Jump to content

ରାଜବଣି

ଉଇକିପିଡ଼ିଆ‌ରୁ

ରାଜବଣି
ଅଣ୍ଡିରା ରାଜବଣି (ରାଜସ୍ଥାନରେ ଉଠାଯାଇଥିବା ଫଟୋଚିତ୍ର)
ମାଈ ରାଜବଣି (ରାଜସ୍ଥାନରେ ଉଠାଯାଇଥିବା ଫଟୋଚିତ୍ର)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Sturnidae
Genus: Sturnia
ଜାତି: S. pagodarum
ବାଇନୋମିଆଲ ନାମ
Sturnia pagodarum
(ୟୋହାନ୍ ଫ୍ରେଡ୍ରିକ୍ ମେଲିନ୍, ୧୭୮୯)
Synonyms

ଷ୍ଟର୍ଣ୍ଣସ୍ ପାଗୋଡେରମ୍ (Sturnus pagodarum)
ଟେମିନୁକସ୍ ପାଗୋଡେରମ୍ (Temenuchus pagodarum)


ରାଜବଣି (ଇଂରାଜୀ ଭାଷାରେ Brahminy Myna ବା Brahminy Starling, ଜୀବବିଜ୍ଞାନ ନାମ Sturnia pagodarum[]) ଷ୍ଟାର୍ଲିଂ ପକ୍ଷୀ ପରିବାରର ଏକ ସଦସ୍ୟ । ଏମାନେ ଭାରତୀୟ ଉପମହାଦେଶର ସମତଳ ଅଞ୍ଚଳରେ ବାସ କରନ୍ତି ଓ ସାଧାରଣତଃ ଯୋଡ଼ା ବା ଛୋଟ ଦଳରେ ବିଚରଣ କରିଥାନ୍ତି ।

ବିବରଣୀ

[ସମ୍ପାଦନା]
ରାଜସ୍ଥାନ, ଭାରତର କେଓଲାଦେଓ ଜାତୀୟ ଉଦ୍ୟାନରେ ଏକ ତରୁଣ ରାଜବଣିର ଉଠାଯାଇଥିବା ଫଟୋଚିତ୍ର

ରାଜବଣିର ଦେହ ଫିକା ମାଟିଆ ରଙ୍ଗର ଓ ଏହାର ମୁଣ୍ଡରେ ଟୋପି ପରି କଳା ରଙ୍ଗର ଆବରଣ ରହିଥାଏ । ଏହାର ଥଣ୍ଟ ହଳଦିଆ ରଙ୍ଗର ଓ ଥଣ୍ଟର ମୂଳଟି ଈଷତ୍ ନୀଳ ରଙ୍ଗର । ଏହାର ଚକ୍ଷୁପଟଳ ଫିକା ରଙ୍ଗର ଓ ଆଖି ବାହାର ପଟେ ନୀଳ ରଙ୍ଗର ଦାଗ ରହିଥାଏ । ଲାଞ୍ଜର ବାହ୍ୟପାର୍ଶ୍ୱରେ କଳା ଓ ଧଳା ରଙ୍ଗର ପର ରହିଥାଏ । ଡେଣାଗୁଡ଼ିକର ପ୍ରାଥମିକ ରଙ୍ଗ କିନ୍ତୁ କଳା ଓ ଏଥିରେ କୌଣସି ଧଳାଛାପ ନଥାଏ । ପୂର୍ଣ୍ଣ ବୟସ୍କ ଅଣ୍ଡିରାମାନଙ୍କ ମୁଣ୍ଡରେ ଏକ ଶିଖା ରହିଥାଏ ଯାହା ମାଈମାନଙ୍କ ମୁଣ୍ଡରେ ଦେଖାଯାଏ ନାହିଁ । ଅଣ୍ଡିରାମାନଙ୍କ ବେକର ଲୋମ ମଧ୍ୟ ଲମ୍ବା । ତରୁଣମାନଙ୍କ ଟୋପି ଅଂଶଟି କଳା ପରିବର୍ତ୍ତେ ଅଳ୍ପ ମାଟିଆ ରଙ୍ଗର ହୋଇଥାଏ ।[]

