ପ୍ରଦୀପ ମହାରଥୀ

ଉଇକିପିଡ଼ିଆ‌ରୁ
ପ୍ରଦୀପ ମହାରଥୀ
ବିଧାୟକ: ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୪ ଅକ୍ଟୋବର ୨୦୨୦
ପୂର୍ବ ଅଧିକାରୀଯୁଧିଷ୍ଠିର ସାମନ୍ତରାୟ
ନିର୍ବାଚନ ମଣ୍ଡଳୀପିପିଲି
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀବିପିନ ବିହାରୀ ଦାଶ
ପର ଅଧିକାରୀଯୁଧିଷ୍ଠିର ସାମନ୍ତରାୟ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1955-07-04)୪ ଜୁଲାଇ ୧୯୫୫
ମୃତ୍ୟୁ୪ ଅକ୍ଟୋବର ୨୦୨୦(2020-10-04) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀପ୍ରତିଭା ମିଶ୍ର
ସମ୍ପର୍କଅର୍ଦ୍ଧେନ୍ଧୁ ସାହୁ (ଜ୍ୱାଇଁ)
ସନ୍ତାନପଲ୍ଲବୀ ମହାରଥୀ (ଝିଅ)
ରୁଦ୍ର ପ୍ରତାପ ମହାରଥୀ (ପୁଅ)
ବାପା/ବୋଉଗୋକୁଳାନନ୍ଦ ମହାରଥୀ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ ମହାରଥୀ (୪ ଜୁଲାଇ ୧୯୫୫ - ୪ ଅକ୍ଟୋବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପ୍ରଦୀପ ଓଡ଼ିଶା ବିଧାନ ସଭାକୁ ୭ ଥର ନିର୍ବାଚିତ ହୋଇଥିଲେ । ୧୯୮୫, ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୦ମ, ୧୨ଶ, ୧୩ଶ, ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଦୀପ ମହାରଥୀ ୧୯୫୫ ମସିହାର ଜୁଲାଇ ମାସ ୪ ତାରିଖରେ ପୁରୀ ଜିଲ୍ଲାପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଗୋକୁଳାନନ୍ଦ ମହାରଥୀ ଓ ପତ୍ନୀଙ୍କ ନାମ ପ୍ରତିଭା ମିଶ୍ର । ପ୍ରଦୀପଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୨] ପ୍ରଦୀପଙ୍କ ଝିଅ ପଲ୍ଲବୀ ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବିବାହ କରିଥିଲେ ।[୩] ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ୨୦୨୧ ମସିହାରେ ପିପିଲିରେ ହୋଇଥିବା ଉପ-ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଦୀପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୭ଥର କାର୍ଯ୍ୟ କରିଥିଲେ ।[୫] ପ୍ରଦୀପ ଓଡ଼ିଶା ବିଧାନ ସଭାରେ ୨୦୧୧ ମସିହା ମଇ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମଇ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସମ୍ପଦ ମନ୍ତ୍ରୀ, ୨୦୧୭ ମସିହା ମଇ ମାସ ୭ ତାରିଖରେ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ପ୍ରଦୀପ ମହାରଥୀ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣେ ଛାତ୍ରନେତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୫ ମସିହାର ସେ ପ୍ରଥମଥର ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୬] ଏହି ନିର୍ବାଚନରେ ସେ ୨୫,୬୯୮ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ବିପିନ ଦାସଙ୍କୁ ୩୩୯ ଖଣ୍ଡ ଭୋଟରେ ପରାସ୍ତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାରେ ସେ ୧୯୮୫ରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୫୪,୩୯୭ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ୩୦,୩୫୧ ଖଣ୍ଡ ଭୋଟରେ ପରାସ୍ତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮] ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ସମୁଦାୟ ୫୩,୪୩୩ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, କଂଗ୍ରେସ ଦଳର ପ୍ରାର୍ଥୀ ଯୁଧିଷ୍ଠିର ସାମସ୍ତରାୟଙ୍କଠାରୁ ୫,୩୭୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୯]

