ଚତୁର୍ଦ୍ଦଶୀ

ଉଇକିପିଡ଼ିଆ ରୁ


ଚନ୍ଦ୍ରପକ୍ଷର ଚତୁର୍ଦ୍ଦଶ ଦିବସ - ଚନ୍ଦ୍ରର ଚତୁର୍ଦ୍ଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଏହା ପୂର୍ଣ୍ଣିମାଅମାବାସ୍ୟାର ପୁର୍ବ ଦିନ ।

ପର୍ବପର୍ବାଣୀ[ସମ୍ପାଦନା]

  • ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: ନୃସିଂହ ଜନ୍ମ
  • ଜ୍ୟୈଷ୍ଠ କୃଷ୍ଣ ଚତୁର୍ଦ୍ଦଶୀ: ସାବିତ୍ରୀ ଚତୁର୍ଦ୍ଦଶୀ
  • ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ: ଚମ୍ପକ ଚତୁର୍ଦ୍ଦଶୀ
  • ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ
  • ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ: ଶିବଶୟନ ଚତୁର୍ଦ୍ଦଶୀ: ଶିବ ଏହି ଦିନ କଳ୍ପିତ ନିଦ୍ରା ଯାଇଥାନ୍ତି
  • ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ: ପବିତ୍ରାରୋପଣ ଚତୁର୍ଦ୍ଦଶୀ
  • ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ: ଅଘୋରା ଚତୁର୍ଦ୍ଦଶୀ
  • ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ: ଅନନ୍ତ ଚତୁର୍ଦ୍ଦଶୀ
  • କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ ବା ଭୂତ ଚତୁର୍ଦ୍ଦଶୀ
  • କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ: ବୈକୁଣ୍ଠ ଚତୁର୍ଦ୍ଦଶୀ, ଶିବ ଉତ୍‌ଥାପନ ଚତୁର୍ଦ୍ଦଶୀ: ଶିବ ଏହି ଦିନ କଳ୍ପିତ ଶୟନାବସ୍ଥାରୁ ଜାଗ୍ରତ ହୁଅନ୍ତି
  • ମାର୍ଗଶୀର ଶୁକ୍ଳ ଚତୁର୍ଦ୍ଦଶୀ: ପାଷାଣ ଚତୁର୍ଦ୍ଦଶୀ
  • ମାଘ କୃଷ୍ଣ ଚତୁର୍ଦ୍ଦଶୀ: ରଟନ୍ତୀ ଚତୁର୍ଦ୍ଦଶୀ
  • ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ: ଶିବ ଚତୁର୍ଦ୍ଦଶୀ
  • ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ: ସ୍ନୁହୀ ଚତୁର୍ଦ୍ଦଶୀ
  • ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ: ଅଙ୍ଗାରକ ବା ଦମନକ ଚତୁର୍ଦ୍ଦଶୀ

ଆଧାର[ସମ୍ପାଦନା]