ଆମ୍ବେଦକର ଜୟନ୍ତୀ
ଆମ୍ବେଦକର ଜୟନ୍ତୀ | |
---|---|
ନାମ | Dr. Babasaheb Ambedkar Jayanti[୧] |
ଅନ୍ୟ ନାମ | ଭୀମ ଜୟନ୍ତୀ |
ପାଳନକାରୀ | ଭାରତ |
ପ୍ରକାର | ଧର୍ମନିରପେକ୍ଷ; ଆମ୍ବେଦକରଙ୍କ Dr.B.R.Ambedkar ଜନ୍ମ ବାର୍ଷିକୀ |
ପାଳନ | ଆମ୍ବେଦକର ଜୟନ୍ତୀ |
ପର୍ବ ପାଳନ | Community, historical celebrations |
ତାରିଖ | ୧୪ ଅପ୍ରେଲ |
ପୁନଃପୌନିକତା | Annual |
ସମ୍ପର୍କିତ | Ashok Vijaya Dashmi Constitution Day (India) |
ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ସାମାଜିକ କର୍ମୀ ଓ ବହୁଗୁଣ ସମ୍ପନ୍ନ ବି ଆର ଆମ୍ବେଦକରଙ୍କ ସ୍ମୃତିରେ ପାଳନ କରାଯାଏ ।[୨] ଅପ୍ରେଲ ୧୪ ତାରିଖ ୧୮୯୧ ମସିହା ଦିନ ଡ. ବାବାସାହେବ ଆମ୍ବେଦକର ଜନ୍ମଗ୍ରହଣ କରିଥିବା ଯୋଗୁ ଏହି ଦିନ ପାଳନ କରାଯାଏ । [୩] ଏହି ଦିନଟି ୨୦୧୫ ମସିହାରୁ ଏକ ଜନ ସାଧାରଣ ଛୁଟି ଭାବରେ ପାଳନ କରାଯାଉଛି ।[୪] ଏହି ଦିବସଟି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି । [୫] ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି,[୬][୭][୮] ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି ।[୯][୧୦]
ପୃଷ୍ଠଭୂମି
[ସମ୍ପାଦନା]ମୁମ୍ବାଇର ଚୈତ୍ୟଭୂମି ଓ ନାଗପୁରର ଦିକ୍ଷାଭୂମିରୁ ତାଙ୍କର ଅନୁଗାମୀମାନେ ଏକ ଶୋଭାଯାତ୍ରାରେ ବାହାରନ୍ତି ।[୧୧] ପରମ୍ପରାକ୍ରମେ ନୂଆ ଦିଲ୍ଲୀର ପାର୍ଲିଆମେଣ୍ଟ ଭବନରେସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଭାରତର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଓ ଅନ୍ୟାନ୍ୟ ରାଜନୈତିକ ପାର୍ଟିର ନେତାମାନେ ଶ୍ରଦ୍ଧାଞ୍ଜଳୀ ଦେଇ ସମ୍ମାନିତ କରନ୍ତି । ସାରା ପୃଥିବୀର ଦଳିତ, ଆଦିବାସୀ, ଶ୍ରମିକ, ତାଙ୍କ ପଦାଙ୍କ ଅନୁସରଣ କରୁଥିବା ବୌଦ୍ଧ ମହିଳାମାନେ ଏହି ଦିବସଟି ପାଳନ କରନ୍ତି । ଆମ୍ବେଦକର ଜୟନ୍ତୀ ଅନଲାଇନରେ ୨୦୨୦ ମସିହାରୁ ପାଳନ କରାଯାଉଛି । [୧୨][୧୩]
ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ଭାରତର ୨୫ଟି ରାଜ୍ୟ ଓ ଯୁନିଅନ ଟେରିଟରିରେ ପାଳନ କରାଯାଉଛି, ଯଥା:- ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ଼, ଛତିଶଗଡ଼, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜାମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଣ୍ଡିଚେରୀ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦି ।[୧୪]
ଶ୍ରଦ୍ଧାଞ୍ଜଳୀ
[ସମ୍ପାଦନା]ଭାରତୀୟ ପୋଷ୍ଟ ୧୯୬୬, ୧୯୭୩, ୧୯୯୧, ଓ ୨୦୧୩ରେ ଆମ୍ବେଦକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ପ୍ରଚଳନ କରିଥିଲେ ଓ ଟିକେଟ ଉପରେ ତାଙ୍କର ଛବି ୨୦୦୯, ୨୦୧୫, ୨୦୧୭ ଓ ୨୦୨୦ ମସିହାରେ ସ୍ଥାପନ କରିଥିଲେ ।[୧୫][୧୬]
