ପାଉଁଶମୁଣ୍ଡି ବଣି

ଉଇକିପିଡ଼ିଆ ରୁ
Jump to navigation Jump to search

ପାଉଁଶମୁଣ୍ଡି ବଣି
Chestnut-tailed starling, Satchari National Park.jpg
ବଙ୍ଗଳାଦେଶର ସାତଚଡ଼ି ଜାତୀୟ ଉଦ୍ୟାନରେ ଏକ ପାଉଁଶମୁଣ୍ଡି ବଣି ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Passeriformes
Family: Sturnidae
Genus: Sturnia
ଜାତି: S. malabarica
ବାଇନୋମିଆଲ ନାମ
Sturnia malabarica
(ୟୋହାନ୍ ଫ୍ରିଏଡ୍ରାଇଖ୍ ମେଲିନ୍, ୧୭୮୯)
Chestnut-tailed Starling Range.jpg
     ପାଉଁଶମୁଣ୍ଡି ବଣିର ଆନୁମାନିକ ଭୌଗୋଳିକ ବ୍ୟାପ୍ତି
Synonyms

ଟେମିନୁକସ୍ ମାଲାବ୍ରିକସ୍ (Temenuchus malabaricus)

ପାଉଁଶମୁଣ୍ଡି ବଣି (ଇଂରାଜୀ ଭାଷାରେ Chestnut-tailed Starling ବା Grey-headed Myna, ଜୀବବିଜ୍ଞାନ ନାମ Sturnia malabarica[୨][୩]) ବଣି ଜାତୀୟ ଷ୍ଟାର୍ଲିଂ ପକ୍ଷୀ ପରିବାରର ସଦସ୍ୟ । ଏମାନେ କିଛି ଅଞ୍ଚଳରେ ମୂଳ ନିବାସୀ କିମ୍ବା କିଛି ଅଞ୍ଚଳରେ ଆଂଶିକ ପ୍ରବାସୀ ଭାବରେ ଦେଖାଯାନ୍ତି । ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ଜଙ୍ଗଲ ପରିବାସରେ ଏମାନେ ଦେଖିବାକୁ ମିଳନ୍ତି । ଏହି ପ୍ରଜାତିର ଜୀବବିଜ୍ଞାନ ନାମ ଦକ୍ଷିଣ ଭାରତର ମାଲାବାର ଅଞ୍ଚଳରେ ପରିଲକ୍ଷିତ ଉପପ୍ରଜାତି ଅନୁସାରେ ରଖାଯାଇଛି । ଶୀତଋତୁରେ ପାଉଁଶମୁଣ୍ଡି ବଣି ଭାରତୀୟ ଉପଦ୍ୱୀପ ଅଞ୍ଚଳରେ ପ୍ରବାସ କରିବାକୁ ଆସିଥାନ୍ତି । ମାଲାବାର ଅଞ୍ଚଳରେ ଧଳା ମୁଣ୍ଡ ଥିବା ମାଲାବାର ବଣି (Sturnia blythii) ପାଉଁଶମୁଣ୍ଡି ବଣି ପରି ଦେଖିବାକୁ କିନ୍ତୁ ସେମାନେ ଏକ ଭିନ୍ନ ପ୍ରଜାତିର ମାନ୍ୟତା ପାଇଛନ୍ତି ।


ବର୍ଗୀକରଣ ଓ ଭୌଗୋଳିକ ବିତରଣ[ସମ୍ପାଦନା]

ବଂଶ ନିରୂପଣଗତ ତଥ୍ୟର ଅଭାବରେ ପାଉଁଶମୁଣ୍ଡି ବଣିକୁ ଅତୀତରେ ଷ୍ଟର୍ଣ୍ଣିଆ, ଷ୍ଟର୍ଣ୍ଣସ୍ଟେମିନୁକସ୍ ପ୍ରଭୃତି ବିଭିନ୍ନ ପ୍ରଜାତିରେ ସ୍ଥାନ ଦିଆଯାଇଥିଲା ।[୩] କିନ୍ତୁ ପରବର୍ତ୍ତୀ କାଳର ଗବେଷଣାକୁ ଭିତ୍ତି କରି ଏମାନଙ୍କୁ ଷ୍ଟର୍ଣ୍ଣିଆ ପ୍ରଜାତିରେ ପରିଗଣନା କରିବା ସଠିକ ବୋଲି ପ୍ରସ୍ତାବ ଦିଆଗଲା ।[୨]

