ସ୍ୱରାଜ ବାରିକ

ଉଇକିପିଡ଼ିଆ‌ରୁ
ସ୍ୱରାଜ ବାରିକ
୨୦୨୩ ମସିହାରେ ସ୍ୱରାଜ ବାରିକ
Born (1998-01-24) ୨୪ ଜାନୁଆରୀ ୧୯୯୮ (ବୟସ ୨୬)
Occupation(ଓଡ଼ିଆ) ଅଭିନେତା
Years activeଶିଶୁ କଳାକାର (୨୦୦୬-୨୦୧୫)
୨୦୧୭- ଏବେଯାଏଁ
Websitehttps://www.swarajbarik.com

ସ୍ୱରାଜ ବାରିକ (ଜନ୍ମ: ୨୪ ଜାନୁଆରୀ ୧୯୯୮; ଜନ୍ମସ୍ଥାନ: ବାରିପଦା), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୧] ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୨] ଶିଶୁ କଳାକାର ଭାବରେ ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୩][୪] ସ୍ୱରାଜ ତିନି ବର୍ଷ ବୟସରୁ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସମ୍ପର୍କରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୫] ଏହାପରେ ସେ ୨୦୧୭ ମସିହାରେ ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସ୍ୱରାଜ ବାରିକ ୧୯୯୮ ମସିହାର ଜାନୁଆରୀ ମାସ ୨୪ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[୫] ତେଣୁ ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଏବଂ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।[୭]

ଅଭିନୟ ଜୀବନ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

ସ୍ୱରାଜ ଜଣେ ଶିଶୁ କଳାକାର ଭାବରେ ମାତ୍ର ଚାରି ବର୍ଷ ବୟସରୁ ଅଭିନୟ କରିବା ଆରମ୍ଭ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ସମ୍ପର୍କରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲେ ।[୫] ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୦୬ ମସିହାରେ ଚଣ୍ଡୀ ପରିଜାଙ୍କ ଚଳଚ୍ଚିତ୍ର ରକତେ ଲେଖିଚି ନାଁରେ ସ୍ୱରାଜ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ପରେ ସେ ପହିଲି ରଜ, ସମୟ ହାତରେ ଡୋରି,[୮] ହିରୋ, ଆକାଶେ କି ରଙ୍ଗ ଲାଗିଲା, ପାଗଳ ପ୍ରେମୀ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଆଦି ୧୯ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସ୍ୱରାଜ କଥାଚିତ୍ର ବ୍ୟତୀତ ଶିଶୁ କଳାକାର ଭାବରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ ଗାୟତ୍ରୀରେ ମଧ୍ୟ ଅଭିନୟ କରିଥିଲେ ।

ନାୟକ[ସମ୍ପାଦନା]

୨୦୧୭ ମସିହାରେ ସ୍ୱରାଜ ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୯] ଏହି କଥାଚିତ୍ରଟିରେ ତାଙ୍କ ସ‌ହ ନାୟିକ ଭାବରେ ଭୂମିକା ଦାଶ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧୦] ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ପୁରସ୍କାର ମିଳିଥିଲା ।[୧୧]

ତାଙ୍କର ଏହି ପ୍ରଥମ କଥାଚିତ୍ରଟି ସଫଳ ହେବା ପରେ, ସ୍ୱରାଜଙ୍କ ୨୦୧୭ର ୨ୟ କଥାଚିତ୍ର ଲୈଲା ଓ ଲୈଲା ଅଭିନେତ୍ରୀ ସନ୍‌ମିରା ନାଗେଶଙ୍କ ସ‌ହ ମୁକ୍ତିଲାଭ କରିଥିଲା ।[୧୨][୧୩][୬][୧୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୦୬ ରକତେ ଲେଖିଚି ନାଁ ଚଣ୍ଡି ପରିଜା
୨୦୦୭ ପାଗଳ ପ୍ରେମୀ ହର ପଟ୍ଟନାୟକ
୨୦୦୭ ସମୟ ହାତରେ ଡୋରି ନିମାଇଁ ଓଝା
ଛାତି ଚିରିଦେଲେ ତୁ ଏସ୍ କେ ମୁରଲୀଧରନ୍
ନେଇଯା'ରେ ମେଘ ମେତ ଏସ୍ କେ ମୁରଲୀଧରନ୍
ଧୀରେ ଧୀରେ ପ୍ରେମ ହେଲା ଦିଲ୍ଲୀପ କୁମାର ପଣ୍ଡା
ସୁନା ଚଢ଼େଇ ମୋ ରୂପା ଚଢ଼େଇ ଚଣ୍ଡି ପରିଜା
୨୦୦୯ ଆକାଶେ କି ରଙ୍ଗ ଲାଗିଲା ଏସ୍ କେ ମୁରଲୀଧରନ୍
୨୦୦୯ ପାଗଳ କରିଚି ପାଉଁଜି ତୋର ସଞ୍ଜୟ ନାୟକ
ତୁ ଥିଲେ ମୋ ଡର କାହାକୁ ଦିଲ୍ଲୀପ କୁମାର ପଣ୍ଡା
ମୁଁ କ'ଣ ଏତେ ଖରାପ ବସନ୍ତ ସାହୁ
ଆମ ଭିତରେ କିଛି ଅଛି ସୁଶାନ୍ତ ମଣି
୨୦୧୦ ପହିଲି ରଜ ତାପସ ସରଘରିଆ
ତୋତେ ଭଲ ପାଉଚି ବୋଲି ପ୍ରଶାନ୍ତ ପଟ୍ଟନାୟକ
ତୋର ମୋର ଯୋଡ଼ି ସୁନ୍ଦର ଦେବୁ ପଟ୍ଟନାୟକ
ପ୍ରେମ୍ ୱେଡ୍ସ ପ୍ରିୟା ରାମ ଶଙ୍କର
୨୦୧୦ ଆଖି ପଲକରେ ତୁ ମୁନ୍ନା
୨୦୧୧ ହିରୋ
ସମଥିଙ୍ଗ୍ ସମଥିଙ୍ଗ୍ ସୁଧାକର ବସନ୍ତ
ଏସିପି ସାଗରିକା ଚୌଧୁରୀ ବିକାଶ ଦାସ
ଦିୱାନା ଦିୱାନୀ ଅଶୋକ ପତି