ଅପ୍ରେଲ ୧୪ ତାରିଖ ୧୯୯୦ ମସିହାରେ ଆମ୍ବେଦକରଙ୍କୁ ଭାରତରତ୍ନ ପୁରସ୍କାର ଦିଆଯାଇଥିଲା । ସେହି ବର୍ଷ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କର ଏକ ପୂର୍ଣ୍ଣାବୟବ ଛବି ସ୍ଥାପନ କରାଯାଇଥିଲା । ତାଙ୍କ ସ୍ମୃତିରେ ୧୪ ଅପ୍ରେଲ ୧୯୯୦ରୁ ୧୪ ଅପ୍ରେଲ ୧୯୯୯୧ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଇଥିଲା ।[୧୭]
ଭାରତ ସରକାର ଆମ୍ବେଦକରଙ୍କ ୧୨୫ ତମ ଜନ୍ମ ଦିବସରେ ତାଙ୍କ ସମ୍ମାନାର୍ଥେ ୨୫ ଓ ୧୨୫ ଟଙ୍କିଆ ମୁଦ୍ରା ପ୍ରଚଳନ କରିଥିଲେ ।[୧୮]
ଅପ୍ରେଲ ୧୪ ତାରିଖ ୨୦୧୫ ମସିହାରେ ଆମ୍ବେଦକରଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ଗୁଗୁଲ ଡୁଡୁଲ ଛପା ହୋଇଥିଲା ।[୧୯][୨୦][୨୧] ଏହି ଡୁଡୁଲ ଭାରତ, ଆର୍ଜେଣ୍ଟିନା, ଚିଲି, ଆୟାରଲାଣ୍ଡ, ପେରୁ, ପୋଲାଣ୍ଡ ସୁଇଡେନ ଓ ଇଂଲଣ୍ଡରେ ସ୍ଥାନ ପାଇଥିଲା ।[୨୨][୨୩][୨୪]
ମିଳିତ ଜାତିସଂଘ ୨୦୧୬, ୨୦୧୭ ଓ ୨୦୧୮ ମସିହାରେ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲା ।[୨୫][୨୬][୨୭]
ଆମ୍ବେଦକରଙ୍କ ସ୍ମୃତିରେ ମହାରାଷ୍ଟ୍ର ସରକାର ୧୪ ଅପ୍ରେଲ ତାରିଖକୁ ଜ୍ଞାନ ଦିବସ ରୂପେ ପାଳନ କରୁଛନ୍ତି ।.[୨୮][୨୯]
ଆମ୍ବେଦକରଙ୍କ ଜନ୍ମଦିନରେ ତାଙ୍କ ସମ୍ମାନ ଉପଲକ୍ଷେ ୨୦୧୭ ମସିହାରେ ଟୁଇଟର ଏକ ଇମୋଜି ପ୍ରଚାଳନ କରିଛନ୍ତି ।[୩୦]
୬ ଅପ୍ରେଲ ୨୦୨୦ରେ କାନାଡାରେ ଡ. ଆମ୍ବେଦକର ସମତା ଦିବସ ପାଳନ କରିବାକୁ ଫଇସଲା କଲେ । କାନାଡାସ୍ଥିତ ବର୍ଣ୍ଣାବିର ସିଟି କାଉନସିଲ ଏହି ଫଇସଲା କରିଥିଲେ ।[୩୧][୩୨]
କାନାଡାର ବ୍ରିଟିଶ କଲମ୍ବିଆ ସରକାର ୧୪ ଅପ୍ରେଲ ଦିନଟିକୁ ଡ. ଆମ୍ବେଦକର ସମତା ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି ।[୩୩][୩୪]
ଆଧାର
[ସମ୍ପାଦନା]- ↑ "सार्वजनिक सुट्ट्या-महाराष्ट्र शासनाचे अधिकृत संकेतस्थळ, भारत". Retrieved 3 March 2019.
- ↑ "Ambedkar Jayanti Speech". Archived from the original on 2021-12-11. Retrieved 2021-12-11.
- ↑ "Ambedkar Jayanti 2021:Humble Request to Dr B. R. Ambedkar's Followers". S A NEWS (in ଆମେରିକୀୟ ଇଂରାଜୀ). 2021-04-10. Retrieved 2021-04-13.
- ↑ Webpage of Ministry of Personnel and Public Grievance & Pension
- ↑ mea.gov.in http://mea.gov.in/ambedkar-final/mcelebration.htm. Retrieved 2021-04-06.
{{cite web}}
: Missing or empty|title=
(help) - ↑ कुमार, अरविन्द (2020-04-14). "असमानता दूर करने के लिए भीमराव आंबेडकर ने क्या उपाय दिए थे". ThePrint Hindi (in ଆମେରିକୀୟ ଇଂରାଜୀ). Retrieved 2021-04-06.
- ↑ "Ambedkar Jayanti 2020: आज है अंबेडकर जयंती, जानिए बाबा साहेब से जुड़ी ये 7 बातें". NDTVIndia. Retrieved 2021-04-06.
- ↑ हिंदी, क्विंट (2020-04-13). "B.R. Ambedkar Jayanti 2020: पढ़ें अंबेडकर साहब के ये अनमोल विचार". TheQuint (in ହିନ୍ଦୀ). Retrieved 2021-04-06.
