ଲିଡୋକେନ୍

ଉଇକିପିଡ଼ିଆ‌ରୁ
ଲିଡୋକେନ୍
Clinical data
PronunciationLidocaine /ˈld[invalid input: 'ɵ']kn/
lignocaine /ˈlɪɡn[invalid input: 'ɵ']kn/
Trade namesXylocaine
SynonymsN-(2,6-dimethylphenyl)-N2,N2-diethylglycinamide
AHFS/Drugs.comLocal monograph Injectable monograph
Pregnancy
category
  • AU: A
  • US: B (No risk in non-human studies)
Routes of
administration
intravenous, subcutaneous, topical, oral
ATC code
Legal status
Legal status
Pharmacokinetic data
Bioavailability35% (oral)
3% (topical)
MetabolismLiver,[୧] 90% CYP1A2-mediated
Onset of actionwithin 1.5 min (IV)[୧]
Elimination half-life1.5–2 h
Duration of action10 to 20 min(IV),[୧] 0.5 to 3 h (injection)[୨][୩]
ExcretionKidney[୧]
Identifiers
  • 2-(diethylamino)-
    N-(2,6-dimethylphenyl)acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.004.821 Edit this at Wikidata
Chemical and physical data
FormulaC14H22N2O
Molar mass234.34 g/mol
3D model (JSmol)
Melting point68 °C (154 °F)
  • O=C(Nc1c(cccc1C)C)CN(CC)CC
  • InChI=1S/C14H22N2O/c1-5-16(6-2)10-13(17)15-14-11(3)8-7-9-12(14)4/h7-9H,5-6,10H2,1-4H3,(H,15,17) checkY
  • Key:NNJVILVZKWQKPM-UHFFFAOYSA-N checkY
  (verify)

ଲିଡୋକେନ୍, ଅନ୍ୟ ନାମ ଜାଇଲୋକେନ୍ଲିଗ୍‌ନୋକେନ୍, ଏକ ଔଷଧ ଯାହା ଯେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ତନ୍ତୁକୁ ନିଶ୍ଚେତନ (ସ୍ନାୟବିକ ଶକ୍ତିହୀନ/କାଲୁଆ) କରିଦିଏ ଓ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ରୋଗର ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୧][୨] ଏହା ସ୍ନାୟୁ ଅବରୋଧ ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । ଲିଡୋକେନ୍ ସ‌ହିତ ସ୍ୱଳ୍ପ ପରିମାଣର ଏପିନେଫ୍ରିନ ମିଶେଇ ଏହାର କାର୍ଯ୍ୟକାରୀ ସମୟ ବଢ଼େଇ ଦିଆଯାଏ । [୨] ଇଞ୍ଜେକସନ୍ ଆକାରରେ ଦେଲେ ୪ମିନିଟ ମଧ୍ୟରେ ଏହାର ପ୍ରଭାବ ଅନୁଭୁତ ହୁଏ ଓ ଅଧ ଘଣ୍ଟାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[୨][୩] ଏହାକୁ ଚର୍ମରେ ଲଗାଇଲେ କାଲୁଆ ହୋଇଯାଏ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା, ମାଂସପେଶୀ ଡେଇଁବା, ଦ୍ୱନ୍ଦ, ଦୃଷ୍ଟିଶକ୍ତି ପରିବର୍ତ୍ତନ, କାଲୁଆ ଲାଗିବା, ଝିମଝିମ ଲାଗିବା ଓ ବାନ୍ତି ଇତ୍ୟାଦି ମୂଖ୍ୟ । ଏହା ନିମ୍ନ ରକ୍ତଚାପଅନିୟମିତ ହୃତ୍‌ସ୍ପନ୍ଦନ କରିପାରେ । [୧] ଗଣ୍ଠି ଭିତରେ ଇଞ୍ଜେକସନ ଦେଲେ ଉପାସ୍ଥି ବା କାର୍ଟିଲେଜ ସମସ୍ୟା ସୃଷ୍ଟି ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ।[୧] ଯକୃତ ସମସ୍ୟ ଥିଲେ ଡୋଜ କମେଇଦିଆଯାଏ ।[୧] ଟେଟ୍ରାକେନ ବା ବେଞ୍ଜୋକେନ ପ୍ରତି ଆଲର୍ଜି ଥିଲେ ମଧ୍ୟ ଏହା ବ୍ୟବ‌ହାର କରିହେବ ।[୨] ଲିଡୋକେନ ଏକ ଆଣ୍ଟିଆରିଦମିକ ଆଇବି ଟାଇପର ଔଷଧ । ଲିଡୋକେନ ଏକ ସୋଡ଼ିଅମ ଚ୍ୟାନେଲ ବ୍ଲକର ତେଣୁ ହୃତ୍‌ପିଣ୍ଡ ସଙ୍କୋଚନ ହାର କମେଇଦିଏ ।[୧] କାଲୁଆ କରିବାକୁ ବ୍ୟବ‌ହାର କଲେ ସ୍ନାୟୁରୁ ମସ୍ତିଷ୍କ‌କୁ ସିଗନାଲ ଯାଏ ନାହିଁ । [୨]

ସନ ୧୯୪୬ରେ ଲିଡୋକେନ ଆବିଷ୍କୃତ ହେଲା ଓ ୧୯୪୮ରେ ବିକ୍ରୟ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।[୨][୬] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ପ୍ରତି ୨୦ ମିଲି ଭାଏଲ ପ୍ରତି 0.୪୫ରୁ ୧.୦୫ ଆମେରିକୀୟ ଡଲାର ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lidocaine Hydrochloride (Antiarrhythmic)". The American Society of Health-System Pharmacists. Retrieved Aug 26, 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Lidocaine Hydrochloride (Local)". The American Society of Health-System Pharmacists. Retrieved Aug 26, 2015.
  3. ୩.୦ ୩.୧ Whimster, edited by David Skinner ... [ (1997). Cambridge textbook of accident and emergency medicine. Cambridge: Cambridge University Press. p. 194. ISBN 9780521433792. {{cite book}}: |first1= has generic name (help); Invalid |display-authors=etal] ; project co-ordinator, Fiona (help)
  4. Pharmaceutical innovation : revolutionizing human health. Philadelphia: Chemical Heritage Press. 1999. p. 211. ISBN 9780941901215. {{cite book}}: |first1= missing |last1= (help)
  5. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 22. ISBN 9781284057560.
  7. "Lidocaine HCL". International Drug Price Indicator Guide. Retrieved 27 August 2015.[permanent dead link]