ଶରତ ପୂଜାରୀ

ଉଇକିପିଡ଼ିଆ‌ରୁ
ଶରତ ପୂଜାରୀ
Born(1934-08-08)୮ ଅଗଷ୍ଟ ୧୯୩୪
Died୧୧ ମଇ ୨୦୧୪(2014-05-11) (ବୟସ ୭୯)
Cause of deathହୃଦ୍‌ଘାତ
Educationଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
Alma materଆହ୍ଲାବାଦ ବିଶ୍ୱବିଦ୍ୟାଳୟ
Occupationଶିକ୍ଷାବିତ
Years active୧୯୫୯-୨୦୧୪
Known forଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
Spouseସାନ୍ତ୍ୱନା
Childrenଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
Awardsଜୟଦେବ ପୁରସ୍କାର (୧୯୮୫)

ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡ଼ରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ ଲରମ୍ଭା କଲେଜରେ ଅଧ୍ୟକ୍ଷ ହୋଇପାରିଥିଲେ। [୧]

ପଦ ପଦବୀ[ସମ୍ପାଦନା]

  • ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
  • ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ
  • ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
  • ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର
  • ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ

କଥାଚିତ୍ର ଜୀବନ[ସମ୍ପାଦନା]

୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା", "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ" ଓ "ଅସ୍ତରାଗ" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "କା", "ଅନ୍ଧ ଦିଗନ୍ତ", "ଭୂଖା", "ଦୃଷ୍ଟି", "ଅରଣ୍ୟ ରୋଦନ", "ଆରଣ୍ୟକ", "ଶେଷଦୃଷ୍ଟି", "ସତମିଛ" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

କଥାଚିତ୍ର ନାମ ଚରିତ୍ର ଭୂମିକା ବର୍ଷ
ମାଟିର ମଣିଷ ବରଜୁ ଅଭିନେତା ୧୯୬୬
କା ଅଭିନେତା ୧୯୬୬
ଅରୁନ୍ଧତୀ ମନୋଜ ଅଭିନେତା ୧୯୬୭
ତଅପୋଇ ନିର୍ଦ୍ଦେଶକ ୧୯୭୮
ଅଶାନ୍ତ ଗ୍ରହ ଶରତ ଅଭିନେତା-ନିର୍ଦ୍ଦେଶକ ୧୯୮୨
ଅସ୍ତରାଗ ନିର୍ଦ୍ଦେଶକ ୧୯୮୨
ଅନ୍ଧ ଦିଗନ୍ତ ଅଭିନେତା ୧୯୮୮
ଭୂଖା ଅଭିନେତା ୧୯୮୯
ଦୃଷ୍ଟି ଅଭିନେତା ୧୯୯୦
ଅରଣ୍ୟ ରୋଦନ ଅଭିନେତା ୧୯୯୨
ଆରଣ୍ୟକ ରାଜା ସାହେବ ଅଭିନେତା ୧୯୯୪
ଶେଷ ଦୃଷ୍ଟି କେଦାର ବାବୁ ଅଭିନେତା ୧୯୯୭
ଶୂନ୍ୟସ୍ୱରୂପ ଅଭିନେତା ୧୯୯୭
ନୂଆ ବୋଉ ପ୍ରଯୋଜକ, ଅଭିନେତା ୧୯୬୨

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Singha, Minati. "Veteran actor Sarat Pujari passes away". Times of India. Retrieved 13 May 2014.
  2. "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013. Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
  3. cinemasagar.com: Actor Sarat Pujari Felicited by Cine Artist’s association
  4. odisha360.com: Veteran Odia Actor Sarat Pujari Felicitated
  5. incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap
  6. "Kadambini Samman for actor Sarat Pujari". The Hindu. Retrieved 13 May 2014.

ଅଧିକ ତଥ୍ୟ[ସମ୍ପାଦନା]