ଦକ୍ଷିଣ ଭାରତର ଘର, ମନ୍ଦିରପାଗୋଡ଼ାମାନଙ୍କରେ ବାସ କରୁଥିବାରୁ ଏହି ପ୍ରଜାତିର ଜୀବବିଜ୍ଞାନ ନାମରେ ପାଗୋଡେରମ୍ ଶବ୍ଦ ବ୍ୟବହୃତ ହୋଇଥିବାର ଅନୁମାନ କରାଯାଏ ।[]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ

[ସମ୍ପାଦନା]

ଭାରତନେପାଳରେ ରାଜବଣିମାନେ ସ୍ଥାନୀୟ ପକ୍ଷୀ । ଶୀତଋତୁରେ ଏମାନେ ଶ୍ରୀଲଙ୍କା ଏବଂ ଗ୍ରୀଷ୍ମଋତୁରେ ଏମାନେ ପଶ୍ଚିମ ଓ ଉତ୍ତର-ପୂର୍ବ ହିମାଳୟରେ ପ୍ରବାସ କରିଥାନ୍ତି । ପାକିସ୍ତାନର ସମତଳ ଅଞ୍ଚଳରେ ମଧ୍ୟ ରାଜବଣି ପରିଲକ୍ଷିତ ହୁଅନ୍ତି । ଏମାନେ ତୁହାକୁତୁହା ଭାବେ ଲମ୍ବା କାକଳି ଧ୍ୱନି ସୃଷ୍ଟି କରନ୍ତି ଓ ଏହି ଶେଷ ଭାଗରେ କାକଳି ଅକସ୍ମାତ ବନ୍ଦ ହୋଇଯାଇଥାଏ ।[] ଯଦିଓ ଏମାନଙ୍କୁ ମୁଖ୍ୟତଃ ସମଭୂମିରେ ଦେଖାଯାଏ, ସମୁଦ୍ରପତନରୁ ୩୦୦୦ ମିଟର୍ ଉଚ୍ଚତାରେ ଥିବା ଲଦାଖରେ ମଧ୍ୟ ଏମାନଙ୍କ ଉପସ୍ଥିତିର ପ୍ରମାଣ ରହିଛି ।[]

ସମତଳ ଅଞ୍ଚଳର ଶୁଷ୍କ ଅରଣ୍ୟ, ବୁଦାଳିଆ ଅରଣ୍ୟ ଓ ଜନବସତି ନିକଟରେ ଏହି ପକ୍ଷୀ ବାସ କରିବା ଦେଖାଯାଏ । ଜଳାଶୟ ନିକଟବର୍ତ୍ତୀ ସନ୍ତସନ୍ତିଆ ଓ କର୍ଦ୍ଦମମୟ ସ୍ଥାନ ପାଖରେ ରହିବା ଏମାନେ ଅଧିକ ପସନ୍ଦ କରନ୍ତି ।[]

ପରିସ୍ଥିତିକ ବ୍ୟବହାର

[ସମ୍ପାଦନା]

ରାଜବଣି ସର୍ବଭକ୍ଷୀ ଓ ଏମାନେ ଫଳ ସହ କୀଟପତଙ୍ଗମାନଙ୍କୁ ମଧ୍ୟ ଆହରଣ କରିଥାନ୍ତି । ଅନ୍ୟ ମେରୁଦଣ୍ଡୀ ପ୍ରାଣୀଙ୍କ ପାଇଁ ବିଷାକ୍ତ ପ୍ରଭାବ ପକାଉଥିବା କନିଅର ଗଛର ଫଳକୁ ମଧ୍ୟ ରାଜବଣିମାନେ ଖାଇବା ଦେଖାଯାଇଛି ।[] ପାଉଁଶମୁଣ୍ଡି ବଣି ପରି ରାଜବଣି ଅଧିକାଂଶ ସମୟ ଗଛଡାଳରେ ଅତିବାହିତ କରିବା ପରିଲକ୍ଷିତ ହୁଏନାହିଁ । ରାଜବଣିମାନେ ଅନ୍ୟ ବଣି ପ୍ରଜାତିଙ୍କ ସହ ମିଶି ଏକ ଛୋଟ ଦଳ ଗଠନ କରି ତୃଣମୟ ଭୂମିରେ ଆହାର ସନ୍ଧାନରେ ବୁଲୁଥିବା ମଧ୍ୟ ଦେଖାଯାଏ । ରାଜବଣିମାନେ ଚରୁଥିବା ଗାଈଗୋରୁଙ୍କ ସହିତ ବୁଲି ଆହାର ଖାଇବା ମଧ୍ୟ ଦେଖାଯାଏ । ରାଜବଣି ଶିମିଳି, ପଳାଶ, ପାଳଧୁଆ ଗଛର ଫୁଲରୁ ମହୁ ଖାଇବା ମଧ୍ୟ ଦେଖାଯାଇଛି । ପତ୍ରପୂର୍ଣ୍ଣ ଗଛଡାଳରେ ଅନ୍ୟ ବଣିଶୁଆ ପକ୍ଷୀମାନଙ୍କ ମେଳରେ ବସି ଏମାନେ ରାତ୍ରଶୟନ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ ।[]