ପାଉଁଶମୁଣ୍ଡି ବଣିର ଦୁଇଟି ଉପପ୍ରଜାତି ଅଛନ୍ତି । ସେମାନେ ହେଲେ :

ଗଛ ଡାଳରେ ବସିଥିବା ଏକ ପରିପକ୍ୱ ପାଉଁଶମୁଣ୍ଡି ବଣି

ଉଭୟ ଉପପ୍ରଜାତିର ପକ୍ଷୀମାନଙ୍କ ପ୍ରବାସ ବିଷୟରେ ଅଧିକ ତଥ୍ୟ ଜଣାନାହିଁ । ମାଲାବ୍ରିକା ଉପପ୍ରଜାତି ପାକିସ୍ତାନ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତରେ ମଧ୍ୟ ଦେଖାଯାଇଛି ।

ବ୍ଲାଇଥି (blythii) ବର୍ଗର ପକ୍ଷୀଙ୍କୁ ବର୍ତ୍ତମାନ ଏକ ସ୍ୱତନ୍ତ୍ର ପ୍ରଜାତିର ମାନ୍ୟତା ଦିଆଯାଉଛି । ମାଲାବାର୍ ଧଳାମୁଣ୍ଡି ବଣିକୁ (ଷ୍ଟର୍ଣ୍ଣିଆ ବ୍ଲାଇଥି-Sturnia blythii) ଏବେ ଆଉ ପାଉଁଶମୁଣ୍ଡି ବଣି ପ୍ରଜାତିର ଏକ ଉପପ୍ରଜାତି ଭାବେ ଅଭିହିତ କରାଯାଉନାହିଁ । କାରଣ ପ୍ରଜନନ ଋତୁ ନଥିବା ସମୟରେ ପାଉଁଶମୁଣ୍ଡି ବଣିମାନେ ମାଲାବାର ବଣିମାନଙ୍କ ଅଞ୍ଚଳକୁ କେବଳ ପ୍ରବାସୀ ଭାବେ ଆସିଥାନ୍ତି ଏବଂ ଏହି ଦୁଇ ପ୍ରଜାତିର ପକ୍ଷୀଙ୍କ ମଧ୍ୟରେ ମିଳନ ମଧ୍ୟ ହୁଏନାହିଁ । କିନ୍ତୁ ଏକ ପରୀକ୍ଷଣରୁ ଜଣା ପଡ଼ିଥିଲା ଯେ ମାଲାବାର ବଣି ଓ ଉତ୍ତର ଭାରତୀୟ ପାଉଁଶମୁଣ୍ଡି ବଣି କିମ୍ବା ବ୍ରହ୍ମଦେଶୀୟ ପାଉଁଶମୁଣ୍ଡି ବଣିଙ୍କ ମଧ୍ୟରେ ଜିନ୍‍ଗତ ପାର୍ଥକ୍ୟର ମାନ ପ୍ରାୟ ୦.୨%ରୁ ୦.୮% ମାତ୍ର ।[୨]

ବିବରଣୀ[ସମ୍ପାଦନା]

ଏକ ପରିଣତ ବୟସ୍କ ପାଉଁଶମୁଣ୍ଡି ବଣିର ଦୈର୍ଘ୍ୟ ପ୍ରାୟ ୨୦ ସେଣ୍ଟିମିଟର୍ (୭.୯ ଇଞ୍ଚ୍) । ଏମାନଙ୍କ ଶରୀରର ଉପର ପାର୍ଶ୍ୱ ପାଉଁଶିଆ ରଙ୍ଗର ଓ ଡେଣାର ପର କଳା ରଙ୍ଗର । କିନ୍ତୁ ଉପପ୍ରଜାତି ଅନୁସାରେ ଶରୀରର ଅନ୍ୟ ଅଂଶର ରଙ୍ଗ ଭିନ୍ନ ହୋଇଥାଏ । ମାଲାବ୍ରିକା ଉପପ୍ରଜାତିର ଶରୀରର ନିମ୍ନାଂଶ ଓ ଲାଞ୍ଜର ତଳପଟଟି ଲାଲମିଶା ମାଟିଆ ବା ବାଦାମୀ ରଙ୍ଗର ହୋଇଥିବା ବେଳେ ନେମୋରିକୋଲା ଉପପ୍ରଜାତିର ନିମ୍ନାଂଶ ଧଳା ମିଶ୍ରିତ ମାଟିଆ ରଙ୍ଗର । ଉଭୟ ଉପପ୍ରଜାତିଙ୍କ ମୁଣ୍ଡ ପାଉଁଶିଆ ରଙ୍ଗର । ଏମାନଙ୍କ ଥଣ୍ଟ ହଳଦିଆ ରଙ୍ଗର ଯାହାର ମୂଳ ଫିକା ନୀଳ ବର୍ଣ୍ଣବିଶିଷ୍ଟ ଏବଂ ଆଖି ଡୋଳା ଚାରିପଟ ଧଳା ରଙ୍ଗର । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଦେଖିବାକୁ ଏକାପରି । କିନ୍ତୁ ତରୁଣ ବୟସର ପକ୍ଷୀମାନଙ୍କ ଶରୀରର ନିମ୍ନାଂଶ ଧଳା ଓ ସମ୍ପୂର୍ଣ୍ଣ ଲାଞ୍ଜ ପରିବର୍ତ୍ତେ କେବଳ ଲାଞ୍ଜର ପରର ଅଗଟି ମାଟିଆ ରଙ୍ଗର ।

