ମାଟିର ମଣିଷ

ଉଇକିପିଡ଼ିଆ ରୁ
ମାଟିର ମଣିଷ
ନିର୍ଦ୍ଦେଶକ ମୃଣାଳ ସେନ
ପ୍ରଯୋଜକ ବାବୁଲାଲ ଦୋଶୀ
ପଟ୍ଟଲେଖା ଗୋପାଳ ଛୋଟରାୟ
କାହାଣୀ ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ
କଳାକାର ସୁଜାତା ଆନନ୍ଦ, ଧୀର ବିଶ୍ଵାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତ ଭୁବନେଶ୍ଵର ମିଶ୍ର
ଚିତ୍ରଗ୍ରହଣ ଶୈଳଜା ଚାଟାର୍ଜୀ
ମୁକ୍ତିଲାଭ ତାରିଖ ୧୯୬୬
କଥାଚିତ୍ରର ସମୟ ୧୧୩ ମିନଟ
ଦେଶ  ଭାରତ
ଭାଷା ଓଡ଼ିଆ

ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ମାଟିର ମଣିଷ, ୧୯୬୬ ମସିହାରେମୁକ୍ତିଲାଭ କରିଥିଲା ।

ସଂକ୍ଷିପ୍ତ କାହାଣୀ[ସମ୍ପାଦନା]

ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ମାଟିର ମଣିଷ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]