ଗଛ କୋରଡ଼ କିମ୍ବା କୌଣସି ଅପ୍ରାକୃତିକ ଖୋଲରେ ଏମାନେ ନିଜର ବସା ବାନ୍ଧନ୍ତି ।[][] ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ; କିନ୍ତୁ ସ୍ଥାନାନୁସାରେ ଏଥିରେ ପରିବର୍ତ୍ତନ ଦେଖାଦେଇପାରେ । ଦକ୍ଷିଣ ଭାରତୀୟ ରାଜବଣିଙ୍କ ପ୍ରଜନନ ସମୟ ଅନ୍ୟ ଅଞ୍ଚଳର ରାଜବଣିଙ୍କ ଅପେକ୍ଷା ଶୀଘ୍ର ଆରମ୍ଭ ହୁଏ । ଏହି ସମୟରେ ଅନେକ ଗଛରେ ଫଳ ଲାଗେ ଓ ମୌସୁମୀ ବର୍ଷା ଆରମ୍ଭ ସମୟରେ ଶାବକମାନେ ଜନ୍ମ ଲାଭ କରନ୍ତି । ମୁଖ୍ୟତଃ ଅଣ୍ଡିରା ପକ୍ଷୀମାନେ ବସା ଖୋଜନ୍ତି ଓ କୋରଡ଼ବାସୀ ବସନ୍ତ ବା ଚଟିଆମାନଙ୍କ ସହ ଏମାନଙ୍କର ପ୍ରତିଯୋଗିତା ବସା ପାଇଁ ପ୍ରତିଯୋଗିତା ହେବା ମଧ୍ୟ ଦେଖାଯାଏ । ଅଣ୍ଡିରା ରାଜବଣିମାନେ ନିଜର ପର ଫୁଲାଇ, ଲାଞ୍ଜର ପର ମେଲାଇ, ନିଜର ଶିଖା ଉଠାଇ ଓ ନିଜର ଥଣ୍ଟ ଉପରକୁ ଉଠାଇ ପ୍ରଦର୍ଶନ କରିଥାନ୍ତି । ଉଭୟ ମାଈ ଓ ଅଣ୍ଡିରା ମିଶି ନିଜର ବସା ତିଆରି କରନ୍ତି । ବସାଟି କୁଟା, ଘାସ ଓ ପରରେ ଆଚ୍ଛାଦିତ ହୋଇ ରହିଥାଏ । ଏହି ପକ୍ଷୀ ନୀଳମିଶା ଫିକା ସାଗୁଆ ରଙ୍ଗର ୩-୪ଟି ଅଣ୍ଡା ଦେଇଥାଏ । ଦ୍ୱିତୀୟ ଅଣ୍ଡା ଦେଇସାରିବା ପରେ ମାଈ ରାଜବଣି ଅଣ୍ଡାଗୁଡ଼ିକୁ ଉଷୁମାଇବା ଆରମ୍ଭ କରେ । ରାତିରେ ମୁଖ୍ୟତଃ ମାଈମାନେ ଓ ଦିନବେଳେ ଅଳ୍ପ ସମୟ ପାଇଁ ଅଣ୍ଡିରାମାନେ ଅଣ୍ଡା ଉଷୁମାନ୍ତି । ୧୨ରୁ ୧୪ ଦିନରେ ଅଣ୍ଡା ଫୁଟି ସେଥିରୁ ଶାବକମାନେ ବାହାରନ୍ତି । ଶାବକମାନେ ୩ ସପ୍ତାହରେ ବଡ଼ ହୋଇ ବସା ଛାଡ଼ି ଉଡ଼ି ଚାଲିଯାନ୍ତି । ପ୍ରଥମେ ଶାବକମାନଙ୍କୁ କୀଟପତଙ୍ଗ ଓ ପରେ ଶସ୍ୟ ଇତ୍ୟାଦି ଯୋଗେଇ ଦିଆଯାଇଥାଏ । ଶାବକମୀନେ ଖାଇବା ପରେ ବାନ୍ତି କରୁଥିବା ବର୍ଜ୍ୟ ପଦାର୍ଥକୁ ମାତାପିତା ୨୦ ମିଟର ବା ତା’ଠାରୁ ଦୂରରେ ନେଇ ପକାଇ ଦିଅନ୍ତି । ରାଜବଣିମାନେ କ୍ରମାନ୍ୱୟରେ ୨-୩ଟି ଶାବକଙ୍କୁ ବଡ଼ କରନ୍ତି ।[][][][୧୦]