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ପାଉଁଶମୁଣ୍ଡି ବଣିର ବସା ବୃକ୍ଷମୟ ଖୋଲା ଅଞ୍ଚଳ ବା କୃଷିକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳେ । ପାଉଁଶମୁଣ୍ଡି ବଣି ଏକ କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧିଥାଏ । ମାଈମାନେ ୩-୫ଟି ଅଣ୍ଡା ଦେଇଥାନ୍ତି ।


ଅନ୍ୟ ବଣି ପ୍ରଜାତିର ପକ୍ଷୀଙ୍କ ପରି ପାଉଁଶମୁଣ୍ଡି ବଣି ସର୍ବଭକ୍ଷୀ । ଏମାନେ କୀଟପତଙ୍ଗ, ଗଛର ଫଳ ଓ ଫୁଲର ମହୁ ଇତ୍ୟାଦି ଆହରଣ କରିଥାନ୍ତି । ଏମାନେ ପାଖାପାଖି ବିନ୍ୟାସରେ ଦଳବଦ୍ଧ ହୋଇ ଉଡ଼ିଥାନ୍ତି ଓ ସମସ୍ତେ ମିଳିତ ଭାବେ ଏକା ସାଙ୍ଗରେ ଦିଗ ପରିବର୍ତ୍ତନ କରି ଉଡ଼ିପାରନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଟୀକା[ସମ୍ପାଦନା]

  1. BirdLife International (2004). "Sturnus malabaricus". Retrieved 12 May 2006. Cite journal requires |journal= (help)CS1 maint: ref=harv (link)
  2. ୨.୦ ୨.୧ ୨.୨ Zuccon, D., Pasquet, E. & Ericson, P. G. P. (2008). Phylogenetic relationships among Palearctic–Oriental starlings and mynas (genera Sturnus and Acridotheres : Sturnidae). Zoologica Scripta, 37:469–481 PDF
  3. ୩.୦ ୩.୧ Lovette, I.; McCleery, B.; Talaba, A.; Rubenstein, D. (2008). "A complete species-level molecular phylogeny for the "Eurasian" starlings (Sturnidae: Sturnus, Acridotheres, and allies): Recent diversification in a highly social and dispersive avian group" (PDF). Molecular Phylogenetics & Evolution. 47 (1): 251–260. doi:10.1016/j.ympev.2008.01.020. PMID 18321732. Archived from the original (PDF) on February 5, 2009. Unknown parameter |last-author-amp= ignored (help)

ଆଧାର[ସମ୍ପାଦନା]

  • Grimmett, Richard; Inskipp, Carol, Inskipp, Tim & Byers, Clive (1999): Birds of India, Pakistan, Nepal, Bangladesh, Bhutan, Sri Lanka, and the Maldives. Princeton University Press, Princeton, N.J.. ISBN 0-691-04910-6
  • Rasmussen, Pamela C. & Anderton John C. (2005): Birds of South Asia: The Ripley Guide. Smithsonian Institution and Lynx Edicions. ISBN 84-87334-67-9
  • Zuccon D, Cibois A, Pasquet E, Ericson PG. (2006) Nuclear and mitochondrial sequence data reveal the major lineages of starlings, mynas and related taxa. Mol Phylogenet Evol. 41(2):333-44.