ନାୟକ[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ ତାପସ ସରଘରିଆ ରାଜ୍ ମୁଖ୍ୟ ଭୂମିକାରେ ପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା ସୁଶାନ୍ତ ମଣି
୨୦୧୮ ଲଭ୍ ଏକ୍ସପ୍ରେସ୍ ରମେଶ ରାଉତ
୨୦୧୯ ତୁ ମୋ ଲଭ୍ ଷ୍ଟୋରୀ ୨ ତାପସ ସରଘରିଆ
ଦିସ୍ ଇଜ୍ ମାୟରେ ବାୟା ସୁଶାନ୍ତ ମଣି
୨୦୨୩ ପ୍ରଥା ନିର୍ମାଣଧିନ[୧୫]

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ନିର୍ଦ୍ଦେଶକ ଭୂମିକା
ସମ୍ପର୍କ ଡିଡି ଓଡ଼ିଆ ଅଜିତ ଦାସ କୁନା
ଗାୟତ୍ରୀ ଇ ଟିଭି ଓଡ଼ିଆ ତୃପ୍ତି ବିଶ୍ୱାଳ ମୁନା
ଶ୍ରୀ ଜଗନ୍ନାଥ ତରଙ୍ଗ ଟିଭି ହର ପଟ୍ଟନାୟକ

ଚଣ୍ଡି ପରିଜା

କାଳିଆ
ମଲା ଜହ୍ନ ତରଙ୍ଗ ଟିଭି ତାପସ ସରଘରିଆ ନାଥ
ଏକଲବ୍ୟ ଗଦାଧର ପୁଟି ବୁଧିଆ
ଧରିତ୍ରୀ ସଞ୍ଜୟ ଦ୍ୱିବେଦୀ ବିବେକ

ଆଧାର[ସମ୍ପାଦନା]

  1. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  2. "ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ". sambad.in. 31 December 2017. Retrieved 15 February 2018.
  3. "ସୋସିଆଲ ମିଡ଼ିଆରେ ନିଜ ଫେକ୍‌ ଆଇଡି ବିଷୟରେ ସୂଚନା ଦେଲେ ଓଲିଉଡ୍‌ ନାୟକ ସ୍ୱରାଜ୍‌". sambad.in. 28 February 2018. Retrieved 5 March 2018.
  4. "ଶିଶୁ କଳାକାର ଏକାଠି". ସମାଜ. 17 December 2017. Retrieved 17 December 2017.[permanent dead link]
  5. ୫.୦ ୫.୧ ୫.୨ "'ତୁ ମୋ ଲଭ୍‌ ଷ୍ଟୋରୀ' ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.
  6. ୬.୦ ୬.୧ "ନୂଆ ବର୍ଷରେ ନୁହେଁ, ତା' ଆଗରୁ ରିଲିଜ୍‌ ହେଉଛି ସ୍ୱରାଜଙ୍କ 'ଲୈଲା ଓ ଲୈଲା'". sambad.in. 12 December 2017. Retrieved 15 February 2018.
  7. "'ତୁ ମୋ ଲଭ ଷ୍ଟୋରି'ରେ ହିରୋ ହେବା ପରେ ମୁଁ ଏତେ ଡରି ଯାଇଥିଲି ଯେ ଫିଲ୍ମର ସ୍କ୍ରିନିଂକୁ ଯାଇ ନ ଥିଲି : ସ୍ୱରାଜ". sambad.in. 28 December 2017. Retrieved 15 February 2018.
  8. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  9. "ମୁଁ ଖାଇବାରେ ବହୁତ ଚୁଜି : ସ୍ୱରାଜ ବାରିକ". sambad.in. 6 February 2018. Retrieved 15 February 2018.
  10. "ଭୂମିକାଙ୍କଠୁ ପଛରେ ପଡ଼ିଲେ ସ୍ୱରାଜ". sambad.in. 19 October 2017. Retrieved 15 February 2018.
  11. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  12. "Swaraj Barik & Sunmeera Will Romance For The First Time". E News ଓଡ଼ିଆ. 14 September 2017. Retrieved 15 February 2018.
  13. "ସ୍ୱରାଜ ବାରିକ ତାଙ୍କର ନୂଆ ଓଡ଼ିଆ ସିନେମା ଲୈଲା ଓ ଲୈଲାକୁ ନେଇ ବହୁତ ଆଶାବାଦୀ ଅଛନ୍ତି". E News ଓଡ଼ିଆ. 1 August 2017. Retrieved 15 February 2018.
  14. "Sitaram Agrawal Announced His Upcoming Movie "Laila O Laila" With Swaraj & Sunmeera". sambad.in. 22 July 2017. Retrieved 15 February 2018.
  15. "ସ୍ୱରାଜଙ୍କ ଖୁସି". ସମାଜ. No. ରବିବାର. 5 February 2023. Archived from the original on 23 March 2023. Retrieved 23 March 2023.

ବାହାର ଆଧାର[ସମ୍ପାଦନା]