ବର୍ଗୀକରଣ

[ସମ୍ପାଦନା]

ବଂଶାନୁକ୍ରମ ଦୃଷ୍ଟିରୁ ଏମାନେ ବିଭିନ୍ନ ପକ୍ଷୀଙ୍କ ନିକଟତର ହୋଇଥିବାରୁ ଏମାନଙ୍କ ଜାତିଗତ ସ୍ଥାନକୁ ନେଇ ବିଭିନ୍ନ ମତ ରହିଥିବା ଦେଖାଯାଏ । ପାରମ୍ପରିକ ଭାବେ ଏହି ପକ୍ଷୀକୁ ଷ୍ଟର୍ଣ୍ଣସ୍ (Sturnus)ଟେମିନୁକସ୍ (Temenuchus) ଜାତିରେ ପରିଗଣିତ କରାଯାଉଥିଲା । ୨୦୦୮ ମସିହାରେ ହୋଇଥିବା ଏକ ଅଧ୍ୟୟନରେ ରାଜବଣି ଷ୍ଟର୍ଣ୍ଣିଆ (Sturnia) ଜାତିର ସଦସ୍ୟ ବୋଲି କୁହାଯାଇଥିଲା ।[]

  1. BirdLife International (2012). "Sturnus pagodarum". Retrieved 3 June 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. ୨.୦ ୨.୧ Zuccon, D.; Pasquet, E.; Ericson, P. G. P. (2008). "Phylogenetic relationships among Palearctic–Oriental starlings and mynas (genera Sturnus and Acridotheres : Sturnidae)" (PDF). Zoologica Scripta. 37: 469–481. doi:10.1111/j.1463-6409.2008.00339.x. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  3. ୩.୦ ୩.୧ ୩.୨ ୩.୩ Rasmussen PC; JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. p. 582. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  4. ୪.୦ ୪.୧ Hume, AO (1890). The nests and eggs of Indian birds. Volume 1. R H Porter. pp. 374–375.
  5. Akhtar, S Asad (1990). "Altitudinal range extension of the Brahminy Myna Sturnus pagodarum in Chushul, Ladakh". J. Bombay Nat. Hist. Soc. 87 (1): 147.
  6. Raj, PJ Sanjeeva (1963). "Additions to the list of birds eating the fruit of Yellow Oleander (Thevetia neriifolia )". J. Bombay Nat. Hist. Soc. 60 (2): 457–458.
  7. ୭.୦ ୭.୧ Ali, S; SD Ripley (1986). Handbook of the Birds of India and Pakistan. Volume 5 (2nd ed.). Oxford University Press. pp. 160–162. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  8. Sharma, Satish Kumar (1996). "Nesting in anchor-pipe by Brahminy Myna, Sturnus pagodarum (Gmelin)". J. Bombay Nat. Hist. Soc. 93 (1): 91.
  9. Lamba, BS; Tyagi, AK (1977). "Period of incubation in Brahminy Myna, Sturnus pagodarum (Gmelin)". J. Bombay Nat. Hist. Soc. 74 (1): 173–174.
  10. Tyagi, A.K.; Lamba, B.S. (1984). A Contribution to the Breeding Biology of Two Indian Mynas. Records of the Zoological Survey of India. Occasional Papers, 55 (PDF). Calcutta: Zoological Survey of India. pp. 47–97.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]