ଚଟିଆ (ଚଢ଼େଇ)

ଉଇକିପିଡ଼ିଆ‌ରୁ


ଚଟିଆ
ଘର ଚଟିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Passeriformes
ଉପଗଣ: Passeri
ଅବଗଣ: Passerida
ଅଧିକୁଳ: Passeroidea
କୁଳ: Passeridae
Illiger, 1811
Genera

Passer
Petronia
Carpospiza
Montifringilla

ଘର ଚଟିଆ ବା ଚଟିଆ (English: sparrows) ଏକ ପେସେରିଡେ (Passeridae) ପରିବାରର ଚଢ଼େଇ । ଏମାନେ ଛୋଟ ପେସେରିନ (passerine) ଚଢ଼େଇ । ଏମାନେ ବଡ଼ ବଡ଼ ଦଳରେ ମିଶି ରହିଥାନ୍ତି, ଘର ଚଟିଆମାନେ ଘରମାନଙ୍କରେ ରହିଥାନ୍ତି ଓ ଇଉରାସିଆନ ଗଛ ଚଟିଆ (Eurasian Tree Sparrow)ମାନେ ବେଶୀ ନଗରମାନଙ୍କରେ ରହିଥାନ୍ତି । ଚଟିଆମାନେ ବାକି ବଣୁଆ ଚଢ଼େଇମାନଙ୍କ ତୁଳନାରେ ବେଶୀ ଜଣାଶୁଣା ।[୧] ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠା ଘରର ସ୍କାଇ ଲାଇଟର କିମ୍ବା କୌଣସି ଖୋପରେ, ବତୀ ଖୁଣ୍ଟରେ ଥ\ବା କେବୁଲ ବକ୍ସରେ ଚଢ଼େଇଟି ତା ଛୋଟ ସଂସାର ମେଲିଥାଏ |

ପ୍ରଜନନ[ସମ୍ପାଦନା]

ଏପ୍ରିଲରୁ ଆଗଷ୍ଟ ମାସ ପର୍ଯ୍ୟନ୍ତ ଘରଚଟିଆର ପ୍ରଜନନ ଋତୁ | ଅଣ୍ଡା ଦେବାର ମାତ୍ର ଦଶ ଦିନ ମଧ୍ୟରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଥାନ୍ତି |ଅଣ୍ଡାର ଲମ୍ବ ୦.୮ରୁ ୦.୯ ଇଞ୍ଚ | ଛୁଆ ଫୁଟିବାର ୧୪ ଦିନ ମଧ୍ୟରେ ଏହାର ଶାବକ ଉଡିବା ଆରମ୍ଭ କରିଥାଏ | [୨]

ଆଧାର[ସମ୍ପାଦନା]

  1. Clement, Peter; Colston, P. R. (2003). "Sparrows and Snowfinches". In Perrins, Christopher (ed.). The Firefly Encyclopedia of Birds. Firefly Books. pp. 590–591. ISBN 1-55297-777-3.
  2. ପ୍ରତିନିଧି, ଦିଗଦର୍ଶନ (2014). ଘରଚଟିଆର ଘର ସଂସାର. ଭୁବନେଶ୍ୱର: ବିଶ୍ୱାବସୁ. p. ୨.

ଆଗକୁ ପଢିବେ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]