]
    ExcretionRenal[][]
    Identifiers
    • 1-(aminomethyl)cyclohexaneacetic acid
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.056.415 Edit this at Wikidata
    Chemical and physical data
    FormulaC9H17NO2
    Molar mass171.237 g/mol
    3D model (JSmol)
    • O=C(O)CC1(CN)CCCCC1
    • InChI=1S/C9H17NO2/c10-7-9(6-8(11)12)4-2-1-3-5-9/h1-7,10H2,(H,11,12) checkY
    • Key:UGJMXCAKCUNAIE-UHFFFAOYSA-N checkY
      (verify)

    ଗାବାପେଣ୍ଟିନ୍, ବ୍ୟବସାୟୀକ ନାମ ନିଉରୋଣ୍ଟିନ, ଏକ ଔଷଧ ଯାହା ଅପସ୍ମାର ବା ଏପିଲେପ୍‌ସି, ସ୍ନାୟୁ ଜନିତ ଯନ୍ତ୍ରଣା, ଗରମ ଅନୁଭବ (ହଟ ଫ୍ଲାସେସ) ଓ ରେସ୍ଟଲେସ ଲେଗ ସିଣ୍ରୋମ୍ ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[][] ଆଂଶିକ ବାତ ମାରୁଥିଲେ ଏହା ବ୍ୟବ‌ହାର କରାଯାଏ ।[] ଡାଏବେଟିକ ନିଉରୋପାଥି, ପୋଷ୍ଟ ହର୍ପେଟିକ ନିଉରାଲଜିଆସେଣ୍ଟ୍ରାଲ ନିଉରୋପାଥି ଭଳି ସ୍ନାୟୁ ରୋଗରେ ଯନ୍ତ୍ରଣା ହେଉଥିଲେ ଏହି ଔଷଧ ଦିଆଯାଏ ।[] ନିଉରୋପାଥିକ ଯନ୍ତ୍ରଣାରେ ୧୪% ଲୋକଙ୍କର ଉପକାର ହୁଏ । []

    ଗାବାପେଣ୍ଟିନ୍‌ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ନିଦୁଆ ଭାବ ଓ ମୁଣ୍ଡ ବୁଲେଇବା (dizziness) । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଆତ୍ମହତ୍ୟା ସଙ୍କଟ, ଆକ୍ରମଣତ୍ମକ ବ୍ୟବ‌ହାର ଓ ଇଓସିନୋଫିଲିଆ ତ‌ଥା ସିସ୍ଟମିକ ଲକ୍ଷଣ ସ‌ହିତ ଔଷଧ ପ୍ରତିକ୍ରିୟା ହୁଏ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ବ୍ୟବ‌ହାରରେ କ୍ଷତି ହୁଏ କି ନା ତାହା ସ୍ପଷ୍ଟ ନୁହେଁ ।[] ବୃକ୍‌କ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରା ଗାବାପେଣ୍ଟିନ୍‌ ଦେବା ଉଚିତ୍ । ଇନହିବିଟରି ଗାମା ଆମିନୋ ବ୍ୟୁଟିରିକ ଏସିଡ୍‌କୁ (GABA) ଗାବାପେଣ୍ଟିନ୍‌ ପ୍ରଭାବିତ କରେ କିନ୍ତୁ ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଛି ।[]

    ଗାବାପେଣ୍ଟିନ୍ ସନ ୧୯୯୩ରେ ପ୍ରଥମେ ମାନ୍ୟତା ଦିଆଗଲା ।[] ଏହାର ହୋଲସେଲ ମୂଲ୍ୟ ଦୈନିକ ପ୍ରାୟ ୧.୩୫ ଆମେରିକୀୟ ଡଲାର ।[୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୪ରୁ ଜେନେରିକ ଔଷଧ ନାମରେ ଉପଲବ୍‌ଧ ହେଉଛି ।[] ସନ ୨୦୧୫ରେ ଏହାର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[୧୧] ସନ ୧୯୯୦ରେ ଫାଇଜର କମ୍ପାନୀର ଏକ ଶାଖା ପାର୍କ ଡେଭିସ କମ୍ପାନୀ ଏହି ଔଷଧକୁ ଅଣମାନ୍ୟତା ବ୍ୟବ‌ହାର କରିବା ନିମନ୍ତେ ଚିକିତ୍ସକମାନଙ୍କୁ ପ୍ରୋତ୍ସାହିତ କରୁଥିଲା ।[୧୨]

    1. Drugs.com international listings for Gabapentin Page accessed Feb. 9, 2016
    2. 1 2 3 4 5 "Neurontin, Gralise (gabapentin) dosing, indications, interactions, adverse effects, and more". Medscape Reference. WebMD. Retrieved 6 April 2014.
    3. 1 2 3 4 5 Goa, KL; Sorkin, EM (September 1993). "Gabapentin. A review of its pharmacological properties and clinical potential in epilepsy". Drugs. 46 (3): 409–27. doi:10.2165/00003495-199346030-00007. PMID 7693432.
    4. 1 2 3 4 5 "Gabapentin". The American Society of Health-System Pharmacists. Retrieved Oct 23, 2015.
    5. Wijemanne, S; Jankovic, J (June 2015). "Restless legs syndrome: clinical presentation diagnosis and treatment". Sleep medicine. 16 (6): 678–90. doi:10.1016/j.sleep.2015.03.002. PMID 25979181.
    6. Attal N, Cruccu G, Baron R, et al. (September 2010). "EFNS guidelines on the pharmacological treatment of neuropathic pain: 2010 revision". Eur. J. Neurol. 17 (9): 1113–e88. doi:10.1111/j.1468-1331.2010.02999.x. PMID 20402746.
    7. Moore, RA; Wiffen, PJ; Derry, S; Toelle, T; Rice, AS (27 April 2014). "Gabapentin for chronic neuropathic pain and fibromyalgia in adults". The Cochrane database of systematic reviews. 4: CD007938. PMID 24771480.
    8. "Gabapentin Pregnancy and Breastfeeding Warnings". Retrieved 13 March 2016.
    9. Pitkänen, Asla; Schwartzkroin, Philip A.; Moshé, Solomon L. (2005). Models of Seizures and Epilepsy. Burlington: Elsevier. p. 539. ISBN 9780080457024.
    10. "Gabapentin". International Drug Price Indicator Guide. Retrieved 13 March 2016.[permanent dead link]
    11. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 327. ISBN 9781284057560.
    12. Henney JE (August 2006). "Safeguarding patient welfare: who's in charge?" (PDF). Annals of Internal Medicine. 145 (4): 305–7. doi:10.7326/0003-4819-145-4-200608150-00013. PMID 16908923.