ବିଦୁସ୍ମିତା
ବିଦୁସ୍ମିତା ଦାସ | |
---|---|
ଜନ୍ମ | ବିଦୁସ୍ମିତା ମନ୍ତ୍ରୀ |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୨ରୁ ଏବେଯାଏଁ |
ବୈବାହିକ-ସାଥୀ | ଅନନ୍ତ ଦାସ (୨୦୧୧- ଏବେଯାଏଁ) |
ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଆଲବମ ଜଗତରେ ପ୍ରଥମେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ । ବଧୂ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରେ ସେ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ପରୀରେ ସେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍ଲେଟ୍ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ ।
ପ୍ରାରମ୍ଭିକ ଜୀବବ
[ସମ୍ପାଦନା]ବିଦୁସ୍ମିତା ଜନ୍ମପରେ ମାତ୍ର ୨୪ ଦିନର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ।[୩] ପାରିବାରିକ ଅସୁବିଧା ହେତୁ ସେ ମାତ୍ର ଅଳ୍ପ ବୟସରେ ଓଡ଼ିଆ ଆଲବମ୍ ଦୁନିଆରେ ପ୍ରବେଶ କରିଥିଲେ । ସେ ତାଙ୍କର ଦଶମ ଶ୍ରେଣୀ ପରେ ପରେ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ ।[୪]
ଅଭିନୟ ଜୀବନ
[ସମ୍ପାଦନା]ବିଦୁସ୍ମିତା ଜଣେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଆଇଟମ୍ ନୃତ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ସହକାରୀ ଭୂମିକାରେ ଏବଂ ଖଳ ଭୂମିକାରେ ଅଭିନୟ କରିବା ପରେ କଥାଚିତ୍ରର ନାୟିକା ଭାବରେ ମଧ୍ୟ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ସେ ଜଣେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଦୁସ୍ମିତା ଓଡ଼ିଆ ଆଲବମ୍ ସହିତ ସମ୍ବଲପୁରୀ ଆଲବମ୍ରେ ଅଭିନୟ କରିଛନ୍ତି । ଏହାପରେ ବିଦୁସ୍ମିତାଙ୍କର ବିବାହ ହୋଇଥିଲା ଏବଂ ବିବାହ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଚକ୍ଲେଟ୍ରେ ସେ ପ୍ରଥମ କରି ଆଇଟମ ନୃତ୍ୟ କରିଥିଲେ । ଏହାପରେ ସେ ଲଭ୍ ମାଷ୍ଟର, ରଙ୍ଗିଲା ବାବା, ତୋ ପ୍ରେମରେ ପଡ଼ିଲା ପରେ[୫] ଆଦି କଥାଚିତ୍ରରେ ଆଇଟମ ଗୀତରେ ନୃତ୍ୟ କରିଥିଲେ ।
୨୦୧୧ରେ ବିଦୁସ୍ମିତା ଓଡ଼ିଆ କଥାଚିତ୍ର ଦୋସ୍ତିରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୩ରେ ସେ ବଧୂ ନୁହେଁ ମୁଁ ବନ୍ଧୁ କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । କେହି ଜଣେ ଭଲ ଲାଗେରେ, ତୁ କହିବୁ ନା ମୁଁ, ଜବରଦସ୍ତ ପ୍ରେମିକ ଆଦି ଓଡ଼ିଆ କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ବିଦୁସ୍ମିତା ରଙ୍ଗିଲା ବାବା ଚଳଚ୍ଚିତ୍ରରେ ଏକ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ ।
ବିଦୁସ୍ମିତା ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ ।[୬] ସାର୍ଥକ ଟିଭିରେ ପ୍ରସାରତି ଓଡ଼ିଆ ଧାରାବାହିକ ପରୀରେ ସେ ଚାରୁ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ସେ ପ୍ରଥମେ ଏକ ନାକାରାତ୍ମକ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକଟିର କାହାଣୀର ପରିବର୍ତ୍ତନରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମା' ରାଣ ମିଛ କହୁନିର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦୁସ୍ମିତାଙ୍କ ସହ ହରିହର ମହାପାତ୍ର ଅଭିନୟ କରିଥିଲେ ।
ବୈବାହିକ ଜୀବନ
[ସମ୍ପାଦନା]ବିଦୁସ୍ମିତା ୨୦୧୧ ମସିହାରେ ଅନନ୍ତ ଦାସଙ୍କୁ ବିବାହ କରିଥିଲେ ।[୭]
ଅଭିନୀତ କଥାଚିତ୍ର
[ସମ୍ପାଦନା]ଅଭିନେତ୍ରୀ
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୧୧ | ଦୋସ୍ତି | ଲିସା | ||
୨୦୧୩ | ବଧୂ ନୁହେଁ ମୁଁ ବନ୍ଧୁ | ପ୍ରଥମଥର ପାଇଁ ମୁଖ୍ୟ ନାୟିକା | ||
୨୦୧୩ | କେହି ଜଣେ ଭଲ ଲାଗେରେ | ମିତା | ||
୨୦୧୬ | ତୁ କହିବୁ ନା ମୁଁ | ପୂର୍ଣ୍ଣିମା | ||
୨୦୧୬ | ଜବରଦସ୍ତ ପ୍ରେମିକ | ରାଖି |
ଆଇଟମ ନୃତ୍ୟ
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଗୀତ | ମନ୍ତବ୍ୟ |
---|---|---|---|
୨୦୧୧ | ଚକ୍ଲେଟ୍ | ସେକ୍ସି ବିଲ୍ଲି | ପ୍ରଥମ ଆଇଟମ ନୃତ୍ୟ |
୨୦୧୨ | ଲଭ୍ ମାଷ୍ଟର | ମୋର ପତ୍ଲୀ ଅଣ୍ଟା | |
୨୦୧୫ | ରଙ୍ଗିଲା ବାବା | ରଙ୍ଗିଲା ବାବା |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା |
---|---|---|
ପରୀ | ସାର୍ଥକ ଟିଭି | ଚାରୁ |
ମା' ରାଣ ମିଛ କହୁନି | ସାର୍ଥକ ଟିଭି | ଉପସ୍ଥାପିକା |
ଆଧାର
[ସମ୍ପାଦନା]- ↑ "ସେକ୍ସି ବିଦୁସ୍ମିତା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Archived from the original (PDF) on 6 June 2017. Retrieved 14 January 2019.
{{cite news}}
: CS1 maint: unrecognized language (link) - ↑ "ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍ ନମ୍ବର". sambad.in. 12 November 2017. Retrieved 13 November 2017.
- ↑ "Soumya O Celebrity With Odia Actress Bidusmita Mantri". Kanak News. 18 December 2016. Retrieved 13 November 2017.
- ↑ "Sapanara Pathe Pathe Bidusmita". Kanak News. 29 October 2015. Retrieved 13 November 2017.
- ↑ "Mo Ballon Gala Phati". E News ଓଡ଼ିଆ. Archived from the original on 17 December 2017. Retrieved 13 November 2017.
- ↑ "Amika Khudinka Handisala Ep 19". ତରଙ୍ଗ ଟିଭି. Retrieved 13 November 2017.
- ↑ "Bidusmita Dash Mantry Height, Weight, Age, Husband, Family, Biography,wiki & Photos". Odia360.com. 26 July 2017. Retrieved 13 November 2017.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ବିଦୁସ୍ମିତା