ଯୁଧିଷ୍ଠିର ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ଯୁଧିଷ୍ଠିର ସାମନ୍ତରାୟ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀପ୍ରଦୀପ ମହାରଥୀ
ପର ଅଧିକାରୀପ୍ରଦୀପ ମହାରଥୀ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-03-16)ମାର୍ଚ୍ଚ ୧୬, ୧୯୫୩
ମୃତ୍ୟୁ୧୬ ଅକ୍ଟୋବର ୨୦୨୩(2023-10-16) (ବୟସ ୭୦)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମିନାକ୍ଷୀ ସାମନ୍ତରାୟ
ବାପା/ବୋଉବିଶ୍ୱନାଥ ସାମନ୍ତରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଯୁଧିଷ୍ଠିର ସାମନ୍ତରାୟ (୧୬ ମାର୍ଚ୍ଚ ୧୯୫୩ – ୧୬ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ ରାଜନେତା ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଯୁଧିଷ୍ଠିର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଯୁଧିଷ୍ଠିର ସାମନ୍ତରାୟ ୧୯୫୩ ମସିହାର ମାର୍ଚ୍ଚ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ସାମନ୍ତରାୟ ଓ ପତ୍ନୀଙ୍କ ନାମ ମିନାକ୍ଷୀ ସାମନ୍ତରାୟ । ଯୁଧିଷ୍ଠିରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯୁଧିଷ୍ଠିର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଯୁଧିଷ୍ଠିର ସାମନ୍ତରାୟ ୨୦୨୩ ମସିହାର ଅକ୍ଟୋବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Yudhistir Samantaraya". odishaassembly.nic.in. Odisha Assembly. Retrieved 11 June 2020.
  2. Baliarsingh, Cassian (16 October 2023). "Ex-Pipili MLA Judhistir Samantaray passes away at 73". OdishaTV. Retrieved 17 October 2023.