ଉଷସୀ ମିଶ୍ର

ଉଇକିପିଡ଼ିଆ‌ରୁ

ଉଷସୀ ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ଉଷସୀ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଚରିତ୍ରରେ ଅନେକ ଚଳଚ୍ଚିତ୍ର, ଯାତ୍ରା ଓ ଟିଭି ଧାରାବାହିକ ଓ ଓଡ଼ିଆ ଆଲବମ ଗୀତରେ ଅଭିନୟ କରିଛନ୍ତି ।

୧୯୮୩ ମସିହାରେ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଫରକ୍କାକେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ଥିଲେ ।[୧] ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ସ୍ନାତକ ପରେ ୧୯୯୫ ମସିହାରେ ଫ୍ୟାସନ ଡିଜାଇନ କୋର୍ସ କରିଥିଲେ । ପରବର୍ଷ ଏକ୍ସପୋର୍ଟ ମ୍ୟାନେଜମେଣ୍ଟ କୋର୍ସରେ ଡିପ୍ଲୋମା କରିଥିଲେ । [୨] ଜୁନ ୨୭ ୨୦୦୯ ମସିହାରେ ବଙ୍ଗଳା ଅଭିନେତା ରତନ ଲକ୍ଷ୍ମଣୀଙ୍କୁ ବିବାହ କରିଥିଲେ ।[୩]

ଅଭିନୟ ଜୀବନ[ସମ୍ପାଦନା]

ଉଷସୀ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ସେ ଟିଭି ଧାରାବାହିକ ମାଧ୍ୟମରେ ଲୋକପ୍ରିୟତା ହାସଲ କଲେ । ଅନେକ ଧାରାବାହିକରେ ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୧ ମସିହାରୁ ଦୂରଦର୍ଶନରେ ଲୋକପ୍ରିୟ କାର୍ଯ୍ୟକ୍ରମ କଲ୍ୟାଣୀ ପରି ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପିକା କାର୍ଯ୍ୟ ତୁଲାଇଛନ୍ତି । ଇଷ୍ଟର୍ଣ୍ଣ ଅପେରାରେ ଯୋଗଦେଇ ଯାତ୍ରା ଦୁନିଆରେ ପ୍ରଥମେ କାମ ଆରମ୍ଭ କରିଥିଲେ । ୨୦୦୭ ମସିହାରୁ 'ଭୈରବ ଅପେରା', 'ବିଶାଳ ଅପେରା', 'ଦିବଞ୍ଜନୀ ଅପେରା' ସହ ଜଡ଼ିତ ଥିଲେ । ସେ 'ବାଲେଶ୍ୱର ବୋହୂ', 'ଛାତିରେ ରଖିଛି ରାତିର କଥା'ର ନାୟିକା ଏବଂ 'ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ', 'ଉଷସୀ ଟାର୍ଗେଟରେ ରାଇମୋହନ' ଭଳି ଯାତ୍ରାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । [୫] ଯଶୋଦା କଥାଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ୩୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି । [୬] ଦୁଇଟି ତେଲୁଗୁ ସିନେମା, ୭ଟି ବଙ୍ଗାଳୀ ସିନେମା, ଛତିଶଗଡ଼ି ସିନେମାରେ ଅଭିନୟ କରିଛନ୍ତି । ମନେ ଯେବେ ଲାଗେ ନିଆଁ... ଓଡ଼ିଆ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି । [୭]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. https://www.linkedin.com/in/usasi-misra-83a45062
  2. "ଆର୍କାଇଭ୍ କପି". Archived from the original on 2013-10-13. Retrieved 2016-09-16. {{cite web}}: Cite has empty unknown parameter: |1= (help)
  3. http://www.bharatstudent.com/cafebharat/view_news-Bengali-News_and_Gossips-6,48520.php
  4. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  5. http://www.odishanews360.com/Odisha/details?mallId=5&jobId=11853&type=LATEST[permanent dead link]
  6. http://oriya.incredibleorissa.com/topic/usasi-mishra/
  7. http://www.emp4.link/search/mp4/only-heroine-usasi-mishra-all-odia-film-video-song-mp4.html
  8. "ଆର୍କାଇଭ୍ କପି". Archived from the original on 2014-03-26. Retrieved 2016-09-16. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ଉଷସୀ ମିଶ୍ର