- ↑ "Plea to UN to declare Ambedkar Jayanti World Equality Day". Business Standard India (in ଇଂରାଜୀ). 14 April 2016. Retrieved 2021-04-06.
- ↑ Mall, Rattan (2020-04-07). "Burnaby proclaims April 14 as Dr. B.R. Ambedkar Day of Equality" (in କାନାଡିୟ ଇଂରାଜୀ). Retrieved 2021-04-06.
- ↑ "Ambedkar Jayanti - Bhim Jayanti - 14 April". Archived from the original on 28 March 2017. Retrieved 28 March 2017.
- ↑ Chatterjee, Mohua (April 13, 2020). "Dalits go digital to celebrate 129th Ambedkar Jayanti amid lockdown". The Times of India (in ଇଂରାଜୀ). Retrieved 2021-04-06.
- ↑ Shastree, Uttara (1996). Religious Converts in India: Socio-political Study of Neo-Buddhists. Mittal Publications. ISBN 978-81-7099-629-3. Retrieved 2010-04-06.
- ↑ "Dr Ambedkar Jayanti in India in 2021 | by Office Holidays". www.officeholidays.com. Retrieved 2021-04-06.
- ↑ Ambedkar on stamps. colnect.com
- ↑ B. R. Ambedkar on stamps. commons.wikimedia.org
- ↑ "Bharat Ratna Baba Saheb". 2006-05-05. Archived from the original on 2006-05-05. Retrieved 2018-11-09.
- ↑ "PM Narendra Modi releases Rs 10, Rs 125 commemorative coins honouring Dr Babasaheb Ambedkar". 6 December 2015. Retrieved 3 March 2019.
- ↑ "B.R. Ambedkar, a hero of India's independence movement, honoured by Google Doodle". The Telegraph. Retrieved 9 January 2016.
- ↑ "Archived copy". Archived from the original on 14 ଅପ୍ରେଲ 2015. Retrieved 14 ଅପ୍ରେଲ 2015.
{{cite web}}
: CS1 maint: archived copy as title (link) - ↑ Gibbs, Jonathan (14 ଅପ୍ରେଲ 2015). "B. R. Ambedkar's 124th Birthday: Indian social reformer and politician honoured with a Google Doodle". The Independent. Archived from the original on 14 ଅପ୍ରେଲ 2015. Retrieved 14 ଅପ୍ରେଲ 2015.
- ↑ "B R Ambedkar 124th birth anniversary: Google doodle changes in 7 countries as tribute". The Indian Express. 14 ଅପ୍ରେଲ 2015. Archived from the original on 7 ଜୁଲାଇ 2015.
- ↑ "Google's BR Ambedkar birth anniversary doodle on 7 other countries apart from India". dna. 14 ଅପ୍ରେଲ 2015. Archived from the original on 7 ଜୁଲାଇ 2015.
- ↑ Nelson, Dean (14 ଅପ୍ରେଲ 2015). "B.R. Ambedkar, a hero of India's independence movement, honoured by Google Doodle". Telegraph.co.uk. Archived from the original on 5 ଜାନୁଆରୀ 2016.
- ↑ "Ambedkar Jayanti celebrated for the first time outside India as UN organises special event - Firstpost". firstpost.com. 15 April 2016. Retrieved 2018-11-09.
- ↑ "UN celebrates Ambedkar's legacy 'fighting inequality, inspiring inclusion'". The New Indian Express. Retrieved 2018-11-09.
- ↑ "संयुक्त राष्ट्र में मनाई गई डॉ. बाबासाहेब भीमराव आंबेडकर जयंती - News State". newsstate.com (in ଇଂରାଜୀ). Archived from the original on 2019-04-19. Retrieved 2018-11-09.
- ↑ Staff Reporter (14 April 2017). "Ambedkar Jayanti to be celebrated as Knowledge Day in State". The Hindu. Retrieved 3 March 2019 – via www.thehindu.com.
- ↑ government resolution of maharashtra dated 13-04-2017
- ↑ KVN, Rohit (2017-04-14). "#JaiBhim: Twitter launches Dr BR Ambedkar emoji to commemorate 126th birth anniversary". www.ibtimes.co.in (in ଇଂରାଜୀ). Retrieved 2021-04-06.
- ↑ "Burnaby proclaims April 14 as Dr. B.R. Ambedkar Day of Equality | Indo-Canadian Voice". 7 April 2020.
- ↑ Maharashtra, Max (2020-04-11). "डॉ. बाबासाहेब आंबेडकर यांचा जन्मदिवस कॅनडात 'समता दिन' म्हणून घोषित". www.maxmaharashtra.com (in ମରାଠୀ). Retrieved 2021-04-06.
- ↑ https://www.bclaws.gov.bc.ca/civix/document/id/proclamations/proclamations/DrBRAmbedkarEqualDay2021
- ↑ "डॉ. बाबासाहेबांचा कॅनडात सन्मान, 14 एप्रिल 'समता दिन' म्हणून साजरा होणार". Lokmat (in ମରାଠୀ). 2021-04-03. Retrieved 2021-04-06.