ପକ୍ଷ
ଉଇକିପିଡ଼ିଆ ରୁ
ଏହି ଲେଖାଟି ପକ୍ଷ (୧୫ଦିନର ସମୟ) ବାବଦରେ । ବାକିସବୁ ପାଇଁ, ପକ୍ଷୀ ଦେଖନ୍ତୁ ।
୧୫ ତିଥିରେ ଏକ ପକ୍ଷ ହୁଏ ।
ବିଷୟସୂଚୀ |
କୃଷ୍ଣପକ୍ଷ[ସମ୍ପାଦନା]
ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ଵାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।
ଶୁକ୍ଳପକ୍ଷ[ସମ୍ପାଦନା]
ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ଵାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।
ଅପରପକ୍ଷ[ସମ୍ପାଦନା]
ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।
ଆଧାର[ସମ୍ପାଦନା]
|
|||||