ଦଶମୀ
ଉଇକିପିଡ଼ିଆ ରୁ
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ନବମୀର ପରବର୍ତ୍ତୀ ଓ ଏକାଦଶୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ ।
ପର୍ବପର୍ବାଣୀ [ସମ୍ପାଦନା]
- ଶୁକ୍ଳପକ୍ଷର ଦଶମୀ ଗୁରୁବାର ଦିନ ପଡ଼ିଲେ ସୁଦଶା ବ୍ରତ ପାଳନ କରାଯାଏ ।
- ପୌଷ ଶୁକ୍ଳ ଦଶମୀ: ଶାମ୍ବ ଦଶମୀ : (ସମ୍ବର ଦଶମୀ, ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
- ଫାଲ୍ଗୁନ ଶୁକ୍ଳ ଦଶମୀ: ଫଗୁ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ)
- ଆଶ୍ୱିନ ଶୁକ୍ଳ ଦଶମୀ: ବିଜୟା ଦଶମୀ (ଦଶହରା)
- ଆଷାଢ଼ ଶୁକ୍ଳ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି ।)
- ଜ୍ୟୈଷ୍ଠ ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ । ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ ।)
ଆଧାର [ସମ୍ପାଦନା]
|
|||||
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |