Jump to content

ପଞ୍ଜାବୀ ଭାଷା

ଉଇକିପିଡ଼ିଆ‌ରୁ


ପଞ୍ଜାବୀ
ਪੰਜਾਬੀپنجابی
The word "Punjabi" written in Shahmukhi (Nast'aliq style), Gurmukhi
Native toପଞ୍ଜାବ ଅଞ୍ଚଳ
ମାତୃଭାଷୀ
[]
ମାନକ ରୂପ
ଶାହମୁଖୀ (Extended Perso-Arabic)
ଗୁରୁମୁଖୀ (ବ୍ରାହ୍ମୀ)[]
ପଞ୍ଜାବୀ ବ୍ରେଲି (ଭାରତ)
ଦେବନାଗରୀ (ବ୍ରାହ୍ମୀ, unofficial)[]
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
 India (ଭାରତୀୟ ରାଜ୍ୟ ପଞ୍ଜାବ, ଚଣ୍ଡୀଗଡ଼, ଦିଲ୍ଲୀ, ହରିୟାଣାରେ ବ୍ୟବହୃତ ଗୌଣ ସରକାରୀ ସ୍ୱୀକୃତ ଭାଷା
 Pakistan ପଞ୍ଜାବ, ପାକିସ୍ତାନର ଆଞ୍ଚଳିକ ଭାଷା
ଭାଷା କୋଡ୍
ISO ୬୩୯-୧pa
ISO ୬୩୯-୨pan
ISO ୬୩୯-୩pan – inclusive code
Individual codes:

bhd – [[Bhadrawahi]]

bht – [[Bhattiyali]]

kfs – [[Bilaspuri]]

cdh – [[Chambeali]]

cdj – Churahi

doi – [[Dogri]]

dgo – [[Dogri (proper)]]

gbk – [[Gaddi (Bharmauri)]]

kjo – Harijan Kinnauri

hii – Hinduri

jat – [[Jakati]]

jns – [[Jaunsari]]

hno – [[Northern Hindko]]

xnr – [[Kangri]]

xhe – [[Khetrani]]

kfx – [[Kullu Pahari]]

doi – [[Lahnda]]

bfz – Mahasu Pahari

mjl – [[Mandeali]]

pnb – [[Pahari-Potwari]]

pgg – [[Pangwali]]

skr – [[Saraiki]]

srx – [[Sirmauri]]

hnd – [[Southern Hindko]]

pnb – [[Western Punjabi]]
ଗ୍ଲୋଟୋଲୋଗpanj1256  Punjabi
Linguasphere59-AAF-e
Areas (red) where Punjabi is the native language, compared to all Indo-Aryan languages (dark grey)
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA.

ପଞ୍ଜାବୀ ଭାଷା ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ । ପଞ୍ଜାବୀ /pʌnˈɑːbi/[] (ସାମୁଖୀ: پنجابی [paṉjābī] Error: {{Transliteration}}: unrecognized language / script code: Punjabi (help); ଗୁରୁମୁଖୀ: ਪੰਜਾਬੀ pañjābī)[] ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ଯାହା ବିଶ୍ୱବ୍ୟାପୀ ୧୧୦ ନିୟୁତ ସ୍ଥାନୀୟ ଲୋକଙ୍କଦ୍ୱାରା କୁହାଯାଇଥାଏ, ଯାହା ଏହାକୁ ପୃଥିବୀରେ ୧୦ମ ଅଧିକ କୁହାଯାଉଥିବା ଭାଷା (୨୦୧୫))ରେ ପରିଣତ କରିଛି ।[][] ଏହା ପଞ୍ଜାବୀ ଲୋକଙ୍କର ସ୍ଥାନୀୟ ଭାଷା, ଯେଉଁମାନେ ଭାରତପାକିସ୍ତାନର ଐତିହାସିକ ପଞ୍ଜାବ ଅଞ୍ଚଳରେ ରହିଆସୁଛନ୍ତି । ଏହା ଇଣ୍ଡୋ-ଇଉରୋପୀୟ ଭାଷାମାନଙ୍କ ମଧ୍ୟରେ ଏକମାତ୍ର ଜୀବନ୍ତ ଭାଷା, ଯାହା ଏକ ସମ୍ପୂର୍ଣ୍ଣ ସ୍ୱର ସମ୍ବନ୍ଧୀୟ ଭାଷା ।[][୧୦][୧୧][୧୨]

ପାକିସ୍ତାନରେ, ପଞ୍ଜାବୀ ବହୁଳ ଭାବେ କୁହାଯାଉଥିବା ଏକ ଭାଷା ।[୧୩], ଭାରତରେ ୧୧ତମ ବହୁଳ ଭାବେ କୁହାଯାଉଥିବା ଭାଷା ।[୧୪] ଏବଂ ଭାରତୀୟ ଉପମହାଦେଶରେ ୩ୟ ବହୁଳ ଭାବେ କୁହାଯାଉଥିବା ସ୍ଥାନୀୟ ଭାଷା । ଯୁକ୍ତରାଜ୍ୟରେ ପଞ୍ଜାବୀ ୪ର୍ଥ ବହୁଳ ଭାବେ କୁହାଯାଉଥିବା ଭାଷା [୧୫]ଏବଂ କାନାଡାରେ ଇଂରାଜୀଫ୍ରେଞ୍ଚ ପରେ ୩ୟ ବ୍ୟବହୃତ ଭାଷା ।[୧୬][୧୭] ଏହି ଭାଷାର ମଧ୍ୟ ସଂଯୁକ୍ତ ରାଜ୍ୟ ଆରବ, ଯୁକ୍ତରାଜ୍ୟ, ସାଉଦି ଆରବଅଷ୍ଟ୍ରେଲିଆରେ ଆଖିଦୃଶିଆ ଉପସ୍ଥିତି ଅଛି । ଭରତୀୟ ଉପମହାଦେଶରେ ପଞ୍ଜାବୀ ସାଂସ୍କୃତିକ ଭାଷାର ସଂଯୋଗ ରହିଥିବା ହେତୁ ବଲିଉଡରେ ବହୁ ଗୀତ ଅଧା ବା ସମ୍ପୂର୍ଣ୍ଣ ଭାବେ ପଞ୍ଜାବୀ ଭାଷାରେ ଆଛି ।[୧୮][୧୯][୨୦]

ଉପଭାଷା ଓ ସମ୍ପର୍କିତ ଭାଷା

[ସମ୍ପାଦନା]

ମୁଖ୍ଯ ପଞ୍ଜାବୀ ଉପଭାଷା ମଧ୍ୟରେ ଅଛି ମାଝି, ଦୋଆବି, ମଲୱାଇ, ପୋୱାଧି, ପୋଥୋହାରି ଓ ମୁଲତାନି । ବହୁ ଭାଷାତତ୍ତ୍ୱବିତ୍‌ଙ୍କ ମତରେ ପଞ୍ଜାବୀର, ଲାହଣ୍ଡା ଭଳି ନିରବଚ୍ଛିନ ଉପଭାଷାରେ ଥିବା ଭାଷା, ଯେଉଁଥିରେ ସାରାଇକିହିଣ୍ଡକୋ, ପ୍ରଭୃତି ଉପଭାଷା ରହିଛି, ମାତ୍ର ଅନ୍ୟମାନଙ୍କ ପାଇଁ ଏହା ପୃଥକ୍ ।[୨୧]

ସାଧାରଣତଃ ଇଣ୍ଡୋ-ଆର୍ଯ୍ୟ ଭାଷାରେ ଏକ ଉପଭାଷାକୁ ଅନ୍ୟ ଏକ ଭାଷା ସହିତ ଯୋଡ଼ିବା ବେଳେ ଅସୁବିଧା ସୃସଜ୍ଟି ହୁଏ ।[୨୨][୨୩] ତଥାପି ଗତ ଶତାବ୍ଦୀରେ ଯେତେବେଳେ ପଞ୍ଜାବୀ ଭାଷାର ମୁଖ୍ୟ ଅଞ୍ଚଳ ବର୍ଣ୍ଣନା କରିବାକୁ ପଡ଼ିଛି, ସେତେବେଳେ ବିଶେଷ କୌଣସି ଅସୁବିଧା ହୋଇନାହିଁ । ବ୍ରିଟିଶ ଭାଷାତତ୍ତ୍ୱବିତ୍ ଜର୍ଜ ଅବ୍ରାହମ୍ ଗ୍ରିଏର୍‌ସନ୍ ଶେଷକଥା ଉପନୀତ କରିଥିଲେ ଯେ, ପଶ୍ଚିମ ପଞ୍ଜାବୀ ଭାବେ ଜଣାଶୁଣା ଉପଭାଷାର ଏକ ଗୋଷ୍ଠୀ ପଞ୍ଜାବର ହୃଦୟସ୍ଥଳ, ସିନ୍ଧୁ ଉପତ୍ୟକାର ଉତ୍ତର ଓ ପଶ୍ଚିମାଞ୍ଚଳ ଏବଂ ଅନ୍ୟ ଚାରୋଟି (ବେଆସ୍ ନଦୀ ଭିନ୍ନ) ଶାଖାନଦୀର ତଳ ଅଞ୍ଚଳରେ ବ୍ୟବହାର କରାଯାଏ । ସେ ଏହି ଦଳକୁ ୧୯୧୯ରେ ପ୍ରକାଶିତ ହୋଇଥିବା ଲାଙ୍ଗୁଏଜ୍ ସର୍ଭେ ଅଫ୍ ଇଣ୍ଡିଆ (ଏଲ୍ ଏସ୍ ଟି)ରେ ଲାହଣ୍ଡା ଉପଭାଷା ନାମରେ ନାମିତ କରିଥିଲେ ।[୨୪] ସେ ସାରାଇକି ନାମରେ ଜଣା ଯାଉଥିବା ଉପଭାଷାକୁ ଦକ୍ଷିଣ ଲାହଣ୍ଡା ନାମ ଦେଲେ, ଯାହା ଆଜି ସାରାଇକି ନାମରେ ନାମିତ । ପାକିସ୍ତାନର ଜାତୀୟ ଜନଗଣନା (୧୯୮୧) ଅନୁଯାୟୀ ସାରାଇକି ଓ ହିଣ୍ଡିକୋ (ପୂର୍ବରୁ ପଶ୍ଚିମ ପଞ୍ଜାବୀ ଭାବେ ଜଣାଶୁଣା), ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇଛି ।[୨୫] ଯାହା ପଞ୍ଜାବୀ ଭାଷାଭାଷୀଙ୍କ ସଂଖ୍ୟା କମୁଥିବାର ସୂଚନା ଦିଏ ।

ମାନକ ଉପଭାଷା

[ସମ୍ପାଦନା]

ଅମୃତସରଲାହୋରରେ କୁହାଯାଉଥିବା ମାଝି ଉପଭାଷା ପଞ୍ଜାବର ସମ୍ମାନସ୍ପଦ ଭାଷା । ମାଝି ପଞ୍ଜାବର କେନ୍ଦ୍ରାଞ୍ଚଳ ମଝାରେ କୁହାଯାଏ, ଯାହା ଲାହୋର, ଅମୃତସର, ଗୁରଦାସପୁର, କସୁର, ତାନ ତାରନ, ଫୈସଲାବାଦ୍, ନାଙ୍କନା ସାହିବ, ପଠାନକୋଟ, ଓକାରା, ପାକପଟ୍ଟାନ, ସାହିୱାଲ୍, ନାରୋୱାଲ, ଶେଖୁପୁରା, ସିଆଲକୋଟ୍, ଛିନିଓଟ, ଗୁରଜନୱାଲା ଓ ଗୁଜରାଟ ଜିଲ୍ଲାକୁ ବ୍ୟାପୀ ରହିଛି ।

ମାଝି ନାକର ବ୍ୟଞ୍ଜନ ବର୍ଣ୍ଣ /ŋ//ɲ/କୁ ଧରି ରଖିଥାଏ ଯାହାକୁ, /ɡ//d͡ʒ/ ଯଥାକ୍ରମେ ଚାପି ରଖିଥାଆନ୍ତି । ମାଝି (ଓ ଲାହଣ୍ଡା) ପାକିସ୍ତାନରେ ପାର୍ସି ଶବ୍ଦରେ ଅଧିକ ବ୍ୟବହାର କରାଯାଏ ଏବଂ /z/, /x//ɣ/ ଶବ୍ଦର ଧ୍ୱନିର ବ୍ୟବହାର ବହୁତ ସାଧାରଣ ଥାଏ ।

ଇଂରାଜୀ ଗୁରୁମୁଖୀ ଆଧାରିତ (ଭାରତୀୟ) ଶାମୁଖୀ ଆଧାରିତ (ପାକିସ୍ତାନ)
ପ୍ରେସିଡ଼େଣ୍ଟ ରାଷ୍ଟ୍ରପତି ସଦର-ଏ-ମୁଲମିକତ୍
ଆର୍ଟିକଲ୍ ଲେଖ ମାଜମିନ୍
ପ୍ରାଇମ-ମିନିଷ୍ଟର ପ୍ରଧାନ ମନ୍ତ୍ରୀ ୱାଜିର-ଏ-ଆଜମ୍
ଫ୍ୟାମିଲି ପରବାର/ତବାର୍ ଖାଣ୍ଡାନ/ତବାର୍
ଫିଲୋସୋଫି ଦର୍ଶନ ଫଲସଫା
କ୍ୟାପିଟଲ୍ ରାଜଧାନୀ ଦାରୁଲ ହକୁମତ୍/ରାଜଘର୍
ଭିୟୁଅର୍ ଦର୍ଶକ ନାଜରିନ୍

ବ୍ୟାକରଣ

[ସମ୍ପାଦନା]

ପଞ୍ଜାବୀ ଭାଷାର ବ୍ୟାକରଣ ଶବ୍ଦ, ଚିହ୍ନ ଦେବା, କ୍ରିୟାପଦର ପରିବର୍ତ୍ତନ ପଦ୍ଧତି ଓ ଅନ୍ୟ ପ୍ରକାର ତତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ ।

ଲେଖିବା ଶୈଳୀ

[ସମ୍ପାଦନା]

ଛାଞ୍ଚ:Arabic-script sidebar ପଞ୍ଜାବୀ ଲେଖିବା ପାଇଁ ଦୁଇ ପ୍ରକାର ଶୈଳୀ ଅଛି: ଗୁରୁମୁଖୀ ଓ ଶାମୁଖୀ । ଗୁରୁମୁଖୀ ଗୁରୁଙ୍କ ମୁଖକୁ ଅନୁବାଦିତ ହୋଇଛି ।[୨୬] ଓ ଶାମୁଖୀର ଅର୍ଥ ରାଜାଙ୍କ ମୁଖରୁ[୨୭]

ପାକିସ୍ତାନ ପଞ୍ଜାବରେ, ଶାମୁଖୀ ଲିପି ବ୍ୟବହୃତ ହୁଏ ଓ ଏହା ଉର୍ଦ୍ଦୁ ବର୍ଣ୍ଣମାଳାଠାରୁ ଚାରୋଟି ଅଧିକ ଅକ୍ଷରରେ ଭିନ୍ନ ହୁଏ ।[୨୮] ପୂର୍ବ ପଞ୍ଜାବ, ଭାରତରେ ଅବସ୍ଥିତ ଓ ଏହା ତିନୋଟି ରାଜ୍ୟରେ ବିଭକ୍ତ । ପଞ୍ଜାବ ରାଜ୍ୟରେ ସାଧାରଣତଃ ଗୁରୁମୁଖୀ ଲିପିକୁ ଲେଖିବା ପାଇଁ ବ୍ୟବହାର କରାଯାଏ ।[୨୮]

ନମୁନା ଅକ୍ଷର

[ସମ୍ପାଦନା]

ଏହାକୁ ପଞ୍ଜାବୀ ଉଇକିପିଡ଼ିଆ ପ୍ରସଙ୍ଗ ଲାହୋରରୁ ନିଆଯାଇଛି ।

ଗୁରୁମୁଖୀ:

ਲਹੌਰ ਪਾਕਿਸਤਾਨੀ ਪੰਜਾਬ ਦੀ ਰਾਜਧਾਨੀ ਹੈ । ਲੋਕ ਗਿਣਤੀ ਦੇ ਨਾਲ ਕਰਾਚੀ ਤੋਂ ਬਾਅਦ ਲਹੌਰ ਦੂਜਾ ਸਭ ਤੋਂ ਵੱਡਾ ਸ਼ਹਿਰ ਹੈ । ਲਹੌਰ ਪਾਕਿਸਤਾਨ ਦਾ ਸਿਆਸੀ, ਰਹਤਲੀ ਤੇ ਪੜ੍ਹਾਈ ਦਾ ਗੜ੍ਹ ਹੈ ਅਤੇ ਇਸ ਲਈ ਇਹਨੂੰ ਪਾਕਿਸਤਾਨ ਦਾ ਦਿਲ ਵੀ ਕਿਹਾ ਜਾਂਦਾ ਹੈ । ਲਹੌਰ ਦਰਿਆ-ਏ-ਰਾਵੀ ਦੇ ਕੰਢੇ ਤੇ ਵਸਦਾ ਹੈ । ਤੇ ਇਸਦੀ ਲੋਕ ਗਿਣਤੀ ਇੱਕ ਕਰੋੜ ਦੇ ਨੇੜੇ ਹੈ ।

ଶାମୁଖୀ:

لہور پاکستانی پنجاب دا دارالحکومت اے۔ لوک گنتی دے نال کراچی توں بعد لہور دوجا سبھ توں وڈا شہر اے۔ لہور پاکستان دا سیاسی، رہتلی تے پڑھائی دا گڑھ اے تے اس لئی ایھنوں پاکستان دا دل وی کیھا جاندا اے۔ لہور دریاۓ راوی دے کنڈھے تے وسدا ۔ اے اسدی لوک گنتی اک کروڑ دے نیڑے اے ۔

ଟ୍ରାନ୍ସ ଲିଟେରେସନ୍: lahaur pākistānī panjāb dī rājdā̀ni ài. lok giṇtī de nāḷ karācī tõ bāad lahaur dūjā sáb tõ vaḍḍā šáir ài. lahor pākistān dā siāsī, rátalī te paṛā̀ī dā gáṛ ài te is laī ínū̃ pākistān dā dil vī kihā jāndā ài. lahaur dariāe rāvī de kaṇḍè te vasdā ài. te isdī lok giṇtī ikk karoṛ de neṛe ài.

ଅନୁବାଦ: ଲାହୋର ପାକିସ୍ତାନୀ ପଞ୍ଜାବର ରାଜଧାନୀ ଅଟେ । କରାଚୀ ପରେ ଲାହୋର ପାକିସ୍ତାନର ଦ୍ୱିତୀୟ ସର୍ବବୃହତ୍ ସହର । ଲାହୋର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ଲାହୋର ପାକିସ୍ତାନର ରାଜନୀତି ଓ ଶିକ୍ଷାର କେନ୍ଦ୍ରସ୍ଥଳ ଏବଂ ଏଥିପାଇଁ ଏହାକୁ ପାକିସ୍ତାନର ହୃଦୟ କୁହାଯାଏ । ଏହାର ଜନସଂଖ୍ୟା ପ୍ରାୟ ୧ ନିୟୁତ ।

ଆଇ ପି ଏ: [lə̄ɦɔ̄ːɾ pāːkɪ̄st̪āːnīː pə̄̃d͡ʒāːb d̪īː ɾāːd͡ʒt̪àːnɪ̄ ɦɛ̀ː lōk ɡɪ̄ɳt̪īː d̪ē nāːl kə̄ɾāːt͡ʃīː t̪ō̃ bāːə̄d̪ lə̄ɦɔ̄ːɾ d̪ūːd͡ʒāː sə́p t̪ō̃ ʋːə̄ɖāː ʃə̄ɦɪ̄ɾ ɦɛ̀ː lə̄ɦɔ̄ːɾ pāːkɪ̄st̪āːn d̪āː sɪ̄āːsīː | ɾə́ɦt̪ə̄līː t̪ē pə̄ɽɦàːīː d̪āː ɡə́ɽɦ ɦɛ̀ː t̪ē ɪ̄s lə̄īː ɪ́ɦnū̃ pāːkɪ̄st̪āːn d̪āː d̪ɪ̄l ʋīː kɪ̄ɦāː d͡ʒā̃ːd̪āː ɦɛ̀ː lə̄ɦɔ̄ːɾ d̪ə̄ɾɪ̄āːē ɾāːʋīː d̪ē kə̄̃ʈè t̪ē ʋə̄̃sd̪īː ɦɛ̀ː t̪ē īsd̪īː lōk ɡɪ̄ɳt̪īː ɪ̄kː kə̄ɾōɽ d̪ē nēɽē ɦɛ̀ː ‖]

ଗ୍ୟାଲେରି

[ସମ୍ପାଦନା]
  1. "Världens 100 största språk 2010" (The World's 100 Largest Languages in 2010), in Nationalencyklopedin
  2. "Punjabi". languagesgulper.com. Retrieved 29 March 2015.
  3. "Census of India: Abstract of speakers' strength of languages and mother tongues –2001".
  4. "Census of India: Abstract of speakers' strength of languages and mother tongues –2001". Censusindia.gov.in. Retrieved 2016-02-02.
  5. Laurie Bauer, 2007, The Linguistics Student's Handbook, Edinburgh
  6. Kachru, Braj B.; Kachru, Yamuna; Sridhar, S. N. (27 March 2008). Language in South Asia. Cambridge University Press. p. 128. ISBN 978-1-139-46550-2. Retrieved 24 October 2014. Sikhs often write Punjabi in Gurmukhi, Hindus in Devanagari, and Muslims in Perso-Arabic.
  7. "Världens 100 största språk 2010". Nationalencyklopedin (in ସ୍ୱେଡିସ୍). 2010. Retrieved 12 February 2014. {{cite web}}: Unknown parameter |trans_title= ignored (|trans-title= suggested) (help)
  8. "What Are The Top 10 Most Spoken Languages In The World?". Archived from the original on 2017-03-08. Retrieved 2016-08-01.
  9. Barbara Lust, James Gair. Lexical Anaphors and Pronouns in Selected South Asian Languages. Page 637. Walter de Gruyter, 1999. ISBN 978-3-11-014388-1.
  10. "Punjabi language and the Gurmukhi and Shahmuhi scripts and pronunciation". Omniglot.com. Retrieved 2012-08-03.
  11. "Phonemic Inventory of Punjabi" (PDF). Archived from the original on 2015-07-16. Retrieved 2016-08-01.{{cite web}}: CS1 maint: bot: original URL status unknown (link)
  12. Geeti Sen. Crossing Boundaries. Orient Blackswan, 1997. ISBN 978-81-250-1341-9. Page 132. Quote: "Possibly, Punjabi is the only major South Asian language that has this kind of tonal character. There does seem to have been some speculation among scholars about the possible origin of Punjabi's tone-language character but without any final and convincing answer..."
  13. "Pakistan Census". Census.gov.pk. Archived from the original on 2011-09-12. Retrieved 2014-01-04.
  14. Census of India, 2001: population of Punjab by religion. Censusindia.gov.in. Retrieved 2012-01-18.
  15. "2011 Census: Main language (detailed), local authorities in England and Wales" (XLS). ONS. Retrieved 27 April 2013.
  16. [୧], Census Profile – Province/Territory
  17. [୨] Archived 2013-07-01 at the Wayback Machine., 2006 Census of Canada: Topic-based tabulations|Detailed Mother Tongue (103), Knowledge of Official Languages
  18. ‘Punjabification’ of Bollywood music – Fiji Times Online. Fijitimes.com (2013-01-08). Retrieved 2013-07-12.
  19. Punjabi culture a part of Bollywood, says Suniel Shetty – Times Of India Archived 2013-11-04 at the Wayback Machine.. The Times of India. (2012-07-20). Retrieved 2013-07-12.
  20. Punjab gatecrashes Bollywood | Culture Archived 2016-03-21 at the Wayback Machine.. Times Crest (2012-05-05). Retrieved 2013-07-12.
  21. Farina Mir (2010). The Social Space of Language: Vernacular Culture in British Colonial Punjab. University of California Press. p. 49. ISBN 978-0-520-26269-0.
  22. Masica 1991:25
  23. Burling 1970:chapter on India
  24. Shackle 1970:240
  25. Michael Edward Brown; Sumit Ganguly (2003). Fighting Words: Language Policy and Ethnic Relations in Asia. MIT Press. pp. 68–. ISBN 978-0-262-52333-2.
  26. ଆଧାର ଭୁଲ: ଅଚଳ <ref> ଚିହ୍ନ; Khalsa ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  27. ଆଧାର ଭୁଲ: ଅଚଳ <ref> ଚିହ୍ନ; Saini, Tejinder 2008 p. 177 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  28. ୨୮.୦ ୨୮.୧ "Punjabi". University of California, Los Angeles. Archived from the original on 2015-05-13. Retrieved 2013-07-30.


ଅଧିକ ତଥ୍ୟ

[ସମ୍ପାଦନା]