ଏହାପରେ ସେ ଯେତେବେଳେ ବିଜୁ ଜନତା ଦଳ ଗଠନ କରାଗଲା, ସେତେବେଳେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧୦] ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପିପିଲିରୁ ନିର୍ବାଚନ ଲଢ଼ି ସମୁଦାୟ ୬୧,୪୪୭ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ୨୨,୭୨୬ ଖଣ୍ଡ ଭୋଟରେ ପରାସ୍ତ କରି ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୨୦୦୪ ମସିହାର ଓଡ଼ିଶ ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ପିପିଲିରୁ ୬୫,୦୩୯ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୦,୬୧୨ ଖଣ୍ଡ ଭୋଟରେ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୭୪,୧୧୨ ଖଣ୍ଡ ଭୋଟ ପାଇ ୧୪ଶ ଓଡ଼ିଶା ବିଧାନ ସଭାଙ୍କୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୨,୫୦୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୩] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮୨,୫୫୦ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୩୩,୪୭୪ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୪] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପିପିଲିରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୮୮,୪୩୪ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୧୫,୭୮୭ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୫] ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ୪ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ପିପିଲି ଜନତା ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ପିପିଲି ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ପିପିଲି ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ପିପିଲି ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପିପିଲି ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ପିପିଲି ବିଜୁ ଜନତା ଦଳ
୨୦୧୯ ୪ ଅକ୍ଟୋବର ୨୦୨୦ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ପିପିଲି ବିଜୁ ଜନତା ଦଳ

ବିବାଦ[ସମ୍ପାଦନା]

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମୟରେ ପ୍ରଦୀପ ମହାରଥୀ ତାଙ୍କର ପିପିଲିସ୍ଥିତ ଫାର୍ମହାଉସ୍‌ରେ ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିଲେ ।[୧୬]

ମୃତ୍ୟୁ[ସମ୍ପାଦନା]

ପ୍ରଦୀପ ୨୦୨୦ ମସିହାର ଅକ୍ଟୋବର ୪ରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।[୧୭] ୧୪ ସେପ୍ଟେମ୍ବର ୨୦୨୦ରେ ସେ କରୋନାଭୂତାଣୁରେ ସଂକ୍ରମିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ଫୁସଫୁସ ସଂକ୍ରମଣ ଯୋଗୁଁ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ". ସମ୍ବାଦ. sambad.in. 4 October 2020. Archived from the original on 4 October 2020. Retrieved 4 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Shri Pradeep Maharathy". odishaassembly.nic.in. Odisha Assembly. Retrieved 13 June 2020.
  3. Bal, Sandip (17 May 2020). "Ardhendu donates to CM Relief Fund - Times of India". The Times of India (in ଇଂରାଜୀ). Retrieved 4 October 2020.
  4. Dash, Chinmayee (3 October 2021). "Pipili bypoll: BJD's Rudra Maharathy emerges victorious". Sambad English (in English). Pipili: sambadenglish.com. Archived from the original on 4 October 2021. Retrieved 4 October 2021.{{cite news}}: CS1 maint: unrecognized language (link)
  5. "BJD strongman, 7-time Odisha MLA Pradeep Maharathy no more". Sambad English. sambadenglish.com. 3 October 2020. Archived from the original on 4 October 2020. Retrieved 4 October 2020.
  6. ୬.୦ ୬.୧ "Senior BJD MLA Pradeep Maharathy Passes Away At 65". Odisha Television Ltd. 4 October 2020. Archived from the original on 4 October 2020. Retrieved 4 October 2020.
  7. "Orissa 1985". Election Commission of India (in Indian English). Retrieved 2019-06-27.
  8. "Orissa 1990". Election Commission of India (in Indian English). Retrieved 2019-06-27.
  9. "Orissa 1995". Election Commission of India (in Indian English). Retrieved 2019-06-27.
  10. "BJD leader and Pipli MLA Pradeep Maharathy No More". KalingaTV (in English). Bhubaneswar. 4 October 2020. Archived from the original on 4 October 2020. Retrieved 4 October 2020.{{cite news}}: CS1 maint: unrecognized language (link)
  11. "Orissa 2000". Election Commission of India (in Indian English). Retrieved 2019-06-27.
  12. "Orissa 2004". Election Commission of India (in Indian English). Retrieved 2019-06-27.
  13. "Orissa 2009". Election Commission of India (in Indian English). Retrieved 2019-06-27.
  14. "Orissa 2014". Election Commission of India (in Indian English). Retrieved 2019-06-27.
  15. "Odisha Legislative Assembly Election, 2019". Election Commission of India (in Indian English). Retrieved 2020-10-04.
  16. Reporter, Staff (22 April 2019). "Odisha MLA Pradeep Maharathy arrested for leading attack on ECI team". The Hindu (in Indian English). Retrieved 4 October 2020.
  17. "BJD MLA Pradeep Maharathy Passes Away | ପ୍ରଦୀପ ମହାରଥୀଙ୍କ ପରଲୋକ". OTV Khabar. 4 October 2020. Archived from the original on 4 October 2020. Retrieved 4 October 2020.

ବାହାର ଆଧାର[ସମ୍ପାଦନା]